ଭୁବନେଶ୍ୱର: ଖରା ଛୁଟି ପରେ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ପାଗରେ ପରିବର୍ତ୍ତନ ଯୋଗୁ ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଥିଲେ। ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ପ୍ରଥମେ ଜୁନ୍ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ। ୧୯ତାରିଖରେ ସ୍କୁଲ ଖୋଲିବାକୁ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କରିଥିଲେ ସରକାର। ୨୬ ତାରିଖରେ ସ୍କୁଲ ଖୋଲିଥାନ୍ତା। ଖରା କମିବା ସହ ପାଗରେ ପରିବର୍ତ୍ତନ […]
ଭୁବନେଶ୍ୱର: ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି, ‘ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ। ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ସେ ଜାତୀୟ ଗଣମାଧ୍ୟମକୁ ଅନୁରୋଧ କରିବା ସହ ବିଜେଡି ଏଥିପାଇଁ […]
ଭୁବନେଶ୍ୱର: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଜନତା ମଇଦାନରେ ଆୟୋଜିତ ଯୋଗ ଶିବିରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ରାଷ୍ଟ୍ରୀୟ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଯୋଗ ମହୋତ୍ସବ ସମିତି ପକ୍ଷରୁ ଏଠାରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। […]
ବ୍ରହ୍ମଗିରି: ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କର ଅଣସର ଦର୍ଶନ ଆରମ୍ଭ ହୋଇଛି। ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀଜିଉଙ୍କ ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି। ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ […]
ଭୁବନେଶ୍ୱର: ବିନା ହେଲ୍ମେଟ୍ରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ ନାହିଁ। ଆଉ ଯଦି ବି ବିନା ହେଲ୍ମେଟ୍ରେ ଯାଆନ୍ତି, ଏଥିପାଇଁ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ। ଏଭଳି କିଛି କଟକଣା ରାଜଧାନୀ ଭୁବନେଶ୍ୱରରେ ଲାଗିଛି। ଏଣିକି ବିନା ହେଲ୍ମେଟ୍ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ବାଇକ ଚାଳକ ଯାଇ ପାରିବେନି। ଯଦି ବିନା ହେଲମେଟ୍ରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]
ଭୁବନେଶ୍ୱର: ଖରାଛୁଟି ପରେ ଆଜିଠୁ ରାଜ୍ୟର ସମସ୍ତ କଲେଜ ଖୋଲିଛି। ଆସନ୍ତା ୨୦ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସେହିପରି ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ୨୦ରୁ ଆରମ୍ଭ ହେବ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁ ସମସ୍ତ କଲେଜରେ ପରୀକ୍ଷା ଶୀଘ୍ର ହୋଇଯାଇଥିଲା। ଏହାପରେ ସମସ୍ତ କଲେଜ ବନ୍ଦ ରହିଥିଲା
ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା। ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ସାଇବର ମାମଲା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ଥାନା ନାହିଁ। ତେଣୁ ସାଇବର […]
ମାଲକାନଗିରି: ମାଲକାନଗିରି ପୁଲିସ୍କୁ ବଡ଼ ସଫଳତା ମିଳିଛି। କ୍ୟାଡର୍ ମାଓବାଦୀ ଚନ୍ଦ୍ର ସିସା ଓରଫ୍ ଚନ୍ଦନକୁ ପୁଲିସ୍ ଗିରଫ କରିଛି। ଚନ୍ଦନ ଆନ୍ଧ୍ର-ଓଡ଼ିଶା ଜୋନାଲ୍ ବର୍ଡର୍ କମିଟି ସଦସ୍ୟ ଥିଲା। ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଗତକାଲି ଚନ୍ଦନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ମାଲକାନଗିରି ଏସ୍ପି ଜଗମୋହନ ମିନା ସୂଚନା ଦେଇଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସ୍ ଓ ବିଏସ୍ଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। […]
ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ କଣ୍ଟାପାଳ ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡାରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି। ସୀତାରାମର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ତାକୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ବହୁ ଡକାୟତି ଓ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସୀତାରାମ ଗତକାଲି ମହିମୁଣ୍ଡାରେ ଥିବା ସୂଚନା ପାଇ ପୁଇଁନ୍ତଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ଚଢ଼ାଉ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବଜ୍ରପାତ ସହ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି।
ଭୁବନେଶ୍ୱର: ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନଇରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତାର ଭତ୍ରାଗଡ଼ା ଛକରେ ବସ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମରାଜ ପୂଜାରୀ। ସେ ଭତ୍ରାଗଡ଼ାକୁ ଯାଉଥିବା ବେଳେ କଲମପୁର ପଟୁ ଆସୁଥିବା ‘ସନ୍ତୋଷୀ’ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ହେମରାଜ ଜଣେ ଦିନ ମଜୁରିଆ। ସେ ରାତିରେ କାମ ସାରି ଜୁନାଗଡ଼ରୁ ଫେରୁଥିଲେ। […]
ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ସୁରକ୍ଷା ନୀତି ଆରମ୍ଭ କରାଯାଇଛି। ଏହା ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବ। ସ୍ନାନ ବେଦୀରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦେବସ୍ନାନ ପୂର୍ଣ୍ଣମୀରେ ଠାକୁରମାନେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ହେବେ। ଏହି […]
ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଟ୍ରକ୍ଟି ଏମ୍ସିଏଲ୍ ଖୋଲାମୁହଁ ଖଣି ଅଞ୍ଚଳରୁ କୋଇଲା ନେଇ ଯାଉଥିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲ୍ପର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଟ୍ରକ୍ଟି ସଂପୂର୍ଣ୍ଣ ଜଳି ଯାଇଛି। ଟ୍ରକ୍ଟି ବିଦ୍ୟୁତ୍ ତାର […]
ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇ ଉଠିଛି। ଦୋଳି ଓ ବାଗୁଡ଼ି ଖେଳରେ ମସ୍ଗୁଲ୍ ହୋଇ ଧୁମ୍ଧାମ୍ରେ ଚାଲିଛି ରଜ ଉତ୍ସବ ପାଳନ। ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ଲଗାଇ […]
ଭୁବନେଶ୍ୱର: ଚଳିତ ବର୍ଷ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସର୍ବଦଳୀୟ ବୈଠକ ହୋଇପାରେ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ୍ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ଆସନ୍ତା ୨୫ରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଲାଇବା ପାଇଁ ବିରୋଧୀଙ୍କ ସହଯୋଗ ଆବଶ୍ୟକ। ତେଣୁ ବିଧାନସଭା ଆରମ୍ଭ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ୧୨ ଜିଲ୍ଲାବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗିର ସୋନପୁର,ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଂଜ ଓ କେନ୍ଦୁଝର।
ଆନନ୍ଦପୁର: ରଖେ ହରି ତ ମାରେ କିଏ। ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ବେଳେ ସେ ଆକସ୍ମିକ ଭାବେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନଦୁଅଁ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନଦୁଅଁ ଗାଁର ପ୍ରମୋଦ ଦେହୁରୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପ୍ରମୋଦଙ୍କ ପତ୍ନୀ ନିଜ ବାପ ଘର ଆଗରପଡାରେ ରହୁଥିଲେ। ପ୍ରମୋଦଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ। ଏହାରି ମଧ୍ୟରେ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୨ଟା ଯାଏ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି,ସମ୍ବଲପୁର, ସୋନପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ,ଗଜପତି, ରାୟଗଡ଼ା ଓ ନୟାଗଡ଼।
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ। ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ ପ୍ରତିଶତ କେବଳ ଇଂରାଜୀ ପେପର୍ରେ ଫେଲ୍ ହୋଇଛନ୍ତି। ଫଳରେ ପାସ୍ ହାର କମିଛି । ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି,“ ଇଂରାଜୀ ପାଠକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ୨୧ତାରିଖରୁ ମୁଁ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯିବି। ଇଂରାଜୀ ପରୀକ୍ଷା ଫଳ ଖରାପ ହେବାର କାରଣ କ’ଣ, ସେନେଇ ଅନୁଧ୍ୟାନ […]
କଟକ: ଭାଇବୋହୂକୁ ଭୁଜାଲିରେ ହାଣିଲା ଦେଢ଼ଶୁର। କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ […]
ଭୁବନେଶ୍ୱର: ଆହୁରି ୪୮ ଘଣ୍ଟା ଧରି ରାଜ୍ୟରେ ହିଟ୍ ୱେଭ କଣ୍ଡିସନ୍ ଜାରି ରହିବ। ଫଳରେ ପାରଦ ବଢ଼ିବା ସହ ଗରମ ବି ବଢ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ। ତେବେ ଉପକୂଳ ଓଡ଼ିଶା ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆହୁରି ୪ରୁ ୫ ଦିନ ଲାଗି […]
ଭୁବନେଶ୍ୱର: ଜୁଲାଇ ୮ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୪ ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ […]