• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mobile light
ମୋବାଇଲ ଲାଇଟ୍‌ରେ ହେଲା ଯୁକ୍ତଦୁଇ ଖାତା ଦେଖା

ବାରିପଦା( ମାଣିକ ପାଣି) : ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମ୍‌ପିସି ଅଟୋନମସ୍‌ କଲେଜରେ ବିଦ୍ୟୁତ୍‌ ସରବରାହ ବ୍ୟାହାତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା। ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ୍‌ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା। ବହୁ ସମୟ ଧରି ବିଦ୍ୟୁତ୍‌ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟ୍‌ରେ ଖାତା ଦେଖୁଥିବାର ଦେଖିବାକୁ ମିଳିଛି।

  • Saturday, 17 July 2021
deadbody
ମିଳିଲାନି ଆମ୍ବୁଲାନ୍ସ, ମୋଟର ସାଇକେଲରେ ବୁହାହେଲା ଶବ

ଜୟପୁର( ଟି.ଗୌରୀ ଶଙ୍କର) : ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲରେ ବୁହା ହେଲା ମୃତଦେହ। ମେଡିକାଲରୁ କୌଣସି ସହାୟତା କିମ୍ବା ଆମ୍ବୁଲାନ୍ସ ନମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ମୃତଦେହ ନେଇ ବ୍ୟବଚ୍ଛେଦ କରାଇଛନ୍ତି। ଏହି ଘଟଣା ଘଟିଛି ଜୟପୁର କୁନ୍ଦୁରା ବ୍ଲକ୍‌ରେ। ଗତ ରବିବାର ବଜ୍ରାଘାତରେ କୁନ୍ଦୁରା ବ୍ଳକ୍‌ କାଉଡିଆଗୁଡ଼ା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ି ମିଳିନଥିଲା। ତେଣୁ […]

  • Saturday, 17 July 2021
niranjan
ଫୋନି ମୁକାବିଲାରେ ରାଜ୍ୟ ସରକାର ବିଫଳ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଫୋନି ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଫୋନି ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ। ନିରଞ୍ଜନ କହିଛନ୍ତି, ଗଣମାଧ୍ୟମର ପ୍ରଚାର ପ୍ରସାର ଯୋଗୁଁ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ ସରକାର ଏଯାଏଁ ବହୁ ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିପାରିନାହାନ୍ତି। ଅନେକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚିନି। ପୁରୀ ସହର ଭିତରେ ଅନେକଙ୍କୁ ରିଲିଫ୍ ସାମଗ୍ରୀ ମିଳିନାହିଁ। ପୁରୀ ଜିଲ୍ଲାର ସାତପଡ଼ା […]

  • Saturday, 17 July 2021
bank--p
ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଧିକ ୨ ଘଣ୍ଟା ମିଳିବ ବ୍ୟାଙ୍କ ସେବା

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାରେ ବ୍ୟାଙ୍କ ସେବା ଅଧିକ ୨ ଘଣ୍ଟା ଚାଲିବ। ଆଜି ଭୁବନେଶ୍ୱର ସ୍ଥିତ ଆର୍‌ବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଆର୍‌ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହେଶ ମଲ କହିଛନ୍ତି, ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ଅପରାହ୍ନ ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ଯାଏ ବ୍ୟାଙ୍କ ସେବା ମିଳିବ। ସେ ଆହୁରି କହିଛନ୍ତି, ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ […]

  • Saturday, 17 July 2021
free
ଭୋକିଲାଙ୍କ ପାଇଁ ସାହାରା ପାଲଟିଛି ବଦାନ୍ୟଙ୍କ ହାତ

ଭୁବନେଶ୍ୱର : ଧ୍ୱସ୍ତ ବିଧ୍ୱସ୍ତ ଘର, ମାଟିରେ ମିଶିଛି ଆସବାବପତ୍ର  ବାତ୍ୟା ବିତିବାର ପାଞ୍ଚ ଦିନ ପରେ ବି ଘର କୋଣରେ ଅଛୁଆଁ ଭଳି ପଡ଼ି ରହିଛି, ଭଙ୍ଗା କାନ୍ଥ ଓ ଛପର ତଳୁ ସାଉଁଟା ହୋଇଥିବା ହାଣ୍ଡିକୁଣ୍ଡି  ଝଡ଼ରେ ସର୍ବସ୍ୱ ହରାଇବା ପରେ ଏମାନେ ଖାଇବେ ତ ଖାଇବେ କଣ ? ରାନ୍ଧିବେ ତ ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି […]

  • Saturday, 17 July 2021
nn
ବାତ୍ୟା ପର ଯନ୍ତ୍ରଣାରୁ ମୁକ୍ତି ପାଇଁ ହୋଟେଲ୍ ମୁହାଁ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ। ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍‌ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ ବଡ଼ ହୋଟେଲରେ ଏବେ ଅସମ୍ଭବ ଭିଡ଼। ତାରକା ହେଉ କି ସାଧାରଣ ଗେଷ୍ଟ୍ ହାଉସ ଅବା ଲଜ୍, ସବୁଠି ଗ୍ରାହକଙ୍କ ଖଚାଖଚ୍ ଉପସ୍ଥିତି। ଲାଇନ୍ ନଥିବାରୁ ଗରମ […]

  • Saturday, 17 July 2021
dkl crop
ଢେଙ୍କାନାଳ ଜିଲ୍ଲାରେ ଫୋନି ତାଣ୍ଡବରେ ଚାଷୀଙ୍କ ବ୍ୟାପକ କ୍ଷତି

ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଳୁଅ ଧାନ ସମେତ ମୁଗ ବିରି ଫସଲରେ ପାଣି ଜମି ଫସଲ ନଷ୍ଟ ହୋଇଛି।   କେବଳ ଏତିକି ନୁହେଁ କାଜୁ ପନିପରିବା ଚାଷରେ ଫୋନି ଜନିତ ବର୍ଷାର ପ୍ରଭାବ ଦେଖାଦେଇଛି। ସେପଟେ ଫୋନି କ୍ଷୟକ୍ଷତିର ଆକଳନ ଚାଲିଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଏହାସହ ଆଗକୁ […]

  • Saturday, 17 July 2021
dhar
PGCIL ଟାୱାରର ମରାମତି କାର୍ଯ୍ୟକୁ ତଦାରଖ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଯାଇଥିବା ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (PGCIL) ଟାୱାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟୁତ୍‌ ବିଭାଗର ଇଞ୍ଜିନିୟରମାନେ ଜୋରସୋରରେ ଏହି କାମରେ ଲାଗିଛନ୍ତି। PGCIL ଡାଇରେକ୍ଟର ସୀମା ଗୁପ୍ତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେହି ସ୍ଥାନକୁ ଯାଇ କାମର ତଦାରଖ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ଏହି ଟାୱାର କାର୍ଯ୍ୟକ୍ଷମ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

  • Saturday, 17 July 2021
encounter
କୋରାପୁଟରେ ଏନ୍‌କାଉଣ୍ଟର ; ୫ ମାଓବାଦୀ ନିହତ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : କୋରାପୁଟରେ ଏନ୍‌କାଉଣ୍ଟର। ଆନ୍ଧ୍ର ସୀମା ପାଡ଼ୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ୨ ଜଣ ପୁରୁଷ ଅଛନ୍ତି। ଡିଭିଏଫ୍, ଏସ୍ଓଜି ପକ୍ଷରୁ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ଏନ୍‌କାଉଣ୍ଟର ହୋଇଥିଲା। ମୃତ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିବା କୋରାପୁଟ ଏସ୍‌ପି କନୱାର […]

  • Saturday, 17 July 2021
water
ଖୋର୍ଦ୍ଧାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ଆରମ୍ଭ

ଖୋର୍ଦ୍ଧା : ଖୋର୍ଦ୍ଧାରେ ପାଣି ଯୋଗାଣ ଆରମ୍ଭ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେନେରେଟର ଏବଂ ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଖୋର୍ଦ୍ଧା ମ୍ୟୁନିସପାଲଟିର ୨୦ଟି ୱାର୍ଡରେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ତେବେ ରାତି ସୁଦ୍ଧା ଯଦି ମୁଣ୍ଡଳୀରେ ଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ହୋଇଯାଏ, ତେବେ ଆସନ୍ତାକାଲିଠୁ ପାଣି ସମସ୍ୟା ଆଉ ରହିବନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର SDO।

  • Saturday, 17 July 2021
jagatsinghpur
ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍‌ ପ୍ରଭାବିତ

ଜଗତସିଂହପୁର  (ଶଶାଙ୍କ ଶେଖର ପଣ୍ଡା) : ବାତ୍ୟା ଫୋନି ମାଡ଼ରେ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଛି। ହେଲେ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନରେ ତ୍ରୁଟି ଏବଂ ରିଲିଫ୍ ବଣ୍ଟନରେ ବିଳମ୍ବ ଯୋଗୁଁ ବିରିଡି, ରଘୁନାଥପୁର ବ୍ଲକ୍‌ ସମେତ ଅନେକ ସ୍ଥାନରେ ବିପନ୍ନମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ପରିସ୍ଥିତିରେ ଚାଷ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ଆଗକୁ ଆସିଛି ନବନିର୍ମାଣ କୃଷକ ସଙ୍ଗଠନ। ବାତ୍ୟା ପୀଡିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି […]

  • Saturday, 17 July 2021
train
ସ୍ୱାଭାବିକ ହେଉଛି ପୁରୀ ରେଳ ଷ୍ଟେସନ୍

ପୁରୀ : ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ପୁରୀ ରେଳ ଷ୍ଟେସନ୍‌ରୁ ଯାତାୟତ। ଆଜି ପୁରୀରୁ ଛାଡ଼ିବ ପୁରୀ-ଦୁର୍ଗ, ପୁରୀ-ହଟିଆ ଏବଂ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ସ୍ୱାଭାବିକ ଭାବେ ଯାତ୍ରା କରିବ। ପୁରୀଠୁ ସଂଧ୍ୟା ସାଢ଼େ ୬ଟା ବେଳେ ଛାଡ଼ିବ ପୁରୀ ଦୁର୍ଗ ଏକ୍ସପ୍ରେସ୍। ସଂଧ୍ୟା ୭ଟା ୫୫ ମିନିଟ୍‌ରେ ପୁରୀ ହଟିଆ ଏବଂ ରାତି ୯ଟା ୪୫ ମିନିଟ୍‌ରେ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀରୁ ଯାତ୍ରା କରିବ। ଆଉ କିଛି ଟ୍ରେନ୍ […]

  • Saturday, 17 July 2021
sanjaya
ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଓ ପୁରୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ତେବେ କଟକରେ ୮୦%, ଖୋର୍ଦ୍ଧାରେ ୭୦% ଓ ଜଟଣୀରେ ୫୦% ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି। ଆଜି କଟକରେ ଶତ ପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି […]

  • Saturday, 17 July 2021
ୋ
ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲା ଆଦାନୀ ଗ୍ରୁପ୍‌

ଭୁବନେଶ୍ୱର : ଫୋନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଦେଶର ବହୁମୁଖୀ କମ୍ପାନୀ ଆଦାନୀ ଗ୍ରୁପ୍‌ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ଆଦାନୀ ପୋର୍ଟ ଆଣ୍ଡ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରନ ଆଦାନୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ କରନ କହିଛନ୍ତି, ଆମେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ […]

  • Saturday, 17 July 2021
report
ବାତ୍ୟା ଫୋନିର ଆସିଲା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର :  ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି।  ଭୀଷଣ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି । ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଆଉ ଏହାରି ଭିତରେ ଷ୍ଟେଟ୍‌ ଏମରଜେନ୍ସି ଅପରେଶନ ସେଣ୍ଟର (ଏସ୍‌ଇଓସି) ପକ୍ଷରୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ […]

  • Saturday, 17 July 2021
udan
ଫୋନିରେ ପୂର୍ବ ଭାରତର ସବୁଠୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଭାଙ୍ଗିଯାଇଛି

ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଭଳି ପୂର୍ବ ଭାରତର ସବୁଠାରୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଉଡାନ୍ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ଗତ ମାସକ ତଳେ ହିଁ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଥିବା ଏହି ବିଶ୍ୱସ୍ତରୀୟ ଏକାଡେମୀର ଛାତ ଉଡ଼ିଯାଇଛି। ଖେଳାଳୀଙ୍କ ପାଇଁ ଥିବା କୋର୍ଟ ମଧ ନଷ୍ଟ ହୋଇଛି ।  

  • Saturday, 17 July 2021
meeting
ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ଫୋନି ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ମୁଖ୍ୟତଃ ମୋବାଇଲ ନେଟ୍ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ କେବେ […]

  • Saturday, 17 July 2021
electricity
ବିଜୁଳି ପାଇଁ ଡହଳ ବିକଳ ଲୋକେ

ଭୁବନେଶ୍ୱର :  ବିଦ୍ୟୁତ୍‌ ବ୍ୟବସ୍ଥା ଉଜାଡ଼ି ଦେଇଛି ବାତ୍ୟା ଫୋନି। ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଏତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ଏବଂ ଏତେ ବିୁଦ୍ୟତ ଖୁଣ୍ଟି ଉପୁଡ଼ିଛି ଯେ, କେବେ ଲୋକେ ଅନ୍ଧାରରୁ ମୁକ୍ତି ପାଇବେ, ତାହା କହିବା ମୁସ୍କିଲ। ଲୋକେ ବିଜୁଳି ପାଇଁ ଡହଳ ବିକଳ ହେଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ଲାଗିଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ। ତେବେ ଆଜି ସୁଦ୍ଧା ଭୁବନେଶ୍ୱରରେ ୧୫ ପ୍ରତିଶତ କାମ ହୋଇଥିବା ସୂଚନା […]

  • Saturday, 17 July 2021
sugar cane
ବାତ୍ୟା ଫୋନିରେ ଉଜୁଡିଗଲା ହେକ୍ଟର ହେକ୍ଟର ଆଖୁ ଚାଷ

ଯାଜପୁର : ବାତ୍ୟା ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ଚାଷୀକୁଳ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଉଜୁଡି ଯାଇଛି ହେକ୍ଟର ହେକ୍ଟର ଆଖୁ ଚାଷ। ଜିଲ୍ଲାର ବଡ଼ଚରା ବ୍ଲକ୍ ଅଧୀନ ସାଉଡିଆ, ବରପଦା, ନିଆଳି, ବାଲିକୁଦା ଆଦି ଅଂଚଳରେ ଆଖୁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ କିପରି ନିଜ କରଜ ସୁଝିବେ, ସେନେଇ ଚିନ୍ତାରେ। ଏପରିକି ଚାଷରେ କ୍ଷତି ସହିବା ଆଶଙ୍କାରେ ସ୍ଥାନୀୟ ସାଉଡିଆ ଅଂଚଳର ଜଣେ […]

  • Saturday, 17 July 2021
protest
ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ

ଭୁବନେଶ୍ୱର : ତୁରନ୍ତ ପାଇପ୍ ଯୋଗେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ। ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଞ୍ଚଳର ଶତାଧିକ ବାତ୍ୟା ବିପନ୍ନ ଆଜି ରାସ୍ତାକୁ ଓହ୍ଲାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ରେଳ ସଦନ ସମ୍ମୁଖରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରି ରଖିଥିଲେ। ଫଳରେ ଏହି ରାସ୍ତାରେ ଘଣ୍ଟାଏରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ସ୍ଥାନୀୟ ଜଳ […]

  • Saturday, 17 July 2021
ଇଗୀଆ
ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍ ଗୋଦାମରେ ଅଗ୍ନିକାଣ୍ଡ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ର ଗୋଦାମରେ ଆଜି ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟିଛି। ଔଷଧ ଗୋଦାମ ନିକଟରେ ଥିବା ଅନ୍ୟ ଦୁଇଟି ଗୋଦାମରେ ନିଆଁ ଲାଗିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ୱାର୍ଡ଼ରେ ଭୟର ବାତାବରଣ ଖେଳି ଯାଇଥିଲା। ରୋଗୀମାନେ ବେଡ୍‌ ଛାଡ଼ି ପଳାଇ ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଜଣାପଡ଼ି […]

  • Saturday, 17 July 2021
neet
ଓଡ଼ିଶାରେ ଆସନ୍ତା ୨୦ ତାରିଖରେ 'ନିଟ୍' ପରୀକ୍ଷା

ଭୁବନେଶ୍ୱର : ବାତ୍ୟା ପାଇଁ ଓଡ଼ିଶାରେ ଘୁଞ୍ଚିଲା ଡାକ୍ତରୀ ପାଠ୍ୟକ୍ରମ ପାଇଁ ‘ନିଟ୍’ ପ୍ରବେଶିକା ପରୀକ୍ଷା ତାରିଖ। ସାରା ଦେଶରେ ଏହି ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ମେ ୫ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ଫୋନିରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ତାରିଖକୁ ୨୦ […]

  • Saturday, 17 July 2021
ctc2
ଝଡ଼ ଝାଡ଼ିଦେଲା ସିଲଭରସିଟିର ଚମକ

କଟକ :  ଝଡ଼ ଝାଡ଼ିଦେଲା ସିଲଭରସିଟି କଟକର ଚମକ। ମାତ୍ର କେଇଘଣ୍ଟାର ତାଣ୍ଡବରେ ବଦଳାଇଦେଲା ଐତିହାସିକ ସହରର ଚେହେରା। ପୁରୁଣା ଗଛ, ଲାଇନ୍ ଖୁଣ୍ଟ ସବୁ ମାଟିରେ ଲୋଟିଛି। କାହା ଘରର ଛାତ ଉଡ଼ି ଯାଇଛି ତ କେଉଁଠି ମାଟିରେ ମିଶିଯାଇଛି ଭଙ୍ଗା କାନ୍ଥ। ପୁଣି କିଏ ବାତ୍ୟା କବଳରୁ ବଞ୍ଚି ଯାଇଥିବା ସମ୍ବଳକୁ ସାଉଁଟୁଛି। କଟକର ସବୁ ଗଳି, ସାହି ଏବଂ ବସ୍ତିରେ ଚିତ୍ର ଏକାଭଳି। ପ୍ରକୃତିର କୋପକୁ ଅନୁଭବ କରିଛି, ସହିଛି କଟକ। ଅତି […]

  • Saturday, 17 July 2021
electricity
କେବେ ସ୍ୱାଭାବିକ ହେବ ଫୋନି ମାଡ଼ରେ ବିଧ୍ୱସ୍ତ ବିଦ୍ୟୁତ୍‌ ବ୍ୟବସ୍ଥା ?

ଭୁବନେଶ୍ୱର : ଫୋନିରେ ସବୁଠୁ ଅଧିକ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ। ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା କହିଛନ୍ତି। ବିଜୁଳି ସଂଯୋଗରେ ବାଧକ ସାଜିଛି ମ୍ୟାନ୍ ପାଓ୍ୱାର ଓ ବିଛିନ୍ନ ଯୋଗାଯୋଗ। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ପୁରୀରେ କେବେ […]

  • Saturday, 17 July 2021
deadbody
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ସ୍ୱାଇଁ। ତାଙ୍କ ଘର ବେତଡା ପଞ୍ଚାୟତ ବିରିପଡା ଗାଁରେ। ପ୍ରଶାନ୍ତ ସ୍କୁଟିରେ ବିରିପଡ଼ ଗାଁକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଘଟଣାର ତଦନ୍ତ କରୁଛି।

  • Saturday, 17 July 2021