• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

heatwave
୨୨ରୁ ପୁଣି ବଢିବ ତାତି : ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ

ଭୁବନେଶ୍ୱର : ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ  ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା ଉପରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ। ତେବେ ୨୨ ତାରିଖ ପରେ ରାଜ୍ୟର ତାତି ବଢ଼ିବା […]

  • Friday, 16 July 2021
gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଣି ସୁନା ଜବତ। ଅମରଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୧୦ ଗ୍ରାମ ସୁନା ଜବତ କରିଛି CISF। ମିଳିଥିବା ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଅମରଜିତ ପଗଡ଼ି ଭିତରେ ବ୍ଲାକ୍ ଟେପ୍‌ରେ ଏହି ସୁନା ବିସ୍କୁଟ୍ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରାପଡ଼ିଥିଲେ। ସେ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ନୂଆଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା […]

  • Friday, 16 July 2021
gang
୫ ଡକାୟତଙ୍କୁ ଗିରଫ କଲା ସୋରଡ଼ା ପୁଲିସ

ଭଞ୍ଜନଗର ( ପ୍ରଦୀପ୍‌ ସ୍ୱାଇଁ) : ଗଂଜାମ ଜିଲ୍ଲା ସୋରଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସେମାନେ ସଫଳ ହୋଇଛନ୍ତି। ଗାଜଲବାଡ଼ି ଅଞ୍ଚଳରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ଡକାୟତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କୁ ଗୋଡ଼ାଇ ୫ ଜଣ ଡକାୟତଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି। ଯାତ୍ରୀଙ୍କ ଠାରୁ ଲୁଟପାଟ୍ କରିବାକୁ ଡକାୟତମାନେ ଦାରିଂବାଡ଼ି ଘାଟିରେ ଛକି ବସିଥିଲେ। […]

  • Friday, 16 July 2021
rayagada
ରାୟଗଡ଼ାରେ ନିର୍ବାଚନ ଅବ୍‌ଜରଭରଙ୍କ ବୈଠକ

ରାୟଗଡ଼ା ( ମନୋଜ ପାତ୍ର) : ନିର୍ବାଚନ ଖର୍ଚ୍ଚର ତଦାରଖ କରିବାକୁ ରାୟଗଡ଼ାରେ ପହଞ୍ଚିଲେ ଅବଜରଭର। ସେ ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ କରିବେ। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନେଇ ହୋଇଥିବା ବୈଠକରେ ଖର୍ଚ୍ଚ ସୀମା ଉପରେ ଆଲୋଚନା କରାଯାଇଥିଲା। ପ୍ରତି ଦିନ ପ୍ରାର୍ଥୀମାନେ କେତେ ଟଙ୍କା ଖର୍ଚ୍ଚ କରିବେ, ସେ ସଂପର୍କରେ ଅବଜରଭରଙ୍କୁ ଅବଗତ କରିବାକୁ କୁହାଯାଇଥିଲା। ଏକ ସ୍ୱଚ୍ଛ ନିର୍ବାଚନ […]

  • Friday, 16 July 2021
baliguda
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ

ବାଲୁଗୁଡ଼ା ( ଅଜିତ୍‌ ନାୟକ) : ଲଭ୍ ସେକ୍ସ ଧୋକା, ତାପରେ ଜଘନ୍ୟ ହତ୍ୟା। ଏପରି ଏକ ଲୋମହର୍ଷକ ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍‌। ଗତ ୧୬ ତାରିଖରେ ମଣ୍ଡାକିଆ ପଞ୍ଚାୟତ କତେଡିକିଆ ଗାଁର ପାଣିଟାଙ୍କିରେ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ସୁମନ୍ତ ଦିଗାଳ ନାମକ ଜଣେ ଯୁବକକୁ ଗିରଫ କରିଛି। ପୁଲିସ କହିଛି, ସେହି ନାବାଳିକା ଓ ସୁମନ୍ତ ମଧ୍ୟରେ ପ୍ରେମ ସଂପର୍କ ଥିଲା। […]

  • Friday, 16 July 2021
naveen
ଲୋକାୟୁକ୍ତ ସଦସ୍ୟ ଚୟନ ବୈଠକ ଶେଷ

  ଭୁବନେଶ୍ୱର :  ଲୋକାୟୁକ୍ତ ସଦସ୍ୟ ଚୟନ ନେଇ ବୈଠକ ଶେଷ। ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ଲୋକାୟୁକ୍ତ ସଦସ୍ୟଙ୍କ ନିଯୁକ୍ତି ନେଇ ଦୁଇ ଜଣଙ୍କ ନାଁ ସୁପାରିସ କରାଯାଇଛି। ଜଣେ ସଦସ୍ୟ ନ୍ୟାୟପାଳିକା କ୍ଷେତ୍ରରୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ଅଣନ୍ୟାୟପାଳିକା କ୍ଷେତ୍ରରୁ ରହିଛନ୍ତି।  ଏହି ଦୁଇ ସଦସ୍ୟଙ୍କ ନାଁ ଅନୁମୋଦନ ନେଇ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ସଦସ୍ୟ ଚୟନ ନେଇ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଚୟନ […]

  • Friday, 16 July 2021
loot
ରାଜଧାନୀରେ ପୁଣିଥରେ ଲୁଟେରା ଆତଙ୍କ

ଭୁବନେଶ୍ୱର : ରାଜଧାନୀରେ ପୁଣିଥରେ ଘରେ ପଶି ଲୁଟିଲେ ଲୁଟେରା। ଦୁର୍ବୃତ୍ତ ମାନେ ତାଲାଭାଙ୍ଗି ଘରେ ପଶି ୪ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ଆସବାବପତ୍ର ଲୁଟ୍‌ କରିଥିବାର ଅଭିଯୋଗ ହୋଇଛି। ସୋମବାର ଦିନ ସହିଦନଗର ଥାନା ଅନ୍ତର୍ଗତ ବାସୁଆଘାଇ ନିକଟରେ ଏକ ଘରେ ଲୁଟ୍‌ ଚାଲିଥିବାବେଳେ ଅଚାନକ ପରିବାର ଲୋକେ ଘରପାଖରେ ପହଁଞ୍ଚି ଯାଇଥିଲେ। ଫଳରେ ଲୁଟେରାଙ୍କ ସହ ସେମାନଙ୍କ ମୁହାମୁହିଁ ପରିସ୍ଥିତି ହୋଇଥିଲା। ମହିଳା ଓ ଦୁଇ ପୁଅ ଖସିବାକୁ ଉଦ୍ୟମ କରୁଥିବା ଜଣେ […]

  • Friday, 16 July 2021
puri
ପୁଣି ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ପୁରୀ (ମଧୁସୂଦନ ମିଶ୍ର) : ପୁଣି ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଗତବର୍ଷ ମାର୍ଚ୍ଚ ମାସରେ ଭଣ୍ଡାର ମେକାପ ନାରାୟଣ ମେକାପ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ କରିଥିଲେ। ଏହାସହ ବର୍ଷା ସମୟରେ ପାଣି ଗଳୁଥିବା ନେଇ ମଧ୍ୟ କହିଥିଲେ। ଏହାରି ଭିତରେ ଯାଂଚକୁ ପ୍ରାୟ ବର୍ଷେ ବିତି ସାରିଛି। ହେଲେ ନା ଖୋଲିଛି ରତ୍ନ ଭଣ୍ଡାର, ନା ହୋଇଛି ମରାମତି। ଏପରିକି ରତ୍ନଭଣ୍ଡାରରେ କେତେ ପରିମାଣର ଦୁର୍ଲ୍ଲଭ ହୀରା, ନୀଳା, ମୋତି, ମାଣିକ୍ୟ, […]

  • Friday, 16 July 2021
salepur
ଜଗତପୁର ଥାନାର କେସ୍ କଟକ JMFC କୋର୍ଟକୁ ସ୍ଥାନାନ୍ତରକୁ ବିରୋଧ

ସାଲେପୁର ( ମନୋଜ ଆଚାର୍ଯ୍ୟ) : ସାଲେପୁର JMFC କୋର୍ଟ ଆଗରେ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଫଳରେ ବାଧାପ୍ରାପ୍ତ ହୋଇଛି କୋର୍ଟ କଚେରୀ କାମ। ଆଇନଜୀବୀମାନେ ଆନ୍ଦୋଳନରେ ବସିଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ଜଗତପୁର ଥାନାର ସମସ୍ତ କେସ୍ ସାଲେପୁର JMFC ପରିବର୍ତ୍ତେ କଟକ ଜେଏମ୍ଏଫ୍‌ସି କୋର୍ଟକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରି ଓକିଲ ସଂଘ ଆନ୍ଦୋଳନ କରୁଛି। ଗତ ୧୨ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। […]

