ବ୍ରହ୍ମପୁର: କାର୍ ଛାଡ଼ି ସାଇକେଲ ଧରି ବୁଲିଲେ ଜିଲ୍ଲାପାଳ। ସହରର ହାଲ୍ଚାଲ ଦେଖିଲେ। କିଏ ପଲିଥିନ୍ ବ୍ୟବହାର କରୁଛି, କିଏ ରାସ୍ତା ଉପରେ ମଇଳା ପକଉଛି…। ଖାଲି ବୁଲି ଦେଖିଲେନି, ନିୟମ ଖିଲାପକାରୀଙ୍କ ନାଁରେ ଜରିମାନା ବି ପକାଇଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଛତ୍ରପୁରରେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସାଇକେଲରେ ବୁଲି ଦେଖିଲେ ଛତ୍ରପୁରର ହାଲ୍ । ବିଶେଷ କରି ଚା ଓ ପରିବା ଦୋକାନ ଗୁଡିକ ପଲିଥିନ ବ୍ୟବହାର […]
ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା । ଟ୍ରଫିକ ସମସ୍ୟାରୁ ଆମ୍ବୁଲାନ୍ସ ବି ବାଦ ପଡ଼ୁନି। ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ ବାନ୍ତି ହେଉଥିଲା, ପେଟରେ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ଗୁରୁତର ହେବା ଦେଖି କ୍ୟାପିଟାଲ ହସ୍ପିଟାଲ କଟକ ଏସସିବି […]
ଚିତ୍ରକୋଣ୍ଡା: ମନ୍ତ୍ରୀ ପଢାଇଲେ ପାଠ। କ୍ଲାସ ରୁମ୍ରେ ପିଲାଙ୍କୁ ଗଣିତ ଓ ଅଙ୍କ ପଢାଇଲେ। ସେତିକି ନୁହେଁ, ପିଲାଙ୍କ ସହ ବଶି ମଧ୍ୟାହ୍ନ ଭୋଜନ କଲେ ଆଉ ଫଟୋ ଓ ଭିଡିଓ ସୁଟ୍ ମଧ୍ୟ କଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ। ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ […]
ଭୁବନେଶ୍ୱର: ଲୋକାର୍ପିତ ହୋଇଛି ପୂର୍ବତନ ପୋଲିସ ଡିଜି ତଥା ବିଶିଷ୍ଠ କଥାକାର ବିପିନ ବିହାରୀ ମିଶ୍ରଙ୍କ ଓଡିଆ ଉପନ୍ୟାସ ‘ଗାଁ ର ନାଁ ସୁଜନପୁର‘ ପୁସ୍ତକର ଇଂରାଜୀ ଅନୁବାଦ-ଏ ଭିଲେଜ ନେମ୍ଡ ସୁଜନପୁର। ୧୬ ଟି ଗଳ୍ପକୁ ନେଇ ଏହି ଉପନ୍ୟାସକୁ ଇଂରାଜୀରେ ଅନୁବାଦ କରିଛନ୍ତି ପ୍ରଫେସର ବସନ୍ତ କୁମାର ତ୍ରିପାଠୀ। ବିଗତ ୨୦ ବର୍ଷ ଭିତରେ ଗୋଟିଏ କାଳ୍ପନିକ ଗାଁରେ ଘଟିଥିବା ରାଜନୈତିକ , ସାମାଜିକ ପରିବର୍ତ୍ତନ ସହ କୁସଂସ୍କାର,ଅନ୍ଧବିଶ୍ୱାସ କୁ ସଂସ୍କାରବାଦୀ ବ୍ୟଙ୍ଗ ଆକାରରେ […]
କୋରାପୁଟ: ଜମିଜମା ମାମଲାରେ ଗୋଟିଏ ପକ୍ଷକୁ ସମର୍ଥନ କରି ଅନ୍ୟ ପକ୍ଷର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଛନ୍ତି ଏସ୍ଡିପିଓ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ହିମରିପୁର ଗାଁରେ। ପୋଲିସ ବାବୁ ଥାନାକୁ ନେଇ ପିଠି, ଗାଲ ଓ କାନ୍ଧକୁ ପ୍ରବଳ ପିଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି। ଏ ନେଇ ତାଙ୍କର ପତ୍ନୀ କୋରାପୁଟ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହିମରିପୁର ଗାଁରେ ଜମିଜମା ବିବାଦକୁ ନେଇ ଲକ୍ଷ୍ମଣ ପ୍ରଧାନୀ ଓ ତ୍ରିନାଥ […]
ଭୁବନେଶ୍ୱର: ଓଡ଼ିଶାର ବଢି ଚାଲିଛି ବଜ୍ର ବିପତ୍ତି। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏକ ସର୍ଭେରୁ ଜଣାଯାଇଛି, ୨୦୧୯ରେ ସର୍ବାଧିକ ବଜ୍ରପାତ ଓଡ଼ିଶାରେ ହୋଇଛି । ଗତବର୍ଷ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ରିଲିଫ କମିଶନର କହିଛନ୍ତି, ବର୍ତ୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ରୂପେ ମୁଣ୍ଡ ଟେକିଛି। ତେଣୁ ବଜ୍ରପାତ ସମେତ ସହରାଞ୍ଚଳରେ ହେଉଥିବା କୃତ୍ରିମ ବନ୍ୟା, ସମୁଦ୍ର ପତ୍ତନ […]
ନବରଙ୍ଗପୁର: ରାସ୍ତା ନାହିଁ। ଆମ୍ବୁଲାନ୍ସ ଆସିପାରୁନି। କାନ୍ଧରେ ବୁହା ହେଉଛନ୍ତି ରୋଗୀ..ଏପରି ଘଟଣା ଦୃଶ୍ୟ ଓଡ଼ିଶାର ଦୁର୍ଗମ ଇଲାକାରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ରୋଗୀଙ୍କୁ କେତେବେଳେ ପରିବାର ଲୋକ ବୋହି ଆଣୁଛନ୍ତି ତ କେତେବେଳେ ଗାଁ ଲୋକ। ହେଲେ ନିକଟରେ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆଣିଛନ୍ତି ବିଧାୟକ। ଆଉ ସେ ହେଉଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ପାପଡ଼ାହାଣ୍ଡିର ଉପାନ୍ତ ଜଙ୍ଗଲ ଭିତରକୁ ଯାଇଥିଲେ ବିଧାୟକ। ତେବେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା […]
ଭୁବନେଶ୍ୱର: ବିଦ୍ୟୁତ୍ ଆଘାତରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ, ଉପଭୋକ୍ତା ମିଳିମିଶି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ। OERC ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟିବା ପରେ OERC ନିକଟରେ ସେସୁର ଏଭଳି ପ୍ରସ୍ତାବକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆଜି OERCରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ […]
କୋରାପୁଟ:ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ଆସି ପାରିଲାନି ଆମ୍ବୁଲାନ୍ସ। ଭାରରେ ବୁହା ହୋଇ ମେଡ଼ିକାଲ୍ ଗଲେ ଆସନ୍ନ ପ୍ରସବା। ବଣ ଜଙ୍ଗଲ ରାସ୍ତା ତ ଅଲଗା କଥା, ଭାରରେ ଭରା ନଈ ପାର କରାଇ ଡାକ୍ତରଖାନା ଆଣିଲେ ପରିବାର ଲୋକେ । ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡ଼ା ଗାଁରେ। ସୂଚନା ଅନୁଯାୟୀ, ଗାଁର ଧବେନ୍ ମୁଦୁଲି ଗତକାଲି କାଲି ଅପରାହ୍ନରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର […]
ଧର୍ମଗଡ଼: କଳାହାଣ୍ଡି ଧର୍ମଗଡ଼ରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମ କରିବା ପରେ ମହିଳା ଜଣକ କୌଣସି ପ୍ରକାରେ ଖସି ଆସିଛନ୍ତି। ଏ ନେଇ ଗତକାଲି ଧର୍ମଗଡ଼ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ୱାମୀଙ୍କ ସହ ବିବାଦକୁ ନେଇ ଏକ ମାମଲା କୋର୍ଟରେ ଚାଲିଥିଲା। ସେ ସ୍ଥାନୀୟ ଏକ ଓକିଲଙ୍କ ସହାୟତାରେ କେସ୍ ଲଢୁଥିଲେ। ତେବେ ଏନେଇ ତାଙ୍କୁ ସହଯୋଗ କରିବାକୁ କହି ଓକିଲଙ୍କ ପାଖରେ କାମ କରୁଥିବା […]
