• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pari-3
ପରୀ ହତ୍ୟା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ

varsha-anubhav
ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା, ଜାଣନ୍ତୁ କଣ ଥିଲା କାରଣ...

ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଗୋଟିଏ ଏତଲା ଦେଇଛନ୍ତି। ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।

  • Wednesday, 14 July 2021
loot
ନିଶା ଦେଇ ମୋବାଇଲ, ପର୍ସ ଲୁଟ୍ କଲେ

ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।

  • Wednesday, 14 July 2021
samabaya
ନିଜସ୍ୱ ଘର ଥାଇ ମଧ୍ୟ ଭଡା ଘରେ ଚାଲୁଛି ସମବାୟ ସମିତି କାର୍ଯ୍ୟାଳୟ

ସମବାୟ ବିଭାଗର ଅଜବ ନୀତି। ନିଜସ୍ୱ କାର୍ଯ୍ୟାଳୟ ଥାଇ ମଧ୍ୟ ୪ ବର୍ଷ ହେଲା ଭଡା ଘରେ ଚାଲୁଛି ସମବାୟ ସମିତି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ଏବେ ଭୂତକୋଠିରେ ପରିଣତ ହେଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ସମବାୟ ସମିତି କାର୍ଯ୍ୟାଳୟ

  • Wednesday, 14 July 2021
deadbody representative image
ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ

କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ।

  • Wednesday, 14 July 2021
winter
୪୮ ଘଣ୍ଟା ମଧ୍ୟରେ କମିବ ତାପମାତ୍ରା

ରାଜ୍ୟରେ ବଢିବ ଶୀତ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

  • Wednesday, 14 July 2021
Barsha-1
ଓଡ଼ିଶାରେ ପାଠାଗାର ଆନ୍ଦୋଳନ ପାଇଁ ଗୋଡ଼ କାଢ଼ିଲେ ବର୍ଷା, ଆରମ୍ଭ କଲେ ଅଭିଯାନ

'ଆମ ପାଠାଗାର' ଓଡିଶାରେ ପାଠାଗାର ଆନ୍ଦୋଳନକୁ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ପ୍ରୟାସ। ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ଦାସିଆ ଅଜା (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)

  • Wednesday, 14 July 2021
dadan -1
ଓଡିଆ ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା

କରୋନା କଟକଣା ପରେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା। ସେମାନଙ୍କୁ ନଜର ବନ୍ଦୀ ରଖିବା ସହ ର୍ନିଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ନୀଳଗିରି ଅମର୍ଦ୍ଦାର କିଛି ଯୁବତୀ।

  • Wednesday, 14 July 2021
abhay-pathak-1
IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର

ବରିଷ୍ଠ IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ଅବସର। ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁପାରିଶ କରିଛନ୍ତି। କିଛି ଦିନ ତଳେ ଅଭିଯୋଗ ହୋଇଥିଲା ଯେ, ବରିଷ୍ଠ IFS ଅଭୟଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଛି ଭିଜିଲାନ୍ସ।

  • Wednesday, 14 July 2021
maoits
ଠିକାଦାରଙ୍କୁ ହାଣିଲେ, ଗାଡିକୁ ଜାଳିଦେଲେ

ମାଲକାନଗିରି ମାଥିଲି ଥାନା ଗୋଲିଆରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ଠିକାଦାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କ ନାଁ ସୁକୁମାର ମଣ୍ଡଳ ବୋଲି ଜଣାଯାଇଛି। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ।

  • Wednesday, 14 July 2021
corona-tika
କେବଳ ଏହି ମାନଙ୍କୁ ମାଗଣାରେ ମିଳିବ କରୋନା ଟିକା

କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ରହିଛି ସୂଚନା । ତେବେ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବ ।

  • Wednesday, 14 July 2021
kidnap 1
ବିଚ୍ ରାସ୍ତାରୁ ଯୁବତୀଙ୍କୁ ଅପହରଣ

ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ। ପ୍ରଥମେ ଅପହରଣ ଓ ପରେ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରାଯାଇଛି। ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ଅଞ୍ଚଳରୁ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ

  • Wednesday, 14 July 2021
Arun-bothra
ପରୀ ହତ୍ୟାର ଦୋଷ ନେବା ଲାଗି ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା

ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି।

  • Wednesday, 14 July 2021
loot3
ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଲୁଟ୍

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦିନ ଦ୍ୱିପହର ରେ ଜଣେ ବ୍ୟବସାୟୀ ଙ୍କ ବାଇକ ରୁ ଅଡ଼େଇ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଦିନ ପ୍ରାୟ ୧୨ ଟା ସମୟରେ। ବ୍ୟବସାୟୀ ଜଣଙ୍କ ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ଟି ପଦାକୁ ଆସିଥିଲା।

  • Wednesday, 14 July 2021
Farmer problem
କୋଲ୍ଡ ଷ୍ଟୋରେଜ ନାହିଁ, ଅଭାବୀ ବିକ୍ରିର ଶିକାର ଚାଷୀ

କ୍ଷେତରେ ହସୁଛି ସବୁଜ ପନିପରିବା ବାଇଗଣ, ବିଲାତି, କୋବି, ବିନ୍ସ। ଭଳି କି ଭଳି ପରିବା ମୁଣ୍ଡ ଝାଳ ତୁଣ୍ଡେ ମାରି ତଟକା ପରିବା ଉପୁଜାଇଛି ଚାଷୀ। ସୁନ୍ଦରଗଡ଼ ନୂଆ ଗାଁ ଅଞ୍ଚଳର ଶୀତ ଋତୁରେ ଭଲ ଦୁଇପଇସା ରୋଜଗାର ଆଶାରେ ଚାଷୀ ଲାଗିପଡ଼ିଛନ୍ତି କାମରେ।

  • Wednesday, 14 July 2021
elephant
ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ୩୦ ଟିକିଆ ହାତୀ ପଲ

ଜନବସତି ଆଡ଼କୁ ମାଡ଼ି ଆସୁଛି ହାତୀ ପଲ। ୩୦ ଟିକିଆ ହାତୀ ପଲ ଚୌଦ୍ୱାର ଅଞ୍ଚଳରେ ଘୁରି ବୁଲୁଛନ୍ତି।ବର୍ତମାନ ସମୟରେ ଯାହାକୁ ନେଇ ଏବେ ଆତଙ୍କିତ ଗାଁ ଲୋକେ। ସ୍ଥାନୀୟ ଶାଳଙ୍ଗା ପଞ୍ଚାୟତରେ ଧାନ ବିଲ୍ ଓ ଗାଁ ନିକଟରେ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଗ୍ରହାଟ, ନଖରା ଗାଁ ଆଖପାଖ ଅଞ୍ଚଳରେ ହାତୀ ବୁଲୁଥିବା ନେଇ ସୂଚନା ମିଳିଛି।

  • Wednesday, 14 July 2021
deadbody
ହାତ ଗୋଡ ବାନ୍ଧି ମାରିଦେଲେ?

ଝାରସୁଗୁଡା-ସୁନ୍ଦରଗଡ ରାସ୍ତାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ  ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି।  ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରାସ୍ତାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

  • Wednesday, 14 July 2021
congress
ଆଜି ନୟାଗଡରେ ବିକ୍ଷୋଭ କରିବ କଂଗ୍ରେସ

ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା ?

  • Wednesday, 14 July 2021
paralakhemundi
ପାରଳାଖେମୁଣ୍ଡିରୁ ଶିଶୁ ନିଖୋଜ ଅଭିଯୋଗ

ପୁଣି ଶିଶୁ ନିଖୋଜ । ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି। ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଯାମ୍ମୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

  • Wednesday, 14 July 2021
pradeep-panigrahi
ପ୍ରଦୀପଙ୍କର ଆଜି ସରୁଛି ୨ ଦିନିଆ ରିମାଣ୍ଡ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ ଦିନ ଧରି ତାଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା

  • Wednesday, 14 July 2021
tendua
କୁକୁଡା ଦୋକାନରେ ପଶିଛି କଲରାପତରିଆ ବାଘ

ପାଟଣାଗଡ ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ। ଗାଁ ମୁଣ୍ଡରେ ଥିବା ଏକ କୁୁକୁଡା ଦୋକାନରେ କଲରାପତରିଆ ବାଘ ପଶି ଶହେରୁ ଅଧିକ କୁକୁଡା ମାରି ଖାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ରେଙ୍ଗାଲି ତଥା ଆଖପାଖ ଅଂଚଳରେ ‌ଭୟର ବାତାବରଣ ସୃଷ୍ଟି ହୋଇଛି ।

  • Wednesday, 14 July 2021
school park
ପ୍ରାକୃତିକ ପରିବେଶରେ ପିଲା ପଢିବେ ପାଠ

ସ୍କୁଲ ତ ନୁହେଁ ସତେ ଯେପରି ପାର୍କ। ପିଲାଙ୍କୁ ପ୍ରାକୃତିକ ପରିବେଶ ଦେବାକୁ ପ୍ରୟାସ କରିଛନ୍ତି ଶିକ୍ଷକ। ସ୍କୁଲ ଅଗଣାରେ ଉଦ୍ୟାନ ଓ ତା ସାଙ୍ଗକୁ ଫାଉଣ୍ଟେନ୍। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ସ୍କୁଲରେ ଗଢ଼ି ଉଠିଛି ଉଦ୍ୟାନ

  • Wednesday, 14 July 2021
Samir-Mohanty
୨୦ରୁ ପରୀ ପଦଯାତ୍ରା କରିବ ବିଜେପି : ଜାଣନ୍ତୁ କେଉଁଠୁ ଆରମ୍ଭ ହେବ ପଦଯାତ୍ରା

ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୦ ତାରିଖରୁ ପରୀ ପଦଯାତ୍ରା ଆରମ୍ଭ କରିବ ବିଜେପି। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଏକ ପ୍ରେସମିଟରେ ସେ କହିଛନ୍ତି ବିଜେପିର ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ପରୀର ଗାଁ ନୟାଗଡ଼ର ଯଦୁପୁର ଯିବ

  • Wednesday, 14 July 2021
high court
ହାଇକୋର୍ଟରେ ହାଜର ହେଲେ ଏଡିଜି...ହେଲେ କାହିଁକି?

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ଏଡିଜି ।କ୍ରାଇମବ୍ରାଞ୍ଚ ଭିଡିଓ କନ୍ଫରେନ୍ସିଂରେ ସେ ହାଜର ହୋଇ ପକ୍ଷ ରଖିଛନ୍ତ। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛନ୍ତି ଏଡିଜି ଏବଂ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି।

  • Wednesday, 14 July 2021
vigilance
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସହିତ ଏକକାଳୀନ ସମ୍ବଲପୁର, ଦେବଗଡ଼, ଭୁବନେଶ୍ୱର, ଅନୁଗୁଳରେ ରେଡ୍ ହୋଇଛି। ଏହି ସବୁ ସହରରେ ୨୫ଟି ଜମି କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

  • Wednesday, 14 July 2021