  • Friday, 16 July 2021
2
ସହଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ : ଚାଉଳିଆଗଞ୍ଜ , କୁଞ୍ଜବିହାରି ମଠ ସ୍ଥିତ ଭାରତ ସ୍ୱାଭିମାନ ଟ୍ରଷ୍ଟ, ପତଞ୍ଜଳି କିସାନ ସେବା ସମିତି ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଭାରତ ସ୍ୱାଭିମାନର ଜିଲ୍ଲା ପ୍ରଭାରୀ ସୁନିଲ୍ ଶର୍ମାଙ୍କ ତତ୍ତ୍ୱାବଧାନରେ ଏହି ୧୫ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଗତ ୧୪ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରଟି ନିମାଇଁ ଚରଣ ଜେନା( କିସାନ ପ୍ରଭାରୀ), ଶିଶିର ଜେନା (କୋଷାଧ୍ୟକ୍ଷ), ସତ୍ୟ ଷଢଙ୍ଗୀ ଓ ସ୍ୱରୂପ […]

  • Friday, 16 July 2021
malkangiri
୧୨ କିଲୋମିଟର ରାସ୍ତା ଚାଲି ଚାଲି ଜିଲ୍ଲାପାଳଙ୍କ ପାଖକୁ ଆସିଲେ ଛାତ୍ରଛାତ୍ରୀ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ସମସ୍ୟା ଜଣାଇବା ଲାଗି ଜିଲ୍ଲାପାଳଙ୍କ ନିକଟକୁ ଚାଲି ଚାଲି ଆସିଲେ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ସୂଚନା ଅନୁସାରେ,ବାଲିମେଳା ହାଇସ୍କୁଲରେ ବିଭିନ୍ନ ସମସ୍ୟା ଲାଗିଥିବାବେଳେ, ବାରମ୍ବାର ଅଭିଯୋଗ ପରେ ସମାଧାନ ହେଲାନାହିଁ। ଏଣୁ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ୧୨ କିଲୋମିଟର ରାସ୍ତା ଚାଲି ଚାଲି ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ। ଚାଲୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Friday, 16 July 2021
pcr-2
ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସର ନୂଆ ପଦକ୍ଷେପ

ଭୁବନେଶ୍ୱର : ପିସିଆର ଧରିବ ପିସ୍ତଲ। ପିସିଆରରେ ବସୁଥିବା ଟ୍ରେଣ୍ଡ ପୁଲିସ ଅଧିକାରୀ ହିଁ ଏହାକୁ ବ୍ୟବହାର କରିବେ। ଲୋଡେଡ୍ ପିସ୍ତଲ ସହ ପାଖରେ ମାଗାଜିନ୍ ମଧ୍ୟ ମହଜୁଦ୍ ରହିବ। ରାଜଧାନୀରେ ଲୁଟେରାଙ୍କୁ ଧରିବା ପାଇଁ ଏବେ ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୁଲିସ୍‌। ବିଶେଷକରି ମର୍ଣ୍ଣିଂଓ୍ୱାର୍କ ସମୟରେ ରାଜଧାନୀରେ ସିରିଜ ଲୁଟ୍‌ ହେଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା। ସିପି ସୂଚନା ଦେଇଛନ୍ତି  ଟ୍ୱିନ୍‌ସିଟିରେ ପ୍ରାୟ ୪୫ଟି ପିସିଆର ଗଡୁଛି। ସେଥିରୁ ୭୦ […]

  • Friday, 16 July 2021
cancer patient
୨୦ ବର୍ଷ ହେଲା କର୍କଟ ରୋଗରେ ଆକ୍ରାନ୍ତ ପୁରୁଷୋତ୍ତମ , ଚିକିତ୍ସା ପାଇଁ ଅର୍ଥାଭାବ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ) : ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ ଅଭାବ ବଢ଼ିବାରେ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ନିରାଶ ହୋଇ ଘରକୁ ଫେରି ଆସିଲେ। ଦୁଃଖ ଏତିକିରେ […]

  • Friday, 16 July 2021
strike
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ମହିଳାଙ୍କ ଧାରଣା

ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍‌ଦେବ) : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଫତେଗଡ଼ ଥାନା ବାଇଗୁଣିଆ ଗାଁର ଶ୍ରଦ୍ଧାଞ୍ଜଳି ପ୍ରଧାନ। ନୂଆଗାଁ ଅଞ୍ଚଳ ସଂପଡା ଗାଁର ସନ୍ତୋଷ ନାୟକଙ୍କୁ ବିବାହ କରିଥିଲେ ଶ୍ରଦ୍ଧାଞ୍ଜଳି। ବିବାହର ୪ ମାସ ପରେ ଯୌତୁକ ଦାବି କରି ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଯୌତୁକ ନଆଣିବାରୁ ଶ୍ରଦ୍ଧାଞ୍ଜଳିଙ୍କୁ ଘରୁ ବାହାର କରିଦେବା […]

  • Friday, 16 July 2021
sanjay das burma 1
ହେଲିକପ୍ଟର ଲାଣ୍ଡିଂକୁ ନେଇ ବିବାଦରେ ସଂଜୟ ଦାସବର୍ମା

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି, ହେଲିକପ୍ଟର ଲାଣ୍ଡିଂ ପାଇଁ ୭୨ ଘଣ୍ଟା ଆଗରୁ ଅନୁମତି ଦରକାର। କିନ୍ତୁ ବିଧାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୌଖିକ ଅନୁମତି […]

  • Friday, 16 July 2021
rain--1
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା

ବାଲେଶ୍ୱର/ ନୂଆପଡ଼ା/ ବୌଦ୍ଧ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ। ବାଲେଶ୍ୱରରେ ସଂଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ କିଛି ଅଞ୍ଚଳରେ ଗଛପତ୍ର ଛିଣ୍ଡି ପଡ଼ିବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍‌ର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅଧିକ ରହିଛି। ଅପରାହ୍ନ ୩ରୁ ୪ଟା ମଧ୍ୟରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ […]

  • Friday, 16 July 2021
jail
ଗିରଫ ଅଭିଯୁକ୍ତ ଚନ୍ଦନ ମହାରଣାକୁ ନେଇ ଦ୍ୱନ୍ଦ୍ୱ

କଟକ : ଗିରଫ ଅଭିଯୁକ୍ତକୁ ନେଇ ଦ୍ୱନ୍ଦ୍ୱ। ପୁରୁଣା ୱାରେଣ୍ଟ ଆଧାରରେ କଟକ ଲାଲ୍‌ବାଗ ପୁଲିସ୍‌ ଚନ୍ଦନ ମହାରଣା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ନେଇ ଦେଖାଦେଇଛି ବିବାଦ। ଚନ୍ଦନ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହାନ୍ତି, ପୁଲିସ୍‌ ମିଛ ମାମଲାରେ ଗିରଫ କରିଥିବା ଚନ୍ଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିସିପି କହିଛନ୍ତି, ପୁରୁଣା ୱାରେଣ୍ଟ ବଳରେ ଚନ୍ଦନକୁ ଗିରଫ କରାଯାଇଛି। ତଥାପି ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଇ ତଦନ୍ତ […]

  • Friday, 16 July 2021
doctor
ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରିଦେଲେ ଡାକ୍ତର

ଭଦ୍ରକ(ତପନ ସ୍ୱାଇଁ) : ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରି ଦେଲେ ଡାକ୍ତର। ଭଦ୍ରକ ଡାକ୍ତରଖାନାରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା ଡାକ୍ତରଙ୍କ କାରନାମା। ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ଧୁଷୁରା ଥାନା ଖଟୁଆପାଟଣା ଗାଁର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

  • Friday, 16 July 2021
puri
ପୁରୀ ପୌରସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍‌ଡିଂ ଟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ। ପୁରୀ ପୌରସଂସ୍ଥାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ଅନୁଷ୍ଠାନର ଲମ୍ବା ତାଲିକାରୁ ଜଣାପଡିଛି, ଯେଉଁଥିରେ ହୋଟେଲ ସୋନାଲିର ଦୁଇଟି […]

  • Friday, 16 July 2021
raid
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ

ବାଲେଶ୍ୱର ( ରଶ୍ମିରଂଜନ ଦାସ୍‌) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ। ସହରର ବଡ଼ ବଡ଼ ହୋଟେଲରେ ଚଢ଼ାଉ କରି ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଫୁଡ ସିକ୍ୟୁରିଟି ଅଫିସର। ଶୁକ୍ରବାର ୩୫ କେଜି ବାସି ରନ୍ଧାଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଥିଲା। ବାଲେଶ୍ୱର ସହରରେ ଏହି ଅଚନାକ ଚଢାଉ ସମୟରେ ବାସି ଖାଦ୍ୟ ସହ ଖାଦ୍ୟରେ ବ୍ୟବହାର ହେଉଥିବା ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଏହା ସହ ଖାଦ୍ୟର ନମୁନା ପରୀକ୍ଷା […]

  • Friday, 16 July 2021
niranjan
କଂଗ୍ରେସର ଟିକଟ କସରତ

ଭୁବନେଶ୍ୱର : ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ତାଲିକା ଘୋଷଣା କରାଯିବ। ୩ଟି ଲୋକସଭା ଆସନ ପାଇଁ ଜେଏମ୍ଏମ୍, ସିପିଆଇ ଓ ସିପିଏମ୍ ସହ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମହିଳାଙ୍କୁ ଅଧିକ ଟିକେଟ୍ ଦେବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ […]

  • Friday, 16 July 2021
deadbody
କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର ( ରବିନ୍ଦ୍ର ହୋତା) : କୂଅରୁ ଭାସୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମହଦା ପଂଚାୟତ ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାଏକ। ଗତ ୧୦ ତାରିଖରେ ସୁଶାନ୍ତ ପିପିଲିପାଲି ଗାଁକୁ ବରଯାତ୍ରୀ ଆସି ଆଉ ଫେରିନଥିଲେ। ତାଙ୍କ ପରିବାର ଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ବୀରମହାରାଜପୁର ଥାନାରେ ଏକ ନିଖୋଜ ହୋଇଥିବାର ରିପୋର୍ଟ କରିଥିଲେ। ଆଜି ପିପିଲିପାଲି ଗାଁ ମଝିରେ ଥିବା ଏକ କୂଅରେ ସୁଶାନ୍ତଙ୍କ ମୃତ ଦେହ […]

  • Friday, 16 July 2021
dama-jhigh cout
ଦାମଙ୍କ ବିରୋଧରେ ଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ସୂଚନା ଯେ,୨୦୧୦ ମସିହାରେ ଦାମୋଦର ରାଉତ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏହାପରେ ମାମଲା ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାମୋଦର। ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଛନ୍ତି।

  • Friday, 16 July 2021
gg
ବାହା ହେବାକୁ ଆସିଥିବା ବର ଅଧାବାଟରୁ ଚମ୍ପଟ

ବାଲେଶ୍ୱର : ଅଧାରେ ଅଟକିଲା ବାହାଘର। ପୁଲିସ୍‌ ପିଛା କରିବାରୁ ଅଧାବାଟରୁ ଚମ୍ପଟ ମାରିଲା ବର। ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଜଗନ୍ନାଥପୁର ଗାଁର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ସୋର ଥାନା ଅଞ୍ଚଳର ଯୁବତୀଙ୍କୁ ବିବାହ କରିବା ପାଇଁ ବିରାଟ ପଟୁଆରରେ ଯାଉଥିଲେ। ତେବେ ଏହି ସମୟରେ ପୁଲିସ୍‌ ଜିତେନ୍ଦ୍ରଙ୍କୁ ଗୋଡାଇବା ଯୋଗୁଁ ସେ କାରରୁ ଡେଇଁ ଚମ୍ପଟ ମାରିଥିଲେ। ପୂର୍ବରୁ ଜିତେନ୍ଦ୍ର ଆଉ ଜଣେ […]

  • Friday, 16 July 2021
bomb
କାର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା  (ବଳରାମ ଲେଙ୍କା) : ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍ ମାରିଛି। ସିସିଟିଭିରେ କଏଦ୍ ହୋଇଛି ଏହି ବୋମାମାଡ଼ ବେଳର ଦୃଶ୍ୟ। ୨ ଜଣ ଦୁର୍ବୃତ୍ତ ଆସି କାର ଉପରକୁ ବୋମା ପକାଇ ଦୌଡ଼ି ପଳାଉଛନ୍ତି। ସିସିଟିଭିରେ କଏଦ୍‌ ହୋଇଛି। ବୋମା ମାଡ଼ରେ କାର୍‌ର କାଚ ଭାଙ୍ଗି ଯାଇଛି। ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇଛି

  • Friday, 16 July 2021