ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍ ନିକଟରେ ଅଟକାଇ ଥିଲେ।
ଭୁବନେଶ୍ୱର: ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା। ଆଜି ପରିସ୍ଥିତିର ସମୀକ୍ଷା କରି ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇ ନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ୍ ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯାଉ। ରାଜ୍ୟରେ […]
ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। In view […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। କଟକ ଏସ୍ସିବିରୁ ଗ୍ୟାଙ୍ଗଷ୍ଟର […]
ଭୁବନେଶ୍ୱର: ହାଇଦର ଲିଙ୍କ୍ରେ ଆଲବମ୍ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ […]
ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ବଡ଼ ମହାସ୍ନାନ। ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଆହତ ମନୋଜଙ୍କୁ […]
ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRCଙ୍କ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବୁଲିଥିବା ସ୍ଥାନ, […]
ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଦିଗ୍ଗଜ ନେତା ବିଜୁ ପଟ୍ଟନାୟକ ଆଉ ଭାରତୀୟ ସିନେ ଶିଳ୍ପ ତଥା ସିରିଏଲ ଜଗତର ଜଶସ୍ୱୀ ନାୟକ। ରାମାନନ୍ଦ ସାଗର ଜଣେ ରାଜନୀତି ଓ ଅନ୍ୟଜଣେ କଳା ସଂସ୍କୃତି କ୍ଷେତ୍ରରେ ବିଶ୍ୱରେ ବିିବିତ। ଦେଶର ଏ ଦୁଇ ମହାନ ବରପୁତ୍ରଙ୍କ ମଧ୍ୟରେ କିଛି ମୂହୁର୍ତ୍ତ ଏଭଳି ସମ୍ପର୍କ ସୃଷ୍ଟି ହୋଇଥିଲା ଯାହା ଆମ ସମସ୍ତଙ୍କ ପାଇଁ ଅଜଣା, ଅକୁହା। କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ଯେ ରାମାନନ୍ଦ ସାଗାରଙ୍କ ଜୀବନରେ […]
ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ। ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୧୯ରେ ବିଜ୍ଞପ୍ତି ପ୍ରକାଶ ସହ ମନୋନୟନପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ୍ ୨୬ ମନୋନୟନପତ୍ର ଦାଖଲର ଶେଷ ତାରିଖ। CEOଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ଉପ-ନିର୍ବାଚନ […]
ଭୁବନେଶ୍ୱର: ନାସା ପାଇଁ ରୋଭର ପ୍ରସ୍ତୁତ କରିଥିବା ଓଡିଶାର ନାପସାଟ୍ ଟିମ୍କୁ ସମ୍ମାନଜନକ ପୁରସ୍କାର ମିଳିଛି। ହାଇସ୍କୁଲ ଡିଭିଜନରେ ଏହି ଟିମକୁ ବେଷ୍ଟ ଭିଡିଓଗ୍ରାଫି ଆୱାର୍ଡ ମିଳିଛି। ଭାରତର ପ୍ରଥମ ହାଇସ୍କୁଲ ଟିମ୍ ଭାବେ ଓଡିଶାକୁ ଏହି ପୁରସ୍କାର ମିଳିଛି। ସାରା ବିଶ୍ୱର ୮୭ଟି ଟିମ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ନାପସାଟ୍ ଟିମ୍ ତୃତୀୟସ୍ଥାନ ହାସଲ କରିଛି। କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ଜଣ ଛାତ୍ରଛାତ୍ରୀ ନାସା […]
ଭୁବନେଶ୍ୱର: ଅମାନିଆଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। […]
ଭୁବନେଶ୍ୱର: ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ। ହାଇଦର ଗିରଫ ଘଟଣାରେ OTVକୁ EXCLUSIVE ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍କୁ ଆଲର୍ଟ କରିଥିଲୁ। ସବୁ ସିସିଟିଭିକୁ ଛାନ୍ଭିନ୍ କରିବା ବେଳେ ସୁରାକ ମିଳିଥିଲା। ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ ସେ ଧରାପଡ଼ିଥିଲା। ହାଇଦରକୁ ତେଲେଙ୍ଗାନା ଟାସ୍କଫୋର୍ସ ମାଡ଼ିବସିଥିଲା। ହାଇଦ୍ରାବାଦ ଉପକଣ୍ଠ ଜହିରାବାଦ୍ରେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ବୋଲି ହାଇଦ୍ରାବାଦ ସିପି କହିଛନ୍ତି। […]
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ନେଇ ନିରଞ୍ଜନଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ତାଙ୍କର ରେଗୁଲାର ହାର୍ଟ ଚେକଅପ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ […]
ଭୁବନେଶ୍ୱର: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ୍, ଛତିଶଗଡ଼ କରୋନା ପାଇଁ ଚାରିଆଡ଼େ ହାହାକାର। ସବୁଠି ଦୁର୍ଦ୍ଦଶାର ଦୟନୀୟ ଚିତ୍ର। କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲ୍ରେ ବେଡ୍ ନାହିଁ। ଆକ୍ରାନ୍ତଙ୍କୁ ଧରି ଧାଡ଼ିରେ ଶହ ଶହ ଆମ୍ବୁଲାନ୍ସ ତ କେଉଁଠି ଶବ ପାଇଁ ଶ୍ମଶାନରେ ବି ଜାଗା ମିଳୁନି। ଆଉ ଏସବୁ ଭିତରେ ଭୟକୁ ଦ୍ୱିଗୁଣ କରି ଆଜି ଦେଶରେ ଦୁଇ ଲକ୍ଷ ଡେଇଁ ଯାଇଛି। ଦୈନିକ ସଂକ୍ରମଣ ଦୁଇଦିନ ଧରି ହଜାରେ ଉପରେ ବି ଦୈନିକ ମୃତ୍ୟୁର ଧାରା। […]
କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି। ଗତ ଏପ୍ରିଲ […]
ଭୁବନେଶ୍ୱର: ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଛି। ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର। ସିଏମ୍ସି ପକ୍ଷରୁ ମଧ୍ୟ ରମଜାନ […]
ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି। ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ […]
କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି। […]
ପୁରୀ: ପିପିଲି ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ବିଜେଡି ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଛନ୍ତି। ବସୁଆପୁର ପଞ୍ଚାୟତର କୁମାରପୁର ମେଲଣ ପଡିଆରେ ସଭା କରାଯାଇଥିଲା। ପିପିଲି ବ୍ଲକର ଦାଣ୍ଡମକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ ବୈଠକର ଆୟୋଜନ ହୋଇଥିଲା। ୬ଟି ଜିଲ୍ଲା […]
ପିପିଲି: ପିପିଲିରେ ମୁକ୍ତ, ଅବାଧ ନିର୍ବାଚନରେ ବାଧକ ସାଜିଛି ପୋଲିସ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର। ଏମିତିକି ଅବାଧ ନିର୍ବାଚନ ଅଟକାଇବାକୁ ପୋଲିସ ସହାୟତାରେ ବିଜେଡି ଲାଗିଛି ବୋଲି କହିବା ସହ ପିପିଲିରେ ଭୟ, ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୋଲିସ ଚେଷ୍ଟିତ ବୋଲି କହିଛନ୍ତି। ଏମିତିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ମଧ୍ୟ ବିଜେଡି ପାଇଁ ଲାଗିଛନ୍ତି ବୋଲି ଅଭିଯୋଗ ଆଣିବା ସହ ଫଟୋ ସହ ପ୍ରମାଣ ଦେଖାଇଛନ୍ତି। […]
କଟକ: ସାମନାକୁ ଆସିଲା ହାଇଦର ଫେରାର ପଛର କାହାଣୀ। ଗତ ଶନିବାର ଏସ୍ସିବି ମେଡିକାଲ ସର୍ଜରୀ ଓ୍ୱାର୍ଡର କ୍ୟାବିନ ନମ୍ବର ୫ରୁ କେମିତି ଫେରାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର? ସେଦିନ କଟକ ବଡ ମେିକାଲରେ ହାଇଦର କ୍ୟାବିନରେ ପହରା ଦେଉଥିବା ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲାରେ ବିସ୍ତୃତ ଭାବେ ସେଦିନର ଘଟଣାର ବିଷୟରେ ଉଲ୍ଲେଖ କରିଛନ୍ତି। ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା […]
ପିପିଲି: ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର। ଏହି ଉପନିର୍ବାଚନରେ ବିଜେପିକୁ ଲୋକେ ଭୋଟ ରୂପରେ ଆର୍ଶୀବାଦ ଅଜାଡ଼ି ଦେଇ ଦଳକୁ ନିଶ୍ଚିତ ଭାବେ ବିଜୟୀ କରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ। ପିପିଲି ପାଇଁ ପ୍ରଚାର କରିବା ପରେ ଆଜି ସେ ଭୁବନେଶ୍ୱର ଛାଡ଼ିଛନ୍ତି। ଏହି ସମୟରେ ସେ କହିଛନ୍ତି, ନବୀନ ସରକାର ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି। ୨ ବର୍ଷ […]
ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର […]
ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]
ଭୁବନେଶ୍ୱର: ଆଗାମୀ ୩ ଦିନ ବର୍ଷିବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୮ ତାରିଖ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହିସବୁ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆଜି […]