କେନ୍ଦ୍ରାପଡ଼ା/ବାଲେଶ୍ୱର (ମନୋଜ ସ୍ୱାଇଁ/ରଶ୍ମିରଞ୍ଜନ ଦାସ) : ଆସାମ ପରେ ଓଡ଼ିଶାରେ କରାଯାଇପାରେ ନାଗରିକ ତାଲିକା(ଏନ୍ଆରସି)। ଏଠି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ଭାବେ ୪ ହଜାର ଭିତରେ ସୀମିତ ଥିବା ବେଳେ ଏମାନଙ୍କ ସଂଖ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ଜାଲ୍ ନୋଟଠୁ ଆରମ୍ଭ କରି ନିଶା କାରବାର ପରି ଅପରାଧ ବଢୁଥିବାରୁ ଏମାନଙ୍କୁ ଚିହ୍ନଟ କରି ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ବିରୋଧୀ। କେନ୍ଦ୍ରାପଡ଼ା ଜିଲ୍ଲା […]
ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ କରିଥିଲା। ଆଜି ତାକୁ ନେଇ ସ୍ପଟ୍ ଆଇଡେଣ୍ଟିଫିକେସନ କରିଛି ପୁଲିସ। ଅଭିଯୁକ୍ତ କିଭଳି ନାବାଳିକାକୁ ପିଛା କରିଥିଲା ଓ କେଉଁଠି ଅସଦାଚରଣ କରିଥିଲା ସେହି ତଥ୍ୟ ସେ […]
ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହା ସହିତ ଟ୍ରାଫିକ ସୁପରିଚାଳନା ନିମନ୍ତେ ପ୍ରଥମଥର ପାଇଁ ଅନେକ ଧରଣର ନୂଆ ଜୋରିମାନା ସାମିଲ କରାଯାଇଛି । ଏହି ନୂଆ […]
ଭୁବନେଶ୍ୱର : ୬ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମ୍ଓ। ଜିରୋ ଟଲେରାନ୍ସ ନୀତି ଅନୁସାରେ ୬ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଦର୍ଶାଯାଇଛି ଯେ, କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିଲେ। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ୍ର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ। ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। […]
ଉଦଳା( ମାନସ ପାଣି) : ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ। ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ। ସୂଚନା ମୁତାବକ , ନିଜ ସମୁଦି ଘରକୁ ବୁଲିବାକୁ ଆସିଥିଲେ ବାରିପଦା ଅଂଚଳର ଗୁରୁଭା ସିଂ। ଜଣେ ସଂପର୍କୀୟଙ୍କୁ ବାରମ୍ବାର ଜ୍ୱର ହେଉଥିବାରୁ ସେ ନେଇ ଘରେ ପୂଜା କରିବାକୁ ଗୁରୁଭାଙ୍କୁ ତାଙ୍କ ସମୁଦି କହିଥିଲେ। ଏହା […]
ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ରସାଳପୁରସ୍ଥିତ ଯଦୁନାଥ କଲେଜର ଜଣେ ଯୁକ୍ତ ୩ର ୩ୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏହି କଲେଜର କିଛି ଛାତ୍ର କଲେଜ ପରିସରରେ ସମ୍ପୃକ୍ତ ୩ୟ ବର୍ଷର ଛାତ୍ରଙ୍କୁ ଏକ ପୋଖରୀରେ ବୁଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି କଲେଜର ଗୋଟିଏ ଗୋଷ୍ଠୀର ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଛାତ୍ର ନିର୍ଯାତନା […]
ଭୁବନେଶ୍ୱର : ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଫଳରେ ଯେଉଁମାନେ ଆଧାର ଲିଙ୍କ କରିପାରିନଥିଲେ, ସେମାନେ ନିଜ ନିଜ ଆଧାର ଏଣିକି […]
ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ। ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗୁଣିଆ ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ। ମୃତକ ଜଣକ ହେଲେ ଜଗା କାବାସି। ମିଳିଥିବା ସୂଚନା ମୁତାବକ, କିଛି ଦିନର ଅସୁସ୍ଥତା ପରେ ଗତକାଲି ଏହି ଗାଁର ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ସନ୍ଦେହ କରିଥିଲେ ଜଗା କାବାସି ଗୁଣି କରିବାରୁ ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଛି। […]
