ପ୍ରଶାସନର ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ ବୋଲି ସୂଚନା ରହିଛି। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ। କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଛି। ପେଟ ପୁରାଇବା ଲାଗି ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଆହୁରି ବଢିଛି ସଂକ୍ରମଣ
କରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି
ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି।
ବ୍ରିଟିଶ ସରକାର ନିକଟରେ ଶେଷ ଯାଏ ପରାଧିନତା ସ୍ୱୀକାର କରି ନଥିବା କୁଜଙ୍ଗ ରାଜ୍ୟ ଶାସନର ସ୍ମୃତି ବହନ କରୁଥିବା କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ହେବ ସଂଗ୍ରହାଳୟ। ସ୍ୱାଭିମାନୀ ଷଣ୍ଢ ରାଜା ଏହି କୋଠାରୁ ପ୍ରଶାସନିକ କାର୍ଯ୍ୟ, ନୌବାଣିଜ୍ୟ କାରବାର ଏବଂ କର ଅସୁଲି କରୁଥିଲେ
ଖରା ଆରମ୍ଭରୁ ପାଣି ଚିନ୍ତା। ଟାଇଁ ଟାଇଁ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ଖରାଦିନ ଆସିବା ମାତ୍ରେ ସବୁଠି ଜଳ ଜଳ ଦିଶୁଛି ସରକାରୀ ଉଦାସିନତାର ବିକଳ ଚିତ୍ର। ବାଲେଶ୍ୱର ଜିଲ୍ଲା ରେମୁଣା ଓ ଭୋଗରାଇ ବ୍ଲକରେ ବି ପାଣି ସମସ୍ୟା ଦେଖାଦଇଛି।
ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି।
ଭୟଙ୍କର ହେଉଛି କରୋନା। ମହାମାରୀ ବ୍ୟାପୁଥିବାରୁ ସ୍କୁଲକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ନିଷ୍ପତ୍ତି ଅନୁସାରେ, ନବମ, ଏକାଦଶ କ୍ଲାସ୍ ବନ୍ଦ ରହିବ। କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଚିନ୍ତା ବଢାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। କହିବାକୁ ଗଲେ ଗଞ୍ଜାମ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ
ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ।
ତେବେ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି
ପୋଷ୍ଟମର୍ଟମ ପରେ ମୃତଦେହକୁ ବଞ୍ଚାଇବାକୁ ଉଦ୍ୟମ। ରାତିତମାମ ପୂଜାପାଠ ବି ଚାଲିଲା। ନୟାଗଡ ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅନ୍ଧବିଶ୍ୱାସର ଘଟଣା। ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା
ଦ୍ୱିତୀୟ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା
ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି।
ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି କଲା ପ୍ରେସମିଟ୍। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ପ୍ରଦୀପ୍ତ ନାୟକ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି କଲେ ଅଭିଯୋଗ।
ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଂଜୁର ନକରିବାକୁ ଅନୁରୋଧ କରିବୁ। ବିନା ଆଲୋଚନାରେ ପାରିତ ବିଲକୁ […]
ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।
ପୁଣି ଜଳୁଛି ଶିମିଳିପାଳ। ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଛି, ଫଳରେ ପରିବେଶ ଧୂଆଁମୟ ହୋଇଯାଇଛି। ସେହିପରି ଜଙ୍ଗଲ ନିଆଁ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଛି
ସୁନ୍ଦରଗ଼ଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ? ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମିର ଅନୁସନ୍ଧାନ କରି ଗତକାଲି ଫେରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାଙ୍କ ୫ ଜଣିଆ ବୈଷୟିକ ଟିମ୍ ସୁନ୍ଦରଗଡ଼ରେ ଏନ୍ଟିପିସି ନିର୍ମାଣ କରିଥିବା ମେଡିକାଲ କଲେଜ ବିଲ୍ଡିଂକୁ ବୁଲି ଦେଖିଛନ୍ତି
କଥାରେ ଅଛି ଘରପୋଡ଼ିଠୁ ବିପତ୍ତି ନାହିଁ। ନିଆଁର ଲେଲିହାନ ଜିହ୍ୱା ଆଗରେ କି ଧନୀ, କି ଗରିବ କେଇ ଘଣ୍ଟା ଭିତରେ ନିଃସ୍ୱ କରିଦେଇପାରେ ଅଗ୍ନିକାଣ୍ଡ
ତିଶଗଡ଼ ସୀମାକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ।
ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ନୂଆ ଏସଓପି। ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅନ୍ୟ ବାରରେ ସକାଳ ୬ଟାରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ବରଂ ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ […]