• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

forest
ବନ ବିଭାଗ କାର୍ଯ୍ୟାଳୟରୁ ବନ୍ଧୁକ ଓ ମୋବାଇଲ୍‌ ଲୁଟି ନେଲେ ମାଓବାଦୀ

ନୟାଗଡ଼(ଆର୍ତ୍ତତ୍ରାଣ  ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବାଣୀଗୋଛା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର  ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ସଶସ୍ତ୍ର ମାଓବାଦୀମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶି ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି। ପୂର୍ବରୁ ୨୦୦୮ମସିହା […]

  • Saturday, 10 July 2021
summer
ରାଜ୍ୟରେ ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ଉପକୂଳ ଓଡ଼ିଶାବାସୀ ଛଟପଟ ହେଉଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ତେବେ ଉପକୂଳରେ ଖରା ସାମାନ୍ୟ କମିଛି। ସେହିପରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ଥଇଲା। ସେହିପରି […]

  • Saturday, 10 July 2021
ill
ମିଠା ଖାଇ ୧୨ଶିଶୁ ଅସୁସ୍ଥ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗାଁରେ ଗତକାଲି ରାତିରେ ମିଠା ଖାଇ ୧୨ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପିଲାମାନେ ୮ଦିନ ତଳର ମିଠା ଖାଇଥିଲେ। ବାସି ମିଠା ଖାଇଥିବାରୁ ସେମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।

  • Saturday, 10 July 2021
fire
ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ତିରୁଖା ଗାଁରେ ଥିବା ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଡ଼ା ଓ ବାସୁଦେବପୁରରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଶ୍ୟାମସୁନ୍ଦର ଦାସଙ୍କ ଏହି ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ଲାଷ୍ଟିକ୍‌ ସାମଗ୍ରୀ ସମେତ ମେସିନ୍‌ […]

  • Saturday, 10 July 2021
money-seize
କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍‌ ଏହି ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି କାର୍‌ରେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କୁ ଅଟକାଇଥିଲେ। ତେବେ ଚେକିଂ ବେଳେ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ସମ୍ପର୍କରେ […]

  • Saturday, 10 July 2021
pradeep
ଆଜି ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟ ଓ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତେବେ ମହାରଥୀଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ପୁଣି ଥରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ସୂଚନା […]

  • Saturday, 10 July 2021
pm narendra modi
‘ନବୀନ ବାବୁ ଆପଣ ବିଦା ହେଉଛନ୍ତି, ଆପଣଙ୍କ ଯିବା ନିଶ୍ଚିତ’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ନିର୍ବାଚନୀ ସଭାରେ ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ପ୍ରଧାନମନ୍ତ୍ରୀ  ମୋଦି […]

  • Saturday, 10 July 2021
pradeep
ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ

ପୁରୀ: ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ। ଫାର୍ମହାଉସ୍‌ରେ ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ ଓ SST ଟିମ୍‌କୁ ଆକ୍ରମଣ ଘଟଣାରେ ପିପିଲି ଥାନା ପୁଲିସ୍‌ ପ୍ରଦୀପ ମହାରଥୀଙ୍କୁ ଆଜି ଗିରଫ କରିଛି। ଗତକାଲି ରାତିରେ ମହାରଥୀଙ୍କ ଫାର୍ମହାଉସ୍‌ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା। ମହାରଥୀଙ୍କ ନାଁରେ ପୁଲିସ୍‌ ବହୁ ସଙ୍ଗୀନ ଦଫା ଲଗାଇଛି। ତାଙ୍କ ବିରୋଧରେ ଲାଗିଛି ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଏହାସହ ଦଫା ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ […]

  • Saturday, 10 July 2021
representational image
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡବାଗବର ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜେଶ ଜେନା। ସୂଚନା ଅନୁସାରେ, ରାଜେଶ ଆଜି ସକାଳେ ଘରକୁ ଫେରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ପଥରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Saturday, 10 July 2021
beer-seize
ବିଲରୁ ପେଟି ପେଟି ମଦ ଜବତ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ପୁରୀ ଅବକାରୀ ବିଭାଗ ଓ ବ୍ରହ୍ମପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ସବୁ ମଦ ଜବତ କରିଛି। ଗତକାଲି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି, ମାଲୁଦ ଗାଁରେ ଚଢ଼ାଉ କରାଯାଇ ଏହି ସବୁ ମଦ ଜବତ କରାଯାଇଛି। ଚଢ଼ାଉ ବେଳେ ବିଲ ଭିତରେ ପେଟି […]

  • Saturday, 10 July 2021
fire
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ବାଙ୍କି(ସଞ୍ଜୀପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତୁଳସୀପୁର ଗୌଡ଼ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲ।।

  • Saturday, 10 July 2021
snake
ଭୁବନେଶ୍ୱର ରେଳଷ୍ଟେଶନରେ ଉଡ଼ନ୍ତା ସାପ !

ଭୁବନେଶ୍ୱର: ରାଜଧାନୀରେ ଉଡ଼ନ୍ତା ସାପ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଆଦୌ ମିଛ ନୁହେ।  ଏପରି ଉଡନ୍ତା ସାପକୁ ଉଦ୍ଧାର କରାଯାଇଛି ଭୁବନେଶ୍ଷର ଷ୍ଟେଶନରୁ। ଏହି ବିରଳ ଉଡ଼ନ୍ତା ସାପକୁ  ଟ୍ରେନ୍ ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଥିଲା। କିଛି ଲୋକ ଏହି ବିରଳ ସାପକୁ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ବନ ବିଭାଗ ଓ ସ୍ନେକ ହେଲ୍‌ପ ଲାଇନକୁ ଖବର ଦେଇଥିଲେ। […]

  • Saturday, 10 July 2021
mandira dam
ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ରାଉରକେଲା: ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ପାଖ ଲାଇଙ୍ଗଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମ୍‌ର ଗତକାଲି ୧୧ଟି ଗେଟ୍ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଂଚଳରେ ପାଣି ପଶିବା ଫଳରେ ଅଂଚଳର ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେପଟେ […]

  • Saturday, 10 July 2021
hostel
ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଛାତ୍ରଙ୍କୁ ୱାର୍ଡେନ୍‌ଙ୍କ ମାଡ଼ ଭଳି ନିନ୍ଦନୀୟ ଘଟଣା ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି। ୱାର୍ଡେନ୍‌ ଦୟନୀୟ ଭାବେ ଛାତ୍ର ଜଣକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଛାତ୍ର ଜଣକ କାକୁତିମିନତି ହେଲେ ମଧ୍ୟ ତାଙ୍କର ଏଥିପ୍ରତି ଦୟା ନାହିଁ। ଗୋଟିଏ ପରେ ଗୋଟିଏ ଲଗାତର ବାଡିରେ ପିଟି ଚାଲିଛନ୍ତି ସମ୍ପୃକ୍ତ ୱାର୍ଡେନ୍‌। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ଭିଡିଓ ଭାଇରାଲ୍ ପରେ ୱାର୍ଡେନ୍‌ଙ୍କ […]

  • Saturday, 10 July 2021
dd
ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

ଝାରସୁଗୁଡ଼ା:ତିନି ଜଣଯାକ ସାଙ୍ଗ ଥିଲେ। କୌଣସି କଥାକୁ ନେଇ ବଚସା ହେବାରୁ ଦୁଇ ଜଣ ମିଶି ଅନ୍ୟ ଜଣେ ସାଙ୍ଗକୁ ଛାତରୁ ଠେଲି ହତ୍ୟା କରି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ କରନ୍ତି। ତାଙ୍କର ଦୁଇ ସାଙ୍ଗ ହେଲେ ଦେବରାଜ ସିଂହ ଓ ଦେବେନ୍ଦ୍ର କାହାଳି।  ଦେବରାଜ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାମ କରନ୍ତି। ଗତକାଲି […]

  • Saturday, 10 July 2021
aditya padhi
ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର: ଆଜି ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ମୁଁ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବି।” ଅନ୍ୟପକ୍ଷରେ ଆଗାମୀ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ଆଇନଗତ ଅସୁବିଧା ଯୋଗୁ ଏହା ସମ୍ଭବ ହୋଇପାରନି ବୋଲି କହିଛନ୍ତି ବିଦାୟୀ ରାଜ୍ୟ […]

