କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ଦୁର୍ଗମ ଅଂଚଳରେ ଅପହଞ୍ଚ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ସରକାରୀ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗାଁରେ ରହିଛି ୩ଟି ନଳକୂଅ। ସେଥିରୁ ୨ଟି ଖରାପ। ଆଉ ଯେଉଁ ଗୋଟିଏ ନଳକୂଅ ଅଛି, ସେଥିରୁ ବି ଠିକ୍ରେ ପାଣି ବାହାରୁନି। ଗୋଟିଏ କି ୨ଟି ବାଲ୍ଟି […]
ବାଙ୍କୀ (ସଂଜୀବ କୁମାର ନାୟକ) : ଚାଷୀ ଓ ବ୍ୟବସାୟୀଙ୍କୁ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ସରକାରଙ୍କ ତରଫରୁ ଅନେକ ପ୍ରୟାସ କରାଯାଉଛି। ହେଲେ ବାଙ୍କୀରେ ରାସ୍ତା ଉପରେ ପରିବା ବିକ୍ରି କରୁଛନ୍ତି ବ୍ୟବସାୟୀ। ପରିବା ହାଟ ରାସ୍ତାରେ ଗୋଟେ ପଟେ ଗାଡ଼ି ମୋଟର ଯାଆସ କରୁଛି। ଆଉ ଅନ୍ୟପଟେ ମୁଖ୍ୟରାସ୍ତା ଉପରେ ପାଲଟାଣି ବ୍ୟବସାୟ କରୁଛନ୍ତି ପରିବା ଚାଷୀ। କୌଣସି ସମୟରେ ବି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିକୁ ନେଇ ଦୀର୍ଘଦିନ ଧରି ପରିବା […]
ଭୁବନେଶ୍ୱର : ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଏବଂ ମୁଖ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ସେପଟେ ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ବିପତ୍ତି ଆଟଲାସ ଉନ୍ମୋଚନ କରାଯାଇଛି। ଏହାଦ୍ୱାରା ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଂଚଳଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରିବ।
ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିବା ଓ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ନିର୍ବାଚନ ସରିବା ପରେ ରାଜ୍ୟରେ ଡବଲ ଇଂଜିନ ସରକାର ହୋଇଗଲା। ଏହା ସହ ସେ କହିଛନ୍ତି, ଦିଲ୍ଲୀରେ ବୈଷ୍ଣବଙ୍କ ବେଶ୍ ଭଲ ଲବି ରହିଛି। ବିଜେଡି ସହିତ ବି ତାଙ୍କର ବେଶ୍ ଭଲ ସଂପର୍କ ଥିଲା, ତେଣୁ ବିଜେଡି ବୈଷ୍ଣବଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଥିଲା। ପାରସ୍ପରିକ ସୁବିଧା […]
ଭୁବନେଶ୍ୱର : ରାଜ୍ୟରେ ୧୦୦ଟି ମେଡିକାଲ ସିଟ୍ ବୃଦ୍ଧି ପାଇଁ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (MCI) ଅନୁମତି ଦେଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ କୋଟାରେ ନାମଲେଖା ପାଇଁ ଏହି ସିଟ୍ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟର ସହିଦ ଲକ୍ଷ୍ମଣ […]
ଭୁବନେଶ୍ୱର : କଂଗ୍ରେସକୁ ପଛରେ ପକାଇ ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ବିଧାୟକ ଦଳର ବୈଠକ ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିଜେପି ନିଜର ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଭାବେ ଚୟନ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିଧାୟକ ଦଳ ବୈଠକରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା […]
ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ […]
ବ୍ରହ୍ମଗିରି/ ପୁରୀ /ଖୋର୍ଦ୍ଧା : ସରିଲା ଲମ୍ବା ଛୁଟିର ମଉଜ। ବାଜିଲା ସ୍କୁଲ ବେଲ୍। ପୁଣି ଥରେ ପିଲାଙ୍କ କଳରବରେ ମୁଖରିତ ବିଦ୍ୟାଳୟର ଚତୁର୍ଦ୍ଦିଗ। ହେଲେ ନା ଥିଲା ପୂର୍ଣ୍ଣ ଉପସ୍ଥାନ ନା ଥିଲା ଶିକ୍ଷା ଉପଯୋଗୀ ପରିବେଶ। ଚାରିଆଡ଼େ କେବଳ ଧ୍ୱଂସସ୍ତୁପର ପାହାଡ଼। ଦେଢ଼ମାସ ତଳର ଫୋନି ମାଡ଼ରେ ଧରାଶାୟୀ ହୋଇପଡ଼ିଛି କ୍ଲାସରୁମ, ଉଡ଼ିଯାଇଛି ଛାତ। ପୁରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଚାଲିଛି ମରାମତି। କେବେ ସରିବ ଜଣାନାହିଁ । କେବେ ପାଠପଢ଼ା ସ୍ୱାଭାବିକ ହେବ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୯ ଜଣ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିଧାନସଭା ସଚିବ ପଦରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ତୁଲାଇବେ। ଆଇଟି ବିଭାଗର ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ଜମ୍ମୁ-କଶ୍ମୀରରେ ସହିଦ ଯବାନ ଅଜିତ୍ ସାହୁଙ୍କ ମରଶରୀରରେ ବିଜେଡି ପତାକା ଘଟଣାରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି। କଟକ ଜିଲ୍ଲାର ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଢଙ୍କାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସହିଦ ଅଜିତ୍ଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳର ବଡ଼ସୁଆଁଳକୁ ଯିବା […]
ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ହେବେ। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆବଶ୍ୟକ ସଂଖ୍ୟା ଅଭାବରୁ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ଦେଉନଥିବାବେଳେ ବିଜେଡି ପ୍ରାର୍ଥୀମାନେ […]
ନବରଙ୍ଗପୁର : ସାପ କାମୁଡ଼ାରେ ମାଆ ଓ ଝିଅ ମୃତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ କାନାରିଚୁଆ ଗାଁରେ ସାପ କାମୁଡ଼ାରେ ମାଆ ଓ ଝିଅର ମୃତ୍ୟୁ ହୋଇଛି। ମୃତକ ହେଲେ ମାଆ ବୁଦାଇ ଜାନି ଓ ଝିଅ ଅସ୍ତି ଜାନି। ସୂଚନା ଅନୁସାରେ ,ଗତ ରାତିରେ ମାଆ ଓ ଝିଅ ପରିବାର ଲୋକଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ଆସି ମାଆକୁ କାମୁଡିଥିଲା। ସେ ଅଜାଣତରେ ସାପଟିକୁ ଛାଟି […]
ନୟାଗଡ଼ : ଦୋଳି ସାଜିଲା କାଳ। ଦୋଳି ଦଉଡ଼ି ବେକରେ ଗୁଡେଇ ହୋଇଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ହାଟପଦା ନିକଟସ୍ଥ ବସ୍ତିରେ। ମିଳିଥିବା ସୂଚନା ମୁତାବକ , ମହେଶ୍ୱର ସାହୁଙ୍କ ୧୧ବର୍ଷର ଝିଅ ଲକ୍ଷ୍ମୀ ପ୍ରିୟା ସାହୁ ଆଜି ମଧ୍ୟାହ୍ନରେ ଦୋଳି ଖେଳୁଥିଲେ। ମାତ୍ର ଅସାବଧାନତା ଯୋଗୁ ଦୋଳିର ଦଉଡ଼ି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଫଳରେ ଦଉଡ଼ିରେ ଭିଡ଼ି ହୋଇ ବେକ ଚାପି […]
ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବଜେଟରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ, ସହରାଞ୍ଚଳରେ ଗୃହ ନିର୍ମାଣ, ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଚିଠା ବଜେଟ୍ ସମ୍ପର୍କରେ […]
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ଖୋଲୁଛି କ୍ରାଇମ୍ ସିଣ୍ଡିକେଟ ଗୁମର। କ୍ରାଇମ୍ବ୍ରାଞ୍ଚ ଏସଟିଏଫ୍ ଦ୍ୱାରା ଦୁଇ ଭାଇ ଓ ସଢୁ ଗିରଫ ପରେ ଆଜି କେନ୍ଦ୍ରାପଡ଼ା ଏସଡିଜେ୍ଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ତେବେ ଏସଟିଏଫ୍ ପଚରାଉଚରାରୁ ଦୁଇ ଭାଇ ଟିଟୋର ବାଂଲାଦେଶ ଲିଙ୍କ୍ର ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୁଲିସ୍ କବଜାରୁ ବଞ୍ଚିବା ପାଇଁ ଜଳପଥ […]
କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଏକ ସ୍କୁଟିରେ ଫେରୁଥିଲେ। କିଶୋର ଅଗ୍ରୱାଲଙ୍କ ଘରଠାରୁ କିଛି ଦୂରରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ […]
କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିରେ। ଜେଲ୍ ଅଧିକ୍ଷକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଗବାନ ବଗିଚା କାମ କରୁଥିଲେ। ଏହି ସମୟରେ ଅଧିକାରୀଙ୍କ ଜଣକ କଏଦୀକୁ ଏକୁଟିଆ […]
ନୀଳଗିରି ( ବିଶ୍ୱମ୍ବର ଦାସ) : ଲୋନ୍ କରାଇଦେବା ନାଁରେ ଲୁଟ୍ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଦାସରଥୀପୁର ଠାରେ deals loan ନାମକ ଏକ ସଂସ୍ଥା ଏହି ଲୋନ୍ କରାଉଥିଲା। ଯାହାଫଳରେ ଗାଁର ମହିଳାଙ୍କ ଠାରୁ ବହୁ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଟଙ୍କା ନେବା ପରେ ବ୍ୟକ୍ତି ଜଣକ ଧରାଛୁଆ ଦେଉନଥିଲା। ଆଜି ଭୋରରୁ ମହିଳାମାନେ ଏକଜୁଟ୍ ହୋଇ ଭଡ଼ା ଘରେ ଚାଲିଥିବା ଅଫିସକୁ ଘେରାଉ କରି ଅଭିଯୁକ୍ତକୁ ଧରିଥିଲେ।
କୋଣାର୍କ(ସଞ୍ଜୟ ପତି) : ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ। ଏଥିରେ ବାବାଜୀ ସାହୁ ଜଣକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳେ ବିଲକୁ ଯାଇଥିବାବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ବାବାଜୀ ବିଲରେ ପଡିଯାଇଥିଲେ। ପରେ ତାଙ୍କୁ କାକାଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଜଗତସିଂହପୁର ସଦର ବ୍ଲକ ନରଣପୁର ଗାଁରେ ବଜ୍ରାଘାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା […]
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜୁନ୍ ୨୮ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଗିରଫ କରିଛି। ଟିଟୋର ଭାଇ ସୟଦ ଆସ୍ଫାକ ଅଲ୍ଲୀ ଓରଫ ଜି ବାବୁ ଓ ସୟଦ ଇଫ୍ତେକାର ଅଲ୍ଲୀ ଓରଫ ଚିତୁ ସହ ଜଣେ ସଂପର୍କୀୟ ମୁନ୍ନାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୂର୍ବରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗିରଫ ହୋଇଥିଲା। ଗତ ବର୍ଷ ଜୁନ ୩୦ ତାରିଖରେ ଟିଟୋକୁ ଏନ୍କାଉଣ୍ଟର ପରେ ତା’ର ଦୁଇ ଭାଇ […]
ଭୁବନେଶ୍ୱର : ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ୍ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମରଶରୀର ଆସନ୍ତାକାଲି ଓଡ଼ିଶା ଆସିବ। ଆଜି ଆସିବାର ଥିଲା। କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଆସିପାରିବନି ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ମିଶ୍ର। ଏବେ ପାଟନାରେ ମରଶରୀର ଅଛି, ଆସନ୍ତାକାଲି ଆସିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : କିଛି ଦିନ ତଳେ କେନ୍ଦ୍ରାପଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ବଳଦେବଜୀଉଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଥିଲେ। ନବୀନଙ୍କ ଏହି ଦର୍ଶନ ପଛର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଡା. ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ମୋତେ ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ହେବାକୁ ଦେବେ ନାହିଁ ବୋଲି ନବୀନଙ୍କ ମନରେ ଜିଦ୍ ରହିଛି। ସେଥିପାଇଁ ଯାହା କରିବା କଥା […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ରାଉରକେଲା ଓ ଦେବଗଡ଼ରେ ମଧ୍ୟ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ।
ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି। ଖଇରା ଥାନା କୋଚିଆକୋଇଲି ଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ […]