ଭୁବନେଶ୍ୱର (ଅତୁଲ୍ୟ ବାଉତ): ରାଜଧାନୀରେ ଚାକିରି କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଠକେଇ କରୁଥିବା ସଂସ୍ଥାର ଏମ୍ଡି ସୁବାସ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୁବାସ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇଦେବା କହି ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ବୋଲି ଅଭିଯୋଗ ହୋଇଛି। ଲୋକଙ୍କୁ […]
କେନ୍ଦୁଝର : କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ। ନିଜସ୍ୱ ଉଦ୍ୟମରେ ଟାଙ୍ଗରା ଭୂଇଁକୁ ଶସ୍ୟ ଶ୍ୟାମଳା କରିପାରିଥିବା ଦୃଢମନା ଦୈତାରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୧୯୯୭ ମସିହାରୁ ଚାରି ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ନାଳପାଣିକୁ ଜମିରେ ପହଞ୍ଚାଇଥିଲେ। ଏହି କାମ ପାଇଁ ତାଙ୍କୁ ଏମିତି ଏକ ବଡ଼ ପୁରସ୍କାର ମିଳିବ , କେବେ […]
ଭଦ୍ରକ : ଏକ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ମହାନ୍ତି ସାହିରେ ଭଉଣୀର ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ। ମୃତକ ହେଲେ ଆଚାର୍ଯ୍ୟନଗରର ପ୍ରଦୀପ ନାୟକ। ମିଳିଥିବା ସୂଚନା ମୁତାବକ, ବିବାହିତ ହୋଇ ମଧ୍ୟ ପ୍ରଦୀପ ଶ୍ୟାମପୁର ମହାନ୍ତି ସାହିର ଜୈନିକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ଦୁଇ ଭାଇ। ଆଜି ପ୍ରଦୀପ ନିଜ ପ୍ରେମିକାକୁ ଦେଖା କରିବାକୁ […]
ରାଉରକେଲା : ପରେଡ ଦେଖି ଫେରୁଥିବା ବେଳେ ଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସାରନଗରୀରେ। ମୃତ ଦୁଇ ଜଣ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ହରିଶ ଚନ୍ଦ୍ର ମୁର୍ମୁ ଏବଂ ସୌମ୍ୟ ରଞ୍ଜନ ପାତ୍ର। ଆଜି ଦୁହେଁ ପରେଡ ଦେଖି ଫେରୁଥିବା ବେଳେ ସାରନଗରୀରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ […]
ଭୁବନେଶ୍ୱର : ଆସନ୍ତା ୪ ତାରିଖ ସୋମବାର ଦିନ ମହାଶିବରାତ୍ରୀ। ଏଥିପାଇଁ ଏକାମ୍ର କ୍ଷେତ୍ର ବେଶ୍ ଚଳଚଞ୍ଚଳ ହୋଇଉଠିଛି। ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନ୍ରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ କମିଶନ୍ରେଟ୍ ପୁଲିସ୍ ସମସ୍ତ ବ୍ୟବସ୍ଥା କରିଛି। ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପୁଲିସ୍ କମିଶନର ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। […]
ପୁରୀ: ବାଲାକୋଟ୍ରେ ପୁଲୱାମା ଆକ୍ରମଣର ବଦ୍ଲା ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ବାଲୁକା କଳା ମାଧ୍ୟମରେ ପ୍ରଶଂସା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା କରି ଭରତୀୟ ବାୟୁ ସେନାକୁ ସଲାମ୍ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ସେନାକୁ ସାଲ୍ୟୁଟ୍ କରିଛନ୍ତି। ଭାରତ ମାନଚିତ୍ର ଉପରେ ଯୁଦ୍ଧ ବିମାନ ପ୍ରଦର୍ଶନ କରି ସୁଦର୍ଶନ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ନିଖୋଜ ଘଟଣା। ୫ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ନିକଟରେ ଥିବା ଏକ କୂଅରୁ ଠାବ ହୋଇଛି ୨ଟି ମୃତଦେହ। ତେବେ ଅନ୍ୟ ମୃତଦେହ ଖୋଜା ଚାଲିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ,ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ କର୍ମଚାରୀ। ଅଭିଯୋଗ ମୁତାବକ, ଇନ୍ଦୁପୁର ଗାଁର ମାଙ୍ଗିରି ମୁଣ୍ଡା ଏବଂ ତାଙ୍କ ୪ ଶିଶୁଙ୍କୁ […]
ଗୁଣପୁର : ଗୁଣପୁରରେ ଟ୍ରିପଲ ମର୍ଡର। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଗୁଣପୁର ଉକମ୍ବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗୋପାଳ ସବର, ଲକ୍ଷ୍ମୀ ସବର ଓ ଜାଙ୍କିନି ସବର ଗତ ୨୩ ତାରିଖରୁ ନିଖୋଜ ଅଛନ୍ତି। ତେବେ ତିନି ଜଣଙ୍କୁ ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ଗୋପାଳ ସବରଙ୍କ ଝିଅ ସବିତା ସବର ଅଭିଯୋଗ କରିଛନ୍ତି। ଏନେଇ ଗୁଣପୁର ଥାନାରେ ଅଭିଯୋଗ ପରେ ପୁଲିସ୍ର ଖୋଳତାଡ଼ ଆରମ୍ଭ […]
