ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ପ୍ୟାଚ୍ ପକାଯାଉଛି, ତଥାପି ଫାଟ ଜଳଜଳ ଦିଶୁଛି। ହଜାର ହଜାର କୋଟି ଟଙ୍କାରେ ନିର୍ମାଣାଧୀନ ଏହି NHରେ ଫାଟ କଥା କେବଳ ଲୋକଙ୍କ ଅଭିଯୋଗ ଭିତରେ ସୀମିତ ନାହିଁ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି […]
ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ […]
ଭଲ ପାଇ ଜଣେ ଦିବ୍ୟାଙ୍ଗକୁ ନିଜ ଜୀବନସାଥି କରିଛନ୍ତି ଲିଜାରାଣୀ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍ ହାତରେ ଆଉ ଏକ ପ୍ରମାଣ ଲାଗିଛି। ଝରାଫୁଲଙ୍କ ମୃତ୍ୟୁ ଦିନ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ୍,ଶର୍ଟକୁ ପୋଲିସ୍ ଜବତ କରିଛି। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି। ତିନି ଦିନିଆ ରିମାଣ୍ଡ ସରି ଯାଇଥିବାରୁ ଯାଜପୁର କୁଆଖିଆ ପୋଲିସ୍ ଆଜି ରାକେଶଙ୍କୁ କୋର୍ଟରେ ହାଜର କରିବ। ରିମାଣ୍ଡରେ ନେବା ପରେ ପ୍ରଥମେ ରାକେଶଙ୍କୁ […]
ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ୍ ଗାର୍ଡ଼େନରେ ଅଗ୍ନିକାଣ୍ଡ। ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏବେ ଗାର୍ଡ଼େନର ଜଙ୍ଗଲିଆ ଅଞ୍ଚଳରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି ବାରଙ୍ଗ ଅଗ୍ନିଶମ ଟିମ୍। ତେବେ ଏହି ଅଗ୍ନକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ତେବେ ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ପର୍ଯ୍ୟନ୍ତ ଜଣାପଡିନାହିଁ । ଭୁବନେଶ୍ୱର: ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ, ଜଙ୍ଗଲିଆ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ ରାସ୍ତାର ସାଗରପାଲି ଛକ ନିକଟରେ ଆଜି ଭୋର ୪ଟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି। ୪ ଜଣ ଗୋଟିଏ ଇନୋଭା କାର୍ରେ ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିଲେ। ଏହି […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ଲେଖା। ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ସାଜିଛି ପୋଷ୍ଟକାର୍ଡ। ପୋଷ୍ଟକାର୍ଡରେ ଅତୀତର ମିଠା ମିଠା ସ୍ମୃତି ସାଉଣ୍ଟି ଚର୍ଚ୍ଚାରେ ଜଣେ ଯୁବକ। ଆଜିକା ସମୟରେ ହ୍ୱାଟସଆପ୍,ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମରେ ଲୋକେ ସବୁବେଳେ ସକ୍ରିୟ ଥିବା ବେଳେ ବନ୍ଧୁବାନ୍ଧବଙ୍କୁ ଶୁଭେଚ୍ଛା ଜଣାଇବାକୁ ଏକକାଳୀନ ୭ ହଜାର ପୋଷ୍ଟ କାର୍ଡ ପଠାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଚିତ୍ତରଞ୍ଜନ […]
ଜୟପୁର(ଟି.ଗୌରୀଶଙ୍କର): ଧିରେ ଧିରେ ଆନ୍ଧ୍ର-ଓଡ଼ିଶା ବିବାଦ ଅଧିକ ଜଟିଳ ହେଉଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଓଡ଼ିଶାର ତଳଗଞ୍ଜେଇପଦରର ନୂଆ ନାଁ ଆନ୍ଧ୍ର ଗଞ୍ଜେଇବାଦ୍ରା ଦେଇ ଏଠାରୁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ଜଣ ସରପଞ୍ଚ, ୧୦ ଜଣ […]
ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ଆମ ଦାୟିତ୍ୱ ଆନ୍ଧ୍ର ହେଉ ବା ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି ଆମ ଭୌଗୋଳିକ ସୀମାରେ ପଶି କାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତାର ବିଷୟ ମାତୃଭୂମି ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରିବା ଉଚିତ୍ ଭୁବନେଶ୍ୱର: ’ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ […]
ଜୟପୁର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। କଟକ ପିଡି ଡିଆର୍ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ମଧୁସୂଦନ ମିଶ୍ରଙ୍କୁ ଏବେ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ତାଙ୍କୁ ଜଙ୍ଗଲ ଓ ପରିବେଶ […]
କେନ୍ଦ୍ରାପଡା( ମନୋଜ ସ୍ୱାଇଁ) :କୁନି କୁନି ଶିଶୁଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ମୌଳିକ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା ହୋଇଛି। ହେଲେ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ଅବସ୍ଥା ଦେଖିଲେ ଜଣାପଡୁଛି ସରକାରଙ୍କ ଆନ୍ତରିକତା। କେଉଁଠି କେନ୍ଦ୍ର ଘର ଅଧା ପଡିଛି ତ ଆଉ କେଉଁଠି ଭଙ୍ଗା ଚାଳ ଘରେ ଅସୁରକ୍ଷିତ ଅବସ୍ଥାରେ ପଢୁଛନ୍ତି କୋମଳମତି ଶିଶୁ। ଚାଳ କଣା ହୋଇ ଖରା ପଡୁଛି। ପରିଥିନ୍ ଜରି ଫାଟି ଠାଏ ଠାଏ କଣା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଛି। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଛି। […]
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍ ହାତରେ ନୂଆ ସୁରାକ୍ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ […]
ପୁରୀ (ମଧୁସୂଦନ ମିଶ୍ର): ଗତ ବର୍ଷ ରଥଯାତ୍ରାରେ ଯେଉଁ ରଥ ତିଆରି ହୋଇଥିଲା, ସେହି ତିନି ରଥକୁ ସଂଗ୍ରହାଳୟରେ ରଖିବାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ କୁହାଯାଇଥିଲା, ଯେହେତୁ ଭକ୍ତମାନେ ପୁରୀ ଆସି ରଥଯାତ୍ରା ଦେଖିପାରିନାହାନ୍ତି, ସେଥିପାଇଁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବ। ଏହା ଦ୍ୱାରା ଭକ୍ତମାନେ ୩ ରଥକୁ ଦେଖିପାରିବେ କିନ୍ତୁ ବିଡମ୍ବନା, ସେ ରଥଯାତ୍ରା ଯାଇ ଆଉ ଏକ […]
କୋରାପୁଟ: ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗ୍ରହଣ ଆରମ୍ଭ ସାରିଛି । ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି। ଏହି ଗାଁରେ ୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି। କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି। ଏଥିରେ ରହିଛି […]
ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କଲେ ସୁଧାଂଶୁ ଷଡ଼ଙ୍ଗୀ। ମୁଣ୍ଡ ମିଳିବା ପରେ କମିଶନରେଟ୍ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ମୃତ ମହିଳା ଜଣକ […]
ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ କଟାମୁଣ୍ଡର ଅବଶେଷ ଜବତ କରିଛି ପୋଲିସ। ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବୋଲି ଜଣାପଡ଼ିଛି, ତାଙ୍କ ଘର […]
ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସୁନାମୁହିଁର ସୌନ୍ଦର୍ଯ୍ୟରେ ବିମୋହିତ ଦର୍ଶକ।ଏହି ସ୍ଥାନ ପ୍ରକୃତିର ଅସାଧାରଣ ଅପରୂପ। ବିଦେଶର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାର ଏକ ଅଳ୍ପ ପରିଚିତ ପର୍ଯ୍ୟଟନସ୍ଥଳୀ। ସାଧାରଣତଃ ଆମେ କୌଣସି ସୁନ୍ଦର ଛବି ଦେଖିଲେ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଦୁନିଆର ଏମିତି ସ୍ଥାନ ଅଛି। ନା ଚିତ୍ରକରର ଏହା କଳ୍ପନା ମାତ୍ର । ହେଲେ ମନରେ ଏପରି ପ୍ରଶ୍ନ ଉଙ୍କି ମାରୁଥିଲେ କ୍ଷଣିକରେ […]
ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ। ଏଥିଲାଗି ଚଳିତ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ […]
ଭଦ୍ରକ( ପାର୍ଥସାରଥି ନାୟକ) : ବାପା ଗୋଡ଼ରେ ବେଡ଼ି ପକାଉଛି କୁନି ଝିଅ। ଚାଳଘର ଆଗରେ ଲୁହା ଶିକୁଳିର ବନ୍ଧା ପଡ଼ିଛି ଜୀବନ। ଆଜି ନୁହେଁ ଦୀର୍ଘ ୨ରୁ୩ ବର୍ଷ ହେଲା ଏମିତି ବନ୍ଧା ପଡ଼ିଛନ୍ତି ଭଦ୍ରକର ଖଗେନ୍ ନାୟକ। ଆଉ ଛଳଛଳ ଆଖିରେ ବାପାକୁ ଶିକୁଳିରେ ବାନ୍ଧିବାକୁ ବାଧ୍ୟ ଝିଅ। ହେଲେ ଏବୟସରେ ବି ସବୁକିଛି ବୁଝିପାରୁଛି ଟିକି ଝିଅ। ବାପାକୁ ଶିକୁଳି ଦେବା ପରେ ଘର ଭିତରକୁ ଯାଇ ନୀରବରେ ଆଖିରୁ ଲୁହ ଝରାଉଛି। […]
ରାଉରକେଲା(ପୱନ ତିୱାରୀ): ଗଜରାଜଙ୍କ ପାଇଁ ପୁଣି ବିପଦ ସାଜିଲା ଟ୍ରେନ୍। ମାଲ୍ବାହୀ ଟ୍ରେନ୍ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଜରେଇକେଲା ନିକଟ ମହିପାଣିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ୨ ହାତୀ ରେଳ ଲାଇନ୍ ପାର୍ ହେଉଥିବାବେଳେ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରେଲ୍ୱେ ଟ୍ରାକ୍ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଥିବା […]
ସୁନ୍ଦରଗଡ଼ : ଧାନ ବିକ୍ରି ସମସ୍ୟାକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ। ମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ଆଗରେ ଏହି ଘଟଣା ଘଟିଛି। ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା ଆଜି ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟକୁ ସମୀକ୍ଷା ପାଇଁ ଆସିଥିଲେ। ଆଉ ମନ୍ତ୍ରୀଙ୍କ ଆସିବା ଜାଣି ଚାଷୀମାନେ ବ୍ଲକ କାର୍ଯ୍ୟାଳୟ ସାମ୍ନା ରାସ୍ତା ଅବରୋଧ କରି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍ କରାଯାଇଛି। କରୋନା ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ […]
ଭୁବନେଶ୍ୱର: ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା […]
ଆଜିଠାରୁ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାର ହେବ କଡ଼ାକଡ଼ି ପାଳନ ଭୁବନେଶ୍ୱର: ଦୀର୍ଘ ୧୦ ମାସ ପରେ କରୋନାର ପ୍ରାଦୁର୍ଭାବ ଟିକିଏ କମିବା ପରେ ଆଜିଠାରୁ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍। ଏତେ ଦିନ ପରେ ଛାତ୍ରଛାତ୍ରୀ ପାଇଁ ଚଳଚଞ୍ଚଳ ହୋଇପଡିଛି […]