• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dead
ଆନନ୍ଦପୁର ମେଡିକାଲ୍‌ରେ ୧୭ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ଆନନ୍ଦପୁର (ମୁନ୍ନା ସିଂହ) : ବିବାହର ଚତୁର୍ଥୀ ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଟାଙ୍ଗିରିପାଳର ଜଣେ ବ୍ୟକ୍ତିଙ୍କ ମରଶରୀର ଏଯାଏଁ ବ୍ୟବଛେଦ ହୋଇନି। ଫଳରେ ସତ୍କାର ହୋଇନପାରିବାରୁ ଗାଁରେ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି। ବ୍ୟବଛେଦ ପାଇଁ ଡାକ୍ତର ସହଯୋଗ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। କାଲି ସନ୍ଧ୍ୟା ୬ଟାରୁ ମେଡିକାଲ୍‌ରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି। ପୋଷ୍ଟମର୍ଟମ ହୋଇନଥିବାରୁ ମେଡିକାଲ୍‌ରେ ଗାଁ ଲୋକେ ଅପେକ୍ଷା କରିଛନ୍ତି। ଆଦିବାସୀ ପରମ୍ପରା ଅନୁସାରେ ସତ୍କାର ଶେଷ […]

  • Saturday, 17 July 2021
car seized
୨୭ କିଲୋ ଗଞ୍ଜେଇ ସହ କାର୍ ଜବତ

ଫୁଲବାଣୀ (ତ୍ରିନାଥ ସାହୁ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ଗାଁରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକ ଜଣଙ୍କ ଫୁଲବାଣୀ ସହରର ଚନ୍ଦନ ଦିଗାଲ। ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଫିରିଙ୍ଗିଆରୁ ଗଞ୍ଜେଇ ନେଇ ନୟାଗଡ଼ ଯାଉଥିବା ବେଳେ ତାକୁ ଅବକାରୀ ବିଭାଗର ଅଧିକାରୀମାନେ ଗିରଫ କରିଥିଲେ।

  • Saturday, 17 July 2021
deadbody
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼(ମାନସ ରଂଜନ ମହାନ୍ତି) : ଟିଟିଲାଗଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଦେଓବନ୍ଧରେ ମୃତଦେହ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ପୁଲିସକୁ ଖବର ଦେବା ପରେ ଶବ ଉଦ୍ଧାର କରାଯାଇଥିଲା। ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା ପରେ ବନ୍ଧକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  

  • Saturday, 17 July 2021
fire in shop
ଛେଣ୍ଡିପଦା ଦୁର୍ଗାପୁର ବଜାରରେ ଅଗ୍ନିକାଣ୍ଡ , ଜଳିଗଲା ୩ଟି ଦୋକାନ

ଅନୁଗୁଳ(ବିରଜା ଦାଶ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ମଧ୍ୟ ରାତ୍ରରେ ବଜାରରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଠିକଣା ସମୟରେ ଦମକଳ ବାହିନୀ ଆସିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବଜାରର ଅନ୍ୟ ଦୋକାନ ସବୁ ବର୍ତ୍ତି ଯାଇଛି। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

  • Saturday, 17 July 2021
odisha
ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ଶିଳ୍ପ ସଂଘ

କଟକ (ପ୍ରଭାତ ବିଷୋୟୀ) : କଟକରେ ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ଘଟଣାରେ କଟକ ଡିସିପି ଏବଂ MSME ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ଶିଳ୍ପ ସଂଘ। ଗତକାଲି ଏନେଇ ଶିଳ୍ପସଂଘ ତରଫରୁ ଏକ ବୈଠକ ଡକାଯାଇଥିଲା। ଏଥିରେ ୨୪ଘଣ୍ଟା ମଧ୍ୟରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଘଟଣା ନେଇ ସଂଘ ରାଜ୍ୟ ସରକାର ଏବଂ ପୁଲିସ କମିଶନରଙ୍କୁ ମଧ୍ୟ ଅବଗତ କରିଥିବା କହିଛି। ୨୪ଘଣ୍ଟା ମଧ୍ୟରେ […]

  • Saturday, 17 July 2021
maa
ସେବାୟତ ବିବାଦ ; ୩ଦିନ ହେଲା ଉପବାସରେ ମାଆ ହରଚଣ୍ଡୀ

ସାଲେପୁର( ମନୋଜ ଆଚାର୍ଯ୍ୟ) : ସେବାୟତ ବିବାଦକୁ ନେଇ ଗତ ୩ଦିନ ଧରି ମନ୍ଦିରରେ ପୂଜାପାଠ ବନ୍ଦ। ଉପବାସରେ ମାଆ ହରଚଣ୍ଡୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ। ଅଭିଯୋଗ ଅନୁସାରେ, ଡ଼ଙ୍ଗା ସମସ୍ୟାକୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ତେବେ ଏହାକୁ ବିରୋଧ କରି ସେବାୟତମାନଙ୍କ ଭିତରୁ ଗୋଟିଏ ଗୋଷ୍ଠୀ ମନ୍ଦିରରେ ତାଲା ପକାଇଦେଇଛନ୍ତି। ଦୁଇ ସେବାୟତ ଗୋଷ୍ଠୀକୁ ବୁଝାସୁଝା କରିବାପାଇଁ […]

  • Saturday, 17 July 2021
accident-
ଦୁର୍ଘଟଣା ନେଲା ଦୁଇଜଣଙ୍କ ଜୀବନ

ନୟାଗଡ଼ / ମୁନିଗୁଡ଼ା : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣ ମୃତ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲେ। ମୃତକ ଜଣକ ହେଲେ ମୁଦୁରାଙ୍ଗ ଗାଁର ଯୋଗେନ୍ଦ୍ର ନାଏକ। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଘଟଣା […]

  • Saturday, 17 July 2021
komana
ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ବିଡିଓ ଅଟକ

ନୂଆପଡ଼ା ( ମାୟାଧର ସରାଫ) : ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ବିଡିଓ ଥାନାରେ ଅଟକ।  ଗତକାଲି ସଂଧ୍ୟାରେ ନୂଆପଡ଼ାର ଏକ ହୋଟେଲରେ ରାତ୍ରି ଭୋଜନ ବେଳେ ଜଣେ ମହିଳାଙ୍କୁ ବିଡ଼ିଓ ଶ୍ୟାମଳ ରାୟ ଦୁର୍ବ୍ୟବହାର କରିଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ବିଡିଓଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଅଭିଯୋଗକୁ ବିଡିଓ ଅସ୍ୱୀକାର କରିବା ସହ ପାଲଟା ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା […]

  • Saturday, 17 July 2021
rape
ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ

କଟକ : ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା। ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। […]

  • Saturday, 17 July 2021
lighten death
ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ

ବାଲେଶ୍ୱର (ରଞ୍ଜିତ ପାକଳ) : ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସଜାଡ଼ିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସିଙ୍ଗଲା ଥାନା ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂ ଓ ବାସୁଦେବ ଜେନା ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସଜାଡିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା। ସେମାନେ ସେଠାରୁ ପଳାଇ ଆସି […]

  • Saturday, 17 July 2021
ff
ଚତୁର୍ଥୀ ଦିନ ବଜ୍ରପାତ; ବର ମୃତ

ଆନନ୍ଦପୁର(ମୁନ୍ନା ସିଂ): ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ଆୟୋଜନ। ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ହେଲା ବଜ୍ରପାତ। ବରଙ୍କ ମୃତ୍ୟୁ ଘଟିଥିବା ବେଳେ ବଧୂଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହିରେ ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର ଆଜି ଥିଲା ଚତୁର୍ଥୀଭୋଜି। ଭୋଜିକୁ ବନ୍ଧୁବାନ୍ଧବ […]

  • Saturday, 17 July 2021
tathagata
‘କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ନୁହେଁ ବିଜେଡି’

ଭୁବନେଶ୍ୱର : ବିଜେଡି ଓ ଦଳ ମୁଖିଆ ନବୀନଙ୍କ ବିରୋଧରେ ତଥାଗତଙ୍କ ବିଷୋଦ୍‌ଗାର। ବିଜେଡି କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ଭାବେ ତିଆରି ହୋଇନି, ଏହା ଓ୍ୱାନ୍ ମ୍ୟାନ୍ ଶୋ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ନେତା ତଥାଗତ ଶତପଥୀ। ସେ ଆହୁରି କହିଛନ୍ତି ସାଂପ୍ରତିକ ରାଜନୀତିରେ ନବୀନ ପଟ୍ଟନାୟକ ଅପରିହାର୍ଯ୍ୟ କହିବା ଠିକ୍ ହେବନି। ଜାତୀୟ ଦଳ ଠାରୁ ରାଜ୍ୟବାସୀଙ୍କ ଅସନ୍ତୋଷ ହିଁ ତାଙ୍କୁ ଫାଇଦା […]

  • Saturday, 17 July 2021
rain
ପ୍ରବଳ ବର୍ଷା ସହ ପବନ ବହିବ, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗିର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି […]

  • Saturday, 17 July 2021
3
ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କଠୁ ଲୁଟ୍

ଖୋର୍ଦ୍ଧା( ବଳରାମ ଲେଙ୍କା) : ଦିନ ଦ୍ୱିପ୍ରହରରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କୁ ହାଣି ଲୁଟିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ଶ୍ରୀରାମପୁର-ଠଣାପଲ୍ଲୀ ରାସ୍ତାରେ ଏହି ଲୁଟ୍ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଦିବ୍ୟ ପ୍ରସାଦ ସାହୁ। ସେ ମାସିକ ଋଣର କିସ୍ତି ଆଦାୟ କରି ରାଜସୁନାଖଳା ଫେରୁଥିବା ବେଳେ ବାଇକ୍‌ରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପ୍ରଥମେ ମାରଣାସ୍ତ୍ରରେ ହାଣି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଏ […]

  • Saturday, 17 July 2021
cm
ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍‌ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍‌ ନହେବା ଯାଏ ମିଳିବ […]

  • Saturday, 17 July 2021
banki
ଫୋନି ବାତ୍ୟାର ୧୨ ଦିନ ପରେ ବି ଦୁର୍ଦ୍ଦଶାରେ ବାଙ୍କୀ ଲୋଚନପୁର ବାସିନ୍ଦା

ବାଙ୍କୀ( ସଂଜୀବ ନାୟକ) : ଉଡିଯାଇଛି ଚାଳ ଛପର। ଭାଙ୍ଗି ଯାଇଛି ଝାଟି ମାଟି ଘର। ପୁଣି ଥରେ ଅସଜଡା ଘରକୁ ସଜାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି ବାତ୍ୟା ବିପନ୍ନ। ଫୋନି ପରେ ବାଙ୍କୀ ରତାଗଡ଼ ଲୋଚନପୁର ଗାଁର ଏଭଳି ଅବସ୍ଥା। ଅର୍ଥାଭାବରୁ ଭଙ୍ଗା ଦଦରା ଘରକୁ ସଜାଡିବାରେ ଅକ୍ଷମ ଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନ ଥିବା ଅଭିଯୋଗ କରିଛନ୍ତି ଲୋଚନପୁର ବାସିନ୍ଦା। ଖାଲି ସେତିକି ନୁହେଁ, ପ୍ରକୃତ କ୍ଷତିଗ୍ରସ୍ତଙ୍କ ବଦଳରେ ବଡ଼ କୋଠା […]

  • Saturday, 17 July 2021
n
ବାତ୍ୟା ପରେ ଏବେ ଦାଉ ସାଧୁଛି କାଳବୈଶାଖୀ

ଉଦଳା(ମାନସ ପାଣି) : ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ଫୋନିର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ରେ କାଳବୈଶାଖୀ ହୋଇଥିଲା। ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ଫଳରେ ଅନେକ ଳୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡିଛି। କେବଳ […]

  • Saturday, 17 July 2021
ସଦମଂ
ରାଉରକେଲା ମାଲଗୋଦାମରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାରୁ କିଛି ସମୟ ଲାଗି ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ମାଲଗୋଦାମ ପାଖ ଟ୍ରାକ୍‌ରେ ସିମେଣ୍ଟ ବୋଝେଇ ଟ୍ରେନ୍‌ର ୨ଟି ବଗି ଲାଇନ୍‌ ତଳକୁ ଖସିଯାଇଥିଲା। ପରେ ବଗି ଦୁଇଟିକୁ ବାହାର କରିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭିବିକ ହୋଇଛି। ଟ୍ରେନ୍‌ଟି ଛତିଶଗଡ଼ ରାୟପୁରରୁ ସିମେଣ୍ଟ ନେଇ ପଶ୍ଚିମବଙ୍ଗ ଯାଉଥିଲା।

  • Saturday, 17 July 2021
deer
ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା। ଅଭୟାରଣ୍ୟରେ ହରିଣ ଜୀବୀତ ଥିବା ନେଇ ସୂଚନା ଦେଇଛନ୍ତି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦଗାତା। ଗତକାଲି ରାତିରେ ରେଞ୍ଜ୍ ଅଫିସ୍ ପାଖରେ ୨୫ଟି ହରିଣ ଦେଖା ଦେଇଛନ୍ତି। ରେଂଜ ଅଫିସ୍‌ ପାଖ ଅଂଚଳରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି ସବୁ ହରିଣ ଗୁଡିକ ଦେଖାଦେଇଛନ୍ତି। ତେଣୁ ହରିଣଙ୍କ ଜୀବନହାନି ନେଇ ଯେଉଁ ଆଶଙ୍କା ଥିଲା ତାହା ଦୂର […]

  • Saturday, 17 July 2021
central team
ବାତ୍ୟା ଫୋନି କ୍ଷୟକ୍ଷତି ନେଇ ସରିଲା କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ର ଆକଳନ ପରେ ସଚିବାଳୟରେ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଆଲୋଚନା କରି କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଛନ୍ତି। ଆଲୋଚନା ପରେ ଏସଆରସି କହିଛନ୍ତି ଯେ, […]

  • Saturday, 17 July 2021
mon
ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର :  ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଏହାପୂର୍ବରୁ ମୌସୁମୀ ମେ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି। ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ତାସହ ଏଥର ସ୍ୱାଭାବିକ ଠାରୁ କମ୍‌ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଅସହ୍ୟ ଗରମ […]

  • Saturday, 17 July 2021
khimji
ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କଲା ଖିମଜୀ ଗ୍ରୁପ୍‌

ଭୁବନେଶ୍ଵର : ଓଡ଼ିଶାର ଜଣାଶୁଣା ଗହଣା ବ୍ରାଣ୍ଡ୍ ଖିମଜୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଆଜି ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ୩ ତାରିଖରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାକାର ପ୍ରଭାବିତ ଲୋକଙ୍କ […]

  • Saturday, 17 July 2021
PURI JAGANNATH
ଝଡ଼ ମାଡ଼ରେ ବିଦୀର୍ଣ୍ଣ ଜଗନ୍ନାଥ ଧାମ ; ଯୁଆଡୁ ଚାହିଁଲେ ଦିଶୁଛି ବଡ଼ଦେଉଳ

ଭୁବନେଶ୍ୱର : ପ୍ରାଣବନ୍ତ ଶ୍ରୀକ୍ଷେତ୍ରକୁ ସତେ ଯେମିତି ପ୍ରାଣଶୂନ୍ୟ କରିଦେଇଛି କାଳରୂପୀ ବାତ୍ୟା ‘ଫୋନି’। ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ବିଦୀର୍ଣ୍ଣ ହୋଇଯାଇଛି ସବୁଜିମାର ଭରା କ୍ଷେତ୍ର ଶ୍ରୀକ୍ଷେତ୍ର। ଯୁଆଡ଼େ ଚାହିଁଲେ ଦେଖାଯାଉଛି ବଡ଼ଦେଉଳ। ଦିନ କେଇଟା ତଳେ ପତିତପାବନ ବାନାକୁ ସାମାନ୍ୟ ଦୂରରୁ ଦେଖିବା ସମ୍ଭବ ହେଉନଥିଲା। ଏବେ କିନ୍ତୁ ସ୍ଥିତି ଏମିତି ହୋଇଛି, ସହରର ଯେଉଁ ସ୍ଥାନରୁ ଓ ଯେତେ ଦୂରରେ ଥିଲେ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥିତ ନୀଳଚକ୍ର ସହ […]

  • Saturday, 17 July 2021
special plan
ପୁରୀରେ ସବୁଜିମା ଫେରାଇ ଆଣିବାକୁ ବନବିଭାଗର ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ପୁରୀରେ ସବୁଜିମା ଫେରାଇ ଆଣିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଯୋଜନା କରିବ। ସାମୁଦ୍ରିକ ଝଡ଼କୁ ପ୍ରତିହତ କରିବା ପାଇଁ ଯେଉଁ ଗଛ ଗୁଡ଼ିକ ସହାୟକ ହେବ, ସେହିଭଳି ବୃକ୍ଷରୋପଣ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ କାଜୁ ପ୍ରଭୃତି ବୃକ୍ଷରୋପଣ କରାଯିବ, ସେହିଭଳି ସମୁଦ୍ରରୁ ଅନତି ଦୂରରେ ଅନ୍ୟ ବୃକ୍ଷ ରୋପଣ ହେବ। ୧୯୭୦ […]

  • Saturday, 17 July 2021
heat
ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି

ଅନୁଗୁଳ( ବିରଜା ଦାସ୍‌) : ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ ୨-୩ ଦିନ ହେଲା ରାଜ୍ୟରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହୁଥିବାବେଳେ ଅନୁଗୁଳ ଏବଂ ତାଳଚେରରେ ବି ଗଲା କିଛିଦିନ ହେଲା ତାପମାତ୍ରା ବୃଦ୍ଧି ପାଇଛି। ସର୍ବୋଚ୍ଚ ତାପମାତ୍ରା ୨ଟି ସହରରେ ୪୦ଡ଼ିଗ୍ରୀ ଏବଂ ତଦୁର୍ଦ୍ଧ ରହୁଥିବାବେଳେ ,ନାହିଁ ନଥିବା ଗୁଳୁଗୁଳି ଏବଂ ଅସହ୍ୟ ଗରମ ଲୋକଙ୍କ ଜୀବନକୁ ଅସହ୍ୟ କରିପକାଉଛି। ଜରୁରୀ କାମ ନଥିଲେ ଦିନବେଳା ଲୋକେ […]

  • Saturday, 17 July 2021