ଭୁବନେଶ୍ୱର: ଚଳିତ ବର୍ଷ ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ ଗୀତା ମେହେଟ୍ଟାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ବିଦେଶରେ ରହୁଥିବା ଗୀତା ‘କର୍ମା କୋଲା’ଏବଂ ‘ଏ ରିଭର ସୂତ୍ର’ଭଳି ଉପନ୍ୟାସ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତିା ପଦ୍ମଶ୍ରୀ ଲାଗି ମନୋନୀତ ଗୀତା ମେହେଟ୍ଟାଙ୍କୁ […]
ବଲାଙ୍ଗିର : ଗତକାଲି ବଲାଙ୍ଗିରରେ ଆୟୋଜିତ ହୋଇଥିଲା ବିଜୁ ବାହିନୀର ଆଞ୍ଚଳିକ ସମାବେଶ। ବଲାଙ୍ଗିର ସମେତ ସୋନପୁର,କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବ ବାହିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ। ସମାବେଶ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାଳିଆ ଯୋଜନା ସମାବେଶରେ ସାମିଲ ହେବା ପାଇଁ ରାତା ରାତି ଚାଷୀ କରି ପୁରୀ ନିଆଯାଇଥିଲା। କିନ୍ତୁ ଗତକାଲିର ସମାବେଶରେ ଦେଖା ଦେଇଥିବା ଅବ୍ୟବସ୍ଥା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଇବା ପିଇବା ସବୁ ବ୍ୟବସ୍ଥା ଥିବା କହି ଶହଶହ […]
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଆଜି ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କହିଥିଲା। ତେବେ ଇଂରାଜୀ ପ୍ରଶ୍ନପତ୍ର […]
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନମୁନା। ଭାରରେ ବୁହାହେଲେ ଗର୍ଭବତୀ। ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଜଣେ ଗର୍ଭବତୀ ମହିଳା ଭାରାରେ ବୁହା ହୋଇଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କୈଣସି ବିକଳ୍ପ ନ ପାଇ ୩ କିଲୋମିଟର ଭାରରେ ଯାଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।
ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ଓଡ଼ିଶାରେ ସରକାର ଗଢ଼ିବ କଂଗ୍ରେସ। ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି। ଦିନିକିଆ ବ୍ୟସ୍ତବହୁଳ ଓଡ଼ିଶା କାର୍ଯ୍ୟକ୍ରମରେ ଆସିଥିବା ରାହୁଲ ତମାଣ୍ଡୋରେ ଆୟୋଜିତ ଜନସଭାରେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ରାଫେଲ ପ୍ରସଙ୍ଗ ଉଠାଇ ଚୌକିଦାର ଚୋର୍ ହେ ମନ୍ତବ୍ୟକୁ ଦୋହରାଇଛନ୍ତି। ସେହିଭଳି ଚିଟ୍ଫଣ୍ଡ ପ୍ରସଙ୍ଗ ଉଠାଇ ଓଡ଼ିଶାରେ ବି ଜନତାଙ୍କ ଟଙ୍କା […]
ଢେଙ୍କାନାଳ: ଖୁଲମ୍ଖୁଲା କପି ଅଭିଯୋଗ। ଅଭିଭାବକ ଓ ସମ୍ପର୍କୀୟ ସ୍କୁଲ୍ ଭିତରେ ପଶି ପିଲାଙ୍କୁ ଖୋଲାଖୋଲି କପି ଯୋଗାଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏଭଳି କିଛି ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଅନ୍ତର୍ଗତ ପଳାସପିଠିଆ ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲରେ ଆଜି ମାଟ୍ରିକ୍ର ଇଂରାଜୀ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ଶହଶହ ଲୋକ ସ୍କୁଲ୍ ଭିତରକୁ ପଶିଥିଲେ। ପରୀକ୍ଷାକେନ୍ଦ୍ରରେ ପୁଲିସ୍ ମୁତୟନ ହେବା ସତ୍ତ୍ୱେ ଲୋକେ କପି ଦେବାକୁ ସ୍କୁଲ […]
କନ୍ଧମାଳ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ତଥା ସୁରକ୍ଷା ବାହିନୀର ଦମନଲୀଳାକୁ ବିରୋଧ କରି ଆଜିଠାରୁ ୩୧ ତାରିଖ ଯାଏ ପ୍ରତିବାଦ ସପ୍ତାହ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ। ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରତିବାଦ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରି ଏହାକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି ଲାଲବାହିନୀ। କନ୍ଧମାଳ କୁର୍ତମଗଡ଼ରେ ମାଓ ପୋଷ୍ଟର ଲଗାଇ ପ୍ରତିବାଦ ସପ୍ତାହ ପାଳନ […]
ଭୁବନେଶ୍ୱର : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି। ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ […]
