ପ୍ରଚାରରେ ଉଠୁଛି ପଡୁଛି ପିପିଲି। କ୍ୟାମ୍ପେନିଂ ପାଇଁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଆଜି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶାନ୍ତି ଫେରିଲେ ହିଁ ପିପିଲିର ବିକାଶ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ସେ ଶାନ୍ତି ପାଇଁ ଭୋଟ୍ ଦେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି
ସେପେଟେ ଭର୍ତ୍ତୃହରି ମହତାବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗିଛି। ଗୋଟିଏ ପଟେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଥିଲେ
ଆକସ୍ମିକ ନୁହେଁ, ବରଂ ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର। କିଏ କହୁଛନ୍ତି ସେ ଏବେ ସୀମା ଡେଇଁ ଓଡ଼ିଶା ପାର୍, ତ ଆଉ କିଏ ସେ ବାଂଲାଦେଶ ପଳାଇଛି। ହେଲେ କାହା ସାହାରରେ ଖସିଗଲା ସେ ? ତାର ମାଷ୍ଟରପ୍ଲାନରେ କେଉଁ ମାନଙ୍କ ଥିଲା ସହଭାଗିତା ?
ଭଦ୍ରକ(ପାର୍ଥସାରଥୀ ନାୟକ): ଚୈତ୍ର ଶୁକ୍ଳ ପ୍ରତିପଦା ଜାତୀୟ ନବବର୍ଷ । ଏହି ଦିନ ସୃଷ୍ଟି ରଚନା ଆରମ୍ଭ ହୋଇଥିଲା ବୋଲି ବେଦାନୁକପଳ ଶାସ୍ତ୍ରରେ ପ୍ରମାଣ ଅଛି । ଆମେ ମହାପୁରୁଷଙ୍କ ନାମରେ ବର୍ଷ ପ୍ରଚଳନ କରିଥିଲେ ବି ସୃଷ୍ଟିର ଆଦ୍ୟ ଦିବସର ମହତ୍ୱକୁ ଉପଲବ୍ଧି କରିବା ଉଚିତ ବୋଲି ଆର୍ଯ୍ୟ ସମାଜ, ଭଦ୍ରକ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ। ବେଦ ପ୍ରବକ୍ତା ପଣ୍ଡାତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ […]
କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଓଟିଭି ହାତରେ ଲାଗିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇଦରକୁ ଜଗିଥିବା ପୋଲିସ କର୍ମଚାରୀ ହୋଟେଲରେ ରହିଥିଲେ ବୋଲି ମିଳିଛି ସୂଚନା। ୬ ପୋଲିସ କର୍ମଚାରୀ ମଙ୍ଗଳାବାଗରେ ହୋଟେଲରେ ରହୁଥିଲେ ବୋଲି ଜଣାପଡିଛି। ହୋଟେଲ ରୁମ୍ ବୁକ୍ କରିଥିଲେ କନଷ୍ଟେବଲ ମହମ୍ମଦ ମୌସିମ ବୋଲି ଜଣାପଡିଛି। ହାଇଦର ଫେରାର ହେବା ଦିନ ଡ୍ୟୁଟି କରୁଥିବା ମୌସିମ ହୋଟେଲ ବୁକ୍ କରିଥିଲେ। ଓଟିଭିକୁ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ […]
କେବଳ ଏତିକି ନୁହେଁ ବରଂ, ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ଖର୍ଚ୍ଚ ହେବ ୫୩ କୋଟି ଟଙ୍କା। ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ।
ପିପିଲିରେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି। ବିଜେପି କର୍ମୀଙ୍କୁ ବିଜେଡିର ଆକ୍ରମଣ ଅଭିଯୋଗ ବି ହୋଇଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ହେଉ କି, ରାୟଗୁରୁପୁରଠାରେ ବିଜେପି ମହିଳା ନେତ୍ରୀଙ୍କୁ ମାଡ଼
ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ। ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଛି ଏହି ଚାଷ। ଗାଁର ଘରେ ଘରେ ଲୋକେ ପାଲଟିଛନ୍ତି ଜଣେ ଜଣେ ସଫଳ ଛତୁ ଚାଷୀ। ଯୁଆଡେ ଆଖି ବୁଲାଇବେ କେବଳ ଛତୁ ଚାଷ ହିଁ ନଜରରେ ପଡିବ
ତେବେ ପିପିଲିରେ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋର ଭାବ ଆଉ ଭାଷାକୁ ସମସ୍ତେ ଅତି ସହଜରେ ବୁଝିପାରିବେ। ଭୋଟ୍ ଭିକ୍ଷା କରୁଥିବା ନେତାଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି ଜନତା।
ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଭିତରେ ପଶି ଯାତ୍ରୀଙ୍କୁ ହାଇଦରର ଫଟୋ ଦେଖାଇଛି RPF। ସଫେଇ କର୍ମଚାରୀଙ୍କୁ ବି ଅବଗତ କରାଯାଉଛି। ସୂଚନା ପାଇବା ମାତ୍ରେ ତତକ୍ଷଣାତ୍ ରେଲୱେ କିମ୍ବା ନିକଟସ୍ଥ ପୋଲିସରେ ସୂଚନା ଦେବାକୁ କୁହାଯାଉଛି।
ଖାସ୍ ସେଥିପାଇଁ ନିକଟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସ୍ ନିକୁଂଜ ଧଳ ସୁନ୍ଦରଗଡ଼ ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ।
ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାଏଁ କାହିଁକି ଚାର୍ଜସିଟ୍ ଦାଖଲ କରାଯାଇନାହିଁ ? ଘଟଣା ସିଂହଦ୍ୱାର ଥାନା ଅଞ୍ଚଳର ହୋଇଥିବା ବେଳେ ତଦନ୍ତ ଦାୟିତ୍ୱ ସମୁଦ୍ରକୂଳ ଥାନାକୁ କାହିଁକି ଦିଆଗଲା ?
ମାଟ୍ରିକ୍ ପରୀକ୍ଷାକୁ ରହିଲା ମାସେରୁ କମ୍ ସମୟ। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଛାତ୍ରଛାତ୍ରୀ ବି ନିଜକୁ ପ୍ରସ୍ତୁତ କରୁଛନ୍ତି
ପିପିଲି ଉପନିର୍ବାଚନ ପ୍ରଚାର ବେଳେ ପୁଣି ହିଂସାକାଣ୍ଡ। ଆଜି ଡେଲାଙ୍ଗରେ କ୍ୟାଂପେନ୍ ବେଳେ ପୁଣି ବିଜେଡି ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛି ବିଜେପି। ଶାସକ ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏ ସମସ୍ୟା ବର୍ତ୍ତମାନର ନୁହେଁ। ଅନେକ ବର୍ଷ ହେଲାଣି ପାଣି ଲାଗି ଆମେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ସରକାରଠୁ ନେଇ ପ୍ରଶାସନ ସହ ବିଧାୟକଙ୍କ ସମେତ ସରପଂଚଙ୍କୁ ଜଣାଇଛୁ।
ରଞ୍ଜନ କହିଛନ୍ତି ଯେ, କରୋନା ସମୟରେ ଆମକୁ କମ୍ପାନୀ କାମ ଦେଲା ନାହିଁ। ନିଜ ଗାଁକୁ ଫେରିଯିବାକୁ କହିଲା କମ୍ପାନୀ। ଗାଁରେ ୩ ମାସ ରହିବା ପରେ ଅନେକ ପିଲା ଗାଁରେ ଆସି ପହଂଚିଥିଲେ
ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି
ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
୨୦୧୦ର ଗଣତି ଅନୁସାରେ ଠିକଠାକ୍ ଅଛି ତ ସବୁ କିଛି ? ତାଲିକା ବାଦ୍ ମଠରେ ଗୁପ୍ତ ଅବସ୍ଥାରେ ନାହିଁ ତ ଅଧିକ ଧନରତ୍ନ ?
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଛତିଶଗଡ ବର୍ଡରକୁ ଲାଗିଥିବା ଏସବୁ ଜିଲ୍ଲାର ପ୍ରବେଶ ପଥ ସିଲ୍ ହୋଇଛି। ରାସ୍ତା ଉପରେ ବାଉଁଶ ବାନ୍ଧି ସୀମା ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ
ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ସୂଚନା। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇଛି ହାଇଦର।
ଭୁବନେଶ୍ୱର: ମେ ୧୫ରୁ ବିଭିନ୍ନ ବିଭାଗ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ନବୀନ। ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ନିଜ ବିଭାଗର ୫ଟି ଭଲ କାମ ଜଣାଇବେ। ବିଭାଗକୁ କେତେ ଲୋକାଭିମୁଖୀ କରାଯାଇ ପାରିଛି, ମନ୍ତ୍ରୀ ଜଣାଇବେ ବୋଲି ନବୀନ କହିଛନ୍ତି। ମେ ୧୫ରୁ ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ; ସଚିବଙ୍କ […]
ସେପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ଆମେ ପୂର୍ବରୁ ସଠିକ୍ ଭାବରେ ପାଣି ପାଉନଥିଲୁ। ତେଣୁ ଅନେକ ଗୁହାରି ପରେ ସରକାର ଏଠାରେ ଚେକ୍ ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ମାନେ ଜମିକୁ ପାଣି ପାଇବୁ ବୋଲି ଆଶା କରିଥିଲୁ।
ଜଙ୍ଗଲ ଓ ରାସ୍ତା ପାଖ ତେନ୍ତୁଳି ଗଛରୁ ପାଚି ପଡିଲେ ଏହାକୁ ଗୋଟାଇ ଆଣି ଘରେ ସାଇତି ରଖନ୍ତି ଆଦିବାସୀ। ଗଜପତି ଜିଲ୍ଲା ଆର .ଉଦୟଗିରି ବ୍ଲକର ପଣଷଡିହ ଗାଁ ଦାଣ୍ଡରେ ପଡିଛି ଶହ ଶହ କ୍ୱିଣ୍ଟାଲ ତେନ୍ତୁଳି।
ମାସେ କି ଦୁଇ ମାସ ନୁହେଁ, ଗଲା ୩ ବର୍ଷ ହେଲା ମଜୁରୀ ଟଙ୍କା ପାଇ ପାରୁନାହାନ୍ତି ଶ୍ରମିକ ଓ ହିତାଧିକାରୀ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାପଡା ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁରେ କୂଅ ଖନନ କରିବାକୁ କାର୍ଯ୍ୟାଦେଶ ପାଇଥିଲେ ହିତାଧିକାରୀ।