• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

facebook-1
ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମାଗିଲେ ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ମଗାଯାଉଛି ଲାଞ୍ଚ  । ଏପରି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜ ଫେସବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ  ରଖିଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ କରି ଟଙ୍କା, ବିଭିନ୍ନ ଦାମୀ ଉପହାର ସହ ମୋବାଇଲ୍ ମାଗୁଥିବା ଅଭିଯୋଗ ହୋଇଆସୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ […]

  • Saturday, 10 July 2021
34343434
ଲେବର ରୁମ୍‌ରୁ ଫେରାଇ ଦେଲେ ଡାକ୍ତର, ଫୁଟ୍‌ପାଥରେ ପ୍ରସବ

ଭୁବନେଶ୍ୱର: ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଆଣିଛନ୍ତି 5-T । ହେଲେ ଏହି 5-T କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ଦେଖିବା ପାଇଁ  ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀ ରାଜ୍ୟ ସାରା ବୁଲୁଛନ୍ତି। ବିଭିନ୍ନ ଜିଲ୍ଲା ହସ୍ପିଟାଲ ବୁଲି ସ୍ୱାସ୍ଥ୍ୟସେବା କିପରି ଚାଲିଛି ଦେଖିଥିଲେ। ରୋଗୀଙ୍କ ସହ କଥା ହୋଇଥିଲେ। ହେଲେ ଏପଟେ ଖୋଦ୍ ରାଜଧାନୀରେ କିନ୍ତୁ ମୋ ସରକାର କାର୍ଯ୍ୟକ୍ରମକୁ ଅଣଦେଖା । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗରିବ […]

  • Saturday, 10 July 2021
556656575
ସାବାସ୍‌ ସାଙ୍ଗ! ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲା ଜୀବନ

କେନ୍ଦ୍ରାପଡ଼ା: ୟାକୁ କହନ୍ତି ସାଙ୍ଗ । ଛୋଟ ପିଲାଟିଏ, ତଥାପି ଯେମିତି ବୁଝିଛି ସାଙ୍ଗର ମୂଲ୍ୟ, ଭଲପାଇବା, ସାଙ୍ଗ ପ୍ରତି କର୍ତ୍ତବ୍ୟବୋଧ। ସେଥିପାଇଁ ତ ମୃତ୍ୟୁକୁ ଭୟ ନ କରି ବୁଡ଼ି ଯାଉଥିବା ସାଙ୍ଗକୁ ଉତ୍ତାଳ ସମୁଦ୍ର ଭିତରୁ ଟାଣି ଆଣିଥିଲା। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳର।  ନିକଟରେ ଥିବା ସମୁଦ୍ରରେ ଗାଧୋଇବା ପାଇଁ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ଯାଇଥିଲେ।  ମନଖୁସିରେ ଗାଧୋଉଥିବାବେଳେ ହଠାତ୍‌ ମାଡ଼ି ଆସିଲା ସମୁଦ୍ରର ଉତ୍ତାଳ ତରଙ୍ଗ […]

  • Saturday, 10 July 2021
4353435
ଅନ୍‌ଲାଇନ୍‌ ସପିଂ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଗାଏବ ହୋଇପାରେ ଟଙ୍କା

ରାଉରକେଲା: ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି କି ? ସାବଧାନ, ଏମିତି ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ରାଉରକେଲା ବିଶ୍ରା ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ଅନଲାଇନ ଲୁଟେରା ଲୁଟିନେଇଛନ୍ତି ୫୦ ହଜାର ଟଙ୍କା।   ଡିଟିଡିସି କୋରିଅର କମ୍ପାନୀ ନାଁରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।   ୟୁପିଆଇ ଆଇଡି ମାଧ୍ୟମରେ ପେଟିଏମ ଆକାଉଣ୍ଟରୁ ଲୁଟ୍ ହୋଇଥିବା ମହିଳା ଜଣକ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି । […]

  • Saturday, 10 July 2021
electric
‘ଫୋନି’ ତାଣ୍ଡବ: ବିଦ୍ୟୁତ୍‌ ସେବା ପ୍ରଭାବିତ, କଟକର ୨ଟି ଗ୍ରୀଡକୁ ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକ ସହରରେ ବିଦ୍ୟୁତ୍‌ ସେବା ବିଶେଷ ଭାବେ ପୂରା ଠପ୍ ହୋଇଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଯିବା ସହ ଓ ତାର ଗୁଡ଼ିକ ଛିଣ୍ଡି ଯିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ, ବିଦ୍ୟୁତ୍‌ ଯୋଗାଉଥିବା ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ୍ ଲୋଡ୍ ଡେସ୍‌ପାଚ୍ ସେଣ୍ଟରର ସୂଚନା […]

  • Saturday, 10 July 2021
546454566
ଆକାଂକ୍ଷୀ ଜିଲ୍ଲା ଯୋଜନା: ଆକ୍ସନ ପ୍ଲାନର ତଦାରଖ କରିବ କମିଟି

ଭୁବନେଶ୍ୱର: ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ  ସରକାର ତତ୍ପରତା ପ୍ରକାଶ କରିଛନ୍ତି।  ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଆକ୍ସନ ପ୍ଲାନ ଠିକ ଭାବେ କାମ କରୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ଗଠନ ହୋଇଛି ଏକ ରାଜ୍ୟସ୍ତରୀୟ କମିଟି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ମୋଟ ୧୧୫ଟି ପଛୁଆ […]

  • Saturday, 10 July 2021
petrol
ପେଟ୍ରୋଲ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ର ତାଣ୍ଡବ ପୁରୀରେ ଅଧିକ ଦେଖିବାକୁ ମିଳିଛି। ଦୁଇ ଦିନ ପରେ ଏଠାରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ଏଠାରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିବା ଯୋଗୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଫଳରେ ଖୋଲାରେ ପେଟ୍ରୋଲ ବିକ୍ରି ହେଉଥିବା ପେଟ୍ରୋଲ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପେଟ୍ରୋଲ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ୁଛି। ବିଭିନ୍ନ ସ୍ଥାନକୁ ଯିବାକୁ ଚାହୁଁଥିବା ଲୋକମାନେ […]

  • Saturday, 10 July 2021
killed
ରାଜଧାନୀରେ ‘ଫୋନି’ ନେଲା ୫ ଜୀବନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ରାଜଧାନୀ ଭୁବନେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ ଭୁବନେଶ୍ୱର ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ , ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ତେବେ ସହିଦ ନଗର କାଳୀ ମନ୍ଦିର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଟଣୀ ଅଞ୍ଚଳରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏମାନଙ୍କର ପରିଚୟ ମିଳିପାରି ନାହିଁ। ଏହି ୫ […]

  • Saturday, 10 July 2021
kalinga stadium
‘ଫୋନି’ ପ୍ରଭାବରେ ବଦଳି ଯାଇଛି କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍‌ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ ହକି ସିରିଜ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।

  • Saturday, 10 July 2021
railway
ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ଲାଗି ସପ୍ତାହେ ଲାଗିପାରେ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ଟ୍ରେନ୍‌ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ସିଗ୍‌ନାଲିଂ ସିଷ୍ଟମ, ଅନେକ  ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ପ୍ଲାଟଫର୍ମ ସେଡ୍‌ର ୬୦ ପ୍ରତିଶତ ଛାତ ସମେତ ଫୁଟ୍‌ ଓଭର ବ୍ରିଜ୍‌ କଭର ସିଟ୍ […]

  • Saturday, 10 July 2021
representational image
‘ଫୋନି’ ତାଣ୍ଡବ: ପୁରୀରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି। ମୃତକ ମାନେ କେଉଁ ଅଞ୍ଚଳର, କେଉଁଭଳି ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ଯଦି ମିଶାଯାଏ, ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ […]

  • Saturday, 10 July 2021
pm modi
ମୋଦି ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଭଳି ବିପତ୍ତି ବେଳେ ସାରା ଦେଶ ପ୍ରଭାବିତଙ୍କ ସହିତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ […]

  • Saturday, 10 July 2021
exam
ବିପିୟୁଟି ସେମିଷ୍ଟାର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ କ୍ଷତିଗ୍ରସ୍ତ ହେବା ଯୋଗୁ ବିପିୟୁଟି ପକ୍ଷରୁ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୮, ୯, ୧୦, ଓ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା ପରବର୍ତ୍ତୀ କେତେ ତାରିଖରେ ହେବ ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

  • Saturday, 10 July 2021
tree cutting
‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଚାଲିଛି ପ୍ରୟାସ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଛି। ଖାସ୍ କରି ପ୍ରଭାବିତ ଲୋକଙ୍କ ପାଖରେ ପ୍ରାଥମିକତା ଭିତ୍ତିରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ  ଭାବେ କାମର ତଦାରଖ କରୁଛନ୍ତି। ତା’ ସହିତ ଉପୁଡ଼ି ପଡ଼ିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ରାସ୍ତା […]

  • Saturday, 10 July 2021
Representational image
ଲିଫ୍ଟ ନାଁରେ ଲୁଟିନେଲେ

ଢେଙ୍କାନାଳ: ଲିଫ୍ଟ ଦେବେ ବୋଲି କହି ଡାକିଲେ। କାର୍‌ରେ ବସାଇଲେ। ହେଲେ ନିଶାଦ୍ରବ୍ୟ ଦେଇ ତାଙ୍କଠାରୁ ଯାହାଥିଲା ସବୁ ଲୁଟି ନେଇ ଚାଲିଗଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗାଁର ପ୍ରଫୁଲ ବେହେରା ତାଙ୍କ ପୁଅକୁ ଦେଖା କରିବା ପାଇଁ ଭୁବନେଶ୍ୱର ଯାଇଥିଲେ।  ଆଜି ଭୁବନେଶ୍ୱରରୁ ଫେରି ଗାଁକୁ ଯିବା ପାଇଁ କଟକ ବାଦାମବାଡ଼ିରେ ଓହ୍ଲାଇଥିଲେ । ସେଠାରେ ଢେଙ୍କାନାଳ ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ […]

  • Saturday, 10 July 2021
vegetable market
‘ଫୋନି’ ପାଇଁ ପରିବା ବଜାରରେ ମହଙ୍ଗା ମାଡ଼

ଭୁବନେଶ୍ୱର: ‘ଫୋନି’ ପାଇଁ ପରିବା ବଜାରରେ ମହଙ୍ଗା ମାଡ଼। ବଜାରରେ ଆଳୁ ଓ ଟମାଟୋ ଦର ବୃଦ୍ଧି ହୋଇଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ  ବଜାରରେ ପରିବା ଦର ବଢୁଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବସାୟୀମାନେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ଗ୍ରାହକ କହିଛନ୍ତି। ଅନ୍ୟପକ୍ଷେ, ଷ୍ଟକ୍ ନଥିବାରୁ ପରିବା ଦର ବଢିଥିବା ବ୍ୟବସାୟୀ କହିଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ପୁରୀରୁ […]

  • Saturday, 10 July 2021
fani
ପୁରୀରୁ ୩୬୦ କିଲୋମିଟର ଦୂରରେ ‘ଫୋନି’

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀରୁ ୩୬୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ପରେ ଯେକୌଣସି ସମୟରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ସୂଚନା ମିଳିଛି। ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର  ରହିବ। ବେଳେ ବେଳେ ଏହା ୨୦୦ କିଲୋମିଟରକୁ ମଧ୍ୟ ଛୁଇଁପାରେ। ଏହାକୁ ମୁକାବିଲା କରିବା […]

  • Saturday, 10 July 2021
evacuate
ପାଖେଇ ଆସିଲାଣି ‘ଫୋନି’: ସୁରକ୍ଷିତ ଆଶ୍ରୟସ୍ଥଳକୁ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ଉପକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଆଜି  ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର ସରିଲାଣି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବାକୁ ଯୋଜନା ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ  ଆଜି […]

  • Saturday, 10 July 2021
rain-1
‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ‘ଫୋନି’ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ […]

  • Saturday, 10 July 2021
ndrf
ମାଡ଼ି ଆସୁଛି ‘ଫୋନି’: ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଅଛନ୍ତି। ପାଟନାରୁ ଏନ୍‌ଡିଆର୍‌ଏଫ୍‌ର ୪୦ ଜଣିଆ ଟିମ୍ କେନ୍ଦୁଝରରେ ପହଞ୍ଚିବା ପରେ ଆନନ୍ଦପୁର ଅଭିମୁଖେ ଗସ୍ତ କରିଛନ୍ତି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ସାମୁଦ୍ରିକ ଝଡ଼କୁ ମୁକାବିଲା କରିବା ପାଇଁ ଗଜପତିରେ ଏନ୍‌ଡିଆର୍‌ଏଫ୍‌ ଗୋଟିଏ ଟିମ୍‌ ଓ ଓଡ୍ରାଫ୍ର ଗୋଟିଏ ଟିମ୍ […]

  • Saturday, 10 July 2021
tree 1
ମାଡ଼ି ଆସୁଛି ‘ଫୋନି’: ଘର ପାଖରେ ବଡ଼ ଗଛ ଥିଲେ ଅଧିକ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିପାରେ। ଏହାଦ୍ୱାରା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଥିବା ସମସ୍ତ ପ୍ରକାର ମାଟି ଘର, ପୁରୁଣା ପକ୍କା ଘର କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ଯୋଗାଯୋଗ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବହୁ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗରେ ବାଧା ସୃଷ୍ଟି ହୋଇପାରେ। ଚାଷ ଓ ପନିପରିବା ନଷ୍ଟ ମଧ୍ୟ ହୋଇପାରେ। […]

  • Saturday, 10 July 2021
4454545
ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଲେ ପୂଜକ

ଖୋର୍ଦ୍ଧା: ସୋଶାଲ ମିଡିଆରେ ଘୁରି ବୁଲୁଛି ଅଜବ ଦୃଶ୍ୟ।  ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ । ଏହି ଭିଡିଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନ ଗାଡ଼ି ପୂଜା ହେଉଥିଲା।  ଡ୍ରାଇଭର ଓ ଗାଡ଼ି ମାଲିକ ଗାଡି ରଖି ପଡ଼ିଆରେ ବସିଥିଲେ। ପୂଜକ ରାମଚନ୍ଦ୍ର ସାମନ୍ତରାୟ ଗାଡ଼ି ପୂଜା କରିଥିଲେ। ପୂଜା ସରିବା ପରେ ପୂଜକ ଗାଡ଼ି ମାଲିକ […]

  • Saturday, 10 July 2021
fani 1
ବାତ୍ୟା ପୂର୍ବରୁ ଓ ପରେ କ’ଣ କରିବେ, ପଢ଼ନ୍ତୁ

ଭୁବନେଶ୍ୱର: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜାଣନ୍ତୁ ବାତ୍ୟା ପୂର୍ବରୁ କ’ଣ କରିବେ? ବାତ୍ୟା ସମୟରେ […]

  • Saturday, 10 July 2021
fani
ଆସୁଛି ‘ଫୋନି’: ଜୋରରେ ପବନ ବହିବ, ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୋରରେ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।  ଆଜି ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବା ବେଳେ ଏହା ୬୦ କି.ମି.କୁ ମଧ୍ୟ ଛୁଇଁପାରେ। ସେହିପରି ଆଜି ରାତିରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ଓ ବେଳେ […]

  • Saturday, 10 July 2021
22222
ବିଦା ହେଲେ ଦୁର୍ନୀତିଗ୍ରସ୍ତ ଅଫିସର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ସରକାର।  ଦୁର୍ନୀତି ଅଭିଯୋଗ ଆସିଥିବା OFS ଅଧିକାରୀ  ତଥାପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର  ଦିଆଯାଇଛି  । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ସୁଧାଂଶୁ ମିଶ୍ର ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା। ଚଢାଉ ବେଳେ ସାଢେ ୫ କୋଟି ଟଙ୍କାର ଅଧିକ ମୂଲ୍ୟର […]

  • Saturday, 10 July 2021