ଭୁବନେଶ୍ୱର : ଓଡ଼ିଶାର ୪ଜଣ ବାଳକ ଏବଂ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସିତୁ ମଲ୍ଲିକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଝିଲି ବାଗ, କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ଅଞ୍ଚଳର ରଂଜିତା ମାଝୀ ଏବଂ ଜଗତସିଂପୁର ଜିଲ୍ଲା ବାଲିକୁଦା ଇଛାପୁରର ବିଶ୍ୱଜିତ ପୁହାଣ। ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ସିତୁ ମଲ୍ଲିକ। ସେ ପାଇବେ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାର। ସେହିପରି ସୁବର୍ଣ୍ଣପୁର […]
ବାରିପଦା : ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବେଞ୍ଚ ପ୍ରତିଷ୍ଠା ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହଯୋଗ। ଏଭଳି ଚେତାବନୀ ଦେଇଛି ମୟୁରଭଞ୍ଜ ବାର୍ ଆସୋସିଏସନ୍। ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବାର୍ ଆସୋସିଏସନ୍ ପକ୍ଷରୁ ୩ ଦିନିଆ କୋର୍ଟ ବର୍ଜନ ଆରମ୍ଭ କରାଯାଇଛି। ବାର ଆସୋସିଏସନ କର୍ମକର୍ତ୍ତାମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁଁ ବିଭିନ୍ନ କୋର୍ଟର ବିଚାରପତିମାନେ ଫେରିଯାଇଥିଲେ। ଆନ୍ଦୋଳନ ଯୋଗୁଁ କୋର୍ଟ କାମ ଠପ୍ ହୋଇଯାଇଛି।
ସୋର: ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ। ଗତକାଲି ବିଳମ୍ୱିତ ରାତିରେ ପୁଲିସ୍ ଏହି ୨ ହାଇୱେ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଏକ କାର୍କୁ ପୁଲିସ୍ ଜବତ କରିଛି। ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର […]
ଖୋର୍ଦ୍ଧା : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଏହା ସରକାରୀ ପ୍ରାୟୋଜିତ ହତ୍ୟା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସଂପୂର୍ଣ୍ଣ ସତ୍ୟ ବୋଲି ମାନିବାକୁ ପଡ଼ିବ କହିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ […]
ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ଅସନ୍ତୋଷ। ଏହାର ସମାଧାନ ଲାଗି ମ୍ୟୁନିସିପାଲ ଲାଇବ୍ରେରୀ ହଲ୍ରେ ଟ୍ୟାକ୍ସ ଦାତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ହେଲେ ହୋହଲ୍ଲା ଲାଗି କିଛି ସମୟ ଚାଲିବା ପରେ ଶୁଣାଣି ବନ୍ଦ ହୋଇଯାଇଥିଲା। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ବନ୍ଦ ପରେ ଆଲୋଚନା କରାଯିବା ନେଇ ଦାବି କରିଥିଲେ। ଏବେ ନିର୍ବାଚିତ କାଉନସିଲ ନଥିବାରୁ କମିଶନର ହୋଲଡିଂ ଟ୍ୟାକ୍ସ ବଢ଼ାଇଥିବାରୁ ଏହ ବେଆଇନ […]
ଭୁବନେଶ୍ୱର : ଆକ୍ସନ ମୋଡ୍ରେ କଂଗ୍ରେସ୍। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଗତକାଲି ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫତ ଦେବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ନଦେବାରୁ ତାଙ୍କୁ ସସ୍ପେଣ୍ଡ କରାଗଲା ବୋଲି ଅନନ୍ତ […]
ବାଲେଶ୍ୱର : ପିଠା କାର୍ଯ୍ୟକ୍ରମ ବେଳେ ବିଡିଓ ଅଟକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ନାଚିନ୍ଦା ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଡିଓ ଦିପ୍ତୀରଞ୍ଜନ ସେଠୀଙ୍କୁ ଅଟକ ରଖିଥିଲେ। କାର୍ଯ୍ୟକ୍ରମ ବେଳେ ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଥିବା ଅଭିଯୋଗ କରି ବିଡିଓଙ୍କୁ ଅଟକ ରଖିଥିଲେ। ଖବର ପାଇ ପୁଲିସ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରି ବିଡିଓଙ୍କୁ ଉଦ୍ଧାର କରିଛନ୍ତି।
ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍ କୂଳରୁ କଲରାପତରିଆ ବାଘର ମୃତ ଦେହ ଠାବ ଘଟଣା। ଏନେଇ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼। ୱାଇଲ୍ଡ ଲାଇଫ୍, ଟାଇଗର କନଜରଭେସନ, ଦେବଗଡ଼ ବନଖଣ୍ଡର ଅଧିକାରୀଙ୍କ ଉପସ୍ଥିତିରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ରିପୋର୍ଟ ଆସିବା ପରେ ବାଘଟି କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା, ସେନେଇ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେପଟେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କହିଛନ୍ତି ବ୍ଲକ୍ […]
ଭୁବନେଶ୍ୱର : ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧାୟକ ପଦରୁ ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି। ଏପରି ହେଲେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫ରୁ ୧୪କୁ ଖସି ଆସିବ। ଏହା ଦ୍ୱାରା ନରସିଂହ ମିଶ୍ର ବିରୋଧୀ ଦଳ ନେତା ମାନ୍ୟତା ହରାଇବାର ଆଶଙ୍କା ଅଛି। ଏ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ନେତା ମାନ୍ୟତା ଚାଲିଗଲେ ମଧ୍ୟ ମୋର ପାଟି ବନ୍ଦ ହେବନି। […]
ଭୁବନେଶ୍ୱର : କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ। ଆଜି ଅପରାହ୍ନ ୪ଟା ସୁଦ୍ଧା ହୋଇପାରେ କାର୍ଯ୍ୟାନୁଷ୍ଠାନ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ୨ ଜଣ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଇଙ୍ଗିତ ଦେଇଛନ୍ତି ହେମାନନ୍ଦ। ଇସ୍ତଫା ଦେବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର […]
ଭୁବନେଶ୍ୱର : ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର AICC ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଅଞ୍ଚଳର ଭୋଟରଙ୍କ ମତାମତକୁ ସମ୍ମାନ ଜଣାଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି। ନିଜ ଅଞ୍ଚଳର ବିକାଶ ଲାଗି ଆସନ୍ତା ନିର୍ବାଚନ ସେ ବିଜେଡିରୁ ଲଢନ୍ତୁ ବୋଲି ଲୋକେ […]
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ୩ଦିନିଆ ଆଇପିଏସ୍ ସମ୍ମିଳନୀ। ଏଥିରେ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଆଇଜିପି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେବେ। ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା, ନକ୍ସଲ ଦମନ, ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ଏହି ଅବସରରେ ପ୍ରଥମ ଥର ପାଇଁ ବିଭିନ୍ନ […]
ଭୁବନେଶ୍ୱର : OTET ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ ହେବାପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ମେଳ ଖାଉଥିବାରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା ସେ ନେଇ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆଜି ଓଟିଇଟି ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯାଇଥିଲା। କିନ୍ତୁ ସକାଳ ୧୦ଟାରୁ ୧୨ଟା ୩୦ମଧ୍ୟରେ ପ୍ରଥମ […]
ବାଲେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ବାଲେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଉଛି। ଜିଲ୍ଲାର ସମସ୍ତ କୋର୍ଟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏଥିସହିତ ଜିଲ୍ଲାର ସୋର, ଜଳେଶ୍ୱର ଓ ନୀଳଗିରିରେ ଥିବା ବାର୍ ଆସୋସିଏସନ୍ ଗୁଡିକ ମଧ୍ୟ ଆନ୍ଦୋଳନ କରୁଛନ୍ତି। ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡାର ରେଙ୍ଗାଳି ଡ୍ୟାମ୍ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ଆଜି ସକାଳୁ ଖମାର ରେଂଜର ମାଙ୍କଡଚୁଆ ଗାଁର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ କଲରା ପତରିଆର ମୃତଦେହ ଭାସୁଥିବାର ଦେଖିଥିଲେ। ଏ ନେଇ ସେମାନେ ବନ ବିଭାଗକୁ ଖବର ଦେଇଛନ୍ତି। କଲରାପତରିଆ ବାଘର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିନାହିଁ।
ବରଗଡ଼ : ଧନୁଯାତ୍ରାର ପଞ୍ଚମ ଦିନରେ ମହାରାଜ କଂସଙ୍କ ଦରବାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ହୋଇଥିଲେ। ରାଜ ଦରବାରରୁ ଆମନ୍ତ୍ରିତ ହୋଇ ଉପସ୍ଥିତ ରହିଥିବାରୁ ମହାରାଜ କଂସ ବେଶ୍ ଖୁସି ବ୍ୟକ୍ତ କରିଥିଲେ। ମଥୁରା ନଗରୀର ଚଷା ପୁଅ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ଚାଷୀଙ୍କ ଉନ୍ନତି ଓ ବିକାଶ ପାଇଁ ବିଶେଷ ଧ୍ୟାନ ଦେବାକୁ ମହାରାଜ ପରାମର୍ଶ ଦେବା ସହ ଅଧିକ ଜନହିତକର ଯୋଜନା ଜନତାଙ୍କ ଲାଗି କାର୍ଯ୍ୟକାରୀ […]
କେନ୍ଦୁଝର : ଗ୍ରାମାଞ୍ଚଳରେ ଏବେ ବି ଦୂର ହେଉନାହିଁ ଅନ୍ଧବିଶ୍ୱାସ। ପେଟ ରୋଗ ନ ହେବା ପାଇଁ ଶିଶୁଙ୍କୁ ଦିଆଯାଉଛି ଚେଙ୍କ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ବରଦାପାଳ ପଞ୍ଚାୟତ ରୁଗୁଡିସାହିରୁ। ରୋଗ ନ ହେବା ଲାଗି ଗାଁରେ ରହୁଥିବା ୨୫ ପରିବାରର ୫୬ ଜଣ ଶିଶୁଙ୍କୁ ଦିନକ ତଳେ ଚେଙ୍କ ଦିଆଯାଇଥିବା ଜଣାପଡିଛି। ପୁରୁଣା ବିଶ୍ୱାସ ଅନୁସାରେ ଏହି ଚେଙ୍କ ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।
ସୁନ୍ଦରଗଡ଼ : କଂଗ୍ରେସ୍ ଛାଡ଼ିବା ଚର୍ଚ୍ଚା ଭିତରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ନୂଆ ବୟାନ। ଆସନ୍ତା ୨୫ରେ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଲୋକଙ୍କ ସହ କାର୍ଯ୍ୟକ୍ରମ ସ୍ଥିର କରିସାରିଥିବାରୁ ରାହୁଲଙ୍କ ସଭାରେ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋ ପାଇଁ ଜନସାଧାରଣ ହିଁ ହାଇକମାଣ୍ଡ। ଆଗ ମାଟି, ତା ପରେ ପାର୍ଟି […]
ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍ଘାଟିତ ହୋଇପାରୁ ନାହିଁ ବିଭିନ୍ନ ପ୍ରକଳ୍ପ। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ମହାନଦୀ ସେତୁ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବାର ଥିଲେ ମଧ୍ୟ ଓକିଲଙ୍କ ବିରୋଧ ଯୋଗୁଁ କାର୍ଯ୍ୟକ୍ରମ ଭଣ୍ଡୁର ଆଶଙ୍କାରେ ଉଦ୍ଘାଟନ କାର୍ଯ୍ୟକ୍ରମ […]
