• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

2018_09_07_53245_1536304041._large
ପ୍ରବଳ ବର୍ଷା ସମ୍ଭାବନା: ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି  ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ଓ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଅପରାହ୍ମ ୪ଟା ୩୦ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ।

  • Saturday, 10 July 2021
jaga-kalia
ଓଡ଼ିଶା ଫେରିଲେ କଟକ ବଡ ଡାକ୍ତରଖାନାରେ ରହିବେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଜଗା କାଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି। ତେବେ ଦୁଇ ଶିଶୁ କେବେ ଦିଲ୍ଲୀରୁ ଫେରିବେ ଜଣା ପଡ଼ିନାହିଁ। ସପ୍ତାହକ ଭିତରେ ସେ ନେଇ ତାରିଖ ଘୋଷଣା ହେବ […]

  • Saturday, 10 July 2021
trafic
ଭାବିଚିନ୍ତି ଗାଡ଼ି ଚଲାନ୍ତୁ, ଏଣିକି ଭୁଲ୍‌ରେ ବି ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖ ଅର୍ଥାତ୍‌ ରବିବାରଠୁ ରାଜଧାନୀରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ ।  ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ ଧରିବ କମିଶନରେଟ୍ ପୁଲିସ୍।  ସେମାନଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯିବ।  ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ। ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭର ଟେକିଂ ଜୋନ୍’ ଘୋଷଣା […]

  • Saturday, 10 July 2021
trafic
ସେପ୍ଟେମ୍ବରରୁ ନୂଆ ଟ୍ରାଫିକ ନିୟମ: ଲାଇସେନ୍ସ ନଥିଲେ ୫ହଜାର ଜରିମାନା

ଭୁବନେଶ୍ୱର: ସାବଧାନ ! ଏଣିକି ଟ୍ରାଫିକ୍‌ ନିୟମ ହେବ କଡ଼ାକଡି । ଏହି ନିୟମ ନ ମାନିଲେ ଜରିମାନା ତ ନିଶ୍ଚୟ ଦେବାକୁ ପଡ଼ିବ । ହେଲେ କେତେ ଦେବାକୁ ପଡ଼ିବ ଜାଣିଲେ ହୋଶ ଉଡ଼ିଯିବ। କାରଣ ଜରିମାନା ପରିମାଣ ପୂର୍ବଠାରୁ କାହିଁ କେତେ ଗୁଣ ଅଧିକ।  ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଏହି ନୂଆ ଟ୍ରାଫିକ୍ ନିୟମ।   ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ପୂର୍ବରୁ […]

  • Saturday, 10 July 2021
asit
ମୁଖ୍ୟ ଶାସନ ସଚିବଙ୍କ ବୈଠକ: ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଓ ଦମନ ଓ ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବୈଠକ ଶେଷରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ମାଓ ଦମନ ରଣନୀତି ସଫଳ ହୋଇଛି । ମାଓ ପ୍ରବଣ ଜିଲ୍ଲା ୧୫ରୁ ଖସି ଏବେ ୫ରେ ପହଞ୍ଚିଛି । ଆଗକୁ ମଧ୍ୟ ମାଓ ଦମନ ନୀତି ଆହୁରି […]

  • Saturday, 10 July 2021
dead body
ଶବକୁ ଅସମ୍ମାନ: ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପୁଣି କାନ୍ଧରେ ବୁହାହେଲା

ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର  ମନହରିପଡ଼ାରେ। ସୂଚନାଅନୁସାରେ, ଆଜି ସକାଳେ  ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକେ ମୃତଦେହକୁ ମହାପ୍ରୟାଣ ଗାଡିରେ ନେବା ପାଇଁ ବହୁ ଚେଷ୍ଟା କରିଥିଲେ। ତେବେ […]

  • Saturday, 10 July 2021
fire
ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଥିପାଇଁ ନିର୍ଦ୍ଦେଶ ଜାରି କରିଛି ଗୃହ ବିଭାଗ।ନିର୍ଦ୍ଦିଷ୍ଟ ଅବଧି ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଲାଗୁ ନକଲେ କାର୍ଯ୍ୟାନୁଷ୍ଠାନର ଭୟ ବି ଦେଖାଇଛି। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମେତ ୧୦ଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ।  ଏଠି […]

  • Saturday, 10 July 2021
attack
ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ

ଜଳେଶ୍ୱର: ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ କଚୁଆପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତା ମରାମତିକୁ କେନ୍ଦ୍ର କରି ୨ ଭାଇଙ୍କୁ ପଡ଼ୋଶୀ କୋଦାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ଫେରାର ଅଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। […]

  • Saturday, 10 July 2021
gas leak
ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍

ବାଲେଶ୍ୱର: ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍। ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକ ସ୍ଥିତ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିଛନ୍ତି।  ତେବେ ଗ୍ୟାସ୍‌ ଲିକ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି।

  • Saturday, 10 July 2021
students
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟର ଅଧୀନରେ ଥିବା ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳିପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିବା ଜଣାପଡ଼ିଛି। ଚତୁର୍ଥ ସେମିଷ୍ଟାରର ପାଠ୍ୟକ୍ରମ ମାତ୍ର ୩୦ ପ୍ରତିଶତ ପଢ଼ା ଯାଇଥିଲେ ମଧ୍ୟ  ମେ’ ୪ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ କର୍ତ୍ତୃପକ୍ଷ ପରୀକ୍ଷା ସମୟରେ ପରିବର୍ତ୍ତନ କରିଥିବା […]

  • Saturday, 10 July 2021
representationl image
ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମ ପରେ ପୀଡିତାଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ରାଜନେତାଙ୍କ ସମ୍ପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା […]

  • Saturday, 10 July 2021
group clash
ଦୁଇ ଗୋଷ୍ଠୀ ମୁହାଁମୁହିଁଁ; ୧୦ରୁ ଅଧିକ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୁଣ୍ଠିରିବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଶୋଭାଯାତ୍ରାରେ ବର ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ସେମାନଙ୍କୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ୧୨ଜଣ ଆହତ ହୋଇ ଥିବା ବେଳେ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗତ ୫ବର୍ଷ ହେଲା ଗୁଣ୍ଠିରିବାଡ଼ି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଛି। ତେବେ ଗତ କିଛି ଦିନ ତଳେ […]

  • Saturday, 10 July 2021
bolangir
ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅନ୍ତର୍ଗତ ପୁଡ଼ାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଶିଶୁଟିର ମୃତ୍ୟୁ ଘଟିଛି। ତେବେ ଶିଶୁଟିର ଅଣ୍ଟା ତଳକୁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି। ଶିଶୁଟି ୩-୪ ଦିନର ବୋଲି ସୂଚନା ମିଳିଛି। ସୂଚନାଥାଉ କି, ୨୦୧୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ରାତିରେ କଟକ ଶିଶୁ ଭବନ ପରିସରରେ ଏଭଳି କିଛି ଦୃଶ୍ୟ […]

  • Saturday, 10 July 2021
accident
ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌; ଜଣେ ଶିଶୁ ମୃତ, ୨୦ଆହତ

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍‌କୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେବା ଫଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। […]

  • Saturday, 10 July 2021
brown sugar
ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନ୍‌ସୁଗର ଜବତ କରାଯାଇଥିବା ବେଳେ ଯାଜପୁରରୁ ମଧ୍ୟ ବ୍ରାଉନ୍‌ସୁଗର ଜବତ ହୋଇଛି। ଭୁବନେଶ୍ୱରର ହଳଦୀପଡ଼ିଆ ବସ୍ତିରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି କଟକ ଫ୍ଲାଇଂ ସ୍କ୍ୱାଡ୍‌ […]

  • Saturday, 10 July 2021
forest
ବନ ବିଭାଗ କାର୍ଯ୍ୟାଳୟରୁ ବନ୍ଧୁକ ଓ ମୋବାଇଲ୍‌ ଲୁଟି ନେଲେ ମାଓବାଦୀ

ନୟାଗଡ଼(ଆର୍ତ୍ତତ୍ରାଣ  ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବାଣୀଗୋଛା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର  ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ସଶସ୍ତ୍ର ମାଓବାଦୀମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶି ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି। ପୂର୍ବରୁ ୨୦୦୮ମସିହା […]

  • Saturday, 10 July 2021
summer
ରାଜ୍ୟରେ ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ଉପକୂଳ ଓଡ଼ିଶାବାସୀ ଛଟପଟ ହେଉଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ତେବେ ଉପକୂଳରେ ଖରା ସାମାନ୍ୟ କମିଛି। ସେହିପରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ଥଇଲା। ସେହିପରି […]

  • Saturday, 10 July 2021
ill
ମିଠା ଖାଇ ୧୨ଶିଶୁ ଅସୁସ୍ଥ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗାଁରେ ଗତକାଲି ରାତିରେ ମିଠା ଖାଇ ୧୨ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପିଲାମାନେ ୮ଦିନ ତଳର ମିଠା ଖାଇଥିଲେ। ବାସି ମିଠା ଖାଇଥିବାରୁ ସେମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।

  • Saturday, 10 July 2021
fire
ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ତିରୁଖା ଗାଁରେ ଥିବା ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଡ଼ା ଓ ବାସୁଦେବପୁରରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଶ୍ୟାମସୁନ୍ଦର ଦାସଙ୍କ ଏହି ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ଲାଷ୍ଟିକ୍‌ ସାମଗ୍ରୀ ସମେତ ମେସିନ୍‌ […]

  • Saturday, 10 July 2021
money-seize
କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍‌ ଏହି ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି କାର୍‌ରେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କୁ ଅଟକାଇଥିଲେ। ତେବେ ଚେକିଂ ବେଳେ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ସମ୍ପର୍କରେ […]

  • Saturday, 10 July 2021
pradeep
ଆଜି ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟ ଓ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତେବେ ମହାରଥୀଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ପୁଣି ଥରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ସୂଚନା […]

  • Saturday, 10 July 2021
pm narendra modi
‘ନବୀନ ବାବୁ ଆପଣ ବିଦା ହେଉଛନ୍ତି, ଆପଣଙ୍କ ଯିବା ନିଶ୍ଚିତ’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ନିର୍ବାଚନୀ ସଭାରେ ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ପ୍ରଧାନମନ୍ତ୍ରୀ  ମୋଦି […]

  • Saturday, 10 July 2021
pradeep
ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ

ପୁରୀ: ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ। ଫାର୍ମହାଉସ୍‌ରେ ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ ଓ SST ଟିମ୍‌କୁ ଆକ୍ରମଣ ଘଟଣାରେ ପିପିଲି ଥାନା ପୁଲିସ୍‌ ପ୍ରଦୀପ ମହାରଥୀଙ୍କୁ ଆଜି ଗିରଫ କରିଛି। ଗତକାଲି ରାତିରେ ମହାରଥୀଙ୍କ ଫାର୍ମହାଉସ୍‌ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା। ମହାରଥୀଙ୍କ ନାଁରେ ପୁଲିସ୍‌ ବହୁ ସଙ୍ଗୀନ ଦଫା ଲଗାଇଛି। ତାଙ୍କ ବିରୋଧରେ ଲାଗିଛି ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଏହାସହ ଦଫା ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ […]

  • Saturday, 10 July 2021
representational image
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡବାଗବର ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜେଶ ଜେନା। ସୂଚନା ଅନୁସାରେ, ରାଜେଶ ଆଜି ସକାଳେ ଘରକୁ ଫେରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ପଥରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Saturday, 10 July 2021
beer-seize
ବିଲରୁ ପେଟି ପେଟି ମଦ ଜବତ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ପୁରୀ ଅବକାରୀ ବିଭାଗ ଓ ବ୍ରହ୍ମପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ସବୁ ମଦ ଜବତ କରିଛି। ଗତକାଲି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି, ମାଲୁଦ ଗାଁରେ ଚଢ଼ାଉ କରାଯାଇ ଏହି ସବୁ ମଦ ଜବତ କରାଯାଇଛି। ଚଢ଼ାଉ ବେଳେ ବିଲ ଭିତରେ ପେଟି […]

  • Saturday, 10 July 2021