• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Swati Murder case
ପୋଖରୀକୁ କେମିତି ଆସିଲା ସ୍ୱାତୀର ମୃତଦେହ ?

ପୋଖରୀରୁ ମିଳିଲା ନୟାଗଡ଼ ବଧିପାଟଣାର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ। ସାଇଣ୍ଟିଫିକ୍ ଟିମର ସହାୟତାରେ  ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ତେ। ତେବେ ଝିଅ ହତ୍ୟାରେ ଗାଁ ଲୋକଙ୍କ ହାତ ଥିବା ସ୍ୱାତୀର ବାପା ସାଂଘାତିକ ଅଭିଯୋଗ ଆଣିବା ପରେ ତାଙ୍କୁ ଉତ୍ତ୍ୟକ୍ତ ଗାଁ ଲୋକେ ମାଡ଼ ମାରିଛନ୍ତି

  • Wednesday, 14 July 2021
Temple
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଅନ୍ୟ ମନ୍ଦିର କେବେ ଖୋଲିବ ପ୍ରଶାସନ

ଶ୍ରୀମନ୍ଦିର ପରେ ଭକ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଲା ଲିଙ୍ଗରାଜ ମନ୍ଦିର। ଆସନ୍ତା ୨୭ ତାରିଖରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ତେବେ କରୋନା ସ୍ଥିତିରେ ଉନ୍ନତି ଓ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ପରେ ରାଜ୍ୟର ହଜାର ହଜାର ମନ୍ଦିର ଏବେ ବି ବନ୍ଦ ପଡ଼ିଥିବାରୁ ସେସବୁ ଦେବଦେବୀ ପୀଠ କେବେ ଖୋଲିବ ତାକୁ ନେଇ ଦ୍ୱନ୍ଦ୍ୱରେ ଉଭୟ ଭକ୍ତ, ସେବାୟତ।

  • Wednesday, 14 July 2021
ANAM
ନିଯୁକ୍ତି ଦିଅ ନଚେତ୍ ସମୂହ ଆତ୍ମହତ୍ୟା କରିବୁ

ପୁଣି ରାଜଧାନୀ ରାଜରାସ୍ତାରେ ଆତ୍ମାହୁତି ଉଦ୍ୟମ। ସ୍ଥାୟୀ ନିଯୁକ୍ତି ଦାବି କରି ଆଜି ଭୁବନେଶ୍ୱରରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଦୁଇ କରୋନା ଯୋଦ୍ଧା। ଶୀତ କାକରରେ ପଡ଼ି ଏଏନ୍ଏମମାନେ ଆନ୍ଦୋଳନ ଚଳାଇଥିଲେ ବି ସେମାନଙ୍କ ଦାବି ସରକାର ନଶୁଣିବା ପରେ ଆଜି ଏଭଳି ଚରମ ପଦକ୍ଷେପ ନେଇଥିଲେ ସେମାନେ

  • Wednesday, 14 July 2021
padmanabha behera
ଡବଲ ହେଲମେଟ୍ ନଥିଲେ ଦିଅନ୍ତୁ ନାହିଁ ଲିଫଟ୍ : ନଚେତ୍...

ଏକ୍ସଟ୍ରା ହେଲମେଟ୍ ନଥିନଲେ ବାଇକ୍ ଚାଳକ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ । ଧରାପଡ଼ିଲେ DL ବାତିଲ୍ ହେବ । ଏହି ଚେତାବନୀ ଶୁଣାଇଛନ୍ତି ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ,  ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ମନ୍ତ୍ରୀ ଏଭଳି ଆଗୁଆ ସତର୍କ କରାଇ ଦେଇଛନ୍ତି ।

  • Wednesday, 14 July 2021
dharmendra
ରାଜ୍ୟର ଏହି ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଜାଣନ୍ତୁ କେଉଁ ମନ୍ଦିର ପାଇଁ କହିଲେ କେନ୍ଦ୍ରମନ୍ତ୍ରୀ...

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର ଆଉ ୪ଟି ମନ୍ଦିର ପାଇଁ ସେହିପରି ଅଧ୍ୟାଦେଶ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

  • Wednesday, 14 July 2021
pradeep
ଶ୍ୱଶୁର ଓ ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ ଏସଆଇଟି ।  କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ ନେଇଛି ।

  • Wednesday, 14 July 2021
LIG MATCH
ଆଜିଠୁ ଆରମ୍ଭ ହେଲା ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍

ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍ । ୨୨ ତାରିଖ ଯାଏ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି

  • Wednesday, 14 July 2021
Police DGP
ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ ।  ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି

  • Wednesday, 14 July 2021
rape
ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଝିଅକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ l ଗିରଫ ଯୁବକ ଜଣକ ହେଲେ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମଣି ଚିରାଗୁନ

  • Wednesday, 14 July 2021
anugul
ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

  • Wednesday, 14 July 2021
debotorr commisonor
ମନ୍ଦିର ଖୋଲିବା ପ୍ରସଙ୍ଗ : ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କଲେ ଦେବୋତ୍ତର କମିଶନର

ମନ୍ଦିର ଖୋଲିବ କେବେ? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର। କିନ୍ତୁ ମନ୍ଦିରରେ ଏକକାଳୀନ ଭକ୍ତ ପ୍ରବେଶ ଉପରେ ବାରଣ ରହିଛି ।

  • Wednesday, 14 July 2021
naveen-nibas
କାହିଁକି ନବୀନ ନିବାସ ଘେରାଉ କଲେ RTI କର୍ମୀ?

ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାରେ RTI କର୍ମୀଙ୍କ ନବୀନ ନିବାସ ଘେରାଉ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ମାଷ୍ଟର କ୍ୟାଣ୍ଟିନ ଛକରୁ ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ

  • Wednesday, 14 July 2021
police DGP
ସତ୍ୟ ପାଠରେ କଣ କହିଥିଲେ ଡିଜିପି ?

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୮ ନଭେମ୍ବରରେ ଭିଡିଓ କନଫରେନସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜିପି

  • Wednesday, 14 July 2021
police
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ୨ ପୋଲିସ ଅଧିକାରୀ ଏବେ କେଉଁଠି ?

ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।୨ ପୋଲିସ ଅଧିକାରୀ ଏବେ କେଉଁଠି ? ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ? ବର୍ତ୍ତମାନ ସମୟରେ କେଉଁଠାରେ ପୋଲିସ କର୍ମୀ। ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି? ଏନେଇ କ୍ରାଇମବ୍ରାଞ୍ଚ କାହିଁକି ସ୍ପଷ୍ଟ କରୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ଖୋଦ ଭୁବନେଶ୍ୱର ଡିସିପି କହିଥିଲେ। ଅଭିଯୋଗକାରୀଙ୍କ ବୟାନ […]

  • Wednesday, 14 July 2021
bjp
SCPCR ରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ ।  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ  ଆଗରେ ବିକ୍ଷୋଭ ପ୍ରଦର୍ଶନ ।  ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ।

  • Wednesday, 14 July 2021
jagi-mangat
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି ।  ଭିଡିଓ କନଫରେନସିଂ ଜରିଆରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ହାଜର ହୋଇଛନ୍ତି । 

  • Wednesday, 14 July 2021
sura routray
''ପ୍ରମାଣ ନାହିଁ, କେବଳ ପବ୍ଲିସିଟି ପାଇଁ ଓଟିଭି ଷ୍ଟାଫଙ୍କୁ ଗିରଫ କରାଯାଉଛି "

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫଦାରି ଘଟଣା । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ, ଏମିତି ଗିରଫଦାରି ଅନ୍ୟାୟ

  • Wednesday, 14 July 2021
chief secretery
ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବ ନା, ନାହିଁ ସେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

  • Wednesday, 14 July 2021
otv
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ରଖିଲା ପ୍ରତିକ୍ରିୟା

ଭୁବନେଶ୍ୱର ନାବାଳିକ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରାଯାଇଛି । ତେହବ ଏହାରି ମଧ୍ୟରେ ଓଟିଭିର କର୍ମଚାରୀ ମଧ୍ୟ ରହିଛନ୍ତି

  • Wednesday, 14 July 2021
balasore case
ଯମ ଦୂତ ସାଜିଲେ ନିଜ ଲୋକ : ଗାଁ ଦାଣ୍ଡରୁ ଉଠାଇ ନେଲେ, ପୋଖରୀ କୂଳରେ...

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାସ । ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯିବାରୁ ନାବାଳିକାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି

  • Wednesday, 14 July 2021
arrest
ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି ।

  • Wednesday, 14 July 2021
konark
ବାଲି ଚୋରି ଘଟଣାରେ ପୁଣି ଥରେ ତଦନ୍ତ ଆରମ୍ଭ କରିଛି ଏଏସଆଇ

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ କର୍ମଚାରୀଙ୍କ ଦ୍ୱାରା ବାଲି ଚୋରିର ପୁନଃ ତଦନ୍ତ କଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ । ବାଲି ଚୋରି ଅଭିଯୋଗ ଆସିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ଓଡିଶା ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପୁନର୍ବାର ଏହି ଘଟଣାର ଅନୁସନ୍ଧାନ କରିଛନ୍ତି 

  • Wednesday, 14 July 2021
bar
ବାର ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେବେ କି ସରକାର ?

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୋଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି । ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି । ସରକାର […]

  • Wednesday, 14 July 2021
jajpur
ଆତ୍ମହତ୍ୟା ଲାଗି କାହିଁକି ଉଦ୍ୟମ କରୁଥିଲେ ମହିଳା?

ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ, ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ

  • Wednesday, 14 July 2021
BJP
ପୁରୀ ହାଜତ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି

ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି। ଗତ ନଭେମ୍ବର ୧୮ରେ ବାଶେଳି ସାହି ଥାନାରେ କେ.ରମେଶଙ୍କ ହାଜତ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

  • Wednesday, 14 July 2021