ପୁରୀ : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ଓଟିଭିକୁ କହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜଦାସ। ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ […]
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଆଜି ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, “ଆଜି ମାଲକାନଗିରି, […]
ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍ବ୍ୟାକ୍ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ.ଶର୍ମା। କଲ୍ ସେଣ୍ଟରରୁ ଫୋନ୍ […]
କରଞ୍ଜିଆ : ବୋହୂକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ମହିଳା। ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା। ଗତ ୧୭ ତାରିଖରେ ମୟୂରଭଞ୍ଜ ମହୁଲଡ଼ିହା ଥାନା କଇଲିପାଳରେ ନବବଧୂଙ୍କୁ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ୫୩ ନମ୍ବର ରାଜ୍ୟ ରାଜପଥ ମହୁଲଡ଼ିହା ଥାନା […]
ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି। ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି। ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି। ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ମଧ୍ୟ ଆଜି ଭଙ୍ଗାଯାଉଛି। ଶ୍ରୀମନ୍ଦିର ସମ୍ମୁଖରେ ଶହ […]
ବାଲିଗୁଡ଼ା ( ଅଜିତ୍ ନାୟକ) : ବିଦ୍ୟୁତ୍ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ ଲିଟୁ ପ୍ରଧାନ। ଉଭୟେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ରଂଜନ ଓ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ ) : ଦେବଗଡ଼ ସହର ଦେଇ ଯାଇଥିବା ମୁମ୍ୱାଇ-କୋଲକାତା ସଂଯୋଗକାରୀ ୪୯ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି। ଏହାର ପ୍ରତିବାଦ କରି ଦେବଗଡ ଜିଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ମୁମ୍ବାଇ-କୋଲକାତା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ […]
ଭୁବନେଶ୍ୱର : କିଭଳି କରିବେ ଆତଙ୍କବାଦୀ ଆକ୍ରମଣର ମୁକାବିଲା। ଆତଙ୍କବାଦୀଙ୍କ ହମ୍ଲା ହେଲେ କେମିତି ଏହାକୁ ପ୍ରତିହତ କରିବେ ସୁରକ୍ଷା କର୍ମୀ। ଏନେଇ ରାଜଧାନୀର ସପିଂ ମଲରେ ହୋଇଛି ମକଡ୍ରିଲ୍। ଟାସ୍କଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ଏନ୍ଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଏହି ମକ୍ ଡ୍ରିଲରେ ସାମିଲ ହୋଇଥିଲେ। ପ୍ରଥମେ ମଲ୍ ବାହାରେ ଏକ ବୋମା ବ୍ଲାଷ୍ଟ ହୋଇଥିଲା। ସୂଚନା ପାଇ ସଙ୍ଗେସଙ୍ଗେ ମଲ୍ରେ ପହଞ୍ଚିଥିଲା ଟାକ୍ସଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, […]
ମୋହନା( ମିହିର ଯତି) : ଗଜପତି ଜିଲ୍ଲ ମୋହନାରେ ଲୁଡ୍ରୁ ଆଶ୍ରମ ସ୍କୁଲ ପରିସରରେ ଥିବା ଏକ କ୍ୱାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି। ମିଳିଥିବା ସୂଚନା ମୁତାବକ ,ଗତ କାଲି ରାତିରେ ସେ ଏକୁଟିଆ ଶୋଇଥିବାବେଳେ କେହି ଜଣେ ତାଙ୍କ ମୁହଁକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତଦେହ ପାଖରେ ଏକ ପଥର ପଡିରହିଛି। ପାରିବାରିକ […]
ବାରିପଦା ( ମାଣିକ ଲାଲ୍ ପାଣି) : ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ମୁହାଁମୁହିଁ ହୋଇଛନ୍ତି ୨ଟି ଟ୍ରକ୍ । ଘଟଣାସ୍ଥଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
ଭଦ୍ରକ : ସରପଞ୍ଚଙ୍କ ଘରେ ଭିଜିଲାନ୍ସ୍। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ। ଭଦ୍ରକ ଭଣ୍ଡାରିପୋଖରୀ ବ୍ଳକ ତେସିଙ୍ଗା ସେବା ସମବାୟ ସମିତି ସଂପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ରାଜେନ୍ଦ୍ରଙ୍କ ସ୍ତ୍ରୀ ସଂଗୀତା ଖଣ୍ଡେଇ ତେସିଙ୍ଗା ସରପଂଚ ଅଟନ୍ତି। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରାଜେନ୍ଦ୍ରଙ୍କ ଘରେ ରେଡ୍ କରାଯାଉଛି। ରାଜେନ୍ଦ୍ରଙ୍କ ବାସଭବନ ସହ ଇଟା ଫ୍ୟାକ୍ଟ୍ରି, ଶ୍ୱଶୂର ଘର, ତେସିଙ୍ଗା ସେବା ସମବାୟ ସମିତି, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ […]
ଆଳି ( ବନମାଳୀ ସାହୁ) : ଗୋଟିଏ ରାତିରେ ଦୁଇ ଜଣଙ୍କ ଘରୁ ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍। ଆକ୍ରମଣରେ ୪ ଗୁରୁତର। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଭରତପୁର ଗାଁରେ। ଆହତଙ୍କୁ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗାଁର ହାଡିବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରର ଗ୍ରୀଲ କାଟି ୫ରୁ ଅଧିକ ଡକାୟତ ପ୍ରବେଶ କରିଥିଲେ। ଏହି […]
ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଚାଲିବ। ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି ଗୁପ୍ତ କୋଠରୀ। ଉପର ତଳ ହୋଇ ରହିଛି ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ। ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା କୋଠରୀ ସବୁକୁ ଭଙ୍ଗାଯିବା ବେଳେ ଭିତରେ ବିଷଧର ସର୍ପ ଥିବା […]
ଭୁବନେଶ୍ୱର : କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ […]
ବାରିପଦା(ମାଣିକ ଲାଲ୍ ପାଣି): ଲାଞ୍ଚୁଆ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ(ଆର୍ପିଏଫ୍)ର ଦୁଇ ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ସେମାନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସିବିଆଇର ୨୦ ଜଣିଆ ଦଳ ଏହି ଚଢ଼ଉ କରିଥିଲେ। ପୂରା ଘଟଣା ଏମିତି। ବାରିପଦା ରେଳ ଷ୍ଟେସନ୍ ସମ୍ମୁଖରେ ଥିବା ରେଳ ବିଭାଗର ଜମିରେ ବହୁ ଦୋକାନ ଗଢ଼ି ଉଠିଛି। କିଛି ଦିନ ତଳେ ଏହି ଦୋକାନ ଗୁଡ଼ିକୁ ରେଳ ବିଭାଗ […]
ଭଦ୍ରକ(ପାର୍ଥ ସାରଥୀ): ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ, ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ। ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ। ଜଣେ ଗରିବ ହିତାଧିକାରୀ ବର୍ଷେ କାଳ ଅଫିସ୍ରୁ ଅଫିସ୍କୁ ଦୌଡ଼ି ରାସନ୍ କାର୍ଡ ପାଉନଥିବା ବେଳେ, ସ୍ଥାନୀୟ ଯୁବକଙ୍କ କେବଳ ଗୋଟିଏ ଟ୍ୱିଟ୍ ପରେ ତାଙ୍କୁ ଏକାଥରକେ ୯ […]