ଗୃହରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ମହଙ୍ଗା ପଡ଼ିଲା। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସସପେଣ୍ଡ୍ ହୋଇଛନ୍ତି।
ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମକୁ ଜୋତାଫିଙ୍ଗା ଘଟଣାରେ ବିଧାନସଭାର ସମସ୍ତ ଭିଡିଓ କ୍ଲିପିଂ ମାଗିଲେ ବାଚସ୍ପତି। କହିଲେ, ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରିବି।
ସେପଟେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। ସେପଟେ, କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।
ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି
ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ହୋଇଛି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ।
ପୁରୀ(ମଧୂସୁଦନ ମିଶ୍ର): ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ଫସି ଯାଇଥିଲା। ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡରେ ରହି ଯାଇଥିଲା। ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଉଦ୍ଧାର କରିଥିଲା ଶିଶୁକୁ। ସୂଚନା ଅନୁସାରେ ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ। […]
ପୁଣି ଫେରିଲା କାଳିଆ ଯୋଜନା। କାଳିଆ ଥୋପ ପକାଇ ଚାଷୀଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଭରପୁର ଉଦ୍ୟମ ଜାରି ରହିଛି। ରବି ଫସଲ ପାଇଁ ୩୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଦେବାକୁ ହୋଇଛି ଘୋଷଣା ହୋଇଛି। ତେବେ ହଠାତ୍ କାହିଁକି ଚାଷୀଙ୍କ ପ୍ରତି ଏତେ ଦରଦ?
ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା। ଆଜି ଖୋର୍ଦ୍ଧା ବୋଲଗଡରୁ ଜବତ ହେଲା କଲରାପତରିଆ ବାଘ ଚମଡ଼ା। ରାଜ୍ୟରେ ବେଧଡ଼କ ଭାବେ ବଢୁଥିବା ବନ୍ୟଜନ୍ତୁ ଶିକାରର ଇଏ ଆଉ ଏକ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ।
ପିପିଲି ଉପ-ନିର୍ବାଚନର ଘମାଘୋଟ କ୍ୟାମ୍ପେନ୍ ଭିତରେ ପଡ଼ିଲାଣି ନିର୍ବାଚନୀ ହିଂସାର ମୂଳଦୂଆ।ପ୍ରଚାରରେ ଯାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି।
ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ମାନଙ୍କରେ ହୁ ହୁ କୋଭିଡ୍ ସଂକ୍ରମଣ ପଛରେ କୁଆଡ଼େ ଏକ କ୍ରିକେଟ୍ ମ୍ୟାଚ୍ ଦାୟୀ ବୋଲି ଆଶଙ୍କା କରାଯାଉଛି
କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି କଲା BMC। ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ଲାଗି ହୋଇଛି ନିଷ୍ପତ୍ତି। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
କଟକରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ପାଳନ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି
ଖରାଦିନିଆ ଉତ୍ପାଦିତ ପନିପରିବା ବିକ୍ରି ନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ। ବଜାରରେ ପରିବା ଦର ହ୍ରାସ ପାଉଛି। କମ ଦରରେ ପରିବା ବିକ୍ରି କରିବା ତ ଦୂର କଥା। ତୋଳିବା ପଇସା ନ ଉଠିବାରୁ ଚାଷୀ ଶେଷରେ ବାଡ଼ରେ ପରିବା ଛାଡ଼ିଦେଲେଣି।
ରାତି ୧୦ ହେଲେ ଅନ୍ଧାର, ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ। ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍ ବିଭାଗ ଏଭଳି ପଦକ୍ଷେପ ନେଉଥିବା କହିଛି
କରୋନାର ଲେଉଟାଣି ଲହର ମୁକାବିଲା ପାଇଁ ସରକାରୀ ତତ୍ପରତା ଦେଖାଦେଇଛି। ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ACS
କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଥିବା ନେଇ ସୂଚନା ମିଳିଛି
ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଗିରିଡିପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା। ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଂ ଓ ଖଣି ଲୁଟ୍ ନେଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ କବିଚନ୍ଦ୍ର ନାୟକ।
କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା ମିଳିଛି। ବାଘ ଛାଲ ଜବତ ସହ କାରବାରରେ ଲିପ୍ତ ଥିବା ୨ ଜଣଙ୍କୁ ଗିରଫ କଲା ଏସଟିଏଫ। ଗତକାଲି ନୟାଗଡ଼ ଜିଲ୍ଲାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ବାଘ ଛାଲ ବିକ୍ରି କରିବା ଲାଗି ୨ ଜଣ ଡିଲ୍ କରୁଥିଲେ।
ଦିନେ ଘର ସମ୍ଭାଳୁଥିଲେ ରୀନା। ପରିବାର ମଧ୍ୟରେ ସ୍ୱାମୀ, ପିଲା ଓ ଶାଶୁ ଶ୍ୱଶୁରଙ୍କ କଥା ବୁଝୁଥିଲେ। ହେଲେ ଏବେ ସମ୍ଭାଳିବେ ଦେଶର ସୀମା।
ଗରିବଙ୍କୁ ଘର ଦେଇ ଶ୍ରେୟ ନେବାକୁ ଲାଗିଥିବା କେନ୍ଦ୍ର-ରାଜ୍ୟ କଳିରେ ଟୁଇଷ୍ଟ ଆସିଛି। ଏଣିକି ଆବାସ ଯୋଜନାରେ ମିଳୁଥିବା ଘରରେ କେବଳ ଲାଗିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ।
ବଲାଙ୍ଗିରରୁ ବାଲେଶ୍ୱର,ସବୁଠି ସ୍ଥିତି ଏମିତି ଯେ, ଦିନ ୧୦ଟା ପରେ ପରେ ଘରୁ ବାହାରିଲେ ଖରାରେ ମୁଣ୍ଡକାନ ଝାଇଁ ମାରି ଯାଉଛି। ଏଣେ ପାଣିପାଗ ବିଭାଗ କହୁଛି ହଠାତ୍ ତାତିରୁ ତ୍ରାହି ମିଳିବନି। ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୪ ଡିଗ୍ରୀ ବଢିବା ଆଶଙ୍କା ରହିଛି
ରାଜ୍ୟରେ ମାଡ଼ିଗଲାଣି କି କରୋନାର ଦ୍ୱିତୀୟ ଲହର ? ବିଗିଡ଼ିବାକୁ ବସିଲାଣି କି ସଂକ୍ରମଣର ସ୍ଥିତି ? କାରଣ ନା ତଳକୁ ଖସୁଛି କୋଭିଡ୍ ଗ୍ରାଫ୍, ନା ସ୍ଥିତିରେ ଆସୁଛି ସୁଧାର। ଗ୍ରୀଷ୍ମ ପ୍ରବାହର ଲହଡ଼ି ଭିତରେ ଗତ ୧୦ ଦିନର ଉପରମୁହାଁ ତଥ୍ୟ ଭୟ ବଢ଼ାଉଛି।
ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ଜାରି ହୋଇଛି। ସଭାସମିତି ପାଇଁ ଗାଇଡଲାଇନ ଜାରି କରିଛନ୍ତି ଏସଆରସି। ନିୟମ ଅନୁସାରେ, ଇଣ୍ଡୋରରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା।
ତାତିରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି।
କରୋନାକୁ ନଜରରେ ରଖି ଏପ୍ରିଲ ମାସ ଲାଗି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁସାରେ, ଏହି ଗାଇଡ ଲାଇନ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ନୂଆ ଗାଇଡଲାଇନ ଆଜିଠୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଲେ SRC