ଡମ୍ପର ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ବାଲେଶ୍ୱର ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିଲିଥିବା ସୂଚନା ଅନୁସାରେ, ବାଇକରେ ଦୁଇ ଭାଇ ଯାଉଥିବା ବେଳେ ଧକ୍କା ଦେଇଛି ଡମ୍ପର
ବଲାଙ୍ଗୀର : ଧାନ ଖଳାରେ ନିଆଁ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ସରଗୁଲ ଗାଁରେ ଦୁଇ ଏକର ଚାଷ ଜମିର ଅମଳ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଆସି ଖଳାରେ ଥିବା ଧାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଧାର କରଜ କରି ଧାନ କରିଥିବା ଚାଷୀ ଗଦାପାଣି ବଉକ ଏବେ ଚିନ୍ତାରେ ସରକାରୀ ସାହାଯ୍ୟ ଯୋଗାଇଦେବାରକୁ ସେ ଦାବି କରିଛନ୍ତି । ତେବେ ଚାଷୀ ନିଜ […]
ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧତ୍ପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଗତ କାଲି ରାତିରେ ରଣପୁର ବିଧାୟକ ପହଞ୍ଚି ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ […]
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ । ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ୍ ଫେଡେରେସନ-ଓଫାଫର ସଦସ୍ୟ ସ୍କୁଲ ଫି ନ ଦେଇ ପାରିଲେ TC ନେଇଯିବାକୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଧମକ ଦେଇ ମାନସିକ ର୍ନିଯାତନା ଦେଉଥିବା ଅଭିଯୋଗ ହୋଇଛି । ଟଙ୍କା ଦେଇ ନପାରିବାରୁ ଅନଲାଇନ୍ କ୍ଲାସରୁ ପିଲାଙ୍କୁ ବାହାର କରିବାର ପ୍ରତିବାଦ କରି ଅଭିଭାବକ […]
ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ଗୁଳି । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ ଜେଲ୍ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି, ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ, ଏକ ବାଇକରେ ଆସି ୩ ଯୁବକ ଗୁଳିମାଡ଼ କରି ଚମ୍ପଟ ହୋଇଥିବା ନେଇ ମିଳିଛି ସୂଚନା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ଗୁଳିକାଣ୍ଡ ହେଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ […]
ଖୋର୍ଦ୍ଧା: ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହେଉଛି ଗୋରୁ। ହେଲେ ଗୋଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୋଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ବିରୋଧରେ। ଗତ ୧୪ ତାରିଖରେ କଡ଼ବ ଗାଁରୁ ପୋଲିସ ୫୦ଟି ଗୋରୁ ଜବତ କରି ବେଗୁନିଆ ନିକଟରେ ଛାଡିଦେଇଥିଲା ଗୋରୁଗୁଡିକୁ। ସ୍ଥାନୀୟଲୋକେ ଏବଂ କ୍ଲବ ପିଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ। ତେବେ ୧୬ ତାରିଖ ରାତିରେ […]
ଖାଉଟିଙ୍କ ଉପରେ ଦରଦାମ୍ ବୃଦ୍ଧିର ଚାପ ଲଗାତାର ବଢୁଥିବା ପେଟ୍ରୋଲ୍-ଡିଜେଲ୍ର ଦର ସାଙ୍ଗକୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ରେଟ୍ ଲୋକଙ୍କୁ ନାକେଦମ୍ କଲାଣି ।
ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ ।
ବଲାଙ୍ଗିର: ବଲାଙ୍ଗିରରେ ସୋସିଆଲ୍ ମିଡିଆରେ ଏବେ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ କାରନାମାକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ସେଲିବ୍ରେସନ। ମଦ ବ୍ୟବସାୟୀଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ସହରରେ ବେଆଇନ ମଦ ବିକ୍ରୀ ଅଭିଯୋଗରେ ସେ ଜଣାଶୁଣା। ହେଲେ ଲକଡାଉନ ସମୟରେ, ପ୍ରମୋଦ ଘର ଉପରେ ଦୁଇରୁ ତିନିଥର ଛାପା ମାରିଥିଲା ବଲାଙ୍ଗିର ଅବକାରୀ […]
ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ । ଢେଙ୍କାନାଳ ଟାଉନଥାନା ନିକଟ ଏକ ବୁଦା ଭିତରେ ତିନି ଜଣ ଶିଶୁ ଅସହାୟ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।
ନୟାଗଡ : ସୁରକ୍ଷା ଦରକାର ଥିଲେ ନୟାଗଡ ଏସ୍ପିଙ୍କୁ ଜଣାଅ । ପରୀ ହତ୍ୟା ମାମଲାରେ ସୁରକ୍ଷା ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ସୌମ୍ୟରଂଜନ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଆଜି ହାଇକୋର୍ଟ କହିଛନ୍ତି, ସୁରକ୍ଷା ନେଇ ୧୫ ଦିନ ଭିତରେ ନୟାଗଡ଼ ଏସ୍ପିଙ୍କୁ ଜଣାନ୍ତୁ । ଯଦି ସୁରକ୍ଷା ଆବଶ୍ୟକ , ତେବେ ୭ ଦିନ ଭିତରେ ଏସପି ପଦକ୍ଷେପ ନେବେ । ପରୀ ହତ୍ୟା ମାମଲାରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟ […]
ରାୟଗଡାରେ ରତ୍ନପଥର ଜବତ ଘଟଣାକୁ ନେଇ ତେଜୁଛି ରାଜନୀତି । କଂଗ୍ରେସ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ରତ୍ନପଥର ଚୋରାଚାଲାଣରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ସାଂସଦ ଏନ.ଭାସ୍କର ରାଓଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର: ପୁଣି ଖାକିରେ ଦାଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ରାକେଶ ସାମଲଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫେସବୁକରେ ବନ୍ଧୁତା ପରେ ରାକେଶ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି। ସେ ପୂର୍ବରୁ ଗର୍ଭବତୀ ହୋଇ ଏସ୍ଆଇ ବାଧ୍ୟ କରିବାରୁ ଗର୍ଭନଷ୍ଟ କରିଥିବା ଓ ପରେ ରାକେଶ ତାଙ୍କୁ ଧୋକା ଦେଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଲକ୍ଷାଧିକ […]
ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ,ନଚେତ୍ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ନ୍ତୁ । ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ସେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ
କଟକରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା ଉପରେ ଧାରଣା ଦେଲେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ । ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା
ବଲାଙ୍ଗୀର : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ମାଲ ବୋଝେଇ ଟ୍ରକ୍ । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ରାଜରାସ୍ତାର ଖମାରମୁଣ୍ଡା ଛକରେ ହଠାତ ଏକ ମାଲବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକ୍ ଟାୟାର ଫାଟିଯିବାରୁ ତାପାଖ ଦେଇ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା । ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପଟେ ଟ୍ରକରେ ଥିବା ଗହମ, ଡାଲି, […]
ଭୁବନେଶ୍ୱର: ଜଗନ୍ନାଥ ପ୍ରେମୀଙ୍କ ଲାଗି ଖୁସି ଖବର। ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି […]
ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ନେଇ ସୂଚନା ମିଳିଛି । ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଚଢାଉ ହୋଇଛି
କୁନି ଝିଅ ପରୀ ମୃତ୍ୟୁ ଖବରରୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି । ତେବେ ଏହାରି ମଧ୍ୟରେ ଜଣାପଡିଛି ଯେ, ପରୀର ବାପା ନିଜର ଅଟୋ ବିକ୍ରି କରିବେ । ପରୀର ବାପା ଅଶୋକ ସାହୁ ପରିବାର ଚଳାଇବା ପାଇଁ ଅଟୋ ଚଳାଉଥିଲେ
ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା ୨୦୨୧। ତେବେ ଏହି ମେଲାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ ।
ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ ଜାରି ରହିଥିବା ବେଳେ ଭୁବନେଶ୍ୱର ରାଜଭବନ ଆଗରେ ବି ଗର୍ଜିଛି ବିଜେପି । ପରୀକୁ ନ୍ୟାୟ ଦାବିରେ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି
ନୟାଗଡ଼ ପରୀ ହତ୍ୟା ମାମଲାରେ ବଳି ଥିଓରୀ ଦୋହରାଇଲେ ଶିଶୁ ଅଧିକାର ସୁରକ୍ଷା ଆୟେଗର ଅଧ୍ୟକ୍ଷ। ସଂଧ୍ୟାବତୀ ପ୍ରଧାନ। ପରୀକୁ ବଳି ଦିଆଯାଇଥିବ ବୋଲି ପୁଣି କହିଛନ୍ତି ସଂଧ୍ୟାବତୀ । ପୁରୁଣା କଥାକୁ ଦୋହରାଇବା ସହ ପରୀକୁ ବଳି ଦିଆଯାଇଥିବା ମଧ୍ୟ ସେ ଆଶଙ୍କା କରିଛନ୍ତି
ପରୀ ପରିବାର ପାଇବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟେ।ଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି । ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ଆଶଙ୍କା ମଧ୍ୟ କରିଛନ୍ତି
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ତେବେ ଏପରି ସମୟରେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