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ରାହୁଲ ଗାନ୍ଧି। ଏଠାରେ ନିଜର ଅଭିଭାଷଣରେ ଉଭୟ ମୋଦି ଓ ନବୀନଙ୍କୁ ଆଟାକ୍ କଲେ। କହିଲେ , ଉଭୟ ମୋଦି-ନବୀନଙ୍କ ଚିନ୍ତାଧାରା ଏକ ପ୍ରକାର। କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢ଼ନ୍ତି। ଆଉ ମଧ୍ୟ ରାହୁଲ ଗାନ୍ଧି କହିଲେ, ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଗରିବ; ଆପଣଙ୍କ ଖଣିଜ ସଂପଦ ଓ ପାଣି ଆପଣଙ୍କ […]
ବାଲେଶ୍ୱର : ମୋ ଭୋଟ୍, ମୋ ଅଧିକାର । ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ। ଭୋଟର ମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସିନେମା ଛକ ଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। […]
ପୁରୀ : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ନବୀନ ଯୋଜନାର ଶୁଭାରମ୍ଭ କରି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ଫର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାଳତୀପାଟପୁରରେ ଆୟୋଜିତ ଏହି ଚାଷୀ ମହାସମାବେଶରେ ରାଜ୍ୟର ୩୧୪ ବ୍ଲକ୍ରୁ ଲକ୍ଷାଧିକ ଚାଷୀ ଯୋଗଦେଇଛନ୍ତି। କାଳିଆ […]
କେନ୍ଦ୍ରାପଡ଼ା : ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍ପାଲିଟିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ଏଡିଏମ୍। ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ଉଲ୍ଲେଖନୀୟ ଯେ,ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ […]
ପାରାଦୀପ : ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଂଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଏବଂ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହଠାତ୍ କୁହୁଡ଼ି ମାଡ଼ି ଆସିଥିଲା ସହର ଭିତରକୁ। ଫଳରେ ଚାରିଆଡ଼େ କମିଯାଇଥିଲା ଆଲୁଅର ପ୍ରଭାବ। ଅପରାହ୍ନରେ ନିଜ ନିଜର ଯାନବାହନରେ […]
ଭୁବନେଶ୍ୱର : ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଆସନ୍ତା ୩୧ରେ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସମାବେଶରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। କେଜରିଓ୍ୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛି ନେତା ଏହି ସମାବେଶରେ ଯୋଗ ଦେବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି।
କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୋର୍ ସାଢ଼େ ଚାରିଟାରେ ରାମଧୂନ୍ ବାଜିବା ପରେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ସଂଗ୍ରହାଳୟରେ ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନେତାଜୀଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଦେଖିବାକୁ ସଂଗ୍ରହାଳୟରେ ବେଶ ଭିଡ଼ ଜମିଥିଲା। ଦିନ ୧୦ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପହଞ୍ଚି ନେତାଜୀଙ୍କ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ୍ ଉଦ୍ଘାଟିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କ୍ୟାମ୍ପସ୍କୁ ଗତକାଲି ଉଦ୍ଘାଟନ କରିଛନ୍ତି। ଜଟଣୀର ତରାବୋଇଠାରେ ୪୭ ଏକର ପରିମିତ ସ୍ଥାନରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହୋଇଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସେଠାରେ ତାଲିମ୍ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗତ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର […]
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଟ୍ରଲରରୁ ଜବତ ବିରଳ ପ୍ରଜାତିର ସାର୍କ ମାଛକୁ ନେଇ ତନାଘନା ଆରମ୍ଭ ହୋଇଛି। ଏହି ମାଛକୁ ରପ୍ତାନୀ କରିବା ପଛରେ କ’ଣ କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପାରାଦୀପରେ ଥିବା ତଟରକ୍ଷୀବାହିନୀ DIG ରାଜେଶ ମାକଓ୍ୱାନା କହିଛନ୍ତି। ଗତକାଲି ଗହୀରମଥା ଅଭୟାରଣ୍ୟରେ ତଟରକ୍ଷୀବାହିନୀ ପକ୍ଷରୁ ପାଟ୍ରୋଲିଂ ବେଳେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରକୁ ଜବତ କରାଯାଇଥିଲା। ଟ୍ରଲର ତନଖି ବେଳେ ସେଥିରୁ ୧୭୫ଟି ବିରଳ ସାର୍କ ଜାତୀୟ […]