• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

COVASILD
ରାଜ୍ୟରେ ଆଜି ପହଞ୍ଚିଲା ୨ ଲକ୍ଷ ଟିକା

ରାଜ୍ୟରେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡିଛି

  • Wednesday, 14 July 2021
Soro
ଟାୟାର୍‌ ଭିତରେ ଲୁଚି ଥିଲା ଯମ

ମୃତ୍ୟୁ କେମିତି, କେତେବେଳେ ଓ କେଉଁ ରୂପରେ ଆସିବ? କାହାକୁ ଜଣାନଥାଏ। ତେବେ ବେଳେବେଳେ ମୃତ୍ୟୁ ଏମିତି ଢଙ୍ଗରେ ଆସେ ଯାହା ମଣିଷକୁ ବ୍ୟସ୍ତବିବ୍ରତ କରିଦିଏ।

  • Wednesday, 14 July 2021
neta
ଆଗକୁ ରାଜନୀତି କରିବେ କି ଜଗତ୍‌ସିଂହପୁରର ଜିଲ୍ଲାପାଳ?

ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲେଇବେ କି ଜଗତ୍ସିଂହପୁର ଜିଲ୍ଲାପାଳ? ପାରାଦୀପ ଉପକଣ୍ଠ ଗଡ଼ କୁଜଙ୍ଗରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦେଇଥିବା ଭାଷଣକୁ ନେଇ ଏବେ ଜିଲ୍ଲାରେ ଏମିତି ଚର୍ଚ୍ଚା ଜୋରଧରିଛି

  • Wednesday, 14 July 2021
corona
ରାଜ୍ୟର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ କି କରୋନା ?

ପୁଣି ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି

corona-increse
କରୋନା ପଞ୍ଝାରେ ଯୁବବର୍ଗ

ଜୋରଦାର ହେଲା କରୋନା ବିରୋଧୀ ଯୁଦ୍ଧ। ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଚଂଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଅତି ପ୍ରଭାବିତ ଛତିଶଗଡ ସୀମାନ୍ତ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ସପ୍ତାହନ୍ତ ସର୍ଟଡାଉନ୍ ବି ରହିବ

  • Wednesday, 14 July 2021
5p-fish
୨ ମାସ ପାଇଁ ମାଛଧରା ଉପରେ ଲାଗିଲା ପ୍ରତିବନ୍ଧକ

ଏବେ ମାଛ ମାନଙ୍କ ପ୍ରଜନନ ଋତୁ। ଏଥିପାଇଁ ଓମ୍ଫ୍ରା ଆକଟ ଅନୁସାରେ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଛି କଟକଣା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୧୫ ତାରିଖରୁ ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ମାଛମରା ନିଷେଧ ରହିଛି।

  • Wednesday, 14 July 2021
coronavirus
୨୪ ଘଂଟାରେ ଭୁବନେଶ୍ୱରରୁ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ ୨୪ ଘଂଟାରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗରରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା  ରହିଛି ୬୬।

  • Wednesday, 14 July 2021
corona vaccine
ସପ୍ତାହାନ୍ତ ଲକଡାଉନ୍‌ରେ ବନ୍ଦ ରହିବ ଟିକାକରଣ

ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ। ସମସ୍ତ ସହରାଞ୍ଚଳରେ ଶନି ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ

  • Wednesday, 14 July 2021
online
"ସିଲାବସ୍‌ ସାରିବାକୁ ହେଲେ ଅନଲାଇନ୍‌ରେ କ୍ଲାସ କର"

ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ହେବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ। ଏହାସହ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା ହୋଇଛି।

  • Wednesday, 14 July 2021
Puri
ଏଣିକି ସପ୍ତାହରେ ଏହି ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି

ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ଏହି କଟକଣା। କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି

  • Wednesday, 14 July 2021
dead body
ମାଟି ଅତଡ଼ା ଖସି ୩ ମହିଳା ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପୋଡ଼ାଗୁଡ଼ାରେ ଅଘଟଣ। ଚୂନ ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୃତକମାନେ ହେଲେ ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଓ ମିତୁଲା କୋଟା। ଆହତଙ୍କ ନାଁ ଜଣାପଡ଼ିନାହିଁ। ହେଲେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଅନ୍ୟ ମେଡିକାଲକୁ ନେବା ଲାଗି ବ୍ୟବସ୍ଥା କରାଯାଇଛି। ସକାଳେ ରାଲେଗଡ଼ା ପଞ୍ଚାୟତ ମିରିୟାଲିପାଡୁ […]

  • Wednesday, 14 July 2021
marrage
ବାହାଘର ଉପରେ ଲାଗିଲା କଟକଣା, ଏଣିକି ଏତିକି ସଂଖ୍ୟାରେ ଅତିଥିଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା । ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯିବ। ଏହାସହ ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି। କରୋନା ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ […]

bus
ସୋମବାରଠାରୁ ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେଷ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଏତିକି ନୁହେଁ ବରଂ ରେଷ୍ଟୁରାଂଟ୍‌ରେ […]

corona
ଭୁବନେଶ୍ୱର ସ୍ଥିତି ସଙ୍ଗୀନ, ୨୪ ଘଂଟାରେ ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,  କ୍ୱାରେଣ୍ଟିନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ ବା ସ୍ଥାନୀୟ ଅଂଚଳରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା […]

  • Wednesday, 14 July 2021
deadbody
 କଟକ ସ୍ୱେରେଜ୍‌ ଲାଇନ୍ କାମ ବେଳେ ଅଘଟଣ; ୨ ମୃତ

ସ୍ୱରେଜ୍‌ କାମ ବେଳେ ଫସିଲେ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍‌ ଲାଇନ୍ କାମ କରିବା ବେଳେ ଏହି ଅଘଟଣ ଘଟିଛି

  • Wednesday, 14 July 2021
cbse exam
କରୋନା ପାଇଁ ମାଟ୍ରିକ୍‌, +୨ ପରୀକ୍ଷା ସ୍ଥଗିତ

ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ନବୀନ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ହେବ

ranjan
ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର?

ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର? ଓଏଲଏକ୍ସ ବିଜ୍ଞାପନ ନାଁରେ କେତେ ଲୁଟି ଥିଲେ ତୃପ୍ତିଦାସ?

  • Wednesday, 14 July 2021
puri
ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି...

ଆଜି ୪ ଘଂଟା ଲାଗି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ହେବ ଶ୍ରୀମୁଖ ଶୃଙ୍ଗାର ହେବ ବୋଲି ସୂଚନା ମିଳିଛି

  • Wednesday, 14 July 2021
SOni-Marriage
ଦିନେ ନଦୀରେ ଭାସିଆସିଥିଲେ, ଏବେ ଶାଶୂଘରକୁ ଯିବେ

ତିଶଗଡ଼ରୁ ବଢି ପାଣିରେ ଭାସିଆସିଥିବା ଝିଅ ସୋନି ଯାଦବଙ୍କ ବାହାଘର ହେବାକୁ ଯାଉଛି। ୨୦୧୬ ସେପ୍ଟେମ୍ବର ୧୪ରେ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିବାବେଳେ ଗୋଡ଼ ଖସି ଯିବାରୁ ବଢିପାଣିରେ ଭାସି ଆସି ଝାରସୁଗୁଡା ଲଖନପୁର ବ୍ଲକରେ ଉଦ୍ଧାର ହୋଇଥିଲେ ସୋନି

  • Wednesday, 14 July 2021
OTV
ଆଜିଠୁ ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ଆଖଣ୍ଡଳମଣୀ ମନ୍ଦିର

ନୀତିକାନ୍ତି ବନ୍ଦ ରଖି ଧାରଣାରେ ବସିଲେ ଭଦ୍ରକ ଆଖଣ୍ଡଳମଣି ମନ୍ଦିର ସେବାୟତ। ମନ୍ଦିର ଆଗରେ ଧାରଣା ଦେଇଛନ୍ତି ସେବାୟତ। ମନ୍ଦିରରୁ ଜଣେ ସେବାୟତ କରୋନା ପଜିଟିଭ୍ ବାହାରିବା ପରେ ୨ ଦିନ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ।

  • Wednesday, 14 July 2021
pana-sankranti
ପର୍ବପର୍ବାଣୀକୁ ଫିକା କରିଦେଉଛି ମହାମାରୀ

ପର୍ବ ପାଇଁ ସରାଗ ନାହିଁ କି ଉତ୍ସବ ପାଇଁ ଆଗ୍ରହ ନାହିଁ। ଗତବର୍ଷ ଭଳି ଏ ବର୍ଷ ବି ପୁଣି ପବିତ୍ର ମହାବିଷୁବ ସଂକ୍ରାନ୍ତିର ମହାଖୁସିକୁ ଛଡାଇ ନେଇଛି ମହାମାରୀ କରୋନା

  • Wednesday, 14 July 2021
corona
ଭୟଙ୍କର ହେଲାଣି କରୋନା,ଦେଶରେ ୨ ଲକ୍ଷ ମୁହାଁ ଦୈନିକ ପଜିଟିଭ୍ ଟ୍ରେଣ୍ଡ

ଧାଇଁ ଧାଇଁ ବଢ଼ୁଛି କରୋନା ମିଟର। ହୋସ୍ ଉଡ଼ାଉଛି ଦ୍ୱିତୀୟ ଲହରୀର ଦୈନିକ ସଂକ୍ରମଣ ଟ୍ରେଣ୍ଡ୍, ଯାହାକି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ପାର୍ ଓ ଦେଶରେ ୨ ଲକ୍ଷ ମୁହାଁ ରହିଛି

  • Wednesday, 14 July 2021
Hyder
ପୂରା ପ୍ରି ପ୍ଲାନିଂରେ SCB ରୁ ଚମ୍ପଟ୍‌ ମାରିଥିଲା ହାଇଦର

ହାଇଦର ଫେରାର୍ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ମାସାଧିକ କାଳ ସୁଚିନ୍ତିତ ଯୋଜନା ପରେ ସୀମାପାର୍ ହୋଇଛି ହାଇଦର। ୪ ଦିନ ପରେ ବି ନିରାଶ ପୋଲିସ୍।

cbse
ପରୀକ୍ଷା ଉପରେ ଗ୍ରହଣ ଲଗାଇଲା କରୋନା: ଚଳିତଥର ହେବନି ସିବିଏସଇ ଦଶମ ପରୀକ୍ଷା

କରୋନା ସାଜିଲା ବାଧକ। CBSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ସ୍ଥଗିତ ରହିଲା ଦ୍ୱାଦଶ ଏକଜାମ୍‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି।

  • Wednesday, 14 July 2021
sura cry
ଅଜିତ୍‌ଙ୍କ ମୃତ୍ୟୁ ପରେ ଭୋ ଭୋ ହୋଇ କାନ୍ଦିଲେ ସୁର...

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ବେଳେ ଭୋ ଭୋ କାନ୍ଦିବାକୁ ଲାଗିଥିଲେ। କହିଥିଲେ, ସେ ମୋର ସାନ ଭାଇ ଥିଲା। ଭଲ ଲୋକ ସହ ଗୋଟିଏ ସରଳ ଲୋକ ଥିଲା ଅଜିତ୍‌। ଆମେ ଆଜି ଆମର ସାନ ଭାଇକୁ ହରାଇଛୁ। ଏ ଖବର ଶୁଣିବା ପରେ ଆମେ ମର୍ମାହତ ବୋଲି କହିଲେ ସୁର।

  • Wednesday, 14 July 2021