ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍ ହେଲ୍ପ ଲାଇନ୍କୁ ଯୋଗାଯୋଗ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୦ ