ଅନୁଗୁଳ : ସାତକୋଶିଆ ଜଙ୍ଗଲରେ କେବେ ମୁକ୍ତ ବିଚରଣ କରିବ ବାଘୁଣୀ ସୁନ୍ଦରୀ। ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବାଘୁଣୀ ଏନ୍କ୍ଲୋଜରରୁ କେବେ ଜଙ୍ଗଲରେ ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇନି। ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବାକୁ ନିଷ୍ପତ୍ତି ପରେ, ଏଥିରେ ସହାୟତା ପାଇଁ ଗତକାଲି କୁମ୍କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଉଥିଲା। ତେବେ ହଠାତ୍ ପୁଣି ପ୍ଲାନ୍ରେ ପରିବର୍ତ୍ତନ କରାଯାଇଥିବାରୁ ଯଶୋଦା ହାତୀକୁ ଅଧାବାଟରୁ ଫେରାଇ ଅଣାଯାଇଛି। ତେଣୁ […]
ଭୁବନେଶ୍ୱର :ଆଜି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଲ ପକ୍ଷ ଦଶମୀରେ ପାଳିତ ହୁଏ ଓଡ଼ିଶାର ଏହି ମହାନ ପର୍ବ। ମାଆମାନେ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତି। କିମ୍ୱଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ। କୋଣାର୍କରେ ବାର ବର୍ଷ ସୂର୍ଯ୍ୟ ପୂଜା କରିବା ପରେ ସେ ରୋଗମୁକ୍ତ ହୋଇଥିଲେ। ଶାମ୍ବ ଦଶମୀ ବ୍ରତ କଥାରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଏହି ଦିନ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଙ୍ଗଠନିକ ପରିବର୍ତ୍ତନ। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ତାଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍ଚାର୍ଜ ନିଯୁକ୍ତ ହୋଇଛନ୍ତି ବିମ୍ବାଧର କୁଅଁର। ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି ଓ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ଦଳ ମୁଖପାତ୍ର ଥିବା ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଂପାଦକ ଭାବେ […]
ବଲାଙ୍ଗିର : ମୋଦିଙ୍କ ବଲାଙ୍ଗିର ଗସ୍ତରେ ରେଲ୍ୱେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମାଲୋଚନା। ମୋଦିଙ୍କ ଭାଷଣ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ନରସିଂହ କହିଛନ୍ତି, ବୋଧ ହୁଏ ପରାଜୟ ଆଶଙ୍କାରେ ମୋଦି ଏପରି ଭାଷଣ ଦେଇଛନ୍ତି। ସେଥତ୍ପାଇଁ ସେ କଣ କହୁଛନ୍ତି ତାହା ବୁଝା ପଡ଼ୁନି। ପଛୁଆ ଜିଲ୍ଲା ବଲାଙ୍ଗିର ପାଇଁ ଅନେକ ପ୍ୟାକେଜ୍ ଦାବି କରିଥିଲୁ। ହେଲେ ବଲାଙ୍ଗିର ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ୍ […]
ବ୍ରହ୍ମପୁର : ରାଜ୍ୟ ଶିଶୁ ସୁରକ୍ଷା ଓ ଅଧତ୍କାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ। ପୀଡିତାଙ୍କ ସହ ଆଲୋଚନା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଅଧତ୍କାରୀମାନେ ସେମାନଙ୍କ ଦାୟିତ୍ୱ ଖିଲାପ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ […]
ଭୁବନେଶ୍ୱର : ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ୪୦ତମ ମନନ ନାଟ୍ୟ ମହୋତ୍ସବ। ୨୨ ଜଣ କଳାକାରଙ୍କୁ ନେଇ ୪ଟି ନାଟକ ପ୍ରସ୍ତୁତ କରାଯାଇଛି। ଏନେଇ ମନନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନନର କର୍ମକର୍ତ୍ତା। ଏହି ୪ଟି ନାଟକରୁ ୩ଟି ନାଟକ ପଶ୍ଚିମ ଓଡିଶାରୁ ଆସିଥିବା ବେଳେ ଗୋଟିଏ ନାଟକ ମନନ ପ୍ରସ୍ତୁତ କରିଛି।
