ଜୟପୁର(ଟି ଗୌରିଶଙ୍କର): କେନାଲ ବନ୍ଧ ଭୁଶୁଡ଼ି ଯାଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି । କୋରାପୁଟ ଜୟପୁର ସହର ଉପକଣ୍ଠ ଏକତାଗୁଡ଼ାରେ କେନାଲ ବନ୍ଧ ଭୁଶୁଡ଼ି ଯାଇଛି । ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶି ଯାଇଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ […]
ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ ସାବାଳକ ଦର୍ଶାଯାଇଥିବାରୁ ଏସଆଇଟି ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଷିଛନ୍ତି । ସେ ଟ୍ୱିଟ୍ କରି ଏସଆଅଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିବା ସହ ଏସଆଇଟିର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି । ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ଥିବା ସତ୍ତ୍ୱେ କେଉଁ କାରଣ ପାଇଁ ଏସଆଅଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା। ଏପରି ଘଟଣାକୁ ବେଆଇନ୍ ଦର୍ଶାଇ ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ […]
ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । କୌଣସି ଶ୍ରଦ୍ଧାଳୁ ଯଦି ରିପୋର୍ଟ ଆଣିନଥିବେ, ତାଙ୍କ ପାଇଁ ବିଏମସି […]
କଟକ(ଦେବାଶିଷ ମହାନ୍ତି): ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକରୁ ପୁଣି ନକଲି ଚା ପତି ଫ୍ୟାକ୍ଟ୍ରିଠାବ କରାଯାଇଛି । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଆଜି ଅପମିଶ୍ରିତ ଚା ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ। କଟକର ସଦର ଥାନା ମୁକାମେଶ୍ୱର ଗାଁରେ ଏହି ନକଲି ଚା ପତି ଫ୍ୟାକ୍ଟ୍ରି ଥିବା ଜଣାପଡ଼ିଛି। ପ୍ରାୟ ୫୦ କ୍ୱିଣ୍ଟାଲର ନକଲି ଚା ପତି ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଜବତ ମଧ୍ୟ ଜବତ କରିଛି […]
ଗଞ୍ଜାମ : ବିବାହ ପ୍ରସ୍ତାବ ଭାଙ୍ଗିବାରୁ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ବର୍ତ୍ତମାନ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇ ଜୀବନ ସହ ଲଢ଼େଇ କରୁଛନ୍ତି। ସୂଚନା ଅନୁସାରେ, ଆସନ୍ତା ଫେବୃଆରୀ ୨ ତାରିଖରେ ଯୁବତୀ ଜଣକ ହାତକୁ ଦିହାତ ହୋଇଥାଆନ୍ତେ । ହେଲେ ଗତ କିଛିଦିନ ତଳେ ଯୁବତୀଙ୍କ ନାମରେ ଅପପ୍ରଚାର କରାଯାଇ ଲିଫଲେଣ୍ଟ ବଣ୍ଟାଯାଇଥିଲା। ବିବାହ ଠିକ ହୋଇଥିବା ବରପକ୍ଷଙ୍କ ନିକଟରେ ମଧ୍ୟ ଲିଫଲେଟ୍ ଗୁଡ଼ିକ […]
ଭୁବନେଶ୍ୱର : ସାବଧାନ୍ ! ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି । ଅନଲାଇନ୍ ଠକେଇର ଚେର ଧୀରେ ଧୀରେ ରାଜ୍ୟର ଚାରିଆଡ଼କୁ ମାଡ଼ିବାକୁ ବସିଛି । ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବ୍ଲାକମେଲ କରି ଟଙ୍କା ଲୁଟିବା ପାଇଁ ଭିନ୍ନ ତରିକା ଆପଣାଉଛନ୍ତି ସାଇବର ଅପରାଧୀ । ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧ ପୁଲିସର ମୁଣ୍ଡବ୍ୟଥାର କାରଣ […]
କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ତେଜିଲା ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ରାସ୍ତାକୁ ଓହ୍ଲାଇ ଆସି ବରିଷ୍ଠ ବିଜେପି ନେତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରିଛନ୍ତି କର୍ମୀ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରାଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାଇ ଦେଇଛନ୍ତି ବିଜେପି କର୍ମୀ । ସେପଟେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର […]
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଘନ କୁହୁଡ଼ି । ରାସ୍ତାଘାଟ ଜୁଆଡ଼େ ଦେଖିବ କୁହୁଡ଼ିରେ ଭର୍ତ୍ତି । ଘନ କୁହୁଡ଼ି ପାଇଁ ରାସ୍ତାଘାଟ ମଧ୍ୟ ଦେଖଯାଉନି । ଆସନ୍ତା ୩ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଦେଖିବାକୁ ମିଳିବ ଘନ କୁହୁଡ଼ି । ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ୧୬ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୬ଟି […]
ଅନୁଗୁଳ : ( ରିପୋର୍ଟ- ବିରଜା ପ୍ରସାଦ ଦାଶ ) ସେବାର ଅନ୍ୟନାମ କିନ୍ନର ଚିନ୍ମୟୀ ଦାସ । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ କରିଛନ୍ତି । ଭୋକିଲାକୁ ଦାନା ଆଉ ଦରିଦ୍ରକୁ କନା ଖଣ୍ଡେ ଦେଇ ଆତ୍ମତୃପ୍ତିର ଜୀବନ ଜିଉଁଛନ୍ତି । ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇପାରିନି । ସେ କାହା ପାଇଁ ମମତାମୟୀ ମା’ ତ ଆଉ କାହା ପାଇଁ ସ୍ନେହରେ […]
ବାରିପଦା : ଆଜି ଠାରୁ ରାଜ୍ୟରେ ପକ୍ଷୀଗଣନା ଆରମ୍ଭ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା । ଶୀତ ଋତୁରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡ଼ିଶା ଆଡ଼କୁ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ବାଟ ଉଡ଼ି ଆସିଥାନ୍ତି ବିଦେଶୀ ପକ୍ଷୀ । ଏହି ପକ୍ଷୀମାନେ ମୟୁରଭଞ୍ଜ ଜିଲ୍ଲାର ଅନେକ ଜଳାଶୟରେ ମଧ୍ୟ ଆସି ରହିଥାନ୍ତି । ପକ୍ଷୀ ମାନଙ୍କର ସଂରକ୍ଷଣ, ସେମାନଙ୍କ […]
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ । ରାଜ୍ୟରେ ଆଜିଠୁ ଗଡ଼ିଲା ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଏଜି ଛକ ସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି । ନିଜସ୍ୱ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସ କିଣିଛନ୍ତି । ଏହି ୮୪ଟି ଆମ୍ବୁଲାନ୍ସ ରାଜ୍ୟର ୨୭ […]
ବ୍ରହ୍ମପୁର : କପିଳାସ ଅଭିମୁଖେ ଗୋଠଛଡା ହାତୀ ଛୁଆ । ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ତିନିମାସର ହାତୀ ଛୁଆକୁ ଏକ ସ୍ୱତନ୍ତ୍ର ଗାଡିରେ କପିଳାସ ଜଙ୍ଗଲକୁ ନିଆଯାଉଥିବା ସୂଚନା ଦେଇଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ । ଆଜି ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ତାକୁ କପିଳାସ ଅଭିମୁଖେ ନେଇ ଯାତ୍ରା କରିଛନ୍ତି । ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସ ସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯିବ । ବ୍ରହ୍ମପୁରରୁ ଢେଙ୍କାନାଳ ପାଖାପାଖି […]
ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର:ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିଲା। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି। ଆନନ୍ଦପୁରରେ ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଉପରମୁଣ୍ଡର ପାଣି ଆସିଲେ ଏଠାରେ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ […]
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖା ରାଜ୍ୟରେ ୩୦ ଉପରେ ଥିବାବେଳେ ଆଜି ହଠାତ୍ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ହଠାତ୍ ପଜିଟିଭିଟି ହାର କମିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ବି ପଜିଟିଭିଟି ହାର […]
ପୁରୀ: କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ । ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶେଷ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ […]
ୟାସ୍ ପାଇଁ ବାତିଲ ହେଲା ଟ୍ରେନ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ ଭୁବନେଶ୍ୱର: ପୁଣି ଏକ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ […]
ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’। ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର […]
ଭୁବନେଶ୍ୱର: ପଥର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଯେମିତି ବିପତ୍ତି ମାଡିପଡୁଛି। ଗୋଟିଏ ପରେ ଗୋଟିଏ ହୋଇ ୧୨ ଦିନରେ ୩ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ। ପ୍ରଥମେ ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଗତକାଲି ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇ ଯାଇଥିଲା। ଆଜି ପୁଣି ତାଙ୍କର ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ୫୨ ବର୍ଷ ବୟସ୍କ ଯଶୋବନ୍ତ କୋଭିଡରେ ଆକ୍ରାନ୍ତ ହୋଇ ଏକ […]
ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିଲେ। ଏତିକିବେଳେ ସମୁଦ୍ରରେ ଏକ ଅଦ୍ଭୁତ […]
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଘରେ ଘରେ କରୋନା ରୋଗୀ। ଡାକ୍ତରଖାନାରେ ବେଡର ଅଭାବ। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ। ଏପଟେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଦିନକରେ ଆଜି ୮୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ପିରସ୍ଥିତିରେ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ମେ‘ ୧ ତାରିଖରୁ ୧୮ ବର୍ଷରୁ ୪୪ ବର୍ଷ […]
ସୋର: ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ ଘଟିଛି ଏକ ନୃଶଂସ କାଣ୍ଡ। ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି। କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି ଅଞ୍ଚଳର ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ […]
ନୟାଗଡ଼: କରୋନା ମହାମାରୀ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଗୋଟିଏ ଗୋଟିଏ ହୃଦୟ ବିଦାରକ ଘଟଣା ଛାତିକୁ ଥରାଇ ଦେଉଛି। ଏବେ ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। କରୋନା ଭୟ ପାଖରେ ଜୀବନର ମୋହ ଫିକା ପଡ଼ି ଯାଇଛି। କରୋନା ମୃତ୍ୟୁ ଆସିବା ପୂର୍ବରୁ ଆତ୍ମହତ୍ୟାକୁ ବରି ନେଇଛନ୍ତି ପଜିଟିଭ ଦମ୍ପତି। ଏମିତି ଏକ ଦୁଃଖଦଭରା ଘଟଣା ଘଟିଛି ରଣପୁର ଥାନା ବେଗୁନିଆ ପାଟଣା ଗାଁରେ। କରୋନା ସଂକ୍ରମିତ ହେବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟଘର ଘଟଣା ଘଟି ଯାଇଛି। ଗୋଟିଏ ପରିବାରର ୩ବର୍ଷ ଝିଅ ସମେତ ୩ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ପରିବାର କୋଇଡାର ମସଜିଦ୍ ଗଳିରେ ଏକ ଭଡ଼ା ଘରେ ରହୁଥିଲେ। ବନ୍ଦ ଘରୁ ମା’ ଓ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଛି। ତେବେ ନିକଟସ୍ଥ ଜଙ୍ଗଲରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୋଲିସ […]