ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା […]
ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ବରିଷ୍ଠ […]
ଖୋର୍ଦ୍ଧା:ବକେୟା ବିଲ୍ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି। ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍ ବକେୟା ରଖିଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ସମୁଦାୟ […]
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ OBC ଓ SEBCଙ୍କ ଲାଗି ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ଧର୍ମେନ୍ଦ୍ର ନବୀନଙ୍କୁ […]
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା
ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା। ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟ କାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି।
କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର: ସରକାରୀ ଉପଭୋକ୍ତାଙ୍କ ଭଳି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବିଲ୍ ପୈଠ ପାଇଁ ସମୟ ଦିଆଯାଉ। ବିଦ୍ୟୁତ ବିଲ୍ ବକୟା ପୈଠ ନେଇ ଏଭଳି ମତ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଯାହାର ଲାଇନ୍ କିଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସୌଭାଗ୍ୟ ଯୋଜନାରେ ଲାଇନ୍ ନେଇ ଚଳୁଛନ୍ତି । ତେବେ ଲାଇନ୍ କଟିବା ପରେ ମଧ୍ୟ ସେହି ଗ୍ରାହକଙ୍କୁ କାହିଁକି ଲାଇନ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । […]
ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି । ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି। ଡ. ନରେଶଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ, ଶାସ୍ତ୍ର ଅନୁସାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବା ପରେ ଅଯୋଧ୍ୟା […]
ଭବାନୀପାଟଣା: ଛତର ଯାତ୍ରାରେ ବନ୍ଦ ହେବ ବଳି। ଯଦି ହୁଏ ତେବେ ଜିଲ୍ଲାପାଳ ଓ ଏସ୍ପି ଏଥିପାଇଁ ଦାୟୀ ରହିବେ। ବଳିକୁ ନେଇ ଏପରି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଗତକାଲି କୋର୍ଟ କହିଛନ୍ତି, ବଳି ବନ୍ଦ ପାଇଁ ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ ବଳି ସ୍ଥଳ ଏବଂ ରାସ୍ତା […]
ଭୁବନେଶ୍ୱର: ଧରାପଡ଼ିଲା କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍ । ପଶ୍ଚିମ ଓଡ଼ିଶାରେ କଫ୍ ସିରଫ କାରବାରର ମୁଖ୍ୟ ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଇଛି ବଲାଙ୍ଗିର ପୁଲିସ। ନେଗୀର ୨ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନ୍ ମଧ୍ୟ ଧରା ପଡିଛନ୍ତି । ସମସ୍ତ ୩ ଜଣଙ୍କୁ ନେଇ ଛାନଭିନ୍ ଚଳାଇଛି ପୁଲିସ। ଗତ ନଭେମ୍ବର ୨୮ରେ ବଲାଙ୍ଗିରର ପୁଇଁତଲା ପୋଲିସ ଏକ ପିକ୍ଅଫ୍ ଭ୍ୟାନରୁ ୧୦ ହଜାର ବୋତଲ କଫ୍ ସିରପ୍ ଜବତ କରିଥିଲା […]
ବାରିପଦା: ବାଲି ଖାଦାନକୁ ନେଇ ଯୁବକଙ୍କୁ ହତ୍ୟା ! ଘଟଣା ଘଟିଛି ମୟୂରଭଂଜ ରାସଗୋବିନ୍ଦପୁର ଥାନା ମୁଷାମାରି ଗାଁରେ। ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ଏକ ବାଲିଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଗାଁରେ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ରାସ୍ତା ଉପରେ ରଖି ଗାଁ ଲୋକେ ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ଖବର ପାଇ ସ୍ଥାନୀୟ ଅତିରିକ୍ତ […]
ରାଉରକେଲା: ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାଯାଇଛି। ହାତୀ ଶରୀରର ବିଭିନ୍ନ ସ୍ଥାନରେ ତୀର ମାଡ଼ ହେବାର ଚିହ୍ନ ରହିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନାଥାଉ କି, ଦୁଇ ଦିନ ତଳେ ଏହି ସ୍ଥାନରୁ ୨ କମି ଦୂର ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ […]
ରାଉରକେଲା:ରାଉରକେଲାରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁମୂର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦ ନମ୍ବର ସେକ୍ଟରରେ ରହୁଥିବା ଏହି ନାବାଳିକା ଶନିବାର ପମ୍ପ ହାଉସ ନିକଟରେ ଥିବା ଜଣଙ୍କ ଘରକୁ ଟିଉସନ ପାଇଁ ଯାଇଥିଲେ । ହେଲେ ଟିଉସନ୍ ସରିବା ପରେ ସେ ଆଉ ରାତିରେ ଘରକୁ ଫେରିନଥିଲେ । ବାପା ମା’ ରାତିରେ ଖୋଜାଖୋଜି କରି […]
ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ଥାନା ଖର୍ଲିଙ୍ଗ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିକଲା ଗାଁର ର ଭାଗିରଥି ଉଲାକା। ଭାଗିରଥି ବୁଧବାର ଗୋଟିଏ ଖଳାରେ କାମ ସାରି ଅନ୍ୟ ଏକ ଖଳାକୁ ଯାଉଥିଲେ। ହଠାତ୍ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡିଲା। ଭାଗିରଥି କିଛି ଭାବିବା ପୂର୍ବରୁ ଟ୍ରାକ୍ଟର ତଳେ ଚାପି ହୋଇଗଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ […]
ରାଉରକେଲା:ଭାରତବନ୍ଦର ପ୍ରଭାବ ଆଜି ରାଉରକେଲାରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ବାହାରିବା ସହ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବିଶ୍ରା ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ବଙ୍ଗମୁଣ୍ଡାରୁ ପାନ୍ପୋଷ ଯାଉଥିବା ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ୍ ସେଠାରେ ଓଲଟି ପଡ଼ିଥିଲା। ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ। ପିକ୍ ଅପ୍ ଭ୍ୟାନ୍ଟି ଓଲଟି ପଡ଼ିବା ପରେ ମାଛ ଗୁଡ଼ିକ ରାସ୍ତାରେ ବିଛେଇ […]
ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତବନ୍ଦ ଡାକରାକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲାର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼, ବୌଦ୍ଧ, ଯାଜପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଳାହାଣ୍ଡି। ସୂଚନା ଥାଉ କି, ଭାରତ ବନ୍ଦ ପାଇଁ ଗତକାଲିଠାରୁ […]
ଭୁବନେଶ୍ୱର: ଟ୍ରେଡ ୟୁନିୟନ୍ ପକ୍ଷରୁ ଆଜି ଡକାଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ। ସକାଳୁ ସକାଳୁ ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାସ୍ତାରେ ଗଡୁନି ଗାଡ଼ି। ଟ୍ରେନ୍, ବସ୍ ଓ ଅନ୍ୟ ଯାନବାହନ ଚଳାଚଳ ସବୁ ବନ୍ଦ। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଆଜି ଜେଇଇ ମେନ୍ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ବେଶି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଜେଇଇ ମେନ୍ […]
ଭୁବନେଶ୍ୱର: OTVକୁ ମିଳିଛି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଟିଭି ନେଟ୍ୱର୍କର ଡିଜିଏମ୍ […]
ପୁରୀ: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସ ବାବୁଙ୍କୁ ରକ୍ଷାକର୍ତ୍ତା ଭାବି ଦୁଃଖ ଜଣାଇବାକୁ ଯାଇଥିଲେ। ହେଲେ ତାଙ୍କ ନିର୍ଯାତନା ଆହୁରି ବଢିଗଲା। ତାଙ୍କ ସହ ଦୁଷ୍କର୍ମ କଲେ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ। ଅବଶ୍ୟ ମହିଳାଙ୍କ ଅଭିଯୋଗ ପାଇ ପିପିଲି ପୁଲିସ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣକ ଏକ ପାରିବାରିକ ମାମଲାରେ ନ୍ୟାୟ ପାଇଁ ବଳଙ୍ଗା ଥାନାକୁ ଯାଇଥିଲେ। ଏଏସଆଇ […]
ବାଲେଶ୍ୱର: ବାଲେଶ୍ୱର ରାଇବଣିଆ ଥାନା ବଡହଳଦୀ ଗଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ ବୋଝେଇ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କୁଞ୍ଚବଣିଆ ଗାଁରେ ୫ଜଣ ବ୍ୟକ୍ତି ବଡହଳଦି ଗାଁରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଫେରୁଥିଲେ । କୌଣସି କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଗାଡ଼ି ତଳେ ୩ ଜଣ ଚାପି ହୋଇ ରହି ଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ […]
ଭୁବନେଶ୍ୱର: ଆଜି ବି ରାଜ୍ୟରେ କୋହଲା ପାଗ ଜାରି ରହିବ। ବର୍ଷା ବି ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ସହ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ହେବ ବୋଲି ବିଭାଗ ଆକଳନ କରିଛି । ବର୍ତ୍ତମାନର ତାପମାତ୍ରାରୁ ଆହୁରି ୪-୫ […]
ସୁନ୍ଦରଗଡ଼: କୌଣସି ସୀମା ସରହଦ ବନ୍ଧୁତ୍ୱକୁ ବାଧା ଦେଇ ପାରେନି। ବନ୍ଧୁ ପାଇଁ ବନ୍ଧୁ ଦୁର୍ଗମ ଗିରିପଥ ଲଂଘିପାରେ, ପାରି ହୋଇପାରେ ସାତ ଦରିଆ ତେର ନଈ। ଏହି କଥାକୁ ସତ କରି ଦେଖାଇ ପାରିଛନ୍ତି ଇଂଲଡର ଜେମ୍ସ ଗେଭିନ୍ ଡେଭିଡ୍ । ବନ୍ଧୁଙ୍କୁ ଦେଖା କରିବା ପାଇଁ ଧାଇଁ ଆସିଛନ୍ତି ଓଡ଼ିଶାର ସୁନ୍ଦରଗଡକୁ। ସୁନ୍ଦରଗଡ଼ ରାଙ୍ଗାଢିପାର ଅଙ୍କିତ ପାଣ୍ଡିଆ ଓ ଇଂଲଡର ଜେମ୍ସ ଗେଭିନ୍ ଡେଭିଡ ଦୁଇବନ୍ଧୁ। ଉଭୟେ ଧୂଳିଖେଳର ସାଥୀ ନୁହଁନ୍ତି କିମ୍ବା ସହପାଠୀ […]
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ହୋଇଛି । କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ଭିତରେ ୭ରୁ ୮ ଜଣ ଡକାୟତ ପଶି ମାରଣାସ୍ତ୍ର ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। କର୍ମଚାରୀମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ସୁନାଗହଣା ସହ ଲାପ୍ଟପ୍ ଓ ମୋବାଇଲ୍ ଲୁଟ୍ କରି ନେଇଛନ୍ତି। କର୍ମଚାରୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ଦୁର୍ବୃତ୍ତମାନେ ମୁଣ୍ଡରେ ହେଲ୍ମେଟ୍ ପିନ୍ଧି ସେଠାରେ ପଶିଥିଲେ […]