ବ୍ରହ୍ମପୁର : ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ପ୍ରଶାସନ ପକ୍ଷରୁ ଶିକୁଳି ବନ୍ଧା ବୃଦ୍ଧ ସୁରେନ୍ଦ୍ର ସେଠୀ ଉଦ୍ଧାର ହେବା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୁରେନ୍ଦ୍ରଙ୍କ ହାତ ଗୋଡରେ ଶିକୁଳି ବାନ୍ଧି ପରିବାର ଲୋକେ ବାହାରେ ଛାଡ଼ି ଦେଇଥିବା ଖବର ଓଟିଭିରେ ଗତ ୧୨ ତାରିଖରେ ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଗଂଜାମ ଜିଲା ପାଟପୁର […]
କଟକ : କଟକରେ ପୁଣି ଜଣ୍ଡିସ ଆତଙ୍କ। ସାହିକୁ ସାହି ଡେଇଁବାରେ ଲାଗିଛି ଜଣ୍ଡିସ। ସହରର ଶିଖରପୁର ଅଞ୍ଚଳରେ ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ। ୨ଦିନ ତଳେ ଶିଖରପୁର ତଳସାହି ଅଞ୍ଚଳରେ ୧୫ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ନଦୀକୂଳ ସାହିରେ ବି ଜଣ୍ଡିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ପାଇପ୍ ଲାଇନ ଓ ଡ୍ରେନ୍ ସମସ୍ୟା ନେଇ […]
ବରଗଡ଼ : ମଥୁରାନଗରୀ ପାଲଟିଥିବା ବରଗଡ଼ରେ ଏବେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତି। ଏହି କ୍ରମରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ଆଜି ମହାରାଜା କଂସ ବାଣିଜ୍ୟକର ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ମଥୁରା ନଗରୀରେ କାହିଁକି ରାଜସ୍ୱ ଆଦାୟ କମିଛି, ତାହାର ଜବାବ ମାଗିବା ସହ ଧାର୍ଯ୍ୟ ସମୟ ମଧ୍ୟରେ କର ଆଦାୟ କରିବାକୁ ବାଣିଜ୍ୟକର ଅଧିକାରୀ ନିରୂପମା ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅବମାନନା ହେଲେ କଠୋର ଦଣ୍ଡ […]
ଅନୁଗୁଳ : ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ଏବେ ଏନ୍କ୍ଲୋଜରରେ ଥିବା ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା ପାଇଁ କୁମ୍କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଇଛି। ଯଶୋଦା ଓ ଅନ୍ୟ ହାତୀଙ୍କ ସହାୟତାରେ ସୁନ୍ଦରୀ ଉପରେ ନଜର ରଖିବ ବନବିଭାଗ। ଦୁଇ ଦୁଇଟି ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ଏନ୍କ୍ଲୋଜରରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଥିପାଇଁ ବାଘୁଣୀକୁ […]
ଭୁବନେଶ୍ୱର: ଗୋଲଡେନ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ ଲକର ଫ୍ରିଜ୍ ହେବାପରେ ୭ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। HDFC, ICICI, ଆକ୍ସିସ୍ ବ୍ୟାଙ୍କ୍ରେ ୬ଟି ଓ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ୍ରେ ଗୋଟିଏ ଆକାଉଣ୍ଟକୁ ପୁଲିସ ଜବତ କରିଛି। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ସବୁ ବ୍ୟାଙ୍କ୍ ରହିଛି। ନିଜ ନାଁରେ ଓ ନିଜ ସଂସ୍ଥା ନାଁରେ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ବିଧବା ଭାଉଜ ବିବାହ କରିବା ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ଭୁଜାଲୀରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରି ଦିଅର ଫେରାର । ସୂଚନା ମୁତାବକ, କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗାଁରେ ଘଟିଛି ଏଭଳି ଘଟଣା। ଏହି ଘଟଣା ଘଟିବା ପରେ ଗୁରୁତର ଅବସ୍ଥାରେ ବିଧବା ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ କଙ୍କଡ଼ାହାଡ଼ ଥାନାରେ ଏତଲା ହେବାପରେ ଦିଅର ସିପୁ ପାତ୍ରକୁ ଅଟକ ରଖି ପୁଲିସ […]
ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏ ନେଇ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ତେବେ ୭ ତାରିଖରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ବଦଳରେ କାମଚଳା ବଜେଟ୍ ଆଗତ ହେବ। ବଜେଟ ଆଗତ ହେବା ପରଦିନ ଅର୍ଥାତ୍ ୮ ତାରିଖରେ ବ୍ୟୟମଂଜୁରୀ ବିଲ୍ ଉପରେ ଆଲୋଚନା […]
ଭୁବନେଶ୍ୱର: ବିଜେଡି ଓ ନବୀନ ସରକାର ପ୍ରତି ବଲାଙ୍ଗିରରେ ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ତେରଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ବୈଜୟନ୍ତ ଟୁଇଟ୍ କରିଛନ୍ତି, ଏହା ଖେଳନା ବନ୍ଧୁକରେ ମରାମରି ଭଳି କଥା। ଖେଳନା ବନ୍ଧୁକରେ ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି। ଏଥିରୁ ଆପଣଙ୍କୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବ, କିନ୍ତୁ ସବୁ ବାଣ ଫୁଟିବା ଭଳି ନିଷ୍ପ୍ରଭ। ସଂସଦର ଭୋଟିଂ ରେକର୍ଡ […]
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଇଛାପାଲ୍ଲୀରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୩୪୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା […]
ଭୁବନେଶ୍ୱର: ଖୋଲୁଛି ଗୋଲଡେନ ବାବାଙ୍କ ଗୁମର। କ୍ରାଇମବ୍ରାଞ୍ଚ ଅଥନୈତିକ ଅପରାଧ ଶାଖା ହାତରେ ଲାଗିଛି ଗୋଲଡେନ ବାବାଙ୍କ ଫ୍ରଡ୍ ନକ୍ସା। କେମିତି ମାୟାଜାଲର ଗୁମର ରଚି ଅର୍ଥ ହଡପ କରୁଥିଲେ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ତାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ଆଣି ବାବାଙ୍କ ପାଖରୁ ଫ୍ରଡ ନକ୍ସା ରହସ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ। ୯ଟି ଗ୍ରୁପ ଅଫ୍ କମ୍ଫାନୀରୁ ଗୋଲଡେନ ବାବାଙ୍କ ବାର୍ଷିକ ଟର୍ଣ୍ଣ ଓଭର ଥିଲା […]
ସୁନ୍ଦରଗଡ଼ : ଅଫିସରେ ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳିଳ ଆଚରଣ। କାମ ବାହାନାରେ ନାନା ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଉପରିସ୍ଥ ଅଧିକାରୀ। ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ପ୍ରାଣି ଚିକିତ୍ସାଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ୪ ମହିଳା କର୍ମଚାରୀ। ମହିଳା କର୍ମଚାରୀଙ୍କ ସହ ବାରମ୍ବାର ଏଭଳି ଘଟିବା ପରେ ୪ ଜଣ ମିଶି ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, […]
କେନ୍ଦୁଝର : କାରଖାନାରୁ ବାହାରୁ ଥିବା ପେଲେଟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ନିୟମ ଅନୁସାରେ ରାସ୍ତାରେ ପଡିଥିବା ପେଲେଟ ପରିବହନ କରୁଥିବା ଠିକା ସଂସ୍ଥା ଉଠାଇବା କଥା। ହେଲେ ଠିକା ସଂସ୍ଥାର ଅବହେଳା ଯୋଗୁଁ ରାସ୍ତାରେ ଟନ୍ ଟନ୍ ପେଲେଟ ଗୁଳି ପଡି ରହୁଛି। ଫଳରେ ଲୋକମାନେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ଜିଲ୍ଲାର ବଲାଣୀ, ବଡ଼ବିଲ, ଯୋଡା ଆଦି ଅଞ୍ଚଳରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଗତକାଲି ସଦର […]
ମୟୁରଭଞ୍ଜ : ମକରରେ ଅଘଟଣ। ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ। ମକର ଯାତ୍ରା ଲାଗି ଟଙ୍କା ନ ଦେବାରୁ ଜେଜେ ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନାତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁହାଁ ଗାଁରେ ଘଟିଛି ଏଭଳି ହତ୍ୟା। ମୃତକ ହେଲେ ଦାନ୍ତିଆମୁହାଁ ଗାଁର ବେଣୁଧର ଦେହୁରୀ। ଏ ନେଇ ଖବର ପାଇବାପରେ ପୁଲିସ ନାତି ରାମଚନ୍ଦ୍ର ଦେହୁରୀକୁ ଗିରଫ କରିବା ସହ ଶବକୁ ପୋଷ୍ଟ ମର୍ଟମ ଲାଗି ପଠାଇଛି। ସେହିଭଳି ଜିଲ୍ଲାର […]
