ଭୁବନେଶ୍ୱର: କଣ୍ଟାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷପାଇଁ ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ଆଜି ଏଇ ଅଧ୍ୟାଦେଶରେ ମୋହର ମାରିଛି। ଏଣିକି ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଦୁଇବର୍ଷ ପୂର୍ବରୁ ଏଥିପାଇଁ କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବାକୁ ଗୁରଗାଁଓରେ ରୋଡ୍ ସୋ କରିଥିଲା ସମବାୟ ବିଭାଗ। ଅଭାବି ବିକ୍ରି ଉପରେ ଲଗାମ ଲଗାଇବା ତଥା ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ରର ପରାମର୍ଶରେ ରାଜ୍ୟ […]
ପୁରୀ: ଅସ୍ତ୍ରୋପଚାର କରିବାକୁ ଯାଇ ମହିଳାଙ୍କ ପେଟରେ ଗଜକନା ଛାଡ଼ିଦେଲେ ଡାକ୍ତର। ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ। ଜେନଫ୍ ବେଗମ୍ ନାମକ ଜଣେ ପ୍ରସୂତି ଗତ ୬ ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। କିନ୍ତୁ ଘରକୁ ଫେରିବା ପରଠୁ ସଂପୃକ୍ତ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଅଧିକ ଯନ୍ତ୍ରଣା ହେବାରୁ ପୁଣି ଥରେ ଭୁବନେଶ୍ୱରର ସେହି […]
ଭୁବନେଶ୍ୱର: ରାଜ୍ୟରେ କରୋନା ସମସ୍ୟା ସହ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ୧୭ ହଜାର କୋଟିର ବ୍ୟୟ ଅଟକଳ ରଖାଯାଇଥିବା କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବା ସହ ବାହାର ରାଜ୍ୟକୁ ଶ୍ରମିକ ନଯାଇ କିପରି ରାଜ୍ୟ ଭିତରେ କାମ ପାଇବେ। ସେ ନେଇ […]
ସାଲେପୁର: ହଜିଗଲାଣି ମାନବିକତା। ମାସାଧିକ କାଳ ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅଞ୍ଚଳରୁ। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ସୂଚନା ମୁତାବକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଦୁର୍ବୁତ୍ତ ଘରେ ପଶି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ସଚିବାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯଦି, ମୁଖ୍ୟମନ୍ତ୍ରୀ ଏଭଳି କରନ୍ତି ତେବେ ସେ ବି ତାଙ୍କ ସହ ଯୋଗଦେବେ ବୋଲି କହିଛନ୍ତି। ଖାଲି ବନ୍ଦେ ଉତ୍କଳ ଜନନୀ ନୁହେଁ, ତିନି ଥର ଜୟ ଜଗନ୍ନାଥ କହିବାକୁ ବି ସେ ନିବେଦନ କରିଛନ୍ତି। ଏଭଳି ମହାମାରୀ […]
ଭୁବନେଶ୍ଵର: ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସବୁ ଦୋକାନ ବନ୍ଦ ହେବ। ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା। ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ […]
ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ। କେରଳରୁ ଫେରିଥିବା ସମସ୍ତ ଝିଅ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ବସ୍ ଯୋଗେ ନିଜ ଅଞ୍ଚଳକୁ […]
ଭୁବନେଶ୍ୱର: ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଜମି ଯୋଗାଇବ ସଂସ୍ଥା। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ସୋସାଇଟି ଆକ୍ଟରେ […]
ଭୁବନେଶ୍ୱର: କାଳ ହେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କେନ୍ଦୁଡ଼ିହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର […]
ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣି ବସିଲା ପ୍ରଜାମେଳି। ଚିତ୍ରକୋଣ୍ଡା ମୁରାଳିଗୁଡ଼ାରେ ବସିଥିବା ପ୍ରଜାମେଳିରେ ଏକାଠି ହୋଇଥିଲେ ଶତାଧିକ ଜନତା। ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ପଣସପୁଟ, ନାକାମାମୁଡ଼ି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଭଳି ମୌଳିକ ଅଧିକାର ପ୍ରସଙ୍ଗ ନେଇ ପ୍ରଶାସନକୁ ଅବଗତ କରିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟତଃ ଅଂଚଳରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ନିୟମିତ କାର୍ଯ୍ୟ କରୁନଥିବାରୁ ସେମାନଙ୍କୁ […]
ଜଗତସିଂହପୁର: କ୍ୱାରେଣ୍ଟିନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତରୁ। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ସେମାନେ ଯୁବକଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ଠେଙ୍ଗାରେ ପିଟିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ତେବେ ଯୁବକ ଜଣକ ହଇରାଣ କରୁଥିବାରୁ ତାଙ୍କୁ ତାଗିଦ କରାଯାଇଥିବା […]
ଭୁବନେଶ୍ୱର: ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍, ଅମ୍ପନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍। ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି, ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି। ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସୀ ସାଙ୍ଗକୁ ପ୍ରଶଂସାର ସୁଅ। ଛଅ ଦିନ ପରେ ବି ତାଜା […]
ଭୁବନେଶ୍ୱର: ଫ୍ଲୁ ଲକ୍ଷଣ ଅର୍ଥାତ୍, ସର୍ଦ୍ଦି, ଜ୍ୱର, କାଶ ଆଦି ଥିଲେ ଲୋକଙ୍କୁ ୧୦୪କୁ ଫୋନ୍ କରି ଜଣାଇବାକୁ କହିଛନ୍ତି ସରକାର। କାରଣ ଏସବୁ କରୋନାର ଲକ୍ଷଣ କିନ୍ତୁ ଏଥିପ୍ରତି କେତେ ସଜାଗ ଓ ସଚେତନ ଔଷଧ ଦୋକାନୀ? ଏନେଇ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟକୁ ନେଇ ହଇଚଇ ଆରମ୍ଭ ହୋଇଛି। ଫ୍ଲୁ ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ନାଁ, ଠିକଣା ଓ ଫୋନ ନମ୍ବର ରଖିବାକୁ କହିଥିଲେ ସରକାର। ତେବେ ଦୋକାନୀ ନିର୍ଦ୍ଦେଶ ମାନିବେ କଣ ପୂର୍ବଭଳି […]
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ। ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉନ୍ନୀତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ଉଚ୍ଚଶିକ୍ଷା […]
କଟକ: ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ ନେଇ ରେଢାଖୋଲରୁ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବିପୁଳ ବଜ୍ରକାପ୍ତା କାତି ଜବତ କରାଯାଇଛି। କିଛି ଦିନ ତଳେ ଛୋଟ ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା […]
ନୂଆପଡା: ମୋବାଇଲ୍ ହେଲା କାଳ। ମୋବାଇଲରେ ଗପିଗପି ରେଳ ଧାରଣା ଉପରକୁ ଚାଲିଯିବା ପରେ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସିଆଲଟି ଅଞ୍ଚଳରେ। ମୃତ ଯୁବକଙ୍କ ନାଁ କ୍ଷୀରମୋହନ ମାଝୀ। ସେ କାନରେ ଇୟର ଫୋନ୍ ଲଗାଇ ମୋବାଇଲ୍ରେ ଗପି ଗପି ରେଳ ଧାରଣା ଉପରକୁ ଚାଲିଯାଇଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଆଜି ସକାଳୁ ରେଳ ଧାରଣାରୁ […]
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟିନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ। ଅଭିଯୋଗ ରାତିରେ ଦୁଇ ଜଣ ଯୁବତୀ ଶୌଚାଳୟ ଯାଇଥିବା ବେଳେ ଜଣେ ଯୁବକ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଯୁବତୀ ଜଣକ ପାଟି କରିବାକୁ ସଂପୃକ୍ତ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବିଡିଓଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଥାଉକି, ଦାରିଙ୍ଗବାଡ଼ି ସ୍ଥିତ […]
ଭୁବନେଶ୍ୱର: ସରକାରଙ୍କ ନାକତଳେ ନିୟମକୁ ଫୁ ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ମଦ ଦୋକାନୀ ଦୋକାନ ଖୋଲି ଅଫଲାଇନରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାର ଧଜିଆ ଉଡାଇ ପୋଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ। ସକାଳ ୭ଟା ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଲାଗିଗଲା ଗ୍ରାହକଙ୍କ ଗହଳି। ଦୁଇ ମାସ ପରେ ଦୋକାନ ଖୋଲିଥିବାରୁ ଆଗତୁରିଆ […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଆଜିଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପରେ ହୋଟେଲ ଖୋଲିବା ନେଇ ଉଠିଲା ଦାବି। ଭୁବନେଶ୍ୱରରେ ହୋଟେଲ ବୁକିଂ ପାଇଁ ଗ୍ରାହକଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାରୁ ଏ ନେଇ ବିଏମସି କମିଶନରଙ୍କୁ ଚିଠି ଲେଖିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ)। ଆଜି ଭୁବନେଶ୍ୱରକୁ ଗୋଟିଏ ବିମାନ ସେବା ଆରମ୍ଭ କରିଥିବା ଏବଂ ଆଗାମୀ ଦିନରେ ଆଉ ଦୁଇଟି କମ୍ପାନୀ ପକ୍ଷରୁ ବିମାନ ସେବା ଆରମ୍ଭ ହେବା ନେଇ […]
ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ବି ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍। ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହର ତାପମାତ୍ରା ଥିଲା। ୪୩ ଉପରେ ରହିଥିଲା ୯ଟି ସହର। ତାଳଚେର ୪୪.୯, ବଲାଙ୍ଗିର ୪୪.୮, ଭବାନୀପାଟଣା ୪୪.୬, ଝାରସୁଗୁଡ଼ା ୪୪.୨, ଅନୁଗୁଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୪ ଓ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଚାଲିବ ମୋ ବସ୍। ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍ରେ ଚାଲିବ ମୋ ବସ୍। ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ତେବେ ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ଏବେ ମୋ ବସ୍ ଏବେ ଶ୍ରମିକଙ୍କୁ ନେବା ଆଣିବା କରୁଛି।
ମାଲକାନାଗିରି: ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଏନକାଉଣ୍ଟର ବେଳର ଭିଡିଓ ଜାରି କଲା ସିପିଆଇ ମାଓବାଦୀ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ ଜାରି କରିଛି ଦଣ୍ଡକାରଣ୍ୟ ମାଓ ସଂଗଠନ। ଯେଉଁଥିରେ ଏନକାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବା ବେଳର ଦୃଶ୍ୟ ରହିଛି। ଏହା […]
ଭୁବନେଶ୍ୱର: ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରାଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଛନ୍ତି। ଏଣୁ ସେମାନେ ଆସିବା ସମ୍ପର୍କରେ ଆଗୁଆ ସୂଚନା ନଦେଲେ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି। ବିନା ସୂଚନାରେ ତେଲେଙ୍ଗାନାରୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ। ୧୨ଟି ଟ୍ରେନରେ ସେମାନେ ଓଡ଼ିଶା ଫେରୁଥିବା ବେଳେ, ଏନେଇ […]
କେନ୍ଦୁଝର: ଲୁହାପଥର ଅନଲୋଡ ନେଇ ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା ସ୍ଥିତି। ପାରାଦୀପ ଟ୍ରକ ମାଲିକ ସଂଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି। ପାରାଦୀପ ପୋର୍ଟରେ ଅନଲୋଡିଂ ପାଇଁ ଯାଉଥିବା ଗାଡିଗୁଡିକ ଧାଡିରେ ଯାଇ ସିରିଏଲ ଅନୁସାରେ ଖାଲି କରିବାର ନିୟମ ରହିଛି। ହେଲେ ସେଠାକାର ମାଲିକ ଓ ସଂଘର କର୍ମକର୍ତ୍ତା ସିରିଏଲ ବ୍ରେକ୍ କରି ନିଜ ନିଜ ଅଞ୍ଚଳ ଗାଡିଗୁଡିକୁ […]