• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

GOLD
ଶ୍ରୀଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଦାନ

ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ଆଜି ପବିତ୍ର ସରସ୍ୱତୀ ପୂଜା ଅବସରରେ  ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ସମୁଦାୟ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ଜଣେ ଦାତା ଶ୍ରୀଜିଉଙ୍କୁ ଦାନ କରିଛନ୍ତି। ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ,ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି। ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, […]

Rain-KO
୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ: ୪ ଦିନ ବର୍ଷା, ଘଡ଼ଘଡ଼ି !

ଭୁବନେଶ୍ୱର: କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆସନ୍ତାକାଲି ବର୍ଷା ଓ ଘଡ଼ଘଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, ବରଗଡ଼। ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ […]

  • Thursday, 15 July 2021
child
୪ ନାବାଳକଙ୍କୁ ପୁଲିସର ସାଂଘାତିକ ନିର୍ଯାତନା !

ଚିତ୍ରକୋଣ୍ଡା: ମାଲକାନଗିରି ୪ ନାବାଳକଙ୍କୁ ୩ ଦିନ ଧରି ପୁଲିସର ସାଂଘାତିକ ନିର୍ଯାତନା ନେଇ ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ବିରୋଧରେ ମାଡ ମରାଯିବା ସହ ବିଦ୍ୟୁତ ସକ୍ ଦେଇଥିବା ଅଭିଯୋଗ ଆସିଛି। ଗତ ୧୨ ତାରିଖରେ ହୋଇଥିବା ଏକ ଚୋରି ମାମଲାରେ ୪ ନାବାଳକଙ୍କୁ ପୋଲିସ୍ ଥାନାକୁ ନେଇଥିଲା। ତାସହ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍‌ ସକ୍ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ୪ ନାବାଳକଙ୍କୁ ୩ ଦିନ […]

  • Thursday, 15 July 2021
Sarathi-3-pm
ପ୍ରବଚନ ଦେବାକୁ ବାବା ସାରଥିଙ୍କୁ ଅନୁମତି ଦେଲେ ହାଇକୋର୍ଟ

କଟକ: ଏଣିକି ପ୍ରବଚନ ଦେଇପାରିବେ ବାବା ସାରଥି। ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା। ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ […]

  • Thursday, 15 July 2021
odisha-bandh
ଓଡ଼ିଶା ବନ୍ଦ: ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ର

ଭୁବନେଶ୍ୱର: ସକାଳ ୭ରୁ ଦିନ ଗୋଟାଏ କଂଗ୍ରେସର ଡାକରାରେ ରାଜଧାନୀରୁ ସାରା ରାଜ୍ୟରେ  ବନ୍ଦପାଳନ ହୋଇଛି। ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କଟକ, ପାରାଳାଖେମୁଣ୍ଡି ଓ ରାଉରକେଲା ସବୁଠି ରାସ୍ତାକୁ କଂଗ୍ରେସ କର୍ମୀ ଓହ୍ଲାଇଥିଲେ। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଏବଂ ବିଗିଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗରେ କଂଗ୍ରେସ ବନ୍ଦ ପାଳନ କରିଛି। ରାଜଧାନୀରେ ରେଳ ଷ୍ଟେସନ୍, ବିମାନ ବନ୍ଦର, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ […]

  • Thursday, 15 July 2021
major
ଓଡ଼ିଶାର ପ୍ରଥମ ଜେନେରାଲ ଅଫିସରଙ୍କ ପରଲୋକ

ଭୁବନେଶ୍ୱର: ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର। ମେଜର ଜେନେରାଲ ବସନ୍ତ ମହାପାତ୍ର ଟ୍ୟାଙ୍କ୍ ମ୍ୟାନ ଭାବେ ପରିଚିତ ଥିଲେ। ୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ […]

  • Thursday, 15 July 2021
acident-in-dkl
ରଙ୍ଗ୍‌ରୁଟ୍‌ରେ ଆସି ୩ ପିଲାଙ୍କ ଉପରେ ଚଢାଇଦେଲା ଭ୍ୟାନ୍

ଢେଙ୍କାନାଳ: ଗତ ମାସରେ ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ଏନେଇ ଚାରିଆଡେ ସଚେତନତା କରାଯାଇଥିଲେ ବି ଫଳ ଶୂନ। ବରଂ ଦିନକୁ ଦିନକୁ ଘଟୁଛି ଭୟାନକ ଦୁର୍ଘଟଣା। ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ସଡ଼କ ଦୁର୍ଘଟଣାରେ ୨ ନୀରିହ ଶିଶୁଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, […]

  • Thursday, 15 July 2021
PMAY
ବାଡ଼ ଯଦି ‍‍‍କ୍ଷେତ ଖାଇବ, ସୁରକ୍ଷା ଦେବ କିଏ?

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର ନେଇ ଅଭିଯୋଗ ହୋଇଛି। କେଉଁଠି ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି ଟଙ୍କା ଉଠାଇ ନିଆଯାଇଛି ତ ଆଉ କେଉଁଠି ବିନା କାର୍ଯ୍ୟାଦେଶରେ ଘର ବାତିଲ ପାଁଇ ନୋଟିସ୍ ଆସୁଛି। ଜଳେଶ୍ୱର ବ୍ଲକ ଝାଡପମ୍ପଳ ଗାଁର ଶଙ୍କର ଦଣ୍ଡପାଟ କାର୍ଯ୍ୟାଦେଶ ପରେ କାହିଁକି ଘର କରୁନାହଁ ବୋଲି ନୋଟିସ ମିଳିବା ପରେ ଶଙ୍କର ଚକିତ ହୋଇଛନ୍ତି। ସେ ଜାଣନ୍ତି ନାହିଁ, କାର୍ଯ୍ୟାଦେଶ ଗଲା କୁଆଡେ? ବୁଝୁ […]

  • Thursday, 15 July 2021
SMA-disease
ଗୋଟିଏ ଇଂଜେକ୍ସନ୍ ବେଦାନ୍ତଙ୍କୁ ଦେବ ନୂଆ ଜୀବନ

ରାଉଲକେଲା: ରାଉରକେଲା ସିଭିଲ୍ ଟାଉନସିପ୍‌ର ବିବେକ୍ ଲାଲ୍ ଓ ପତ୍ନୀ ପ୍ରୀତିଙ୍କ ଅଲିଅଳ ପୁଅ ବେଦାନ୍ତଙ୍କ ଦେହରେ ନିଷ୍ଠୁର ଦଇବ ଖଞ୍ଜି ଦେଇଛି ଦୁଃସାଧ୍ୟ ସ୍ନାୟବିକ ରୋଗ। ଯାହାର ନାମ ହେଉଛି ସ୍ପାଇନାଲ୍ ମସ୍କୁଲାର ଏଟ୍ରୋଫି-SMA। ବେଦାନ୍ତ ଏବେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ପାଠରେ ଭାରି ପ୍ରଖର କିନ୍ତୁ ଜନ୍ମରୁ ନିଜ ସାଙ୍ଗରେ ସେ ଆଣିଥିବା ରୋଗ ପାଇଁ ଆପଣା ଛାଏଁ ଉଠିବା, ବସିବା ତ ଅସମ୍ଭବ। ଖାଇବା ଓ ପିଇବାରେ ବି କଷ୍ଟ ହେଉଛି। ଏଇ […]

  • Thursday, 15 July 2021
haldi-pkg
ଅଭାବୀ ବିକ୍ରି ହଳଦୀ ଚାଷୀଙ୍କ ପାଇଁ ହୋଇଛି କାଳ

ଫୁଲବାଣୀ: କୋଡ଼ି କୋଦାଳ ଧରି କ୍ଷେତରେ ଚାଷୀ କାମ କରୁଛନ୍ତି। ଶୀତ କାକରକୁ ଖାତିର ନକରି କାମରେ ଲାଗିଛନ୍ତି। ଏକର ଏକର ଜମି ଖୋଳିବା ପରେ ମାଟି ତଳୁ ବାହାରୁଛି କଞ୍ଚା ହଳଦୀ। କନ୍ଧମାଳ ଫିରିଙ୍ଗିଆ ଡମ୍ବାଦେଇ ଗାଁର ହଳଦୀ ବାହାରିବା ପରେ ତାକୁ ଗୋଟାଇ, ପାଣିରେ ଭଲ ଭାବେ ଧୋଇ, ନିଆଁରେ ସିଝାଇ ତାପରେ ଟାଣ ଖରାରେ ଶୁଖାଇବା ପରେ ଏହା ଖାଇବା ଉପଯୋଗୀ ହୋଇଥାଏ।  ଏତେ ସବୁ କାମ କରିବା ପରେ ବି ଚାଷୀଙ୍କୁ […]

  • Thursday, 15 July 2021
padma-besha
ପଦ୍ମବେଶରେ ସଜେଇ ହେବେ ପଦ୍ନ ପ୍ରୀୟ ମହାପ୍ରଭୁ

ପୁରୀ:  ପଦ୍ନ ପ୍ରୀୟ ମହାପ୍ରଭୁ ପଦ୍ମବେଶରେ ସଜେଇ ହେବେ। ରତ୍ନ ସିଂହାସନ ଉପରେ ସୁନ୍ଦର, କମନୀୟ ବେଶଭୂଷାରେ ଝଟକିବେ ଚତୁର୍ଦ୍ଧାମୂରତି। ବର୍ଷକ ପରେ ଆଜି ଆସିଛି ସେ ଦିନ। ଏଥିପାଇଁ ପୁରୀ ବଡ଼ଛତା ମଠରେ ଶେଷ ହୋଇଛି ବେଶ ପ୍ରସ୍ତୁତି। ଆଜି ମଧ୍ୟରାତ୍ରରେ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବାକୁ ଥିବା ସୋଲରେ ତିଆରି ସୁଶୋଭିତ ପଦ୍ମ, ଶ୍ରୀମୁଖ, କରପଲ୍ଲବ, ନାଭିପଦ୍ମ, ହଂସ ନିର୍ମାଣ ସରିଛି। ପଦ୍ମବେଶରେ ଠାକୁରଙ୍କ ଚୂଳରେ ତୁଳସୀ ଓ ଗଳାରେ ଲାଗି ହେବାକୁ ଥିବା […]

  • Thursday, 15 July 2021
andhra
ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ?

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଗାଁରେ ଭୋଟ୍ ସରିଲା। କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ  ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଆଜି ପଡ଼ିଛି। କୋରାପୁଟ ପାଟୁସେନେରିରେ ସକାଳ ୬ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ମତଦାନ ଚାଲିଥିଲା। ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୋଲିସ୍‌ର ସୁରକ୍ଷା ବି କଡ଼ା ଥିଲା। ଆଉ ବିଡ଼ମ୍ବନା, ଓଡ଼ିଶାର ପାଟୁସେନେରିକୁ ଏଠି ପଟୁଚେନୁରୁ ବୋଲି ବିଜୟନଗରମ୍ ପ୍ରଶାସନ ଦର୍ଶାଇଛି। ଯେଉଁଥିରେ ମାଡ଼କାର, […]

  • Thursday, 15 July 2021
jharaphula
ରହସ୍ୟ ବଢାଉଛି ଝରାଫୁଲ ମୃତ୍ୟୁ: କାହା ପାଇଁ ଯାଚିଥିଲା ୧୦୮ ନଡ଼ିଆ?

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ କରଞ୍ଜିଆ-ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ ପହଞ୍ଚିଛି। ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଗାଁ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଘଟଣା ଦିନ ଏବଂ ଘଟଣା ପୂର୍ବରୁ ଘର ଲୋକଙ୍କ ସହିତ କଣ କଥା ହୋଇଥିଲେ ଝରାଫୁଲ ସେ ନେଇ ବାପା ମାଙ୍କୁ ଯାଜପୁର ପୋଲିସ ପ୍ରଶ୍ନ କରିଛି। ରାକେଶ […]

chaka-jam
ଚାଷୀଙ୍କ ସମସ୍ୟା ନେଇ ବିଜେପିର ୩ ଘଣ୍ଟିଆ ଚକାଜାମ୍

ସମ୍ୱଲପୁର: ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଜେପି ଚକା ଜାମ। ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକାଜାମ୍ ବିଜେପି କରିଥିଲା।  ପଶ୍ଚିମ ଓଡ଼ିିଶାର ୫ଟି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରାସ୍ତାରୋକ କରିଥିଲା। ବିଭିନ୍ନ ସ୍ଥାନରେ ବିଜେପିର […]

  • Thursday, 15 July 2021
nikhoj
'ମତେ ଭୁବନେଶ୍ୱର ମିସ୍ କରୁଛି ଜାଣି ଖୁସି ଲାଗିଲା'- ଅପରାଜିତା

ଭୁବନେଶ୍ୱର: ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରବାସୀ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ସେ ଖୁସି ବୋଲି ଅପରାଜିତା କହିଛନ୍ତି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ସେ ଦିଲ୍ଲୀରେ ଅଛନ୍ତି ଓ ଫେବ୍ରୁଆରି ୧୫ରେ ଭୁବନେଶ୍ୱର ଫେରୁଛନ୍ତି ବୋଲି ଅପରାଜିତା କହିଛନ୍ତି।ଏହାସହ ଭୁବନେଶ୍ୱରରେ ପହଞ୍ଚିବା ପରେ ‘ଜାତୀୟ ଐତିହ୍ୟ ପ୍ରାଧିକରଣ’ (ଏନ୍ଏମ୍ଏ) ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବେ ଏବଂ ସେହିସବୁ […]

  • Thursday, 15 July 2021
supreme court
କାଲି ସୁପ୍ରିମ୍‌କୋର୍ଟରେ 'କୋଟିଆ' ଶୁଣାଣି

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର […]

Ravi-Shankar-Prasad
ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲା କେନ୍ଦ୍ର

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଏନେଇ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କେନ୍ଦ୍ରର ଅନୁରୋଧ ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ ପ୍ରସ୍ତାବ ଦେଇନାହାନ୍ତି। ଏଣୁ ହାଇକୋର୍ଟ ବେଞ୍ଚ ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପାଖରେ ଅଟକି ରହିଛି ବୋଲି କୁହାଯାଇଛି। ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, […]

  • Thursday, 15 July 2021
1pm-katamunda
ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ମହିଳାଙ୍କ କଟାମୁଣ୍ଡ ମିଳିଛି। ଭରତପୁର ଫରେଷ୍ଟ ରିଜର୍ଭ ଜଙ୍ଗଲରୁ ପୋଲିସ କଟାମୁଣ୍ଡ ଠାବ କରିଛି। ଭୁବନେଶ୍ୱରରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ୍‌କୁ ମୃତ ମହିଳାଙ୍କ ପରିଚୟ ମିଳିଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଅନୁସାରେ, ମହିଳାଙ୍କ ପରିଚୟ ପାଇବା ପରେ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍ ରିକ୍ରିଏସନ୍ କରାଯାଇଥିଲା। କେଉଁଠି ଅଭିଯୁକ୍ତ କଟାମୁଣ୍ଡ ପକାଇଥିଲେ, ତାହା […]

  • Thursday, 15 July 2021
facilities
ଆମେ ଯେଉଁଠି ସୁବିଧା ପାଉଛୁ, ସେଇଠି ଭୋଟ୍ ଦେବୁ: ଜୁମଡାଙ୍ଗ ବାସିନ୍ଦା

କୋରାପୁଟ: କୋରାପୁଟ, ଗଜପତିରେ ଆନ୍ଧ୍ର ସହ ବି ସୀମା ବିବାଦ ରହିଛି। ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରିଛି। ହେଲେ ମାଲକାନଗିରିରେ କିନ୍ତୁ ଚିତ୍ର ଭିନ୍ନ। ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ, ଘର ସିନା ଓଡ଼ିଶାରେ ରହିଛି। କିନ୍ତୁ ସୁବିଧା ସୁଯୋଗ ଆନ୍ଧ୍ର ପାଖରୁ ମିଳୁଛି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। […]

jagannath
ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି

ପୁରୀ:  ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ। ଅର୍ଥାତ ସପ୍ତାହକ ସାତ ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି। ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ ଆରମ୍ଭ ହେବ। କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ ଦର୍ଶନ କରିପାରିବେ। ସେହିଭଳି ଦୀର୍ଘ ଦିନ ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ ନେଇ ମଧ୍ୟ ଭକ୍ତଙ୍କୁ […]

  • Thursday, 15 July 2021
umang-app
ଏଣିକି ମୋବାଇଲ ଆପ୍ ଜରିଆରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର: RTOକୁ ପେପରଲେସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହେବ। ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପରଲେସ୍ ହେବ। କେବଳ ସେତିକି ନୁହେଁ, ଯେକୌଣସି RTOରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ […]

  • Thursday, 15 July 2021
supreme-court
କୋଟିଆକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଛି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି। କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ […]

OTV-Portal-andhara
ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି: ରାଜାନ୍ନା

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି। OTVକୁ ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜାନ୍ନା ଦୋରା କହିଛନ୍ତି ଯେ ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି […]

  • Thursday, 15 July 2021