ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ। ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩ ଜଣଙ୍କ ଶବ। ଏହା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଆଖିରୁ ଶୁଖିଯାଇଛି ଲୁହ। ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଗୋଟିଏ ଦିନରେ ଓ […]
ଭୁବନେଶ୍ୱର : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍ରୁ ନିଆଯିବ ଫିଡବ୍ୟାକ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସିଂରେ ଆଲୋଚନା କରିଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ? ଏହାସହ ତଦନ୍ତ […]
ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ମନ ବଳାଉ ନାହାନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ଉପଦ୍ରୁତ ସ୍ୱାଭିମାନ ଅଞ୍ଚଳ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କଟୁପାଲି ଗ୍ରାମରୁ ଉଦ୍ଧାର ହୋଇଛି ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର। ଖାଦ୍ୟ ଅନ୍ୱେଷଣରେ ଆସି ଜଣଙ୍କ ବାଡ଼ିରେ ଲାଗିଥିବା ଜାଲରେ ଅଜଗରଟି ଫସି ଯାଇଥିଲା। ଏହାକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଧୀନସ୍ଥ ବାମବାରୀ ସେକ୍ସନର କର୍ମଚାରୀ ଆସି ଅଜଗର ସାପଟିକୁ ଗ୍ରାମରୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ଅଜଗର ସାପଟିର ଲମ୍ବ […]
ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷ କରି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା, ପ୍ରତ୍ନତତ୍ତ୍ୱ, ଭାଷା ଓ ସାହିତ୍ୟର ଗବେଷଣା, ଶିଳ୍ପୀ ତଥା କଳାକାରଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ, ସଙ୍ଗୀତ ଓ ନୃତ୍ୟର ବିକାଶ ବାବଦରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ । ଓଡ଼ିଆ ଭାଷା, […]
ଭୁବନେଶ୍ୱର : ଆଜି ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ କରାଯିବ। ଯେଉଁ ତିଥିରେ ଯାହାଙ୍କର ପିତୃପୁରୁଷ ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ପୁଅମାନଙ୍କ ହାତରୁ ପାଣି ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀରେ ତର୍ପଣ […]
ସମ୍ବଲପୁର (ସଂଜୟ ଜେନା) : ପୁରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ସବୁ ଛକ ଓ ଟ୍ରାଫିକ୍ ପୋଷ୍ଟରେ ନିୟମ କଡ଼ାକଡ଼ି ଲାଗୁ ହୋଇଛି। ମୋଟା ରକମର ଫାଇନ୍ ମଧ୍ୟ ଆଦାୟ ହେଉଛି । ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍ ଚାଳକ ସମସ୍ତେ ଜରିମାନା ଜାଲରେ ପଡିଛନ୍ତି । ଏବେ ଆଉ ଏକ ଖବର ଆସିଛି ଏହି ଜରିମାନା ଆଦାୟକୁ ନେଇ। ଟ୍ରାଫିକ୍ ପରିବହନ ନିୟମ ଉଲ୍ଲଂଘନରେ କଟିଛି ସର୍ବାଧିକ ଚାଲାଣ। […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ। ପୁଲିସ୍ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ […]
ବଣାଇ : ହିଂସ୍ର ହୋଇପଡ଼ିଥିଲେ ଗାଁ ଲୋକ! ହେଲେ ଅସହାୟ ଥିଲେ ବିଶା। ରାତିର ଅନ୍ଧକାରରେ ସବୁ ଦିଶୁଥିଲା ଜଳଜଳ। କିନ୍ତୁ ପ୍ରତିବାଦ କରିବାର ଚାରା ନ ଥିଲା ତାଙ୍କ ପାଖରେ। ହିଂସ୍ର ହାଇପଡିଥିବା ଗାଁ ଲୋକେ ପଶୁ ଭଳି ଝୁଣି ମାରିବାକୁ ବସିଥିଲ ସ୍ତ୍ରୀ ଗାଙ୍ଗୀ ଓ ଝିଅ ଶିବାନୀଙ୍କୁ। ଦେଖୁ ଦେଖୁ ସବୁ ସରିଗଲା। ବିଶାଙ୍କ ଆଖି ସାମ୍ନାର ଆଖି ମୁଦିଲେ ଝିଅ ଆଉ ସ୍ତ୍ରୀ। ଆଉ ଏହି ନୃସଂଶ କାଣ୍ଡର ମୁକ ସାକ୍ଷୀ […]
ବାଲେଶ୍ୱର : ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି। ବାଲେଶ୍ୱର ଟାଉନ୍ ଦର୍ଘା ମଇଦାନରେ ରୁହନ୍ତି ପାପା(ଛଦ୍ମନାମ)। ତାଙ୍କ ପରିବାର କହିଲେ ପାପା, ତାଙ୍କ ସ୍ତ୍ରୀ ଓ ୭ ପିଲା। କାମ-ଦାମ କରି ଚଳନ୍ତି ପୂରା ପରିବାର। ୭ ଦିନ ତଳେ […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି କୁହାଯାଉଛି। ଏପଟେ କଂଗ୍ରେସ ଓ ବିଜେପି ବି ବିଜେପୁର ବିଜୟ ଲାଗି କମରକଷା ଆରମ୍ଭ କରିଛନ୍ତି । କଂଗ୍ରେସର ଏକ କମିଟି ବିଜେପୁର ଯାଇ ତଥ୍ୟ ସଂଗ୍ରହ […]
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ। ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ […]
ଭୁବନେଶ୍ୱର :ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରୁ ତଥ୍ୟ ମାଗିଛନ୍ତି । ଏମିତିକି ବାରମ୍ବାର ଚିଠି ପରେ ବି ତଥ୍ୟ ଦେଉନଥିବା ୭ ଜିଲ୍ଲାର ସମବାୟ ଅଧିକାରୀଙ୍କ ଦରମା ବନ୍ଦ […]
ଭୁବନେଶ୍ୱର : ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି । ଟୁଇନସିଟି ସମେତ ରାଜ୍ୟରେ ସକ୍ରିୟ ଥିବା […]
ପୁରୀ : ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ । ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୂପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ। ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ […]
କଟକ : ସମଗ୍ର ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି। ଆର୍ଯ୍ୟ ଓ ଦ୍ରାଭିଡ ଦୁଇଟି ଜାତି, ସେମାନେ ବାହାରୁ ଆସିଛନ୍ତି ବୋଲି କୁହାଯାଇଛି। ଏହାର କୌଣସି ସତ୍ୟତା ନାହିଁ। ଆଜି ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବ୍ରିଟିଶ ସାମ୍ରାଜ୍ୟବାଦକୁ ଚିରସ୍ଥାୟୀ କରିବା ପାଇଁ ଏଭଳି ଇତିହାସ ଲେଖାଯାଇଛି। ସେହିପରି ହିନ୍ଦୁ ଓ ଶିଖ୍ ଅଲଗା ଅଲଗା ଧର୍ମ ବୋଲି ଯାହା […]
ଢେଙ୍କାନାଳ(ରାଜଶ୍ରୀ ଶତପଥି): ଭରା ନଈ, ଉଚ୍ଛୁଳା ପାଣି। କେଉଁଠି ବେକେ ତ କେଉଁଠି ପାଟିଏ। ପାଦ ଖସିଗଲେ, ଜୀବନ ଶେଷ। ହେଲେ ସାପୁଆ ନଈରେ ପାଣି ଯେତେ ଥାଉ, ସୁଅ ଯେମିତି ପଡିଥାଉ, ଭ୍ୟାନିଟିକୁ ମୁଣ୍ଡ ଯାଏ ଟେକି ଧରି ବିନି ଦିଦି ଆରପଟେ ଥିବା ସ୍କୁଲ ଯିବାଟା ଥୟ। ବିନି ଦିଦିଙ୍କ ଭଲ ନାଁ ବିନୋଦିନୀ ସାମଲ। ଘର ଜରିପାଳ ଗାଁରେ। ଯାହାର ବିପରୀତ ପଟେ ରହିଛି ବିନିଦିଦିଙ୍କ କର୍ମକ୍ଷେତ୍ର ଢେଙ୍କାନାଳ ରଥିଆପାଳ ଉଚ୍ଚପ୍ରାଥମିକ ସ୍କୁଲ। […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ସ୍କୁଲ୍ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା? ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି। ବାଲେଶ୍ୱର ସହର ମଠସାହିର ସାକର ହାସଁଦାଙ୍କ ପୁଅ ମହାବୀର ନୋଡ଼ାଲ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍ରେ ବହିବସ୍ତାନୀ ରଖି ପିଲାଟି […]
ଭୁବନେଶ୍ୱର : ମୋତେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ତା’ ପାଖକୁ ନେଇଥିଲା। ମୋ ମଥାରେ ସିନ୍ଦୂର ଦେଇଥିଲା। ୨୦୧୮ ଡିସେମ୍ବର ୨୫ରେ ନେଇଥିଲା । ମୋ ମଥାରେ ସିନ୍ଦୂର ଦେଇଥିଲା। ମୋ ସହିତ ମୋ ଝିଅ ଯାଇଥିଲା। ୨୭ ତାରିଖରେ ମତେ ଗାଳିଗୁଲଜ କରି ମାରିବା ଧମକ ଦେଲା। ସେତେବେଳେ ମୋ ଝିଅ ବହୁତ କାନ୍ଦିଲା। ଆମେ ରାତି ୧୦ଟାରେ ଘରୁ ବାହାରି ପଳାଇ ଆସିଲୁ। ଇଏ ହେଉଛି ଜଣେ ପ୍ରେମ ପ୍ରତାରଣର ଶିକାର ହୋଇଥିବା […]
ବଲାଙ୍ଗିର : ନୂଆ ମୋଟର୍ ଯାନ ନିୟମ ଲାଗୁ ହେବା ପରେ ଏବେ କଡ଼ାକଡ଼ି ହେଉଛି ଟ୍ରାଫିକ୍ ଯାଞ୍ଚ। ରାଜଧାନୀ ଭୁବନେଶ୍ୱର, କଟକ ସମେତ ଅନ୍ୟ ସହରରେ ଲୋକଙ୍କୁ ଏନେଇ କରାଯାଉଛି ସଚେତନ। ତେବେ ବିଡ଼ମ୍ବନାର ବିଷୟ ଯେ, ବଲାଙ୍ଗିରରେ ଏବେ ସୁଦ୍ଧା ନିୟମକୁ କଡ଼ାକଡ଼ି ଲାଗୁ ହୋଇନି। ନା ଟ୍ରାଫିକ୍ ସିଗନାଲ୍, ନା ଅନ୍ୟ ଛକରେ କେଉଁଠି ବି ଯାଞ୍ଚ ହେଉନି । ଲୋକେ ପୂର୍ବ ଭଳି ନିୟମ ଉଲ୍ଲଂଘନ କରୁଛନ୍ତି। ନିୟମ ମାନିବା ତ […]
ଭୁବନେଶ୍ୱର : ଓଡ଼ିଶା ଗଣମାଧ୍ୟମରେ ଜ୍ୱଳନ୍ତ ପ୍ରତିଭା ହେଉଛନ୍ତି ଦିଲୀପ ଶତପଥୀ। ସେ ଥିଲେ ଜଣେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି। ଏହାଛଡ଼ା ସେ ଜଣେ ଭଲ ମଣିଷ ଥିଲେ। ଜୀବନ କାଳ ଭିତରେ ବହୁ ଯୁବ ସାମ୍ୱାଦିକ ଗଢ଼ିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର ଉଦାହଣ ହୋଇ ରହିବ। ବଡ଼ ଓ ସାନ ଭିତରେ ଫରକ ନରଖି ସେ ସମସ୍ତଙ୍କ ସହିତ ମିଶୁଥିଲେ। ସମସ୍ତଙ୍କ ସୁଖ ଓ ଦୁଃଖ ବେଳେ ଛିଡ଼ା ହେଉଥିଲେ। […]
ଢେଙ୍କାନାଳ : ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଢେଙ୍କାନାଳ ଓଡ଼ାପଡ଼ାର ଏହି ଶିକ୍ଷୟିତ୍ରୀ ବର୍ଷାଦିନେ କେନାଲରେ ଆସିଥିବା ବଢି ପାଣିରେ ପଶି ସ୍କୁଲକୁ ଯାଆନ୍ତି। ଦୀର୍ଘ ୧୦ ବର୍ଷ ହେଲା ବିନୋଦିନୀ ବିନା ଛୁଟିରେ ମଧ୍ୟ କାମ କରୁଥିବା ଜଣାପଡିଛି। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶିକ୍ଷୟିତ୍ରୀ ବିନୋଦିନୀ […]
ଭୁବନେଶ୍ୱର : ଟ୍ରାଫିକ ଜୋରିମାନା କମ୍ କରିପାରନ୍ତି ରାଜ୍ୟ ସରକାର। ଗୁଜରାଟ ସରକାର ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଥିବାରୁ ଓଡ଼ିଶା ମଧ୍ୟ କିଛି କମ୍ କରିବାର ସିଗ୍ନାଲ ଦେଇଛି। ଏପଟେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭୁବନେଶ୍ୱର ଆର୍ଟିଓ ଅଫିସରେ ଲମ୍ବା ଲାଇନ୍ ଲାଗିଛି। ଲାଇସେନ୍ସ ଦେବା ପାଇଁ ଯେତିକି କାଉଣ୍ଟର ଥିଲା, ଏବେ ତାହା ଡବଲ ହୋଇଛି। ତଥାପି ଭିଡ଼ କମୁନି। ଆଜି ଖୋଦ ପରିବହନ ସଚିବ ଜି. ଶ୍ରୀନିବାସ କାମର ତଦାରଖ […]
ଭୁବନେଶ୍ୱର : ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକର। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି ଜେଲରୁ ଜାମିନ୍ରେ ମୁକୁଳିବା ପରେ ବି ଭୁବନେଶ୍ୱରରେ ପୁଣି ଶିକାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏପରିକି ଧୋକାବାଜି ପ୍ରେମିକର ଶିକାର ସାଜିଥିବା କିଛି ମହିଳା ଓଟିଭି […]
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ନେଇ ସାଂଘାତିକ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେବା ପରେ ବି ଇଞ୍ଜେକ୍ସନ୍ ସହ ସାଲାଇନ୍ ଲଗାଯାଇଥିବା ଅଭିଯୋ ହୋଇଛି। ସୂଚନା ମୁତାବକ ,କ୍ଷେତ୍ରମଣି କୁସୁମ ନାମକ ଲଇକେରା ବ୍ଲକ୍ ଜାଲିମାଲ ଗାଁର ଜଣେ ବ୍ୟକ୍ତି କୌଣସି କାରଣରୁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। […]