ଭୁବନେଶ୍ୱର : କଂଗ୍ରେସ ବିଧାୟକ ନବ ଦାସ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ କହିଛନ୍ତି, ଏ କଥା ମୁଁ ବାହାରୁ ଶୁଣିବାକୁ ପାଉଛି, ଖବର ଶୁଣି ଦୁଃଖିତ। ଏହା ଦ୍ୱାରା କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯାହାର ନେତା ଅଭାବ, ସେମାନେ ବାହାରୁ ନେତା ନିଅନ୍ତି। ଆଜିକାଲି ରାଜନୀତିରେ ଆଦର୍ଶର ଅଭାବ ଦେଖାଗଲାଣି। ବ୍ୟାବସାୟିକ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ନିକଟରେ ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ। ତାଙ୍କ ନା ଦେବେ ମାଢି ଓରଫ ଶାନ୍ତି। ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ମାଓ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା ଶାନ୍ତି। ବିଭିନ୍ନ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ମିଥାଲି ଥାନା ଅଂଚଳରେ ଅନେକ ନିରୀହ ଲୋକଙ୍କୁ ହତ୍ୟା, କାଲିମେଳା ବିଛିନ୍ନାଞ୍ଚଳରେ ଅନେକ ହିଂସା କାଣ୍ଡ ଘଟଣାରେ ସାମିଲ ଥିଲା ଶାନ୍ତି। ତେବେ ମାଓବାଦୀ ନିଜ […]
ଭୁବନେଶ୍ୱର : ବଲାଙ୍ଗିର ଗସ୍ତ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଚିଠି। ଚିଠିରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି କଳିକେଶ। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଚିଠିରେ ଲେଖିଛନ୍ତି। ରେଳଲାଇନ ପାଇଁ ସୋନପୁର ଜିଲ୍ଲାରେ ଜମି ଦିଆସରିଥିବାବେଳେ ଟେଣ୍ଡର ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ବଲାଙ୍ଗିର-ସୋନପୁର ମଧ୍ୟରେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ସହ କଣ୍ଟାବାଞ୍ଜିରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା, ବଲାଙ୍ଗିରରୁ ଦିଲ୍ଲୀ ଭାୟା ପ୍ରୟାଗରାଜ ଦେଇ […]
ସାଲେପୁର: ସାଲେପୁରରେ ସିରିଜ୍ ବୋମାମାଡ଼। ଦୋକାନ ଉପରକୁ ଗୋଟେ ପରେ ଗୋଟେ ଲଗାତର ୯ଟି ବୋମା ପକାଇ ଦୁର୍ବୃତ୍ତ ଚମ୍ପଟ୍ ମାରିଛନ୍ତି। ନେମାଳ ଥାନା ଅନ୍ତର୍ଗତ ସେକ୍ସନ୍ ବଜାରରେ ଥିବା ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡ଼ରେ ଔଷଧ ଓ ମିଠା ଦୋକାନ ସମେତ ଅନ୍ୟ କିଛି ଦୋକାନ ମଧ୍ୟ କ୍ଷତି ହୋଇଛି। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ଏହି […]
ଭୁବନେଶ୍ୱର : କନ୍ଧମାଳର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ବିଧାୟକ ଦାମୋଦର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ ସରକାରରେ ମହିଳା ସୁରକ୍ଷିତ ନାହାନ୍ତି ବୋଲି ସେ କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ। ବିଭିନ୍ନ ମାମଲାରେ ସେମାନଙ୍କର ସଂପୃକ୍ତି ରହିଛି ବୋଲି ଦାମ ରାଉତ କହିଛନ୍ତି। ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର। ନଚେତ ମହିଳା ଓ ଶିଶୁ କଲ୍ୟାଣ […]
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କ, ଭାରତ ମସଲା ସହଯୋଗରେ ଆୟୋଜନ କରୁଛି ରସଗୋଲା ମହୋତ୍ସବ। ଭୁବନେଶ୍ୱର ପଟିଆ ବିଗ୍ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡିଆରେ ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ। ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ସନ୍ଧ୍ୟାରେ ଓଲିଉଡ୍ର କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ […]