• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

45943
ହରପିସ୍‌ ଆତଙ୍କ ! ଅସୁସ୍ଥ ମାଈ ହାତୀ ଠାବ

ବାଙ୍କୀ: ନନ୍ଦନକାନନ ପରେ ଏବେ  କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍‌ ଭୂତାଣୁ ଆତଙ୍କ। ଏଠାରେ  ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ  ପଡ଼ିଥିବା  ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ  ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]

  • Saturday, 10 July 2021
19_11_2017-19frd-2-c-2 (1)
ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ  ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ SHG ମହିଳା ସାମିଲ ହେବେ।  ଗତବର୍ଷ […]

  • Saturday, 10 July 2021
23456
ଡାକ୍ତରଖାନାରୁ ଶେଷ ହେବ ଦଲାଲରାଜ୍‌ !

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି।  ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏବଂ ବଲାଙ୍ଗିର ମେଡିକାଲ କଲେଜରୁ ୫ ଜଣ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ପ୍ରଶାସନ।  […]

  • Saturday, 10 July 2021
Capture
ନିର୍ଦ୍ଦୟ ଶାଶୂ-ଶ୍ୱଶୁର: ଗାଁ ଦାଣ୍ଡରେ ବୋହୂକୁ ଘୋଷାରି ଘୋଷାରି ପିଟିଲେ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ। ଗାଁ ଦାଣ୍ଡରେ ଘରର ବୋହୂକୁ ଶାଶୂ ଶ୍ୱଶୁର ମାଡ଼ ମାରୁଛନ୍ତି। ଏହି ଅମାନବୀୟ ଦୃଶ୍ୟ ଦୃଶ୍ୟକୁ କେହି ମୋବାଇଲ୍‌ରେ ରେକଡିଂ କରି ଭାଇରାଲ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି,  ଧନେଶ୍ୱର ଗାଁର  ନବୀନ ବେହେରା ଓ ପତ୍ନୀ ଚାରୁଲତା  ତାଙ୍କ ବୋହୂଙ୍କ ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି। ରାସ୍ତାରେ ବର୍ଷା ପାଣି କାଦୁଅ । […]

  • Saturday, 10 July 2021
Capecobra-1140x641
ଶୋଇଥିଲେ, କାମୁଡ଼ିଦେଲା ସାପ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍‌ କାପନପଲ୍ଲୀ ଗାଁରେ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁ ଗୁରୁତର ହୋଇଛି। ମୃତକ ଦୁଇଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ଦେବେ ମାଡ଼ି ଓ ରାଧେ ମାଡ଼ି। ଶିଶୁଟିକୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ତିନି ଜଣଙ୍କୁ ସାପ କାମୁଡ଼ି ଦେଇଥିଲା।  ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବାବେଳେ ବାଟରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। […]

  • Saturday, 10 July 2021
45
ହର୍ପିସ ନେଇଗଲା ଗୌରୀର ଜୀବନ

ଭୁବନେଶ୍ୱର:ନନ୍ଦନକାନନରେ ହର୍ପିସ ସଂକ୍ରମଣରେ ୭ ବର୍ଷର ଛୁଆ ହାତୀ ଗୌରୀ ଶେଷରେ ଆଖି ବୁଜି ଦେଇଛି। ଗତକାଲି ହର୍ପିସରେ କ୍ରମାଗତ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଏଠାରେ ଥିବା ଅନ୍ୟ ପଶୁମାନଙ୍କୁ ଏହା କିପରି ସଂକ୍ରମିତ ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ହର୍ପିସରେ ୪ ମାସ ମଧ୍ୟରେ ଜୁଲି’,  ‘ଚନ୍ଦନ’  ‘କମଳା’ ପରେ ଏବେ ଗୌରୀର ମୃତ୍ୟୁ ଘଟିଛି। ଏହି ରୋଗ ଏବେ […]

  • Saturday, 10 July 2021
Capture
ବିଜେପୁର ଉପନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ: ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଘୋଷଣା କରିଛନ୍ତି। ଏହିଦିନ ଅନ୍ୟ ରାଜ୍ୟଗୁଡ଼ିକର ୬୪ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ କରାଯିବ। ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।  ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ […]

  • Saturday, 10 July 2021
76346
ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି  ଦୁନିଆରେ କମ୍‌ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ ବୋହୂକୁ ଝିଅ ପରି ରଖିଥିଲେ ଆଉ ଶେଷରେ ଝିଅ ପରି ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ। ଏବେ ନବରଙ୍ଗପୁରରେ ଏମିତି ଏକ ପରିବାରର କଥା କହିବୁ ଯିଏ […]

  • Saturday, 10 July 2021
12233
ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ ପାଇଁ ପାଗଳ ସାଜିଛନ୍ତି ଅଭିମନ୍ୟୁ

ସୋର(ଶଶିକାନ୍ତ ବେହେରା): ସମସ୍ତ ତାଙ୍କୁ କୁହନ୍ତି ପାଗଳ। କହିବେନି ବା କାହିଁକି ?  ମୁଣ୍ଡରେ ଗାମୁଛା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଆଉ ହାତରେ ଜରି ବ୍ୟାଗ।  ଯେଉଁଠି  ପ୍ଲାଷ୍ଚିକ ଆବର୍ଜନା ଦେଖିବେ ସେ ସବୁକୁ ଆଡ଼େଇ ଆଡେଇ ସଂଗ୍ରହ କରୁଥିବେ।  ଦେଖିଲେ ଲାଗିବ ଜଣେ ଜରି ଗୋଟାଳି। କିନ୍ତୁ ତାଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଲୋକ ଯଦି ଜରି ଗୋଟାଇବେ ତେବେ ତାଙ୍କୁ ପାଗଳ କହିବେନି ତ ଆଉ କ’ଣ ! ଭଲ ଆଉ […]

  • Saturday, 10 July 2021
bls
ପୁଅର ଜନ୍ମରୁ ତିନୋଟି ଗୋଡ଼ ; ମା’ ଆଖିରେ ଲୁହ

ବାଲେଶ୍ୱର: ଭଗବାନଙ୍କ ସୃଷ୍ଟି ପ୍ରକୃତରେ ବିଚିତ୍ର।  କାହାକୁ କେମିତି ଗଢ଼ବେ, କହିବା ମୁସ୍କିଲ। ବାଲେଶ୍ୱରର ଏଇ ୧୧ ବର୍ଷର ପିଲାଟିକୁ ଦେଖିଲେ ଏଇକଥା ମନକୁ ଆସିଯାଏ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବଡ଼ପୋଖରୀ ଗାଁର ଏଇ ୧୧ ବର୍ଷୀୟ ପିଲାଟିଏ। ନାଁ ତାର ସୁଦାମ। ସୁଦାମର ଶାରୀରିକ ଗଠନକୁ ନେଇ ଗରିବ ବାପା ମଧୁସୂଦନ ବେହେରା -ମା‘ ସୁକୁରୀ ଙ୍କ ଆଖିରୁ ନିଦ ହଜି ଯାଇଛି। ଜନ୍ମରୁ ୩ଟି ଗୋଡ। ଚାଲି ପାରୁନି। ନା ବୁଝି […]

  • Saturday, 10 July 2021
123
ଗୀତରେ ଗୀତରେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାର୍ଥକ

ଭୁବନେଶ୍ୱର(ଟି.ଗୌରୀଶଙ୍କର):ସଂଶୋଧିତ ମୋଟରଯାନ ଆଇନ ଆଖିରୁ ନିଦ ହଜାଇ ଦେଇଛି । ଗାଡ଼ି ଧରି ରାସ୍ତାକୁ ବାହାରିବାକୁ ଲୋକେ ଡରୁଛନ୍ତି। ସେଥିପାଇଁ ରାସ୍ତାଘାଟ ବି ଖାଁ ଖାଁ ଲାଗୁଛି। ଅବଶ୍ୟ ଲୋକଙ୍କ ବ୍ୟସ୍ତତାକୁ ଦେଖି ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି।କେଉଁଠି ଗୋଲାପ ଫୁଲ ତ କେଉଁଠି ଚକୋଲେଟ୍‌ ଦେଇ ଲୋକଙ୍କୁ ସଚେତନ ବି କରୁଛନ୍ତି। ହେଲେ ଲୋକଙ୍କୁ ସଚେତନ କରିବା ପାଇଁ ଜୟପୁର ଜଣେ ଯୁବକ ସାର୍ଥକ ସାହୁ ଏକ ନିଆରା ପ୍ରୟାସ କରିଛନ୍ତି । […]

  • Saturday, 10 July 2021
brown-0-750x405
୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍ ଆଜି କୁଖ୍ୟାତ ବ୍ରାଉନସୁଗର ଡିଲର ସନ୍ତୋଷ କୁମାର ପଣ୍ଡାକୁ ଗିରଫ କରିଛି। ତା’ ନିକଟରୁ ତିନି ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗାରେ। ପୁଲିସ ତା’ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି। ସୋନ୍ତୋଷ ନାଁରେ ଖୋର୍ଦ୍ଧା […]

  • Saturday, 10 July 2021
gajapati-720x430
ଇସ୍କନର ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମୁହଁ ଖୋଲିଲେ ପୁରୀ ଗଜପତି

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ବିଶ୍ୱର ସବୁ […]

  • Saturday, 10 July 2021
loknath
ପାଣିରେ ବୁଡ଼ିଲା ପୁରୀ ଲୋକନାଥ ମନ୍ଦିର

ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି  ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବା ସମ୍ଭବ ହେଉନି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ […]

  • Saturday, 10 July 2021
murder
ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ଶିଶୁ ସନ୍ତାନଙ୍କୁ ହତ୍ୟା

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ […]

  • Saturday, 10 July 2021
rayagada
ଯୁବତୀ ଓ ମହିଳାଙ୍କ ଅସ୍ୱାଭାବିକ ଆଚରଣ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନଜୋହେଲା ଗାଁରେ ଏବେ ଖେଳି ଯାଇଛି ଆତଙ୍କ। ଗାଁର ମହିଳା, ଯୁବତୀ ଓ ନାବାଳିକାଙ୍କ ଅସ୍ୱାଭାବିକ ବ୍ୟବହାର ସମସ୍ତଙ୍କୁ ଚିନ୍ତାରେ ପକାଇଛି।  ଗାଁର ପ୍ରାୟ ୫ରୁ ୬ ଜଣ ନାବାଳିକା ଓ ମହିଳା ଅସ୍ୱାଭାବିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କିଏ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛି ତ ଆଉ କିଏ ରାସ୍ତାରେ ଗଡ଼ୁଛି । କିଏ ପୁଣି ଅଜବ ବ୍ୟବହାର ଦେଖାଉଛି । ଗାଁ ଲୋକଙ୍କର […]

  • Saturday, 10 July 2021
123
ଚିକିତ୍ସାରେ ତ୍ରୁଟି ! ଡାକ୍ତର-ରୋଗୀଙ୍କ ସମ୍ପର୍କୀୟ ମୁହାଁମୁହିଁ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ଚିକିତ୍ସା ଜନିତ ତ୍ରୁଟିକୁ ନେଇ ତୁମୁଳକାଣ୍ଡ ଘଟିଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନିଲ ନାୟକ ନାମକ ଜଣେ ଯୁବକ ତାଙ୍କ ମାଆଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ଆଣିଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ପରେ ଉଗ୍ର ରୂପ ନେଇ ପରେ […]

  • Saturday, 10 July 2021
2
ଡାକ୍ତରଖାନା ଯିବା ପାଇଁ ରୋଗୀଙ୍କୁ ଭରସା ଖଟିଆ ଆଉ ପରିଜନଙ୍କ କାନ୍ଧ

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ଏଠି ନା ଅଛି ରାସ୍ତାଘାଟ ସୁବିଧା, ନା ଗାଡ଼ିମଟର ସୁବିଧା। ବିପଦବେଳେ ଏଠି ଭରସା ସେଇ ଖଟିଆ, ପରିଜନ ଲୋକଙ୍କ କାନ୍ଧ। ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ତୁଲିପଡା ଗାଁରେ ଗତକାଲି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନାରେ ନ ପହଞ୍ଚାଇଲେ ଜୀବନ ପ୍ରତି ବିପଦ। ହେଲେ ଡାକ୍ତରଖାନା ଯିବେ କେମିତି ?  ଗାଁକୁ ଲାଗି ଯାଇଥିବା ନାଳ ଫୁଲୁଛି। […]

  • Saturday, 10 July 2021
sura
ଟ୍ରାଫିକ୍ ନିୟମ ଓ ଜରିମାନା ଆଦାୟକୁ ନେଇ ବର୍ଷିଲେ ସୁର

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ଓ ଏଥିପାଇଁ ଲୋକଙ୍କଠୁ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ଓଡ଼ିଶାରେ ମୋଟର ଯାନ ଆଇନ ତରବରିଆ ଭାବେ ଲାଗୁ କରାଯାଇଥିବା ସେ ଅଭିଯୋଗ କରିବା ସହ ଓଡ଼ିଶା ପୋଲିସର ୯୦% ଗାଡ଼ିର ଲାଇସେନ୍ସ ନ ଥିବା କହିଛନ୍ତି । ଏପରିକି ରାଜ୍ୟର ୭୦ରୁ ୮୦% ନେତାଙ୍କ ଗାଡ଼ିର ଲାଇସେନ୍ସ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଶ୍ରୀ ରାଉତରାୟ […]

  • Saturday, 10 July 2021
123
“ଭାରତ ଗଛ ପୁରୁଷ” ସମ୍ମାନରେ ସମ୍ମାନିତ ହେଲେ ଦିଲ୍ଲୀପ ଶ୍ରୀଚନ୍ଦନ

ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍‌ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ  ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ […]

  • Saturday, 10 July 2021
bus
ବସ୍‌ ଭିତରୁ ମିଳିଲା ଏସିଡ୍‌

ବାଲେଶ୍ୱର:ଯାତ୍ରୀବାହୀ ବସ୍‌ରୁ ଜବତ ହୋଇଛି ବିପୁଳ ପରିମାଣର ଏସିଡ । ଗତକାଲି ବିଳମ୍ବିତ ରାତିରେ ଏହି ଏସିଡ଼କୁ ଜବତ କରିଛି ବାଲେଶ୍ୱର ପୁଲିସ। ନିଗମ ନାମକ ଏକ ଯାତ୍ରୀବାହୀ ବସ୍‌ କୋଲକାତାରୁ ଧାମରା ଯାଉଥିଲା। ବସ୍‌ରେ ଏସିଡ଼ ଯାଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ବସ୍‌ଟିକୁ ଅଟକାଇଥିଲା। ଖୋଳତାଡ଼ କରିବା ପରେ ପୁଲିସ୍ ବସ୍‌ ଭିତରୁ ଏହି […]

  • Saturday, 10 July 2021
pala-1
ଡାକ୍ତରଖାନା ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଓ ଡ୍ରେନ ପାଣି

ପାଲଲହଡ଼ା: ଗତକାଲି ରାତିରେ  ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ଅବସ୍ଥା ବେହାଲ ହୋଇ ଯାଇଛି।  ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ଲହଡ଼ା ଭାଙ୍ଗୁଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍‌  ବର୍ଷା ଓ ଡ୍ରେନ ପାଣିରେ ବୁଡି ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ […]

  • Saturday, 10 July 2021
child death-1
ଓଭର୍‌ ଡୋଜ୍‌ ଔଷଧ ଖାଇ ଶିଶୁ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ପୁରୀ: ଅଢେଇ ମାସ ଶିଶୁର ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଡାକ୍ତରଖାନାର ମୁଖ୍ୟ ଫାଟକରେ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ। ଓଭରଡୋଜ୍‌ ପୋଲିଓ ଔଷଧ ଏବଂ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ଘଟିଥିବା  ଅଭିଯୋଗ ହୋଇଛି। ନରଣପୁର ଗାଁର ସ୍ମତିରଞ୍ଜନ ବିଶ୍ୱାଳଙ୍କ ଅଢ଼େଇ ମାସର ଶିଶୁ କନ୍ୟାକୁ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟୀକା […]

  • Saturday, 10 July 2021
scam
କ୍ୟୁ-ନେଟ୍‌ର ମାୟାଜାଲରେ ନିବେଶକ, କୋଟି କୋଟି ଟଙ୍କା ଠକି ନେଇ ବିଦେଶୀ କମ୍ପାନୀ ମାଲାମାଲ୍‌

ଭୁବନେଶ୍ୱର: ଏକ ନୂଆ ଠକେଇ। ଠକେଇର ନାଁ କ୍ୟୁ ନେଟ୍ ସ୍କାମ୍ । ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଏ ଠକେଇ। ୫ ଲକ୍ଷ ଟଙ୍କା ଦିଅ, ୫ ବର୍ଷରେ ୫ କୋଟି ନେବ’- ଏମିତି କହି ଗୁପ୍ତରେ ବିଛା ଚାଲିଛି ଏହି ନେଟ୍ଓ୍ୱର୍କିଂର ମାୟାଜାଲ । ଆଉ ସେ ମାୟାଜାଲରେ ପଡ଼ି ଛଟପଟ ହେଉଛନ୍ତି ନିରୀହ ନିବେଶକାରୀ। ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇଠୁ ବି ଏ ଠକେଇ ଆହୁରି ମାରାତ୍ମକ । ଚିଟିଂର ଏ ନୂଆ […]

  • Saturday, 10 July 2021
NGT-1
ଓଡ଼ିଆ ଆଇଏଫଏସ୍‌ ସିଦ୍ଧାନ୍ତ ଦାସ ହେଲେ ଏନ୍‌ଜିଟି ସଦସ୍ୟ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା ସିଦ୍ଧାନ୍ତ ଦାସ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବାର ଥିଲା। ୧୯୮୨ ବ୍ୟାଚ୍‌ର ଏହି ଆଇଏଫଏସ ଅଧିକାରୀ ଏବେ ବନ ମହାନିର୍ଦ୍ଦେଶକ ପଦ ସମେତ […]

  • Saturday, 10 July 2021