ମାଲକାନଗିରି : ମାଲକାନଗିରିରେ ଚାଞ୍ଚଲ୍ୟ। ପଥରରେ ଛେଚି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଖଇରପୁଟ ଥାନା କଦମଗୁଡା ଛକ ନିକଟରେ ମୃତଦେହ ପଡି ରହିଛି। ହତ୍ୟାର କାରଣ ସମ୍ପର୍କରେ ଜଣାପଡି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।
ପୁରୀ : ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ବିଭ୍ରାଟକୁ ନେଇ ସେବାୟତଙ୍କୁ ନୋଟିସ୍। ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ୩୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବର ୨୮ରେ ଭିତରଚ୍ଛ ମହାପାତ୍ରଙ୍କୁ ମାଡ଼ ଘଟଣାରେ ନୀତି ବିଭ୍ରାଟ ହୋଇଥିଲା। ଏଥିଯୋଗୁ ମହାପ୍ରଭୁ ୧୪ଘଣ୍ଟାରୁ ଅଧିକ ସମୟ ଉପାସ ରହିଥିଲେ। ତାସହ ହଜାର ହଜାର ଭକ୍ତ ଦୀର୍ଘ […]
ବ୍ରହ୍ମପୁର: ଫେସବୁକରୁ ବନ୍ଧୁତା। ଆଉ ତାପରେ ସେହି ସୋଶାଲ୍ ସାଇଟ୍ ସଂପର୍କରୁ ପ୍ରେମ। ତାକୁ ଗ୍ରହଣ ନ କରିବାରୁ ମହିଳାଙ୍କ ନାବାଳକ ପୁଅକୁ ନୃଶଂସ ଭାବେ ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରରେ। ଏହି ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ମହିଳାଙ୍କ ସହିତ ଫେସବୁକରୁ ବନ୍ଧୁତା କରିଥିଲେ ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡା। ପରେ ସେହି ମହିଳାଙ୍କୁ ଭଲ ପାଇ ବସିଥିଲେ ସଂପୃକ୍ତ ଯୁବକ। […]
କଟକ : ଆଜି ଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା। କଟକ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ପ୍ରତିଯୋଗିତା ୧୯ ତାରିଖ ଯାଏ ଚାଲିବ। ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୨ଟି ଟିମ୍ ଅଂଶ ଗ୍ରହଣ କରିବେ। ଏହା ପୂର୍ବରୁ ବାଲିଯାତ୍ରା ଉପର ପଡ଼ିଆରେ ଉଦ୍ଘାଟିତ ହୋଇଛି କ୍ରୀଡ଼ା ଗ୍ରାମ। ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଗ୍ରାମର ଉଦଘାଟନ କରିଥିଲେ।
କେନ୍ଦୁଝର : ସାମାନ୍ୟ ବଚସାକୁ ନେଇ ନାବାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। କେନ୍ଦୁଝର ମହୁଲିଡ଼ିଆଁ ଥାନା ଅନ୍ତର୍ଗତ ଶାଳଚୁଆଁ ଗାଁରେ ଘଟିଛି ଏଭଳି ଘଟଣା। ମୃତ ବାଳକଙ୍କ ନାଁ ବିଜୟ କୁମାର ନାୟକ। ବିଜୟ ସାଙ୍ଗମାନଙ୍କ ସହ ବରକୁଟି ମେଳା ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସାଙ୍ଗମାନଙ୍କ ସହ ତାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏହି ସମୟରେ ସାଙ୍ଗମାନେ ତାଙ୍କୁ ପିଟି ପିଟି ମାରି ଦେଇଥିବା ବିଜୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିଜୟଙ୍କୁ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍ଡିଜେଏମ୍ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସୁଧାର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ କୋର୍ଟ ସେମାନଙ୍କୁ ୧୫ଦିନ ପାଇଁ କେନ୍ଦ୍ରାପଡ଼ା ସ୍ୱାଧାର ଗୃହକୁ ପଠାଇ ଦେଇଛନ୍ତି। ସେମାନଙ୍କ ବିବାହ ଆଇନ ସମ୍ମତ ଓ ସୁରକ୍ଷା ପାଇଁ ସୁଧାର ଗୃହକୁ ପଠାଯାଇଛି ବୋଲି […]