• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sbiu
ଏସ୍‌ବିଆଇ୍ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ଆକୁଳ ଏସ୍‌ବିଆଇ୍ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଟିଏମ୍‌କୁ ତାଡ଼ି ନେବାକୁ ଚେଷ୍ଟା କରିଥିଲେ। ଦୁବୃର୍ତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଏଟିଏମ୍‌ର ମନିଟର୍‌କୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏହାସହ ATMର ଟଙ୍କା ବାକ୍ସକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ। ହେଲେ ଏଥିରେ ସଫଳ ହୋଇନଥିଲେ। ତେବେ ଦୁବୃର୍ତ୍ତ ଏଟିଏମ୍‌ରୁ ୨ଟି ବ୍ୟାଟେରିକୁ ନେଇ ପଳାଇଥିବା ଜଣାପଡ଼ିଛି। ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

  • Friday, 16 July 2021
tree-cutting
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ

ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ। ମୋଦିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିକପ୍ଟର୍ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ ପ୍ରାୟ ହଜାରରୁ ୧୨ ଶହ ଚାରା ଗଛ କଟା ଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍ଓ ସମୀର ଶତପଥୀ। ମୋଦିଙ୍କ ସଭା ପାଇଁ ପ୍ରସ୍ତାବିତ ରେଳ ଷ୍ଟେସନ୍ ପାଖ ପଡ଼ିଆ ପରିଦର୍ଶନ କରିଛନ୍ତି DFO। ବନୀକରଣ ପାଇଁ ଲଗାଯାଇଥିବା ଏହି ଚାରା ଗଛକୁ କାହା ନିର୍ଦ୍ଦେଶରେ […]

  • Friday, 16 July 2021
bjp
ବିଜେପିର ‘ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ’

ଭୁବନେଶ୍ୱର :  ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ଅଭିନବ ଉପାୟରେ ବିରୋଧ କରିବ ବିଜେପି। ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହେବ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ। ଆସନ୍ତାକାଲି ଠାରୁ ବିଭିନ୍ନ ପ୍ରାନ୍ତରୁ ଚୁଡ଼ି ସଂଗ୍ରହ କରାଯାଇ ଏହାକୁ ନବୀନ ନିବାସକୁ ପଠାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା। ଆସନ୍ତା ୧୪, ୧୮ ତାରିଖରେ ବାଳୁକା କଳା ଦ୍ୱାରା ଜନଜାଗରଣ ସୃଷ୍ଟି କରାଯିବ। ୧୫ […]

  • Friday, 16 July 2021
school2
ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ପୁଣି ମିଳିଛି ଅଣ୍ଡା

ଭୁବନେଶ୍ୱର : ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ପୁଣିଥରେ ପିଲାଙ୍କୁ ଅଣ୍ଡା ମିଳିଛି। ଭୁବନେଶ୍ୱର ବିଇଓ ଅଧିନରେ ଥିବା ୨୭୩ଟି ଏଲିମେଣ୍ଟାରୀ ସ୍କୁଲରେ ସପ୍ତାହକୁ ୨ ଦିନ ଶନିବାର ଓ ବୁଧବାର ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସିଝା ଅଣ୍ଡା ମିଳିବ। ଏହାଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୦ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। DEO କାର୍ଯ୍ୟାଳୟରୁ ସିଧାସଳଖ ସ୍କୁଲକୁ ଅଣ୍ଡା ପିଛା ମିଳିବ ୫ ଟଙ୍କା।  ଭୁବନେଶ୍ୱର ବ୍ଲକ୍‌ ଶିକ୍ଷାଧତ୍କାରୀ ସସ୍ମିତା ମାଲୀ ଏହି ସୂଚନା ଦେଇଛନ୍ତି। ୨୦୧୬ରୁ […]

  • Friday, 16 July 2021
rahul
୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା

ଭୁବନେଶ୍ୱର :  କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ କଳ୍ପନାଜଳ୍ପନାର ଅନ୍ତ। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା। ଆସନ୍ତା ୨୫ତାରିଖରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ରାହୁଲ ୨୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ପ୍ରାୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ସମୟରେ ସେ ସିଭିଲ୍ ସୋସାଇଟି, ଚାଷୀ ଓ HALର ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା […]

  • Friday, 16 July 2021
surya
ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର : ଏମ୍ଏସ୍‌ପି ଠାରୁ କମ୍ ଦରରେ ଧାନ ବିକ୍ରି ହେଉଥିବା ଅଭିଯୋଗକୁ ଚାଲେଞ୍ଜ କରିଥିବା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଘେରିଛି ବିଜେପି। କୁଇଣ୍ଟାଲ ପିଛା ୧୭୫୦ଟଙ୍କାରୁ କମ୍ ଦରରେ ମଣ୍ଡିରେ ଚାଷୀ ଧାନ ବିକୁଥିଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ ବୋଲି ଗତକାଲି କହିଥିଲେ ସୂର୍ଯ୍ୟ ପାତ୍ର। ତେବେ ମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହି ବିଜେପି ତାଙ୍କ ଇସ୍ତଫା ଦାବି କରିଛି। ସେହିପରି ରାଜ୍ୟର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା […]