  • Saturday, 10 July 2021
dharmendra-pradhan..
ଗରିବଙ୍କୁ ଡରେଇ, ଧମକାଇ ଭୋଟ୍‌ ନେବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟର ଗରିବ ଲୋକଙ୍କୁ ଡରେଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି ଥିବା ଯାଏ ଦେଶରେ ଗରିବ ଲୋକଙ୍କର କେହି କ୍ଷତି କରିପାରିବେ ନାହିଁ। ତେବେ ଏହାକୁ ନେଇ ବିଜେଡିର […]

  • Saturday, 10 July 2021
ias asit tripathy
ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ଅସିତ୍‌ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୬ ବ୍ୟାଚ୍‌ର ‌ଆଇଏଏସ୍ ଶ୍ରୀ ତ୍ରିପାଠୀଙ୍କୁ କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା। ନୂଆ ପଦବୀରେ ଅବସ୍ଥାପିତ ହେବା ପରେ ବିଭିନ୍ନ ଯୋଜନାରେ ପାରଦର୍ଶିତା ପାଇଁ 5T […]

  • Saturday, 10 July 2021
puri
ନା ମିଳିଲା ଷ୍ଟ୍ରେଚର୍ ନା ଚାଲିଲା ଲିଫ୍ଟ: ଡାକ୍ତରଖାନା ଲିଫ୍ଟ ବାହାରେ ପ୍ରସବ କଲେ ମହିଳା

ପୁରୀ(ମଧୁସୂଦନ ମିଶ୍ର): ନା ମିଳିଲା ଷ୍ଟ୍ରେଚର୍ ନା ଚାଲିଲା ଲିଫ୍ଟ।  ପରିବାର ଲୋକେ ଡାକି ଡାକି ଥକିଗଲେ ସିନା ଡାକ୍ତରଖାନାର କୌଣସି କର୍ମଚାରୀ ମଧ୍ୟ ଆସିଲେ ନାହିଁ।  ଶେଷରେ ଲିଫ୍ଟ ବାହାରେ ପ୍ରସବ କଲେ ମହିଳା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲେଖନୀ ବରାଳ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। […]

  • Saturday, 10 July 2021
hirakud dam
ଖୋଲାଗଲା ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ବଢୁଛି। ତେଣୁ ଜଳଭଣ୍ଡାରର ଆଉ ୭ଟି ଗେଟକୁ ଆଜି ଖୋଲି ଦିଆଯାଇଛି। ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୭ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି।  ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି । ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢୁ ଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି […]

  • Saturday, 10 July 2021
balimela
ଖୋଲିଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍

ମାଲକାନଗିରି: ଖୋଲିଲା ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍।  ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ଏଠାରେ ୧୪୯୨ ଫୁଟ୍ ଜଳ ରହିଛି। ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ବାଲିମେଳା ଡ୍ୟାମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକତା ଥିବାରୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମର ୪ ନମ୍ବର ଗେଟ୍ ଏବଂ ସ୍ଲୁଇସ୍ […]

  • Saturday, 10 July 2021
bus-accident
ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ବସ୍‌

କଣ୍ଟାବାଞ୍ଜି (ସୁରଦାସ ବାଗ୍): ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ସାରଳା ନାମକ ଏକ ଘରୋଇ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଦବାହାଲ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା। ତେବେ ଦୁର୍ଘଟଣା ବେଳେ ଦୋକାନରେ କେହି ନଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ସେହିପରି ବସ୍‌ର ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ନେଇ ଗାଁରେ କିଛି […]

  • Saturday, 10 July 2021
nayagarh
ନୟାଗଡ଼ରେ ରାଜନୈତିକ ହିଂସା; ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗାଁରେ ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ଉତ୍ତେଜନା ବଢ଼ିବା ଆଶଙ୍କାରେ ଗାଁରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

  • Saturday, 10 July 2021
mla-fire
ତାଳଚେର ବିଧାୟକଙ୍କ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍‌, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍‌ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେହି ଦୁର୍ବୃତ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି […]

  • Saturday, 10 July 2021
bombing
ବୋମାମାଡ଼ରେ ଜଣେ ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ସାହୁ। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି,“ଗତକାଲି ରାତି ୮ଟା ସମୟରେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍‌ରେ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। […]

  • Saturday, 10 July 2021