• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

it
ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍

ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍। ବିଜେଡି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ସୋଶାଲ୍ ମିଡିଆ ସାହାଯ୍ୟରେ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ମୁଖ୍ୟତଃ ଆସନ୍ତା ସାଧାରଣ ନିର୍ବାଚନରେ ୫ ଲକ୍ଷ ନୂତନ ଭୋଟରଙ୍କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କନ୍‌କ୍ଲେଭରେ ‘ସେଲଫି ୱିଥ୍ ସିଏମ୍’, ‘ମୋ ନବୀନ ମୋ ଘରେ’ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ଯୁବ, […]

  • Friday, 16 July 2021
kendraparA
କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା। ସହରର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦେଖାଦେଇଥିଲା। ଏନେଇ ଖବର ପାଇବା ପରେ ସଭାସ୍ଥଳରେ ପୁଲିସ ଛାଉଣୀ ହେବାସହ ସହରରେ ଆସନ୍ତାକାଲି ଯାଏ ୧୪୪ ଧାରା ଜାରି କରାଯାଇଛି। ସହରରେ ୬ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ସହରରେ ଫ୍ଲାଗ ମାର୍ଚ୍ଚ କରୁଛି। ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ […]

  • Friday, 16 July 2021
thana
ବେଗୁନିଆ ଥାନା ଭିତରେ ପଶି ଲୋକେ କଲେ ଭଙ୍ଗାରୁଜା

ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ଥାନା ଭିତରେ ପଶି ଭଂଗାରୁଜା। ବିଧାୟକଙ୍କ ଗିରଫ ଦାବି କରି ଭଂଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକଙ୍କ ଧମକ ଅଭିଯୋଗ ଥିଲା। ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେଣୁ ବିଧାୟକଙ୍କୁ ଗିରଫ ଦାବିରେ ଆଜି ଥାନା ଘେରାଉ କରିଥିଲେ ଲୋକେ। ଘେରାଉ ବେଳେ ଥାନା ଭିତରେ ପଶି ଲୋକେ ଭଂଗାରୁଜା କରିଛନ୍ତି।    

  • Friday, 16 July 2021
raly
ଚାଷୀଙ୍କ ପେନ୍‌ସନ୍ ଦାବିରେ ରାଲି

ଭୁବନେଶ୍ୱର : ଚାଷୀଙ୍କ ପ୍ରାଇସ୍, ପେଷ୍ଟିଜ୍, ପେନ୍‌ସନ୍ ଦାବିରେ ଗର୍ଜିଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ଦୀର୍ଘ ସମୟ ଧରି ଚାଷୀଙ୍କ ହକ୍ ପାଇଁ ଦାବି କରି ଆସୁଥିଲେ ବି ରାଜ୍ୟ ସରକାର ଏନେଇ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ସହିଦନଗର ନିକଟରେ ତାଙ୍କୁ ଅଟକାଇଥିଲେ ପୁଲିସ। ହେଲେ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ […]

  • Friday, 16 July 2021
kk
ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଆହତ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ। ସହରର ମହିଳା ଥାନା ସମ୍ମୁଖ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ୍‌ ଖସି ଆହତ ହୋଇଛନ୍ତି ଯୁବକ। ରାସ୍ତାରେ ଯାଉଥିବା ବେଳେ ଅଚାନକ ଏହି ଘଟଣା ଘଟିଛି। ଆହତ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି। ଗତ କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସଂପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇ‌ନ୍‌ଫ୍ରା ପକ୍ଷରୁ କରାଯାଉଥିଲା। […]

  • Friday, 16 July 2021
aa
ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଭବାନୀପାଟଣା/ଢେଙ୍କାନାଳ: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରତନପୁର ଛକରେ ଟ୍ରକ୍‌କୁ କାର୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଇକ୍‌କୁ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୭ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗଦେବାକୁ ଭବାନୀପାଟଣାରୁ କାର୍‌ ଯୋଗେ ଭଞ୍ଜନଗର ଯାଉଥିଲେ। ସେହି ସମୟରେ ରତନପୁର ଛକ ନିକଟରେ ଛିଡ଼ା ହୋଇଥିବା ଏକ […]

  • Friday, 16 July 2021
dharmendra
କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର / ନୂଆଦିଲ୍ଲୀ : କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଗୋଟିଏ ପଟେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରୁଥିବାବେଳେ ଅନ୍ୟପଟେ ରାଜ୍ୟରେ ୯ ହଜାର କୋଟିର ଉପକୂଳ ରାଜପଥ ପ୍ରକଳ୍ପକୁ କରାଇ ନଦେବାକୁ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛି ବିଜେଡି। ମନ୍ତ୍ରୀ ପ୍ରତାପ […]

  • Friday, 16 July 2021
jogesh resign
ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ

ଭୁବନେଶ୍ୱର : ସୁନ୍ଦରଗଡ଼ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ। ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଆଜି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଯୋଗେଶ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଯୋଗେଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଥିଲା। ଏହା ପରେ ବିଧାୟକ ପଦ ଛାଡ଼ିବାକୁ ବି ଘୋଷଣା କରିଥିଲେ ଯୋଗେଶ। ଯୋଗେଶଙ୍କ ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  

  • Friday, 16 July 2021
couple
ଇଡି କରିବ ତଦନ୍ତ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଓପେପା ଅଧିକାରୀ ଓ ତହସିଲଦାରଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଓପେପା ଅଧିକାରୀ ନଳିନୀ ପୃଷ୍ଟି ଓ ତହସିଲଦାର ବିଜୟ କେତନ ସାହୁଙ୍କ ନାଁରେ ୭କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରହିଛି। ଉଭୟ ଅଭିଯୁକ୍ତ ଅଧିକାରୀ ସ୍ୱାମୀ-ସ୍ତ୍ରୀ। ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି। […]

  • Friday, 16 July 2021
niranjan
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଅପକୌଶଳ ଅବଲମ୍ବନ କରୁଥିବା ଅଭିଯୋଗ। ସରକାରଙ୍କ ବିରୋଧରେ ଏହିଭଳି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ପୁରୀରେ ସରକାରୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବସ୍‌ଗୁଡ଼ିକୁ ପୁରୀ ଅଭିମୁଖେ ପଠାଇବା ପାଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି। କେବଳ ସେତିକି ନୁହେଁ, ଯେଉଁ ଚାରି ଚକିଆ […]

  • Friday, 16 July 2021
a1
ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମ୍‌ଲା ଜଙ୍ଗଲରେ ଏନ୍‌କାଉଣ୍ଟର୍‌। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ମାଓବାଦୀମାନେ ସକ୍ରିୟ ଥିବା ଖବର ପାଇ ଝାଡ଼ଖଣ୍ଡ ପୁଲିସ୍‌ ଓ ୨୦୯ କୋବ୍ରା ବାଟାଲିଅନ୍‌ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ପୂର୍ବରୁ ଜାନୁଆରୀ ମାସରେ ଏନ୍‌କାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କଠାରୁ ୫ଟି ପିସ୍ତଲ ସହ ଗୋଟିଏ ଏକେ-୪୭ ଜବତ […]

  • Friday, 16 July 2021
rape2
ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଭାଇ ସହ ତୁରେଇ ଗାଁରୁ ମକର ମେଳା ଦେଖି ଫେରୁଥିବାବେଳେ ଉଠାଇ ନେଇ ୪ ଯୁବକ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ମହୁଲପାଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ତେବେ ପୀଡ଼ିତା ଜଣକ ଦୁଷ୍କର୍ମକାରୀଙ୍କୁ ଚିହ୍ନିନଥିବା କହିଛନ୍ତି।  

  • Friday, 16 July 2021
pollice officer
ସାଇବର କ୍ରାଇମ୍‌ ରୋକିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ଗୁରୁତ୍ୱ

ଭୁବନେଶ୍ୱର : କାୟା ବିସ୍ତାର କରୁଛି ସାଇବର କ୍ରାଇମ୍। ବଡ଼ ବଡ଼ ଆର୍ଥିକ ସଂସ୍ଥା ଓ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ତଥ୍ୟ ହ୍ୟାକ୍ କରୁଥିବା ସାଇବର ଟେରରିଷ୍ଟଙ୍କୁ ମୁକାବିଲା କରିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ ଉପରେ ଆଇପିଏସ୍ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ପ୍ରତିଷ୍ଠାନ ସହ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ପରିବହନ ବିଭାଗର ତଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଇପିଏସ୍‌ ସମ୍ମିଳନୀରେ ଗୋଆ ଡିଜିପି ଦେଇଛନ୍ତି ପରାମର୍ଶ। ୨୦୧୬ ମସିହାରେ ଜାତୀୟ ସ୍ତରରେ ୧୨ […]

