• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sabya-archita
ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର। ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି। ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଛି। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି। […]

  • Thursday, 15 July 2021
blast
ଚିକିତ୍ସା ବେଳେ ଅଘଟଣ, ରୋଗୀର ମୋବାଇଲ ଫାଟିଗଲା

କେନ୍ଦୁଝର: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମୋବାଇଲ କେତେ ବିପଦ ହୋଇପାରେ, ଆପଣ ଜାଣିଛନ୍ତି କି? ଚିକିତ୍ସା ବେଳେ ବ୍ୟାଗ୍ ଭିତରେ ଥିବା ମୋବାଇଲ ଫାଟିଗଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏଭଳି ଏକ ଅଘଟଣ ଘଟିଛି। କିନ୍ତୁ ଚିକିତ୍ସିତ ହେଉଥିବା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେଡିକାଲର ମାତୃ ଓ ଶିଶୁ ଓ୍ୱାର୍ଡରେ ଟ୍ୟୁମର ରୋଗର ଅପରେସନ ପରେ ଚିକିତ୍ସିତ ହେଉଥିବା ମନୋରମା ସାହୁଙ୍କ ମୁଣ୍ଡ ପାଖରେ ଥିବା ବ୍ୟାଗରେ ଏକ ମୋବାଇଲ ଥିଲା। […]

  • Thursday, 15 July 2021
ossta
ରବିବାର ସ୍କୁଲ ଖୋଲିଲେ ଆମେ ଆସିବୁନି: ଓଷ୍ଟା

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ତେବେ ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟା ବିରୋଧ କରିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଖାଲି ସେତିକି ନୁହଁ, ଏଣିକି ଆଉ ରବିବାର ସ୍କୁଲ ନଆସିବାକୁ […]

  • Thursday, 15 July 2021
naveen
ବିବାହ ବନ୍ଧନରେ ଆବଦ୍ଧ ହେଲେ HIV ଆକ୍ରାନ୍ତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରବିନ୍ଦ୍ର ଆଉ ପଦ୍ମା ଜନ୍ମରୁ HIV ଆକ୍ରାନ୍ତ। ହେଲେ ଆଜି ସେହିି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ଉଭୟେ ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍‌ଆଇଭି ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି। ଏହି ନିଆରା ବିବାହ ଆଉ, ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଭୁବନେଶ୍ୱର […]

  • Thursday, 15 July 2021
pua
ମା ବିରଜାଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ଆଖି ଆଗରେ ଚାଲିଗଲା ପୁଅ

ଯାଜପୁର(ଗୁଲାମ ଗସ୍): ପୁଅର ଶୁଭ ମନାସିବା ପାଇଁ  ମା-ବାପା ବିରଜାଙ୍କ ମନ୍ଦିରକୁ ଯାଇଥିଲେ। କେତେ ଖୁସିରେ ମାଙ୍କ ଦର୍ଶନ ଘରକୁ ପେରୁଥିଲେ। ଏଇ ସମୟରେ ଘଟିଲା ବଡ଼ ଅଘଟଣ। ଆଖି ଆଗରେ ଚାଲିଗଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ । ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର  ବାଇକ ଯୋଗେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ବାପା, […]

  • Thursday, 15 July 2021
heatwave
୫ ଦିନ ଭିତରେ ବଢିବ ପାରଦ ! ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: କିଛି ଜିଲ୍ଲା ସମେତ ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।  ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ। ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନୁଗୁଳ ତାପମାତ୍ରା ବୃଦ୍ଧି ପାଇବ। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବି ଅହେତୁକ ବୃଦ୍ଧି ପାଇବ। ୨ରୁ ୩ ଦିନ ଯାଏଁ ଭୁବନେଶ୍ୱରର ତାପମାତ୍ରା ଅଧତ୍କ ରହିବା […]

  • Thursday, 15 July 2021
Guruji-KO
କରୋନାରୁ ମୁକ୍ତି ପାଇଁ ଗୁରୁଜୀ କହିଲେ ୩ଟି ମନ୍ତ୍ର

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ଗୋଟିଏ ପଟେ କରୋନା ମାଡ଼ରେ ସାଧାରଣ ଲୋକ ଅଣ୍ଟା ସଳଖିବାକୁ ବସିଥିବା ବେଳେ କରୋନାର ନୂଆ ଷ୍ଟ୍ରେନ୍‌ ଆଉ ଏକ ଚିନ୍ତାର ବିଷୟ ପାଲଟିଛି। ଜୀବନଜୀବିକା ଦୁର୍ବିସହ ହୋଇପଡ଼ିଛି। ଆଉ ଏହାରି ଭିତରେ ପାଖାପାଖି ୧ ବର୍ଷ ପରେ ଓଡ଼ିଶାକୁ ଆସିଛନ୍ତି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ। କରୋନାକୁ ନେଇ ଜୀବନ ଜୀବିକାର ପ୍ରଭାବ ଓ ଭଗବତ୍ ଗୀତାକୁ ନେଇ କଣ କହୁଛନ୍ତି ଗୁରୁଜୀ ଆସନ୍ତୁ ଜାଣିବା ସାକ୍ଷାତକାର:- ଅର୍ଚ୍ଚନା […]

  • Thursday, 15 July 2021
School
ଖରା ପାଇଁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି କରିଛନ୍ତି। କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। […]

  • Thursday, 15 July 2021
Sesore
ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ ଜମା ୧ କୋଟି ୮୮ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି ଲାଗି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ ଦିଆଯାଇଛି। […]

  • Thursday, 15 July 2021
5m
ଓଟିଭିର ବଡ଼ ଉପଲବ୍ଧି: ୟୁଟ୍ୟୁବ୍‌ରେ ୫୦ ଲକ୍ଷ ଛୁଇଁଲା ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା

ଭୁବନେଶ୍ୱର: ଓଟିଭି ନ୍ୟୁଜକୁ ଆଉ ଏକ ସଫଳତା ମିଳିଛି। ଡିଜିଟାଲ ପ୍ଲାଟଫର୍ମରେ ବି ଏକ ନମ୍ବର। ୟୁଟ୍ୟୁବ୍‌ରେ ଓଟିଭି ନ୍ୟୁଜ୍ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୫ ମିଲିୟନ ବା ୫୦ ଲକ୍ଷ ଅତିକ୍ରମ କରିଛି। ପ୍ରଥମ ଓଡିଆ ଚ୍ୟାନେଲ ଭାବେ ଏହି ବିରଳ ସଫଳତା ଓଟିଭି ନ୍ୟୁଜ ହାସଲ କରିଛି। ନ୍ୟୁଜ୍ କ୍ରମାଗତ ଭାବେ ଡିଜିଟାଲ ପ୍ଲାଟଫର୍ମରେ ଖବର ଦେଖିବାର ଚାହିଦା ବଢିବାରେ ଲାଗିଛି। ଦର୍ଶକଙ୍କ ଆଗ୍ରହ ଓ ଆବଶ୍ୟକତାକୁ ଦେଖି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଉତ୍ତମ ମାନର […]

  • Thursday, 15 July 2021
student
ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି ଜାଳିଦେଲେ !

କଟକ(ଦେବାଶିଷ ମହାନ୍ତି): ଚଳନ୍ତା ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରୁ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖାଯାଇଛି। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଯୁବତୀ ସ୍ଥାନୀୟ ଏକ କଲେଜର ଛାତ୍ରୀ ସେ ଭଡ଼ାଘରେ ରହୁଥିଲେ। ଘର ମାଲିକଙ୍କ କହିବା କଥା, ଯୁବତୀଙ୍କ ଘର ଜଗତସିଂହପୁର ତିର୍ତ୍ତୋଲରେ। ବାପାମାଆଙ୍କ […]

  • Thursday, 15 July 2021
khabar-odisha-boma-1
କେତେ ନିର୍ଦ୍ଦୟ ଏ ମଣିଷ ! ଖାଦ୍ୟ ବଦଳରେ ରଖିଦେଲା ବୋମା

ଭୁବନେଶ୍ୱର: ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଚୋବେଇ ବଳଦ ଗୁରୁତର। ପାଲଲହଡା ବ୍ଲକ ବାରକୋଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଚନ୍ଦ୍ରମଣି ବେହେରାଙ୍କ ବଳଦ ଜଙ୍ଗଲରେ ଚରୁଥିବାବେଳେ ଘାସ ପୁଡିଆକୁ ଚୋବେଇବା ଦ୍ୱାରା ଏହା ଭିତରେ ଥିବା ବୋମା ଫାଟିଯାଇଥିଲା। ଫଳରେ ବିସ୍ଫୋରଣ ଘଟି ବଳଦର ମୁହଁ, ଜିଭ ଛିନଛତ୍ର ହୋଇଯିବା ସହ ତାର ଅବସ୍ଥା ଗୁରୁତର ରହିଛି। ତେବେ କେହି ଦୁର୍ବୃତ୍ତ ଜଙ୍ଗଲରେ ବାରହା ଶିକାର ପାଇଁ ଘାସ ପୁଡିଆ ଭିତରେ […]

  • Thursday, 15 July 2021
narasingh
କୋଟିଆକୁ ନେଇ ସରକାରଙ୍କ ପଦକ୍ଷେପ କେବଳ ଲୋକ ଦେଖାଣିଆ: ନରସିଂହ

ଭୁବନେଶ୍ୱର: କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଥିଲେ। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଉ। ସବୁଦଳର ନେତାମାନେ କୋଟିଆ ଯାଇ ସେଠିକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ […]

tarabahinipati-
ନିର୍ବାଚନ ଜିତିବା ପାଇଁ ହୋଇଥିଲା କାଳିଆ ଯୋଜନା: ତାରା

ଭୁବନେଶ୍ୱର: କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି। ଆଜି ବିଧାସନଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି। କାଳିଆରେ ମୋଟ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେହିପରି ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା […]

  • Thursday, 15 July 2021
heat
୪୦ ଡିଗ୍ରୀ ଆଡ଼କୁ ମୁହାଁଇଲାଣି ପାରଦ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସିଲା SRCଙ୍କ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। କେନାଲରେ ଆବଶ୍ୟକ ଜଳ […]

  • Thursday, 15 July 2021
pradeep-panigrahi
ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ  କରିଛନ୍ତି। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ୨୪ ଲକ୍ଷ ଟଙ୍କା କ୍ୟାସ୍ ସ୍ୟୁରିଟି ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାଙ୍କ ନାମରେ ଅନ୍ୟ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳିପାରିବେ ନାହିଁ। ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚ […]

andhra
କୋଟିଆ ପରେ କାଶୀନଗରରେ ରାସ୍ତା ର୍ନିମାଣ କଲା ଆନ୍ଧ୍ର

ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଛଅ ମାଇଲ ନିକଟରେ ଆନ୍ଧ୍ର ରାସ୍ତା ର୍ନିମାଣ କରୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କତୁରୁ ରାଜସ୍ୱ ମଣ୍ଡଳର ଆଳତି ଗାଁକୁ ଆନ୍ଧ୍ର ପ୍ରଶାସନ ରାସ୍ତା କରୁଛି। ତେବେ ଏହି ରାସ୍ତାର ପ୍ରାୟ ଏକ କିଲୋମିଟର ଓଡ଼ିଶା ମଧ୍ୟରେ ରହିଛି। ଗଜପତି ପ୍ରଶାସନ ପକ୍ଷରୁ ଆନ୍ଧ୍ରର ଏହି କାମକୁ ବନ୍ଦ କରାଯାଇଛି। ତେବେ କୋଟିଆକୁ ନେଇ ବିବାଦ ର ସମାଧାନ ହୋଇନଥିବା ବେଳେ ଆନ୍ଧ୍ର ସରକାର ପୁଣି ଗଜପତି ସୀମାନ୍ତରେ […]

  • Thursday, 15 July 2021
Prahallad-singh-patel
ଓଡ଼ିଶାରେ NMAର ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ

ଭୁବନେଶ୍ୱର: ଓଡ଼ିଶାରେ NMAର ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ ରହିଲା। ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପାଇଁ NMAର ଚିଠା ଅଧିନିୟମ ଜାରି ହେବା ପରେ ଏହି  ବିବାଦ ଦେଖା ଦେଇଥିଲା। ଏହି ଚିଠା ଅଧିନିୟମ ଦ୍ୱାରା ପ୍ରାଚୀନ ଐତିହ୍ୟସ୍ଥଳୀ ପ୍ରଭାବିତ ହେବାର ଆଶଙ୍କା କରି ତାକୁ ସ୍ଥଗିତ […]

  • Thursday, 15 July 2021
Kotia-12-pm
କୋଟିଆ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟରେ କୋଟିଆ ପ୍ରସଙ୍ଗ ରେ  ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍‌କୋର୍ଟ ଦେଇଛନ୍ତି। ଓଡ଼ିଶାକୁ ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି […]

vaccine
ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ ମିଳିନି କରୋନା ଟିକା

ଭୁବନେଶ୍ୱର: ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଟିକା ମିଳିନି। କରୋନା କାଳ ରେ ଜୀବନକୁ ବାଜି ଲଗାଇ ରୋଗୀ ସେବା କରିଥିବା ଏହି ଡାକ୍ତରଙ୍କୁ ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଗଲାଣି। ଏମିତି କି ଦ୍ୱିତୀୟ ପର୍ଯ୍ୟାୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ବି ଟିକା ଦିଆଗଲାଣି।  ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବାକୁ ଆଉ ମାତ୍ର କେଇଦିନ […]

  • Thursday, 15 July 2021
ppe-kit-yodha
ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି ଭିକ ମାଗିଲେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ରାଜଧାନୀରେ କୋଭିଡ ଯୋଦ୍ଧା ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି କୋଭିଡ ଯୋଦ୍ଧା ଭିକ ମାଗିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜି, ମାଷ୍ଟର କ୍ୟାଣ୍ଟିନ ଓ ଜନପଥରେ ବୁଲି ବୁଲି ପାରା ମେଡିକାଲ ଷ୍ଟାଫ ଭିକ ମାଗିଛନ୍ତି। କୋଭିଡ ସମୟରେ ଏମାନେ ନିଯୁକ୍ତି ପାଇଥିଲେ। ୪୬ ଦିନ ଧରି ଆନ୍ଦୋଳନ ପରେ ବି ସେମାନଙ୍କର ଥଇଥାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଏମିତି ପ୍ରତିବାଦ କରିଛନ୍ତି। ସେମାନେ କହିଛନ୍ତି, ଏତେ […]

  • Thursday, 15 July 2021
nayagarh
ଆଇନ୍‌ଜୀବୀଙ୍କ ମତ: ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲା ରେ ବିଭିନ୍ନ ଗଣମାଧ୍ୟମରେ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଫୁଟେଜ୍ ପ୍ରସାରିତ ହେଉଛି। ଯେଉଁଥିରେ ଜଣେ ଅଧିକାରୀ ଅଭିଯୁକ୍ତକୁ ପ୍ରଶ୍ନ କରୁଛନ୍ତି, ଏବଂ ତାର ଉତ୍ତରରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ହତ୍ୟା କରିଛି ବୋଲି ସ୍ୱୀକାର କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓକୁ ନେଇ ନାବାଳିକାର ବାପା ମା ପ୍ରଶ୍ନ ଉଠାଇଛନ୍ତି। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାରେ ଭାଇରାଲକୁ ନେଇ ପ୍ରଶ୍ନ ନାବାଳିକାର ମା ସୌଦାମିନି […]

assembly
ଏଥର ବଜେଟ୍‌ ହେବ ସରଗରମ: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା

ଭୁବନେଶ୍ୱର: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା, ଯାହାକୁ ନେଇ ବଜେଟ୍ ଅଧିବେଶନ ସରଗରମ ହେବ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଗୋଟିଏ ପରେ ଗୋଟିଏ ଅସ୍ତ୍ର ସହ ବିଜେପି […]

  • Thursday, 15 July 2021
police
ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତା 'ନୋ ମ୍ୟାନ୍‌ ଏରିଆ'

ଭୁବନେଶ୍ୱର: ବିଧାନସଭା ଆଗରେ ଆଜିର ଆତ୍ମଦାହ ଉଦ୍ୟମ ଏବଂ ଗତ ଅଧିବେଶନ ବେଳେ ଯେଉଁଭଳି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଆତ୍ମଦାହ ଉଦ୍ୟମ ହୋଇଥିଲା। ତାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ୍ ଏରିଆ କରାଯିବ। କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ […]

  • Thursday, 15 July 2021
tulasi-munda
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ

କେଉଁଝର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ତୁଳସୀ ମୁଣ୍ଡା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ଖବର ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ମାନ୍ୟବର ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି। — Governor Odisha (@GovernorOdisha) February 17, 2021 ରାଜ୍ୟପାଳ ଗଣେଶୀ ଲାଲ […]

  • Thursday, 15 July 2021