• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mla
କନିଷ୍ଠ ଯନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ: ବିଧାୟକଙ୍କ ନିର୍ଦ୍ଦେଶରେ ଚାପୁଡ଼ା ମାରିଥିଲେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗିର: ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କରାଯିବା ପରେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।  ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ଚାପୁଡ଼ା ମାରିଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ କାନ୍ଦିକାନ୍ଦି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ‘ଘଟଣାସ୍ଥଳରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠ୍‌ବସ୍‌ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଦେଖି ସେତେବେଳେ ମୁଁ କିଛି କହିପାରିନଥିଲି’। […]

  • Saturday, 10 July 2021
cloudy
୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିଛି। ଏଥିସହ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୮ ରୁ ୯ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର […]

  • Saturday, 10 July 2021
bolangir
ଉଦ୍ଧାର ହେଲେ ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର: ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କରାଯାଇଛି। ନୂଆପଡ଼ା ଜିଲ୍ଲା ଖରିଆରରୁ ଉଦ୍ଧାର କରି ତାଙ୍କୁ ଘରେ ଛାଡ଼ିଥିବା ନେଇ ପାଟଣାଗଡ ପୁଲିସ୍‌ ସୂଚନା ଦେଇଛି। ନିମ୍ନମାନର ରାସ୍ତା କାମ ଯୋଗୁଁ  ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇଥିଲେ। ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଏତଲା […]

  • Saturday, 10 July 2021
rain
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦେଇଛି। ଏହି ସବୁ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ […]

  • Saturday, 10 July 2021
cruise
ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍

ଭୁବନେଶ୍ୱର: ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍। ଏଥିସହ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ମଧ୍ୟ ନେଇ ପାରିବେ ଚିଲିକାକୁ ଆସୁଥିବା ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍‌ମେଣ୍ଟ୍‌(ଆଇସିଜେଡ୍ଏମ୍‌ପି) ଦ୍ୱାରା ନିଯୁକ୍ତ କନ୍‌ସଲଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର […]

  • Saturday, 10 July 2021
bus accident
ଓଲଟିଲା ଯାତ୍ରୀବାହୀ ବସ୍‌

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟସ୍ଥ କାଉଗୁଣ୍ଠା ଗାଁ ଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ‘ନଡ଼ିଆରାଣୀ’ ବସ୍‌ ଓଲଟି ପଡ଼ିବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍‌ କଣ୍ଡକ୍ଟର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଆଠଗଡ଼ରେ ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପଟାଙ୍ଗି ସ୍ୱାସ୍ଥ୍ୟ […]

  • Saturday, 10 July 2021
crocodile
କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

ଭୁବନେଶ୍ୱର: ଜନ୍ତୁ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗର ନୂଆ ଯୋଜନା। ଏଣିକି କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ। ରାଜ୍ୟରେ ପ୍ରଥମ ଥର ପାଇଁ କୁମ୍ଭୀରଙ୍କ ଦେହରେ ଲଗାଯିବ ରେଡିଓ କୋଲାର। ସାତକୋଶିଆର ଟିକରପଡ଼ାରେ ଚଳିତମାସ ଏହି କାର୍ଯ୍ୟର ଶୁଭାରମ୍ଭ କରାଯିବ। ପୂର୍ବରୁ ମଧ୍ୟପ୍ରଦେଶର ଚମ୍ବଲରେ କୁମ୍ଭୀରଙ୍କ ଦେହରେ ଏଭଳି ରେଡିଓ କଲାର ଲଗାଯାଇଛି। ସେଠାକାର ବିଶେଷଜ୍ଞଙ୍କ ସହାୟତାରେ ଓଡ଼ିଶାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ […]

  • Saturday, 10 July 2021
jajpur
ଥାନା ସାମ୍ନାରୁ ସାଢ଼େ ୩ ଲକ୍ଷ ଲୁଟ୍‌

ଯାଜପୁର: ଥାନା ସାମ୍ନାରୁ ଲୁଟ୍‌। ଯାଜପୁର ଥାନା ଆଗରେ ଥିବା ଏକ ବାଇକ୍ ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଥାନାକୁ ନିଜ ପାସ୍‌ପୋର୍ଟ କଥା ବୁଝିବାକୁ ଆସିଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝିଅ ବାହାଘର ପାଇଁ ଜଣେ ବ୍ୟକ୍ତି ଯାଜପୁର SBIରୁ ଟଙ୍କା ଉଠାଇ ଥିଲେ। ସେ ସେହି ଟଙ୍କାଙ୍କୁ ବାଇକ୍‌ ଡିକିରେ ରଖି ଥାନାକୁ ପାସ୍‌ପୋର୍ଟ କଥା ବୁଝିବାକୁ ଯାଇଥିଲେ। ତେବେ ଏହି […]

  • Saturday, 10 July 2021
samir das
ମାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

କଟକ: ମାଟ୍ରିକ୍ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ […]

  • Saturday, 10 July 2021
shivsena
ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭାରେ ଉପବାଚସ୍ପତି ପଦବୀକୁ ନେଇ ବଢ଼ିଲା ରେସ୍। ବିଜେଡି ପ୍ରାର୍ଥୀଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ବିଜେଡିକୁ ଏହି ପଦବୀ କିପରି ମିଳିବ ବୋଲି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ନିର୍ବାଚନ ଲଢ଼ିଛି। ତେଣୁ ବିଜେଡିକୁ ଏହି ପଦବୀ ମିଳିବ ନାହିଁ। ଖାଲି ଏତିକି ନୁହେଁ, ଲୋକସଭାର ଉପବାଚସ୍ପତି ପଦବୀ କେବଳ ଶିବସେନାର। ଏହା ତାଙ୍କର ଦାବି ନୁହେଁ ଅଧିକାର। କାରଣ […]

  • Saturday, 10 July 2021
balangir
ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଉଠ୍‌ବସ୍ କରାଇଲେ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗିର: ବିଧାୟକଙ୍କ କଙ୍ଗାରୁ କୋର୍ଟ! ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ। ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍‌ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ଶହେ ଥର ଉଠ୍‌ବସ୍ ହେବାକୁ କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀ ବିଧାୟକଙ୍କ କଥା ମାନି ଉଠ୍‌ବସ୍ ମଧ୍ୟ ହେଉଛନ୍ତି। ପୁଣି […]

  • Saturday, 10 July 2021
accident
ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୨ ମୃତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୁନାଖଳା ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ବୋଲେରୋ ସୁନାଖଳା ଛକରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

  • Saturday, 10 July 2021
students
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି । ଏଥର ୨ ହଜାର ୪୧ଟି ଜୁନିଅର୍‌ କଲେଜ ପାଇଁ ୪ ଲକ୍ଷ ୫୧ ହଜାର ସିଟ୍‌ ରହିଛି। ଚଳିତ ବର୍ଷ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଜାଣନ୍ତୁ ଯୁକ୍ତ ୨ରେ […]

  • Saturday, 10 July 2021
harshabardhan
‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା, ଦିଲ୍ଲୀ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଦେଶର ସମସ୍ତ ପ୍ରକାର ଲୋକଙ୍କ ପାଖରେ ଏଭଳି ଯୋଜନା ପହଞ୍ଚିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ, ଦେଶର ୧୦ କୋଟି ୭୪ ଲକ୍ଷ ପରିବାର ଉପକୃତ ହୋଇପାରିବେ। ଏହି ଯୋଜନାରେ ପ୍ରତି ପରିବାରକୁ […]

  • Saturday, 10 July 2021
stray dogs
ମୃତ ଶିଶୁ କନ୍ୟାର ଗୋଡ଼ ନେଇ ପଳାଇଲା କୁକୁର

ସୋର(ଶଶିକାନ୍ତ ବେହେରା): ମୃତ ଶିଶୁ କନ୍ୟାକୁ ଡାକ୍ତରଖାନାରୁ ଝାମ୍ପି ନେଇ ଝୁଣି ଖାଇଲା କୁକୁର।  ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଡାକ୍ତରଖାନାରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ  କୁକୁରଟି ଶିଶୁ କନ୍ୟାର ମୃତଦେହ ଖାଉଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ କୁକୁରକୁ ଗୋଡ଼ାଇବାରୁ କୁକୁରଟି ଶିଶୁ କନ୍ୟାର ଗୋଡ଼ ନେଇ ପଳାଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏବଂ ଡାକ୍ତରଖାନାର କର୍ମଚାରୀମାନେ […]

  • Saturday, 10 July 2021
arrest
ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ। ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରୁ  ଜଣେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ କେରଳରୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନାଁ ବିଜୟ କୁମାର ବେହେରା। ତା’ର ଘର ଦେଉଳି ଗାଁରେ। ଗତ ମାସରେ ଅଭିଯୁକ୍ତ ବିଜୟ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ସୂଚନା […]

  • Saturday, 10 July 2021
elephant
ମହିଳାଙ୍କୁ ଦଳି ଦେଲା ହାତୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ। ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

  • Saturday, 10 July 2021
rain
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ପବନ ମଧ୍ୟ ବହିବ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଆସନ୍ତା […]

  • Saturday, 10 July 2021
heavy rainfall
ଓଡ଼ିଶାରେ ଡେରି ହୋଇପାରେ ମୌସୁମୀ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଓଡ଼ିଶାରେ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବ। ଆସନ୍ତା ୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢ଼ୁଛି। ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ପ୍ରାକ୍-ମୌସୁମୀ ଜନିତ […]

  • Saturday, 10 July 2021
result 11
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ: ଗତବର୍ଷ ତୁଳନାରେ କମିଲା ପାସ୍‌ ହାର

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଚଳିତ ବର୍ଷ ୨୦, ୮୦୬ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ୪୦, […]

  • Saturday, 10 July 2021
lightning
୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି କନ୍ଧମାଳ, ଗଜପତି ଏବଂ ଗଞ୍ଜାମ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପାଣିପାଗ […]

  • Saturday, 10 July 2021
plus two results
ଏଥର ୯ଟି କଲେଜରେ ରେଜଲ୍ଟ ଶୂନ

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁ ଯେଉଁ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି, ସେହି କଲେଜ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’। ପ୍ରଥମେ ଅନୁଧ୍ୟାନ କରାଯିବ, ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା […]

  • Saturday, 10 July 2021
rain
୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ […]

  • Saturday, 10 July 2021
pratap
ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ; ଅନର୍ଗଳ ସଂସ୍କୃତରେ ଦେଲେ ସାକ୍ଷାତକାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ କିଛି ଦିନ ଧରି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବାପରେ ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ଧରୁନି। ସାରା ଦେଶରେ ତାଙ୍କ ନିଆରା ଜୀବନଶୈଳୀର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ିଛି ଡିଡି ନ୍ୟୁଜ୍‌କୁ ସେ ଅନର୍ଗଳ ଏବଂ ସ୍ପଷ୍ଟ ସଂସ୍କୃତ ଭାଷାରେ ଦେଇଥିବା ସାକ୍ଷାତକାର। ପୂର୍ବରୁ ସ୍ପଷ୍ଟ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ […]

  • Saturday, 10 July 2021
accident
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ନିକଟସ୍ଥ ରଜାମୁଣ୍ଡା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍‌ଟି ସାସ୍ତୁଗୁଡ଼ାରୁ କେସିଙ୍ଗା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର […]

  • Saturday, 10 July 2021