  • Friday, 16 July 2021
pradipt
ବ୍ରହ୍ମବିଭ୍ରାଟ ପ୍ରସଙ୍ଗ; ଜଣେ ସେବକ ଦୋଷ ମାନିଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଗତ ନଭେମ୍ବର ୧୪ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଜଣେ ସେବକ ଦୋଷ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ୯ଜଣଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ପୁଣି ଥରେ ନୋଟିସ୍‌ କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୫ ଦିନ ଭିତରେ ପକ୍ଷ ରଖିବାକୁ କୁହାଯାଇଛି। ତେବେ ଗତ ଡିସେମ୍ବର ୨୮ତାରିଖ ନୀତି ବିଭ୍ରାଟ, ମହାପ୍ରଭୁଙ୍କ ଦ୍ୱାରାଫିଟା ବିଳମ୍ବ ସହ ନୀତିକାନ୍ତି ବିଳମ୍ବ ଓ ମହାପ୍ରଭୁ ୧୪ଘଣ୍ଟା ଅଖିଆ ଅପିଆ ରହିବା […]

  • Friday, 16 July 2021
accident
ମିନି ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ

ଗଞ୍ଜାମ  : ମିନି ବସ୍ ଓଲଟି ୧୫ରୁ ଅଧିକ ଆହତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଛକରେ ଘଟିଛି ଏହି ଘଟଣା। କବିସୂର୍ଯ୍ୟନଗରରୁ କୋଦଳାକୁ ଯାଉଥିବା ବାଲୁଙ୍କେଶ୍ୱର ବସ୍ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ଟିକୁ ଡିଭାଇଡର୍ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ବସ୍‌ଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗାଡ଼ି ଭିତରୁ ଆହତ ଯାତ୍ରୀଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାସ୍ତା ମଝିରେ […]

  • Friday, 16 July 2021
binika
ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ସୁବର୍ଣ୍ଣପୁର : ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ଘଟିଛି ଏହି ଘଟଣା। ଆହତ ଜଣକ ହେଲେ ରାଜକୁମାର ନାଗ। ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ କୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି। ତେବେ […]

  • Friday, 16 July 2021
kalinga nagar
କଳିଙ୍ଗନଗର ଥାନା ଅଞ୍ଚଳରେ ନାବାଳିକା ହେଲେ ମାଆ

ଯାଜପୁର  : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ମାତୃତ୍ୱ ଲାଭ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ନବଜାତ ଶିଶୁ କନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତ କିଛି ମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲା। ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ବର୍ତ୍ତମାନ ନାବାଳିକା ଜଣକ ମାଆ ହେବାପରେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଜୋରଦାର ପ୍ରୟାସ ଚଳାଇଛି। ଏହା ସହ […]

  • Friday, 16 July 2021
b1
ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ନୀତିକାନ୍ତି ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କର କିଭଳି ନୀତିକାନ୍ତି ରହିବ, ସେନେଇ ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାତି ୧୦ ଟାରେ ମହାଦୀପ ଉଠିବାନେଇ ସମୟ ଧାର୍ଯ୍ୟ ହୋଇଛି। ଏହାସହ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତେବେ ବୈଠକରେ ତିନି ପ୍ରମୁଖ ନିଯୋଗର […]

  • Friday, 16 July 2021
baijayanta
କୁଏତରେ ନିଖୋଜ ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର : କୁଏତରେ ନିଖୋଜ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଏଥିପାଇଁ କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। କଟକ ନିଆଳି କପାସି ପଂଚାୟତର ପୋଦନା ଗାଁର ପପିନା ଲେଙ୍କା ନାମକ ଜଣେ ଯୁବକ ଗତ ଡିସେମ୍ବର ୧୧ରେ କାମ କରିବାକୁ କୁଏତ ଯାଇଥିଲେ।ଏକ ଘରୋଇ କମ୍ପାନୀରେ ସେ ପାଇପ୍‌ ଫିଟର ଭାବେ କାମ କରୁଥିଲେ। ତାଙ୍କ ପରିବାରକୁ ନିୟମିତ ଭାବେ ଫୋନ୍‌ […]

  • Friday, 16 July 2021
rajendra
ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପଛର କାରଣକୁ ନେଇ ରାଜନୀତି ଆରମ୍ଭ

ଖୋର୍ଦ୍ଧା  : ଗ୍ରାମୀଣ ଆବାସରୁ ବଞ୍ଚିତ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତ୍ୟୁ ପଛର ଅସଲ କାରଣକୁ ଏଡାଇ ଯାଇ ସ୍ଥାନୀୟ ବିଧାୟକ ଦାୟିତ୍ୱହୀନ ମନ୍ତବ୍ୟ ଦେବା ସାମ୍ନାକୁ ଆସିଛି। ଲକ୍ଷ୍ମୀଧରଙ୍କୁ ମଦ ପିଆଇବା ସହ ଭିଡ଼ିଓ ରେକର୍ଡିଂ କରି ଭାଇରାଲ୍ କରାଯାଇଛି। ସରକାରଙ୍କୁ ବଦ୍‌ନାମ କରିବାକୁ ଏହା ଏକ ନାଟକବାଜି ବୋଲି କହିଛନ୍ତି ଖୋର୍ଦ୍ଧା ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ। ତିତ୍‌ଲି ବାତ୍ୟାରେ ଘରଭଙ୍ଗା ସହାୟତା […]

  • Friday, 16 July 2021
monor
ଆଶ୍ରମ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଢେଙ୍କାନାଳ : ପୁଣି ଆବାସିକ ସ୍କୁଲରୁ ଆସିଲା କୁମାରୀ ମାତୃତ୍ୱର ଅଭିଯୋଗ। ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସେବାଶ୍ରମର ପ୍ରଧାନଶିକ୍ଷକ ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ପରେ ଆରମ୍ଭ ହୋଇଛି ତନାଘନା। ଆଜି ଶିଶୁ ସୁରକ୍ଷା ଟିମ୍ ଏବଂ ସଦର ଥାନା ପୁଲିସ ଏହି ଆବାସିକ ସ୍କୁଲରେ ଖୋଳତାଡ଼ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଅଷ୍ଟମ ଶ୍ରେଣୀର […]

  • Friday, 16 July 2021
debasis
‘ଦେବାଶିଷଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ’

ଭୁବନେଶ୍ୱର: ଦେବାଶିଷଙ୍କୁ ବିଜେଡିରୁ ବହିଷ୍କାର କରାଯାଉ। ମୁଖ୍ୟମନ୍ତ୍ରୀ ଭାରତବାସୀଙ୍କୁ କ୍ଷମା ମାଗନ୍ତୁ। ପୁଲ୍‌ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ, ଆଜି ଏକ ସାମ୍ବାଦିକ ସମ୍ମଳିନୀରେ କଂଗ୍ରେସ ଏଭଳି ଦାବି କରିଛି। ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟ ପତାକାକୁ ଅସମ୍ମାନ। ଏ ସଂକ୍ରାନ୍ତରେ ଦଫା ଲଗାଯାଇ ଦେବାଶିଷଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦେବାଶିଷଙ୍କ ପ୍ରତି ଦୁର୍ବଳତାକୁ ପ୍ରମାଣିତ କରୁଛି ବୋଲି କଂଗ୍ରେସ ଦାବି କରିଛି। […]

  • Friday, 16 July 2021
ips
ଭୁବନେଶ୍ୱରରେ ୩ ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜିର ଫୋକସରେ ରହିଛି ସାଇବର ଅପରାଧ। ସାଇବର କ୍ରାଇମ୍‌ ତଦନ୍ତର ବିଭିନ୍ନ  ଦିଗ ଉପରେ ଆଲୋଚନା ରହିଛି। ଗୋଆ ପୁଲିସ ଡିଜି ମୁକେଶ ଚନ୍ଦର ଏଥିରେ  ତାଲିମ ଦେଇଛନ୍ତି। ପେପରଲେସ୍ ପୁଲିସ ଷ୍ଟେସନ ନେଇ ମଧ୍ୟ ବରିଷ୍ଠ ଅଧିକାରୀ ଆଲୋଚନା ହୋଇଛି। ପରେ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେବ। ଏଥିସହ ଅଗ୍ନିଶମ […]

  • Friday, 16 July 2021
otet
OTET ପ୍ରଶ୍ନପତ୍ର ଲିକ୍ ମାମଲା ; ଏଯାଏ ଏତଲା ଦେଇନି ବୋର୍ଡ

ଭୁବନେଶ୍ୱର : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାଏ ଏତଲା ଦେଇ ନାହିଁ ବୋର୍ଡ। ଏତଲା ଦିଆଯାଇ ନଥିବାରୁ କେମିତି ଏହାର ତଦନ୍ତ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ବୋର୍ଡ କେବଳ ଚିଠି ପଠାଇଛି। ସେହି ଚିଠି ଆମେ ପାଇଛୁ।  ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା […]

  • Friday, 16 July 2021
niranjan
ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ ; ଇଙ୍ଗିତ ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା ଅଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ନେତା ସଗରିଆ ଗତ  ନଭେମ୍ବର ୬ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବିଭିନ୍ନ […]

  • Friday, 16 July 2021