  • Friday, 16 July 2021
golden
ରିମାଣ୍ଡରେ ଗଲେ ଗୋଲଡେନ ବାବା

ଭୁବନେଶ୍ୱର : ଗୋଲଡେନ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସଡିଜେଏମ ଅନୁମତି ଦେବା ପରେ ଇଓଡବ୍ଲୁର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାଡପଡ଼ା ଜେଲରୁ ଗୋଲଡେନ ବାବାଙ୍କୁ ନିଜ ଅକ୍ତିଆରକୁ ନେଇ ପଚରା ଉଚରା ଆରମ୍ଭ କରିଛି। ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ମାମଲାକୁ ଇଓଡବ୍ଲୁ ନେଇ ତଦନ୍ତ ଆରମ୍ଭ କରିଛି। ଏତେ ସଂପତ୍ତିର ମାଲିକ କିପରି ହେଲେ, କୋଟି […]

  • Friday, 16 July 2021
lataka
ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା ; ଶାଶୁ ଘରେ ଲଟକା ଲଗାଇଲା ଚାଉଳିଆଗଂଜ ପୁଲିସ

କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ମାମଲାରେ ନିକିତାଙ୍କ ଶାଶୁ ଘରେ ଆଜି ଚାଉଳିଆଗଂଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ ସତ୍ତ୍ୱେ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଂଜ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଘଟଣାରେ ପୁଲିସ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଥିଲା।  ତେବେ ଉଭୟ ବର୍ତ୍ତମାନ […]

  • Friday, 16 July 2021
cm
ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ୱର : ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି […]

  • Friday, 16 July 2021
j1
ସମବାୟ ବ୍ୟାଙ୍କ ଶାଖାରେ ତାଲା ପକାଇଲେ ଜମାକାରୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା କୁରାଳ ସମବାୟ ସମିତି ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣାକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଟଙ୍କା ଫେରାଇବା ଦାବିରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଓଡ଼ଗାଁ ଶାଖାରେ ଜମାକାରୀ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ସମବାୟ ସମିତିର ସଂପାଦକ ଓ କର୍ମଚାରୀ ୩୨ ଶହ ଜମାକାରୀଙ୍କ ୯ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ହୋଇଥିବାରୁ, ଲୋକେ ଟଙ୍କା ଜମା କରିଥିଲେ। ହେଲେ […]

  • Friday, 16 July 2021
cost
ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲା ଭାରତୀୟ ତଟରକ୍ଷୀ ବାହିନୀ

ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍‌ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ […]

  • Friday, 16 July 2021
vlw
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ

ମୟୁରଭଞ୍ଜ : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ବଡ଼ଖିଲାଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ଆଜି ଖାଉଟି ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ VLW  ବିଦ୍ୟୁତ୍ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ହିତାଧିକାରୀମାନେ VLWଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଉ କରି ରଖିବା ସହ ତାଲା ପକାଇଦେଇଥିଲେ। ଖବର ପାଇ କପ୍ତିପଦା ପୁଲିସ VLWଙ୍କୁ  ଉଦ୍ଧାର କରିଛି। ତେବେ ଅଭିଯୋଗକୁ ନେଇ VLWଙ୍କ […]

  • Friday, 16 July 2021
guru darshan
ମୟୁରଭଞ୍ଜରେ ଗୁରୁ ଦର୍ଶନ ଦିବସ ପାଳିତ

ରାଇରଙ୍ଗପୁର : ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା। ଭୋଗରାଗ ଧରି ନିଜ ପାଳିକୁ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁଦର୍ଶନ ଦିବସ ଅବସରରେ ସାନ୍ତାଳୀ ସମୂଦାୟର ଲୋକେ ଏକାଠି ହୋଇଛନ୍ତି। ଓଡ଼ିଶା ସହ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମରୁ ଆସିଥିବା ସାନ୍ତାଳୀ ସମୂଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେମାନେ ସାନ୍ତାଳୀ ସମୁଦାୟ ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ […]

  • Friday, 16 July 2021
chilika
୭ମ ଚିଲିକା ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମଗିରି : ଚିଲିକା ସାତପଡ଼ାରେ ଉଦ୍‌ଘାଟିତ ହୋଇଯାଇଛି ୭ମ ଚିଲିକା ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ।

  • Friday, 16 July 2021
12
ଆଜିଠୁ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ : ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର। ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ। ଏହାପରେ ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ […]

  • Friday, 16 July 2021
odia
ଦୁବାଇରୁ ଓଡ଼ିଆ ଯୁବକଙ୍କ ମୃତଦେହ ଆସିଲା ; ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆଳି ଅଞ୍ଚଲର ଦୁଶାସନ ପାତ୍ରଙ୍କ ମର ଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ଓଡିଶାରେ ପହଞ୍ଚିଛି ମୃତଦେହ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦୁବାଇରେ ପାଇପ୍‌ କାରିଗର ଭାବେ କାମ କରୁଥିଲେ ଦୁଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ ଗତ ୩୧ ତାରିଖରେ ହୃଦ୍‌ଘାତରେ […]

  • Friday, 16 July 2021
chilika
ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ

ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍‌ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦ୍‌ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ […]

  • Friday, 16 July 2021
protest
ନିୟମଗିରିରେ ସିଆରପିଏଫ୍‌ କ୍ୟାମ୍ପକୁ ବିରୋଧ

କଳାହାଣ୍ଡି: ସିଆରପିଏଫ୍ କ୍ୟାମ୍ପ ନୁହେଁ ଆମକୁ ମୌଳିକ ସୁବିଧା ଦିଆଯାଉ। ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମେଳିରେ ଶୁଣିବାକୁ ମିଳିଛି ଏଭଳି ନାରାବାଜି। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ , ମୃତ୍ୟୁ ନୁହେଁ ମୁକ୍ତି ଚାହୁଁ। ମୁହଁରେ ଏହି ଭଳି ସ୍ଲୋଗାନ୍ ଆଉ ହାତରେ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆ, କନ୍ଧ ଜେରାଦାର ବିରୋଧ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତ୍ରିଲୋଚନପୁର ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ସିଆରପିଏଫ୍ କ୍ୟାମ୍ଫକୁ ବିରୋଧ ଆଉ ଶିକ୍ଷା, ସ୍ୱାସ୍ଥ୍ୟ ସେବା, […]

  • Friday, 16 July 2021
rahul gandhi
ମାର୍ଚ୍ଚ ୨ରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହା ଦିନିକିଆ ଗସ୍ତ ହେବ। ଏହି ଗସ୍ତ କାଳରେ ରାହୁଲ କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସମୟର ସ୍ୱଳ୍ପତା ଓ କାର୍ଯ୍ୟବ୍ୟସ୍ତତାକୁ ଆଖି ଆଗରେ ରଖି ଦୁଇଟି ନୁହେଁ, ବରଂ ଗୋଟିଏ ସ୍ଥାନରେ ସଭା ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। […]

  • Friday, 16 July 2021
c1
ଆଜି ରାଜଧାନୀରେ ଗର୍ଜିବ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ

ଭୁବନେଶ୍ୱର : ଆଜି ରାଜଧାନୀରେ ଗର୍ଜିବ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ସରକାର ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରାଯିବ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହାକ ଜୟନ୍ତ ଦାସ କହିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ କର୍ପସ୍‌ ଫଣ୍ଡ୍‌ରୁ ଟଙ୍କା ଫେରାଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଇନଥିବା ଜମାକାରୀ ଅଭିଯୋଗ ଆଣିଛନ୍ତି। ଯଦିଓ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା […]

  • Friday, 16 July 2021
kalia
ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତରେ କାଳିଆ ଯୋଜନା ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ ହେବା ସହ ବିନା ସୁଧରେ ଚାଷ ପାଇଁ ଋଣ ବି ମିଳିବ। ଏଥିସହ ବଡ଼ପଡାରେ ଆଜିପର୍ଯ୍ୟନ୍ତ ୨୨୫ଟି ଚାଷୀ ଚିହ୍ନଟ ହୋଇଥିବା କହିଛନ୍ତି ଭିଏଡବ୍ଲୁ ଲିଙ୍ଗରାଜ ଭୂମିଆ।

  • Friday, 16 July 2021
bjd-congress
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିବାଦ

 ବଲାଙ୍ଗିର  : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]

  • Friday, 16 July 2021
timi
ଭିତରକନିକା ଜାତୀୟ ଉଦ୍ୟାନରେ ଭାସୁଛି ମଲା ତିମି

 କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟରେ ଭାସୁଛି ଏକ ବିରାଟକାୟ ମଲା ତିମି। ଏହାର ଲମ୍ବ ପାଖାପାଖି ୩୦ ଫୁଟ୍ ବୋଲି ଅନୁମାନ କରିଛି ବନବିଭାଗ। ତେବେ ଏତେ ବଡ଼ ତିମି କିପରି ମଲା, ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

  • Friday, 16 July 2021
surya
କ୍ୱିଣ୍ଟାଲ୍ ପିଛା ଧାନ ୧୭୫୦ ଟଙ୍କାରେ ମଣ୍ଡିରେ ବିକୁଛନ୍ତି ଚାଷୀ : ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର :  ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ସେ ରାଜନୀତିରୁ ବିଦାୟ ନେବେ। ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଚଳିତ ବର୍ଷ […]

  • Friday, 16 July 2021
modi
ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ସେହି ଦିନ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ୯ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ ମୋଦି। ଦିନ ୧୦ଟା ୪୦ରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହି ଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ […]

  • Friday, 16 July 2021