ବଲାଙ୍ଗିର : ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ଯୋଗୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ଭିତରେ ପାଣି ପଶିଯାଇଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ […]
ଚୌଦ୍ୱାର : ଚଳନ୍ତା ଟ୍ରେନ୍ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଟ୍ରେନ୍ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍ ପିନ୍ଧି ଗଙ୍ଗୁଆ ମୋବାଇଲ୍ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି […]
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହାକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହି ସମୟରେ ଉତ୍ତର ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, […]
ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ। ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ […]
ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ। ଅରୁଣାଚଳ ପ୍ରଦେଶରୁ ଏତେ ପରିମାଣର ମଦ ଆସିଥିଲା ବିନା ଲାଇସେନ୍ସରେ। ବେଆଇନ୍ ଭାବେ ଏହି ଗୋଦାମରେ ମଦ କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ନବରଙ୍ଗପୁର : ପାଠ ଚାପରୁ ଆତ୍ମହତ୍ୟା । ନବରଙ୍ଗପୁର ସହର ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବାଥରୁମ୍ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁଶୀଳା ପୂଜାରୀ। ତାଙ୍କ ଘର କୋଷାଗୁମୁଡ଼ା ଅଞ୍ଚଳରେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ପାଠ ବୁଝିପାରୁନଥିବା ନେଇ ତାଙ୍କ ବାପାଙ୍କ ସହ […]
ଭୁବନେଶ୍ୱର : ୨୦୧୧ରୁ ୨୦୨୧ । ୧୦ ବର୍ଷରେ କେତେ ବଢ଼ିଛି ଆମ ଦେଶର ଜନସଂଖ୍ୟା ? ଲୋକ କେତେ ? ଘର କେତେ ? ନାଗରିକ କେତେ ? ୨୦୨୧ରେ ଏ ବଡ଼ ପ୍ରଶ୍ନର ଉତ୍ତର ପାଇବାକୁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବବୃହତ୍ତ ଗଣନା ଅଭିଯାନ ପାଇଁ ପ୍ରାକ୍ ପରୀକ୍ଷଣ ବା ପାଇଲଟ୍ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଘର ଗଣନା ପ୍ରକ୍ରିୟା। ଭୁବନେଶ୍ୱର ମହାନଗର ନିଗମ, […]
ଭୁବନେଶ୍ୱର : କଣ ହେବ ରାଜ୍ୟ ଯୋଜନା ବୋର୍ଡର ଭବିଷ୍ୟତ ? ପୁନର୍ଗଠନ ହେବାକୁ ଯାଉଛି କି ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ? ଯଦି ଏଭଳି ହୁଏ ତାହେଲେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ନେଇ ସଙ୍କେତ ମିଳିବାପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଚର୍ଚ୍ଚା ହେଉଛି କେନ୍ଦ୍ରର ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ କରିବାକୁ ସରକାର ବିଚାର କରୁଛନ୍ତି। କିଛିଦିନ ତଳେ ଜିଲ୍ଲା […]
ଭୁବନେଶ୍ୱ : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨ ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି କେନ୍ଦ୍ର ପାଖରେ ରଖାଯାଇଥିବା ସର୍ତ୍ତ ପୂରଣ ହେଲେ ଯାଇ ଏନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ସେପଟେ […]
ଭୁବନେଶ୍ୱର : ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ। ଯୁବତୀଙ୍କ ଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଛି। ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳିଳ ଫଟୋ ଉତ୍ତୋଳନ କରିଥିଲେ। ପରେ ସେସବୁ ଫଟୋକୁ ଭାଇରାଲ୍ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) : ରାଉରକେଲା ବିଧାୟକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି। ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି। ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ରହୁଥିବା ଖଗେନ୍ଦ୍ର ପ୍ରସାଦ ଦାସଙ୍କ ଏକ ଟାଟା ଏସ୍ ଗାଡ଼ିରେ ନିଆଁ ଲଗାଇ ଦେବା ସହ ଏପରି ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। […]
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମକା ଜମିରେ କୀଟନାଶକ ଔଷଧ ସିଞ୍ଚନ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଘରେ ଜନ୍ମ ନେଇଥିବା ବିଧାୟକ ପେଷାରେ ଜଣେ ଓକିଲ। ଜିଲ୍ଲାର ରାଇଘର, ଉମରକୋଟ,ଝରିଗାଁ,ଡାବୁଗାଁ ଏବଂ ଚନ୍ଦାହାଣ୍ଡିରେ ଚଳିତ ବର୍ଷ ମକା ଚାଷରେ ପୋକ ଲାଗିଥିବା ଖବର ପାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଭିନ୍ନ ଅଂଚଳ ଗସ୍ତ କରିବା ସହ ଚାଷୀଙ୍କ ସହ […]
ବାଲେଶ୍ୱର(ରଂଜିତ୍ ପାକଳ) : ଯାତ୍ରୀବାହୀ ବସ୍ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ। ହଠାତ୍ ଯାତ୍ରୀମାନେ ବସ୍ ଭିତରେ ଧୂଆଁ ଦେଖି ଚିତ୍କାର କରିଥିଲେI ଡ୍ରାଇଭର ଯାତ୍ରୀ ମାନଙ୍କୁ ତତ୍କ୍ଷଣାତ ଓହ୍ଲାଇ ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ I ବସ୍ର ଏସିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛିI ଏଥିରେ ଯାତ୍ରୀମାନଙ୍କ କୌଣସି କ୍ଷୟକ୍ଷତି […]
ସୁନ୍ଦରଗଡ଼ : ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩ ବର୍ଷର) ଓ ତାଙ୍କ ଭାଇ ଅବିନାଶ (୮ ବର୍ଷର)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସପିଟାଲ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।
ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ। ପ୍ରତାପ ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ। ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ପାଇଁ କ୍ୱାର୍ଟର ହୋଇଥିବାବେଳେ, ଏଠାରେ ଡାକ୍ତର ରହୁନଥିବା ଦେଖିବାକୁ ପାଇଥିଲେ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତାପ।
ପିପିଲି : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖିଲା ପୁଲିସ। ତାଙ୍କ ନାଁ ପଞ୍ଚୁ ମଲ୍ଲିକ। ତାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ଗତକାଲି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ନିଜେ ମୋବାଇଲ୍ କ୍ୟାମେରାରେ ସୁଟ୍ କରିଥିବା ଏକ ଆପତ୍ତିଜନକ ଭିଡ଼ିଓକୁ ମଧ୍ୟ ପୁଲିସକୁ ଦେଇଥିଲେ। ତାସହ ଯୌତୁକ […]
ଭୁବନେଶ୍ୱର : ନାଁକୁ ବିଜୁଳିରେ ବଳକା ରାଜ୍ୟ। ହେଲେ ଏବେ କିନ୍ତୁ ଘୋର ସମସ୍ୟା ସ୍ଥିତି। ଏମିତି ଯେ ବିଜୁଳି ଚାହିଦା ଭରଣା ପାଇଁ ବଜାରରୁ ଦୈନିକ ହଜାରେ ମେଗାଓ୍ୱାଟ୍ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର। ଯାହାର ଦାମ୍ ୧୨ରୁ ୧୬ କୋଟି ଟଙ୍କା। ହେଲେ କାହିଁକି ଏଭଳି ସ୍ଥିତି ? କୁହାଯାଉଛି ଭରତପୁର ଦୁର୍ଘଟଣା ପରେ ଏମ୍ସିଏଲ୍ କୋଇଲାଖଣି ଗୁଡ଼ିକରେ ପାଖାପାଖି ଦୁଇସପ୍ତାହ ଧରି ଆନ୍ଦୋଳନ ଚାଲିବାରୁ କୋଇଲା ଯୋଗାଣରେ ଗୁରୁତର ପ୍ରଭାବିତ ହେଲା। ଯାହାର […]
ଜୟପୁର ( ଗୌରୀ ଶଙ୍କର) : ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର। ଦୀର୍ଘ ୩୨ ଦିନ ପରେ ଆରତୀ ଘରେ ପହଞ୍ଚିବା ପରେ ପୁଅ ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଥିଲେ। ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏପରି ନିଖୋଜ ସହ ଏକ ସୁଇସାଇଡାଲ୍ ନୋଟ ଲେଖି ଚାଲିଯାଇଥିଲେ। ଏବଂ ଏତେଦିନ ଯାଏ […]
ସୋର : ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ଧୁଆଁ ବାହାରୁ ଥିବା ଜଣାପଡ଼ିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆରପି ଲାଗିଛନ୍ତି । […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ହସ୍ପିଟାଲ ଭିତରୁ ନାଗ ସାପ ଉଦ୍ଧାର। ସକାଳେ ମେଡିକାଲ ଭିତରେ ସାପ ବୁଲୁଥିବା ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ନେକ୍ ହେଲପ ଲାଇନ ସଦସ୍ୟଙ୍କୁ ଡାକିଥିଲେ। ସ୍ନେକ୍ ହେଲପ ଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ତେବେ ଡାକ୍ତରଖାନା ଭିତରେ ସାପ ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇପଡ଼ିଥିଲେ।
ଜଗତସିଂହପୁରରୁ (ଶଶାଙ୍କ ଶେଖର ପଣ୍ଡା) : ରାଜରାସ୍ତାରେ ଜଳୁଛି ନିଆଁ, ଧାରଣାରେ ବସିଛନ୍ତି ଚାଷୀ। ବିଲରେ ୩ ଫୁଟ ଉଚ୍ଚର ପାଣି ଜମିଥିବା ବେଳେ ଡ୍ରେନେଜ୍ କଟ୍ ଥାଇ ବି ପାଣି ନିଷ୍କାସନ ହେଉନଥିବାରୁ ଏ ହେଉଛି ଚାଷୀଙ୍କ ଅସନ୍ତୋଷର ନିଆଁ। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ସଦର ବ୍ଲକର ଶତାଧିକ ଚାଷୀ। ଅଭିଯୋଗ ହୋଇଛି, ପାଟେଣୀଗାଁ ଡ୍ରେନେଜ୍ କଟ୍ ଦୀର୍ଘ ଦିନ ହେଲା ସଫା ହେଉନଥିବାରୁ […]
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ପୁଲିସ ଏହି ଘଟଣାରେ ଗୌରୀଶଙ୍କର ରାଉତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତର ମାଆଙ୍କ ସହ ମୃତ ଗନମ୍ୟାନଙ୍କ ସମ୍ପର୍କ ବରଦାସ୍ତ ନକରିପାରି ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଆଜି ବାଲେଶ୍ୱର ଏସ୍.ପି ଏହି ସୂଚନା ଦେଇଛନ୍ତି। ନୀଳଗିରି ଜମୁଡିହା ପଞ୍ଚାୟତ ଅଧୀନରେ ଥିବା କେସୁରା ଗାଁର ବିଜୟ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ଶୁକ୍ରବାର ହତ୍ୟା କରାଯାଇଥିଲା। ତାଙ୍କ […]
ଭୁବନେଶ୍ୱର : ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବିମାନ ଯାତ୍ରୀ ହଟହଟା। ମେଘୁଆ ପାଗ ଯୋଗୁଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ଅବତରଣ କରି ନପାରିବାରୁ ପୁଣି ଭୁବନେଶ୍ୱର ଫେରି ଆସିଲା ବିମାନ। ସକାଳେ ଝାରସୁଗୁଡ଼ା ଯିବା ଲାଗି ଯାତ୍ରୀମାନେ ଆଲାଏଞ୍ଜ ବିମାନରେ ଯାତ୍ରା କରିଥିଲେ। ବିମାନ ଝାରସୁଗୁଡ଼ାରେ ପହଞ୍ଚିଥିଲା, ହେଲେ ପାଗ ଖରାପ ଥିବାରୁ ଅବତରଣ ଲାଗି ବିମାନବନ୍ଦର ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ଫଳରେ ବିମାନଟି କିଛି ସମୟ ଆକାଶରେ ଚକ୍କର ମାରିବା […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ସୂଚନା ଅନୁଯାୟୀ, ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ […]
ଭୁବନେଶ୍ୱର : ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ‘ନମାମି ସୁରମଣି’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରଵୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର କେତୋଟି କାଳଜୟୀ ଗୀତ ଗାଇଥିଲେ। ‘ଆଗୋ ଚନ୍ଦ୍ରିକା… ଗୀତଠାରୁ […]