ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ। ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା ରାତ୍ରୀ ରହଣୀ। ମାତ୍ର ଆଜି ସେ ସ୍ଥାନ ପଡ଼ି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଅନେକଙ୍କ ଆଶ୍ରୟ ସାଜିଥିବା ପାନ୍ଥନିବାସ ଆଜି ପାଲଟିଛି ଭୂତକୋଠି।
ବ୍ରହ୍ମପୁର: ବିସ୍ଫୋରଣରେ ୨ ମୃତ, ୩ ଗୁରୁତର ହୋଇଛନ୍ତି। ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗାଁରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ରସର ପାଇଁ ବିସ୍ଫୋରକ ଅନଲୋଡ୍ କରି ରଖିଲା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣ ସ୍ଥଳରେ ଜଣେ ଓ MKCG ମେଡିକାଲରେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଗୁରୁତରଙ୍କୁ ମଧ୍ୟ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ମାମଲାରେ ଜଣଙ୍କୁ ଅଟକ ରଖି […]
ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ମେ ୧୩ରେ ପଡ଼ିବ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ପିପିଲି ମୁହାଁ ସବୁ ଦଳ
ଭାଗ୍ୟରେ ଥିଲେ ବେଡ୍, ବେଡ୍ ନଥିଲେ ଚଟାଣ, ଚଟାଣରେ ଜାଗା ନଥିଲେ ଚେୟାର୍, ଆଉ ଚେୟାର୍ ବି ନଥିଲେ ନିଜ ଗାଡ଼ି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତରେ ଓ ବାହାରେ ମର୍ମାହତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଉଦୁଉଦିଡ଼ ଖରାରୁ ଆଶ୍ୱସ୍ତି ଦେଉଛି ଖଜୁରୀ ରସ। ସକାଳୁ ସକାଳୁ ମୁନ୍ଦେ ଖଜୁରୀ ରସ ପିଇଦେଲେ ଆତ୍ମାକୁ ଯେମିତି ଶାନ୍ତି ମିଳିଯାଉଛି। ରାୟଗଡା ଜିଲ୍ଲା ଗୁଣପୁରରେ ଖଜୁରୀ ରସ ପିଇବାକୁ ଲୋକଙ୍କ ଭିଡ ଜମୁଛି।
ମନଲୋଭା, ଆକର୍ଷଣୀୟ ଭଳିକି ଭଳି ମାଟିପାତ୍ରକୁ ନେଇ ହାଟରେ ପସରା ମେଲାଇଛନ୍ତି କୁମ୍ଭକାର। ଆଶା ଭଲ ବ୍ୟବସାୟ ହେବ। ହେଲେ ସବୁଦିନ ସେହି ସମାନ ଚିତ୍ର। ଗ୍ରାହକଙ୍କର ବିଶେଷ ଚାହିଦା ନଥିବାରୁ ଦୁର୍ଦ୍ଦିନରେ ଗତି କରୁଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କୁମ୍ଭକାରମାନେ।
ନଳକୂପ ଅଛି ହେଲେ ଉଠୁନି ପାଣି, ନଳ କୂପରେ ମୋଟର ଲଗାଇ ଉଠାଯାଉଛି ପାଣି। ଭାଗ ବାଣ୍ଟି ଗରାରେ ଜଳ ନେଇ ଚଳୁଛନ୍ତି ଲୋକେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମରେ।
ରାଜ୍ୟରେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡିଛି
ମୃତ୍ୟୁ କେମିତି, କେତେବେଳେ ଓ କେଉଁ ରୂପରେ ଆସିବ? କାହାକୁ ଜଣାନଥାଏ। ତେବେ ବେଳେବେଳେ ମୃତ୍ୟୁ ଏମିତି ଢଙ୍ଗରେ ଆସେ ଯାହା ମଣିଷକୁ ବ୍ୟସ୍ତବିବ୍ରତ କରିଦିଏ।
ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲେଇବେ କି ଜଗତ୍ସିଂହପୁର ଜିଲ୍ଲାପାଳ? ପାରାଦୀପ ଉପକଣ୍ଠ ଗଡ଼ କୁଜଙ୍ଗରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦେଇଥିବା ଭାଷଣକୁ ନେଇ ଏବେ ଜିଲ୍ଲାରେ ଏମିତି ଚର୍ଚ୍ଚା ଜୋରଧରିଛି
ପୁଣି ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି
ଜୋରଦାର ହେଲା କରୋନା ବିରୋଧୀ ଯୁଦ୍ଧ। ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଚଂଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଅତି ପ୍ରଭାବିତ ଛତିଶଗଡ ସୀମାନ୍ତ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ସପ୍ତାହନ୍ତ ସର୍ଟଡାଉନ୍ ବି ରହିବ
ଏବେ ମାଛ ମାନଙ୍କ ପ୍ରଜନନ ଋତୁ। ଏଥିପାଇଁ ଓମ୍ଫ୍ରା ଆକଟ ଅନୁସାରେ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଛି କଟକଣା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୧୫ ତାରିଖରୁ ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ମାଛମରା ନିଷେଧ ରହିଛି।
ଭୁବନେଶ୍ୱରରେ ୨୪ ଘଂଟାରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗରରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ କେସର ସଂଖ୍ୟା ରହିଛି ୬୬।
ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ। ସମସ୍ତ ସହରାଞ୍ଚଳରେ ଶନି ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ
ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ହେବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ। ଏହାସହ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା ହୋଇଛି।
ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ଏହି କଟକଣା। କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପୋଡ଼ାଗୁଡ଼ାରେ ଅଘଟଣ। ଚୂନ ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୃତକମାନେ ହେଲେ ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଓ ମିତୁଲା କୋଟା। ଆହତଙ୍କ ନାଁ ଜଣାପଡ଼ିନାହିଁ। ହେଲେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଅନ୍ୟ ମେଡିକାଲକୁ ନେବା ଲାଗି ବ୍ୟବସ୍ଥା କରାଯାଇଛି। ସକାଳେ ରାଲେଗଡ଼ା ପଞ୍ଚାୟତ ମିରିୟାଲିପାଡୁ […]
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା । ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯିବ। ଏହାସହ ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି। କରୋନା ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ […]
ଭୁବନେଶ୍ୱର: କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍ରେ ଲୋକମାନେ ବସି ଯାତ୍ରା କରିପାରିବେଷ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଏତିକି ନୁହେଁ ବରଂ ରେଷ୍ଟୁରାଂଟ୍ରେ […]
ଭୁବନେଶ୍ୱର: ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, କ୍ୱାରେଣ୍ଟିନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ବା ସ୍ଥାନୀୟ ଅଂଚଳରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା […]
ସ୍ୱରେଜ୍ କାମ ବେଳେ ଫସିଲେ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍ ଲାଇନ୍ କାମ କରିବା ବେଳେ ଏହି ଅଘଟଣ ଘଟିଛି
ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ନବୀନ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ହେବ
ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର? ଓଏଲଏକ୍ସ ବିଜ୍ଞାପନ ନାଁରେ କେତେ ଲୁଟି ଥିଲେ ତୃପ୍ତିଦାସ?
ଆଜି ୪ ଘଂଟା ଲାଗି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ହେବ ଶ୍ରୀମୁଖ ଶୃଙ୍ଗାର ହେବ ବୋଲି ସୂଚନା ମିଳିଛି