ଭୁବନେଶ୍ୱର: ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି। ଖଡ଼ଗପୁର-ଯାଜପୁର-କେନ୍ଦୁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ ଆରମ୍ଭ କରିଛି। ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତ୍ରା କରିଛି। ସେହିପରି ଗତକାଲି ପୁରୀରୁ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍କୁ ଗଞ୍ଜାମ ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍ ଟିମ୍କୁ ଗାଁ ଲୋକେ ପିଲା ଚୋର ଭାବି ଆକ୍ରମଣ କରିଥିବା ଜଣାପଡ଼ିଛି। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍ ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା। ତେଲଙ୍ଗାନାର ୧୦ ଜଣିଆ ପୁଲିସ୍ ଟିମ୍ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିଲା। […]
ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଛି। ଏହାର ପ୍ରତିବାଦରେ ହାଇକୋର୍ଟ ଆଇନଜୀବୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ ବାର ଆସୋସିଏସନ ଦୃଢ ନିନ୍ଦା କରିବା ସହ କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ଦାବି କରିଛି । କଲେଜିୟମ ବ୍ୟବସ୍ଥା ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ […]
ସମ୍ୱଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ନିକଟ ଡ୍ରେନ୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଟିକେଲାଲ୍ ଭୋଇ। ତାଙ୍କ ଘର ମୋତିଝରଣ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ତିନି ଦିନ ହେବ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ଧନୁପାଲି ଥାନାରେ ଏତଲା ଦେଇଥିଲେ। ଆଜି ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ, ପରିବାର ଲୋକଙ୍କ ଏତଲାକୁ ନେଇ ଧନୁପାଲି ପୁଲିସ୍ […]
ଭୁବନେଶ୍ୱର: ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ । ଦିନ ସାଢେ ଗୋଟାଏରେ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ନୟାଗଡ଼ ଅଭିମୁଖେ ଯିବ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ପ୍ରତିଦିନ ଏହି ଟ୍ରେନ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ିବ ଏବଂ ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବ I ସେହିପରି ନୟାଗଡ଼ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି ଗତ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଞ୍ଚପଡ଼ା ଗାଁରୁ ମିଳିଛି ଏକ ବିରଳ ସାପ। ଏହାର ଲମ୍ବ ପାଖାପାଖି ୩ଫୁଟ ହୋଇଥିବା ବେଳେ ଏହାର ରଙ୍ଗ ଧଳା। ସାପଟିର ସଠିକ ନାଁ ଜଣାପଡିନଥିବା ବେଳେ ଏହା ଅଷ୍ଟ୍ରେଲିଆନ୍ ହ୍ୱାଇଟ୍ ସ୍ନେକ୍ ବୋଲି କୁହାଯାଉଛି । ରବିବାର ଗାଁର ଯୋଗେଶ ଦାସଙ୍କ ବାଡ଼ିରେ ସାପଟି ଦେଖିବାକୁ ମିଳିଥିଲା ଯୋଗେଶ କୌଶଳ କ୍ରମେ ଏହି ସାପଟିକୁ କାବୁ କରିଥିଲେ। ସାପଟିର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ […]
ବ୍ରହ୍ମଗିରି: ମହିଳାଜଣକ ଗାଧୋଇବାକୁ ନଦୀକୁ ଯାଉଥିଲେ। ବ୍ରିଜ୍ ତଳେ ଦେଖିଲେ ଡବାଟିଏ ପଡ଼ିଥିବା ଦେଖି ଉଠେଇ ଘରକୁ ନେଇ ଆସିଥିଲେ। ଘରେ ଖୋଲିବା ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ଆଜି ସକାଳେ ଧର୍ମକୀର୍ତ୍ତି ଗାଁ ନିକଟ ବ୍ରିଜ ତଳେ ଗଛମୂଳେ ଏକ ଡବା ପଡିଥିଲା। ଗାଁର ଜଣେ ମହିଳା ଗାଧୋଇ ଯାଉଥିବାବେଳେ ଡବାଟିକୁ ଘରକୁ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ଡବା ଭିତରେ କଣ ଅଛି […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଥିଲା। ବଲାଙ୍ଗିରର ତାପମାତ୍ରା ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୬ ଡିଗ୍ରୀ ଥିଲା।
ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି। ମୃତାହତଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବାଲେଶ୍ୱର ପଟୁ ତିନି ଜଣ ଯୁବକ ସ୍କୁଟିରେ ବୈଶିଙ୍ଗା ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ୍ ଦେଖିଥିଲେ। ତେବେ ଆଜି ଭୋର ସମୟରେ ସେମାନେ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ […]
ବଲାଙ୍ଗିର: ସାବଧାନ ! କଲୋନୀରେ ବୁଲୁଛି କଲରାପତରିଆ ବାଘ ! ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ଦେଖା ଦେଇଛି ଏମିତି ଆତଙ୍କ। ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଲୋନୀରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଫଳରେ କଲୋନୀବାସୀ ଭୟଭୀତ ଅବସ୍ଥାରେ ଥିଲେ। ଗତକାଲି କଲୋନୀର ଟାଇପ୍ ୨୪ ଫେଜ୍ ନିକଟରେ ପୁଣି କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିଥିଲେ। କ୍ୟାମେରାରେ ମଧ୍ୟ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଛି । […]
କେନ୍ଦୁଝର: ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ 5-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ଡାକ୍ତରଖାନା ଭିତରେ ପଶି ଯାଇଥିଲା, ରୋଗୀ ଅପରିଷ୍କାର ପରିବେଶରେ ରହିଥିଲେ, ଡାକ୍ତରମାନେ ପାଣିଘେରରେ ଦୀର୍ଘ ସମୟ ଫସି ରହିଥିଲେ। ହେଲେ ଏସବୁ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ୬ଦିନ ପରେ ରାଜଧାନୀରେ ବିଜୁଳି ମରାମତି କାମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକ ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରଥମେ ୩୩ କେଭି ଓ ପରେ ୧୧ କେଭି ତାରକୁ ସଜଡ଼ା ଯାଇଛି। ଏହାସହ ଗତକାଲି ସୁଦ୍ଧା ରାଜଧାନୀର ବହୁ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ରସୁଲଗଡ଼, କଳ୍ପନା, ପୁରୀ ରୋଡ୍, ଲକ୍ଷ୍ମୀସାଗର, ଜନପଥ, ମାର୍କେଟ ବିଲ୍ଡିଂ, ସୂଚନା ଭବନ, ୟୁନିଟ୍-୬, ଗଙ୍ଗନଗର, ମଧୁସୂଦନ […]
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି । ମାସେ ଧରି ଏହି ବ୍ରତ ପାଳନ କରିବେ। ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି ରାଇଦାମୋଦର ପୂଜା କରିଛନ୍ତି। ପୂଜା ସାରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ହବିଷ୍ୟାଳିଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ଜଣାପଡ଼ିଛି। ଗତକାଲି ରାତିରେ କଟକ ଓ ଭୁବନେଶ୍ୱରରେ କିଛି ଜାଗାରେ ବିଦ୍ୟୁତ୍ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ […]
କଟକ: ବାତ୍ୟା ‘ଫୋନି’ ତାଣ୍ଡବରୁ ବାଦ୍ ପଡ଼ିନି କ୍ରୀଡା ଭିତ୍ତିଭୂମି। ‘ଫୋନି’ ପ୍ରଭାବରେ କଟକର ବାରବାଟୀ ଷ୍ଟାଡିୟମ୍ ଛାରଖାର ହୋଇଯାଇଥିବା ବେଳେ ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମ୍ର ଭିଆଇପି ଗ୍ୟାଲେରି ସହ ସଧାରଣ ଗ୍ୟାଲେରି ଉପରେ ଥିବା ଟିଣ ଏବଂ ପ୍ଳାଷ୍ଟିକ୍ ଛାତ ଉଡ଼ି ଯାଇଛି। ପ୍ରେସ୍ ଗ୍ୟାଲେରି, କନ୍ଫରେନ୍ସ ହାଉସ୍, ଡ୍ରେସିଂ ରୁମ୍ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଏହାସହ ଷ୍ଟାଡିୟମ୍ ପରିସରରେ ଲାଗିଥିବା ଫ୍ଲଡ୍ ଲାଇଟ୍ ମଧ୍ୟ […]
ନୟାଗଡ଼: ରାସ୍ତା ପାଇଁ ଘର ଭାଙ୍ଗିବାକୁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗାଁରୁ ଏଭିଳ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିନୋଦପଡା ଗାଁର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର କିଛି ଦିନ ତଳେ ଘର ନିର୍ମାଣ କରିଥିଲେ। ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ତାଙ୍କ ଘର ଭାଙ୍ଗି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ। ଏହା ଜାଣିବା ପରେ ରାଜକିଶୋରଙ୍କ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ବିନା ଏସିରେ ଶୋଇପାରୁ ନ ଥିବା ଲୋକେ ଏବେ ବିନା ଲାଇଟ୍ରେ ଚଳୁଛନ୍ତି। ସବୁ ଅଲୋଡା ଜିନିଷ ଏବେ ଭାରି ଦରକାରୀ ଲାଗୁଛି। କେବଳ ଦୀପାବଳି, ଦଶହରାରେ ଖୋଜା ପଡୁଥିବା ଏଲ୍ଇଡି ଲାଇଟ ଏବେ ଯେମିତି ଦୟନୀୟ ଜୀବନକୁ ଅଲୋକିତ କରୁଛି। ତାଳପତ୍ର ବିଞ୍ଚଣାଟି ହାତରେ ଥରେ ବୁଲିଗଲେ ପାଟିରୁ […]
ସୁନ୍ଦରଗଡ଼/ରାଉରକେଲା : କର୍ତ୍ତବ୍ୟରେ ଅବହେଳା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ ଓ […]
ଭଞ୍ଜନଗର: ଜୁଇରୁ ଜୀଇଁଲା ଶବ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ। ଗାଁରୁ ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ବୋଲି ଭାବି ପରିବାର ଲୋକେ ତାଙ୍କୁ ଶ୍ମଶାନକୁ ନେଇଥିଲେ। ଜୁଇରେ ଶୁଆଇ ଦେଇଥିଲେ । ମୁଖାଗ୍ନି ଦେବାକୁ ଯାଉଥିଲେ। ଆଉ ତା ପରେ ଘଟିଲା ଅଭାବନୀୟ ଘଟଣା। ଜୁଇରୁ ଜୀବନ ଫେରି ପାଇଲେ ସୀମାଞ୍ଚଳ। ଘଟଣା ଏହିପରି। ଗତକାଲି ସକାଳେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଟେଲିକମ୍ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୋବାଇଲ ଫୋନ୍ ଗ୍ରାହକ ସେମାନଙ୍କ ଫୋନ୍ର ସେଟିଂକୁ ଯାଇ ଏହି ସେବା ପାଇପାରିବେ। ସେଟିଂକୁ ଯାଇ ମୋବାଇଲ ନେଟ୍ଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ୍କୁ ଆକ୍ଟିଭେଟ୍ […]
କଟକ: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଆଜି ପୁଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ହୋଇଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଜିତୁ ପାଖରୁ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଦୁର୍ଦ୍ଦାନ୍ତ ଜିତୁ ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଜିତୁ ନିକଟସ୍ଥ […]
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ । ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର୍ ଏବଂ ୧୯୮୧ରୁ ୮୫ […]
ନାରାୟଣପାଟଣା: ରୋଜଗାର କରିବେ, ପରିବାର ଲୋକଙ୍କୁ ଭଲରେ ରଖିବେ..ଏଇ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁର୍ଘଟଣାରେ ପ୍ରାଣ ହରାଇଲେ ସନ୍ତୋଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତରେ। ବାରୀ ଗ୍ରାମର ଆଦିବାସୀ ଯୁବକ ସନ୍ତୋଷ (୨୫ ବର୍ଷ) ଗାଁର ଅନ୍ୟମାନଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ କାକିନାଡ଼ାର ଏକ କାରଖାନାରେ କାମ କରୁଥିଲେ। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ। ଯୁବକ ଜଣକ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅବକାଶ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରୀ କରୁଥିଲେ। ଭିଏସଏସ ନଗରରେ ରହୁଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ସହିଦନଗର ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ପିଟି ପିଟି ହତ୍ୟା କରାଯାଇଥିବା ପରିବାରଲୋକେ ସହିଦ ନଗର ଥାନାରେ […]