ଭୁବନେଶ୍ୱର:ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ରଙ୍ଗଶାଳା ଭାଙ୍ଗିବା ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରଙ୍ଗଶାଳାକୁ ଭାଙ୍ଗି ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଥ୍ୟ ପ୍ରମାଣ ନଷ୍ଟ କରି ଦେଇଛି ଜିଲ୍ଲା ପ୍ରଶାସନ। ଏନେଇ ପ୍ରେସମିଟରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଉଚ୍ଛେଦ ନାଁରେ ଜିଲ୍ଲା ପ୍ରଶାସନ ରଙ୍ଗଶାଳାରେ ଥିବା ସିସିଟିଭିକୁ କାଢିନେଲା। ରଙ୍ଗଶାଳାରୁ ମିଳିଥିବା ସାମଗ୍ରୀକୁ ଜବତ କରିବା ପରିବର୍ତ୍ତେ ସେ ଏହାକୁ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର […]
ବାରିପଦା: ମୃତଦେହକୁ କାନ୍ଧରେ ବୋହିଲେ ପୋଲିସ୍। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସ୍ଥାନୀୟ ଶିମିଳିପାଳ ଜଙ୍ଗଲରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲା। ତେବେ ମୁଖ୍ୟ ରାସ୍ତାରୁ ପ୍ରାୟ ୬ କିଲୋମିଟର୍ ଦୂରରେ ମୃତଦେହ ଥିବାରୁ ଏହାକୁ ଆଣିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।ଏହାପରେ ଖୋଦ୍ ପୋଲିସ୍ କର୍ମଚାରୀ ମୃତଦେହକୁ କାନ୍ଧରେ ବୋହି ଆଣିଥିଲେ। ଏହି ସମୟର ଭିଡିଓ ଏବେ […]
ବଲାଙ୍ଗିର: ପ୍ରେମ ମାନେନା ସୀମା ସରହଦ। ପ୍ରେମ ବି ଦେଖିପାରେନି ଧନି-ଗରିବର ଭେଦଭାବ। ସେ ଦେଖେ ମନ ପରି ମନଟିଏ। ଯେଉଁଠି ମିଳିଯାଏ ସେଠାରେ ବସାବାନ୍ଧେ। ପ୍ରେମର ଏହି ଯାତ୍ରାପଥରେ ପାହାଡ଼ ପରି ଦିଶୁଥିବା ପ୍ରତିବନ୍ଧକକୁ ଶୁଖିଲା ପତ୍ରଟିଏ ପରି ଆଡ଼ାଇ ଦିଅନ୍ତି ପ୍ରେମୀଯୁଗଳ। ଏବେ ପ୍ରେମ ସପ୍ତାହ ଚାଲିଥିବାବେଳେ ଆମେ ଏମିତି ଏକ ପ୍ରେମୀଯୁଗଳଙ୍କ କାହାଣୀ କହିବୁ ଯିଏ ନିଜ ପ୍ରେମ ପାଇଁ ନେପାଳରୁ ଧାଇଁ ଆସିଛନ୍ତି ବଲାଙ୍ଗିର ଜଲ୍ଲାର ଲୁହୁରାପାଲି ଗାଁକୁ। ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନକୁ […]
ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ ପଦ୍ମଭୂଷଣ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବେ […]
ବ୍ରହ୍ମପୁର: ବାଇକ ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ଗୁରୁତର କରି ଦେଇଛନ୍ତି। ଏପରିକି ତାଙ୍କ ମା’ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନିରେ । ଘଟଣାର ସିସିଟିଭି ଭିଜୁଆଲ ଏବେ ଭାଇରାଲ ହୋଇଛି। ଘଟଣା ଘଟିଛି ଗତ ୨୮ ତାରିଖରେ । ଅଭିଯୋଗ ଅନୁସାରେ, କଲ୍ୟାଣ ମଣ୍ଡପ ନିକଟରେ ବାଇକ ରଖିଥିଲେ ସୁନୀଲ […]
ଭୁବନେଶ୍ୱର: ଚାକିରିରେ ଥାଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଜଣଙ୍କୁ ଗ୍ରୁପ୍ ଡି‘ ପଦବୀ ଚାକିରି ମିଳିବ। ଓଡ଼ିଶା ସିଭିଲ ସର୍ଭିସ୍ ରୁଲରେ ଆଜି ସଂଶୋଧନ କରାଯାଇ ଏପରି ନିୟମ ଲାଗୁ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟକୁ ମଞ୍ଜୁରୀ ମିଳିଛି। ଏଥିସହିତ ସିଭିଲ୍ ରିହାବିଲିଟେସନ୍ ସ୍କିମ୍ରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରଲୋକଙ୍କୁ ଅନ୍ୟୂନ ଗ୍ରୁପ ଡି ଚାକିରୀ ମିଳିବା […]
ଭୁବନେଶ୍ୱର:ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମିବ। ରାଜଧାନୀର ପାର୍କିଂ ସମସ୍ୟା ଦୂର କରାଯିବ। ଏଥିପାଇଁ ଖୁବଶୀଘ୍ର ଆସିବ ସ୍ମାର୍ଟ ପାର୍କିଂ ନୀତି। ଆସନ୍ତା ୩ ମାସ ମଧ୍ୟରେ ସ୍ମାର୍ଟ ପାର୍କିଂ ପଲିସି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟାଟ୍ରେଜୀ ଆଣିବାକୁ ଯୋଜନା ରହିଛି । ଭୁବନେଶ୍ୱରରେ ବିଏମସି, ବିଡିଏ,ସ୍ମାର୍ଟ ସିଟି ଲିମିଟେଡ ଏବଂ କମିଶନରେଟ୍ ପୋଲିସକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଥିଲା। ଏହି କର୍ମଶାଳାରେ ସ୍ମାର୍ଟ ପାର୍କିଂ ଷ୍ଟ୍ରାଟେଜୀରେ ଲୋ କାର୍ବନ ମୋବିଲିଟି ପ୍ଲାନ ଉପର ଗୁରୁତ୍ୱ ଦିଆଯିବ। […]
ସମ୍ବଲପୁର: ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ । କେଉଁ ପରିସ୍ଥିତିରେ ଏବଂ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ, ଏହାର ସମସ୍ତ ଆଇନଗତ ଦିଗକୁ ନେଇ ସମ୍ବଲପୁରରେ ସମୀକ୍ଷା କରୁଛନ୍ତି ଖୋଦ ପୋଲିସ ଡିିଜି ଅଭୟ। ଏହାସହ ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କଫ ସିରଫ ଚୋରାଚାଲାଣ ନେଇ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିଜିପି । ଅନେକ ସମୟରେ ରାଜ୍ୟ ବାହାରୁ ନିଶା ମାଫିଆମାନେ ମାଦକଦ୍ରବ୍ୟ ଚୋରାଚାଲାଣ […]
କେନ୍ଦୁଝର:କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କରଗୋଳା ଗାଁରେ ପୋଲିସ-ଗ୍ରାମବାସୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଏପରିକି ପୋଲିସ ଭୟରେ ଶତାଧିକ ଗ୍ରାମବାସୀ ଗାଁ ଛାଡ଼ି ପଳାଇଛନ୍ତି। ଗ୍ରାମବାସୀ କିଛି କରି ନ ଥିବାବେଳେ ପୋଲିସ ଶତାଧିକ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ପୂରା ଘଟଣା ଏମିତି। ଗତ ୨୮ ତାରିଖ ଘଟଣା। ବୈତରଣୀ ନଦୀର ଆମ୍ବୋ ବାଲିଘାଟ ବିବାଦକୁ କେନ୍ଦ୍ର କରି ପୋଲିସ ଓ କରଗୋଳା ଗ୍ରାମବାସୀଙ୍କ ମଧ୍ୟରେ […]
ଭୁବନେଶ୍ୱର: ରାଜ୍ୟରେ ବିଜୁଳି ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ୍ ବିତରକ କମ୍ପାନୀ ଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରୀବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ ଉପରେ ଜଳକର ବାବଦକୁ ୫୧୫ କୋଟି ବାକିଥିବାବେଳେ ଶିଳ୍ପସଂସ୍ଥା ଗୁଡ଼ିକ ଉପରେ ବାକି ଅଛି ୧୮୭୪ କୋଟି। ସେହିପରି ବିଦ୍ୟୁତ୍ ବିତରକ କମ୍ପାନୀ ଉପରେ ବାକି ଅଛି […]
ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ଓ ସେନ୍ସସ କମିଶନର ବିବେକ ଯୋଶୀଙ୍କ ସୂଚନା ଅନୁସାରେ, ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍ ଲିଷ୍ଟିଙ୍ଗ ବା ଘରଗଣନା କରାଯିବ। ଏଥିପାଇଁ ୩୧ଟି ପ୍ରଶ୍ନ ରହିଛି । ସମ୍ପୃକ୍ତ ଅଧିକାରୀ ସର୍ଭେରେ ଜଣଙ୍କ ଘରକୁ ଗଲେ, ଏହି ପ୍ରଶ୍ନ ଗୁଡିକ ପଚାରି ତଥ୍ୟ […]
ଭୁବନେଶ୍ୱର: କନ୍ଧମାଳ ଡାକ୍ତରୀ ଛାତ୍ର କରୋନା ଭାଇରସ୍ ଆକ୍ରାନ୍ତ ହୋଇ ନାହାନ୍ତି। ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏ ବିଷୟରେ ସୂଚନା ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ଛାତ୍ରଜଣକ ଚୀନ୍ରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ସେଠାରେ ସେ ୫ ବର୍ଷ ହେବ ରହି ଆସୁଥିବା ବେଳେ ଏବେ ସେ ଶେଷ ବର୍ଷର ଛାତ୍ର। ଚୀନରେ କରୋନା ବ୍ୟାପିବା ପରେ ସେ ଭାରତ ପଳାଇ ଆସିଥିଲେ। ଏଠାରେ ସେ ଥଣ୍ଡା, […]
କଟକ: ରାତିର ଅନ୍ଧକାର ଭିତରେ ଜୀବନ ବଞ୍ଚାଇବା ପାଇଁ ଚାଲିଥିଲା ପ୍ରୟାସ। ଭୁବନେଶ୍ୱରରୁ କଟକ ଏସିସିବି ପର୍ଯ୍ୟନ୍ତ ଲାଗିଥିଲା ଧାଁ ଧଉଡ। ଭୁବନେଶ୍ୱରରୁ କୀଡ୍ନି ଯିବ ଏସ୍ସିବି ଏବଂ ଟ୍ରାନ୍ସପ୍ଲାଣ୍ଟ ହେବ ଆଉ ଜଣଙ୍କ ଶରୀରରେ। କଟକରେ ଗତକାଲି ହୋଇଛି ଏମିତି ଏକ ବିରଳ ଅସ୍ତ୍ରୋପଚାର। ଦୀର୍ଘ ୭ଘଣ୍ଟାର ଚେଷ୍ଟା ପରେ ପ୍ରଥମଥର ପାଇଁ ସଫଳ ହୋଇଛି କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ । ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ […]
କଟକ: କଟକର ପରିଚୟ ବଡ଼ ମେଡିକାଲର ସଂପ୍ରସାରିତ ହେବ। ଏଥିପାଇ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ। ବଡ଼ ଡାକ୍ତରଖାନା ଚାରିପାଖରୁ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ କାମ। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି । ଥାନା ପାଖରେ ଥିବା ମାଛ ମାର୍କେଟ ଅଞ୍ଚଳରେ ଥିବା ଦୋକାନ ଘର, ଝୁପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ସିଏମ୍ସି […]
ବରଗଡ଼: ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ। ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା। ସୂଚନାଥାଉ କି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି […]