ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା […]
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଓଡ଼ିଶା […]
ବାଙ୍କୀ: ବିପଦ କେତେବେଳେ ମାଡ଼ିଆସେ ତାହା କହିହୁଏନା। ସେମିତି ଏକ ବିପଦ ୪ଟି ପରିବାରକୁ ହତାଠ୍ ମାଡିଆସିଲା। ବଜ୍ରପାତରେ ଜଳିଗଲା ଘର। କଟକ ବାଙ୍କୀ ଡମପଡ଼ା ଗୟଳବାଙ୍କ ମହାନ୍ତି ସାହିରେ ବଜ୍ରପାତରେ ୪ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହି ଭୟଙ୍କର ବିପତ୍ତିରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡମପଡ଼ା ତହସିଲଦାର ଓ […]
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ଜଳିଗଲା ଦୀପ ଘର ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ବୋଲି ସନ୍ଦେହ ପୂର୍ବରୁ କେବେ ବି ଦୀପ ଘରେ ଅଗ୍ନିକାଣ୍ଡ ଘଟି ନ ଥିଲା ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ଥିବା ଦୀପ ଘରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର […]
ଭୁବନେଶ୍ୱର: କିଛି ଦିନର ତାତି ପରେ ଆଜିଠୁ ବଦଳିଛି ପାଣିପାଗର ମିଜାଜ୍। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୨୭ ତାରିଖ ଯାଏଁ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି କଳାହାଣ୍ଡି, ମୟୁରଭଞ୍ଜ, ବାଲେଶ୍ୱର, […]
ଭୁବନେଶ୍ୱର: କରୋନା ଲକଡାଉନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ, ଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ଏବେ ବିକଳ୍ପ ଚିନ୍ତା କରାଯାଉଛି। ଏନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଏମସି ଅତିରିକ୍ତ କମିଶନରଙ୍କ ସହ ୪ ନିଯୋଗ ସଂପାଦକ, ଟ୍ରଷ୍ଟବୋର୍ଡ ସଦସ୍ୟ ମନ୍ଦିର […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼କଥରା ଗାଁରେ ଆଜି ବଜ୍ରପାତ ଘଟି ୩ ଯୁବକଙ୍କ ମୃତ୍ୟୁ ହୋଇଛି। କରୋନା ପାଇଁ କଟକଣା ସତ୍ତ୍ୱେ ଘରୁ ବାହାରି ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡପଥରା ଗାଁର କୈଶିଷ ମହାନ୍ତ, ଦିବ୍ୟଶଙ୍କର […]
ପୁରୀ: କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବଡ଼ଚଣାର ନିଲମ୍ବିତ IIC ଦୀପକ ଜେନାଙ୍କ ନାଁରେ ପୁଣି ମାମଲା। ଆଇପିସିର ଧାରା ୧୭୧, ୧୬୬/୧୬୬(ଏ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଗାଡ଼ିରେ ପୋଲିସବତୀ ଲଗାଇଥିବାରୁ ମାମଲା ରୁଜୁ ହୋଇଛି। ଏନେଇ ଯାଜପୁର SP ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଯୋଗ ପରେ ଗତକାଲି ବଡ଼ଚଣା IICଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିଜି। ପୁରୀ ସିଂହଦ୍ୱାର ଥାନାରେ […]
ଭୁବନେଶ୍ୱର: ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ। କୃଷି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଏକ ମାର୍କେଟିଂ ୱେବସାଇଟ୍ ଆରମ୍ଭ ହୋଇଛି। odi hort marketing.nic.in ନାଁରେ ଏହି ୱେବସାଇଟ୍କୁ ଆରମ୍ଭ କରାଯାଇଛି। ସାରା ରାଜ୍ୟର ଚାଷୀ ନିଜ ପନିପରିବା ସମ୍ପର୍କରେ ତଥ୍ୟ ଏଥିରେ ପ୍ରଦାନ କରିବେ। ଏହାସହ ୧୫ ଶହରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜୀକରଣ କରିଛନ୍ତି। କେଉଁ ଅଞ୍ଚଳର କେଉଁ ଚାଷୀ ପାଖରେ କେତେ ପରିମାଣ ପରିବା […]
ଭୁବନେଶ୍ୱର: ସରକାରୀ ଅଫିସ୍ରେ କାର୍ଯ୍ୟ କରିବାକୁ ନେଇରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୧୦ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଲକଡାଉନ୍ ମଧ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ସରକାରୀ ଅଫିସଗୁଡ଼ିକ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ […]
ଭୁବନେଶ୍ୱର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ। ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ୟାସ୍’ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା […]
ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି । ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ସାଲୁର ମଣ୍ଡଳର ତୋନମ […]
କେନ୍ଦୁଝର: ଗତକାଲି ଜଣେ ନାବାଳିକା କିଛି ଦୂରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ବରଂ ଫେରିଥିଲା ଛୋଟ ଝିଅର ମୃତଦେହ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାମେବାରୀ ଥାନା ଅଞ୍ଚଳରେ। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି।। ଗତକାଲି ନାବାଳିକା ଜଣକ ଘରକୁ ନଫେରିବାରୁ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ ପରିବାର ଲୋକେ। ତେବେ ଆଜି ସକାଳେ ଘର ପାଖ ଜଙ୍ଗଲରେ […]
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ମହମ୍ମଦ ରଫିକ୍। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡିଶା ହାଇକୋର୍ଟଙ୍କୁ ବଦଳି କରାଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।
ଗଞ୍ଜାମ: ଲକ୍ଡାଉନ୍ ଯୋଗୁଁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇଛି। ତଥାପି ଏହା ଭିତରେ ଚାଲିଛି ବେଆଇନ୍ କାରବାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ ହୋଇଛି। ଭଞ୍ଜନଗର ଥାନା କେବିରି ବ୍ରହ୍ମପୁର ଗ୍ରାମରେ ଏକ ମଦ ଭର୍ତ୍ତି ଟ୍ରକ ଠିଆ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମିଳିତ ଚଢାଉ କରିଥିଲେ। ଯାଞ୍ଚ ବେଳେ ଡ୍ରାଇଭରଠାରୁ ସେମିତି କୌଣସି […]
ଯାଜପୁର: ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲା। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୋଲିସ୍। ଗତକାଲି ଜଣେ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନେଇ ଏହି ଦୁଇ ଜଣ ବାଇକରେ ଯାଉଥିବା ବେଳେ ଯାଞ୍ଚ ଦାୟିତ୍ୱରେ ଥିବା ବିଡିଓ ଏବଂ ତହସିଲଦାର ଅଟକାଇଥିଲେ। ମାସ୍କ ପିନ୍ଧିନଥିବାରୁ ଯୁକ୍ତିତର୍କ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ ନଡିଆ ଗଛ ଜଳିଯାଇଥିଲା। ପ୍ରାୟ ୫ରୁ ୭ମିନିଟ ଧରି ନଡିଆ ଗଛଟି ଜଳିଥିଲା। ଅପରାହ୍ଣରେ ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ […]
ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତାମାନେ ପାଇବାକୁ ଥିବା ଅନ୍ୟ ରିହାତି ସମେତ ଦୁଇ ମାସର ବିଲ ବାବଦରେ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ। ଖାଉଟିମାନେ ଯେକୌଣସି ମାଧ୍ୟମରେ ଏହି […]
ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।
ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ତାତି। ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧. ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ସହ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧. ୫ ଡିଗ୍ରୀ ରେକର୍ଡ ହୋଇଛି। ଏହି ଦୁଇ ସହର ସହ ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୪୦. ୭ ଡିଗ୍ରୀ, କଟକର ୪୦. ୧, ଅନୁଗୁଳ ୪୦. ୭ ଡିଗ୍ରୀ ଏବଂ […]
ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]
କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।
କଟକ: ଏସ୍ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ […]
ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍ଡାଉନ୍ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି। ଏପରିକି […]