Advertisment

Car Accident In Capital: ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ; କେଉଁଠି ନିଆଁ ଲଗାଇ ଦେଉଛନ୍ତି, କେଉଁଠି କାର୍‌ ଘରେ ପଶାଇ ଦେଉଛନ୍ତି

ନିଶାରେ ଚୁର୍ କାର ଡ୍ରାଇଭର ଭିଆଇଛି ଉନ୍ମତ କାଣ୍ଡ। କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର୍। ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଜି ଭୋର ସାଢ଼େ ୪ଟା ବେଳେ ଏକ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଘଟଣା। କାନ୍ଥ ଭାଙ୍ଗିବା ପରେ ନିଶାଶକ୍ତ ଯୁବକମାନେ ଯୁକ୍ତି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି

author-image
Manoranjan Sial
Capital

Capital

ରାଜଧାନୀ ଭୁବନେଶ୍ୱରରେ ଦୁର୍ବୃତ୍ତଙ୍କ ଉତ୍ପାତ। ନିଶାଖୋର ଯୁବକର ଉନ୍ମତ୍ତ କାଣ୍ଡ। କେଉଁଠି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ତ ପୁଣି କେଉଁଠି କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର। ରାଜଧାନୀରେ ଦୁଇ ଦୁଇଟି ଘଟଣା ଆପଣଙ୍କୁ ବିଚଳତ କରିପାରେ। ନଜର ପକାନ୍ତୁ ପ୍ରଥମ ଘଟଣା ଉପରେ।

Advertisment

ଶନିବାର ରାତି ପ୍ରାୟ ୧୧ଟା ବେଳେ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଦୁର୍ବୃତ୍ତ ମଚାଇଛନ୍ତି ଉତ୍ପାତ। ଘର ସାମ୍ନାରେ ଥୁଆ ହୋଇଥିବା କଳା ରଙ୍ଗର ସ୍କର୍ପିଓରେ ନିଆଁ ଲଗାଇ ଦେଉଛନ୍ତି ଦୁଇ ଜଣ ଯୁବକ। ଘର ମାଲିକାଣୀ ଓ ତାଙ୍କ ପୁଅ କୌଣସି କାମରେ ନୟାପଲ୍ଲୀ ଯାଇଥିବା ସମୟରେ ଦୁର୍ବୃତ୍ତ ଘଟାଇଛନ୍ତି ଏପରି ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି। ଘଟଣାରେ ପୋଲିସ ୪ ଜଣଙ୍କୁ ପଚରାଉଚରା କରିଛି। ସିସିଟିଭିରେ ପୂରା ଘଟଣାର କାରନାମା କଏଦ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି ଘର ମାଲିକ।

ଅଧିକ ପଢ଼ନ୍ତୁ: ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ସେପଟେ ନିଶାରେ ଚୁର୍ କାର ଡ୍ରାଇଭର ଭିଆଇଛି ଉନ୍ମତ କାଣ୍ଡ। କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର୍। ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଜି ଭୋର ସାଢ଼େ ୪ଟା ବେଳେ ଏକ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଘଟଣା। କାନ୍ଥ ଭାଙ୍ଗିବା ପରେ ନିଶାଶକ୍ତ ଯୁବକମାନେ ଯୁକ୍ତି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିଛି। ମଦ୍ୟପ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ। ନିଶାଖୋର ଯୁବକ ବାରମ୍ବାର ଏଭଳି ଘଟଣା ଘଟାଉଥିଲେ ମଧ୍ୟ ଗଳିକନ୍ଦିରେ ପାଟ୍ରୋଲିଂ ହେଉନଥିବାରୁ ଆଇନକୁ ହାତକୁ ନେଉଛନ୍ତି ଅଭିଯୁକ୍ତ।

Advertisment
Bhubaneswar Accident
Advertisment
Advertisment