• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

hard-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ୟାସ୍, ସ୍ପଷ୍ଟ କଲେ SRC !

ଭୁବନେଶ୍ୱର: ଭଦ୍ରକ ବାସୁଦେବପୁର-ବାହାନଗା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ୟାସ୍। ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦କିମି ୧୫୦କିମି ବେଗରେ ରହିବ। ବେଳେବେଳେ ୧୮୦ କିମି ପର୍ଯ୍ୟନ୍ତ ପବନର ବେଗ ରହିପାରେ। ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିବ। କାଲି ଭୋର ୫ଟାରୁ ୮ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ଲ୍ୟାଣ୍ଡଫଲର ପୂର୍ବ ୬ଘଣ୍ଟା ଓ ପର ୬ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି। ବାତ୍ୟା […]

  • Thursday, 15 July 2021
next-level
୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ […]

yaas
୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବାତ୍ୟା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓ ଦକ୍ଷିଣ-ପୂର୍ବଠୁ ୪୩୦ କିମି ଦୂରରେ ରହିଛି। ବାଲେଶ୍ୱରଠୁ ୫୧୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦୂରରେ […]

cm-naveen
ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା […]

  • Thursday, 15 July 2021
cyclone-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ପାରାଦୀପଠୁ ପାଖାପାଖି ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍। […]

cyclone
କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ୨୬ ତାରିଖ ସାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ। ଆଇଏମଡି […]

tahsiladar
ନିୟମର ଧଜିଆ ଉଡାଇଲେ ବାବୁଆଣୀ: ବାହାଘରରେ ଖୁଲମଖୁଲା ନାଚିଲେ ନାଗିନ୍ ଡ୍ୟାନ୍ସ

ଜଗତସିଂହପୁର : କୋଭିଡ୍ କଟକଣାର ଉଡ଼ିଲା ଧଜିଆ। ଖୋଦ୍ ଜଗୁଆଳି ଭୁଲିଗଲେ ନିୟମ। ଆଉ ମସ୍ତିରେ ନାଚିଲେ ଅନ୍ୟଙ୍କୁ ନଚାଇଲେ। ଭାଇରାଲ ହୋଇଥିବା ଏହି ଭିଡିଓରେ ଏମିତି ନାଚୁଥିବା ବାବୁଆଣୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ବିଭିନ୍ନ ଭାବଭଙ୍ଗିରେ ଖୁଲମଖୁଲା ନୃତ୍ୟ ମୁଦ୍ରାରେ ସୁକିନ୍ଦା ତହସିଲଦାରଙ୍କ ଏହି ଚିତ୍ର ଆସିଛି ଜଗତସିଂହପୁରରୁ। ଜଗତସିଂହପୁର ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ୨୫ଜଣଙ୍କ […]

  • Thursday, 15 July 2021
sambit-nanda
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ତାଙ୍କ ପୁଅ ସମ୍ବିତ ନନ୍ଦ କଟକରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ନିଜ ପୁଅର ଜୀବନ ରକ୍ଷା ପାଇଁ ଟୁଇଟ କରି ନିବେଦନ କରିଥିଲେ। ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ପୁଅ ଫଟୋକୁ ସେୟାର କରି ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ […]

  • Thursday, 15 July 2021
nadan-kanan
ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। […]

  • Thursday, 15 July 2021
railway track
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

arrest
ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଜେରା କରିବା ପରେ ଏହି ବାଇକ୍ ଚୋରି ଗ୍ୟାଙ୍ଗ ଉପରୁ ପରଦା ହଟିଥିଲା। ସେମାନଙ୍କ ନିକଟରୁ […]

  • Thursday, 15 July 2021
suicide-up
ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା। ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। କାଶୀପୁର ଥାନା BSF ୬୮ ବାଟାଲିୟନ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ। ମୃତ ଯବାନଙ୍କ ନାଁ ଦିଲ୍ଲୀପ ମାଇ ସେ ୪ ମାସ ତଳେ ବାହା ହୋଇଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ନିଜ […]

  • Thursday, 15 July 2021
raped
୬ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ଟିଉସନ୍ ଶିକ୍ଷକ

ବ୍ରହ୍ମପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ୍ ହେବାକୁ ଯାଉଥିଲେ। ନବମରେ ଟିଉସନ ପଢ଼ିବାକୁ ଯାଉଥିବା […]

  • Thursday, 15 July 2021
school'
କାଲିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ସବୁ DEO, BEO, DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ହେବ ନାମଲେଖା ଚାଲିବ।  ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି। […]

  • Thursday, 15 July 2021
ciggarate
ମେଡିସିନ୍‌ ବଦଳରେ ବିକୁଥିଲେ ସିଗାରେଟ୍‌ ଓ ଗୁଟଖା

ଭଦ୍ରକ: ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି କରି ବନ୍ଧା ହେଲା ମାଲିକ। ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ଦୋକାନ ବଜାର ବନ୍ଦ ବେଳେ ଚୋରାରେ ଗୁଟଖା ଓ ସିଗାରେଟ ବିକ୍ରି ବେଳେ ମିଳିତ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢ଼ାଉ ହୋଇଥିଲା। ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଥିଲା। ଭଦ୍ରକ […]

  • Thursday, 15 July 2021
nabin-modi
ବର୍ତ୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ: ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର କୋଭିଡ ସ୍ଥିତି ନେଇ ମୋଦିଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି ନବୀନ କହିଛନ୍ତି ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ। ଦେଶରେ ଅକ୍ସିିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ବୋଲି ନବୀନ କହିଛନ୍ତି।

  • Thursday, 15 July 2021
main-chori
କମିଶନରେଟ ପୋଲିସ୍‌ର ସଫଳତା: ୧୨ ବର୍ଷ ପରେ ଫେରିପାଇଲେ ଚୋରି ହୋଇଥିବା ଗାଡ଼ି

କଟକ: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ। କଟକ ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ ଫୋନ, ଲାପଟପ, ବାଇକ, ଟିଭି ଠାରୁ ଆରମ୍ଭ କରି ସ୍ମାର୍ଟ ୱାଚ୍‌ ଭଳି ଜବତ ସାମଗ୍ରୀ ଆଜି ଦିଆଯାଇଥିଲା। ଜବତ ହୋଇଥିବା ୬୯ଟି ମୋବାଇଲ ଫୋନ, ୨ ଟି ଲାପଟପ, ୧୮ ଟି ବାଇକ, ୩ ଟି […]

  • Thursday, 15 July 2021
evacuation officer
ଫେଲ୍ ମାରିଲା ସୂଚନା,ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍‌ ନିକଟରେ ଅଟକାଇ ଥିଲେ।

cm-naveen
କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା

ଭୁବନେଶ୍ୱର: ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା। ଆଜି ପରିସ୍ଥିତିର ସମୀକ୍ଷା କରି ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇ ନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ୍ ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯାଉ। ରାଜ୍ୟରେ […]

  • Thursday, 15 July 2021
medical
ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। In view […]

hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ, ୱାଡର ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। କଟକ ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର […]

hyder-act
ହାଇଦର ଲିଙ୍କ୍‌ ଅଭିଯୋଗରେ ଆଲବମ୍ ହିରୋଇନ୍ ଗିରଫ

ଭୁବନେଶ୍ୱର: ହାଇଦର ଲିଙ୍କ୍‌ରେ ଆଲବମ୍‌ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍‌ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍‌ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ […]

Tempul-5pm
ପୁରୀ ଶ୍ରୀମନ୍ଦିରରେ ପଡ଼ିଲା ରକ୍ତର ଛିଟା

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ବଡ଼ ମହାସ୍ନାନ। ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଆହତ ମନୋଜଙ୍କୁ […]

  • Thursday, 15 July 2021
kumbha-mela
କୁମ୍ଭମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRCଙ୍କ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବୁଲିଥିବା ସ୍ଥାନ, […]

  • Thursday, 15 July 2021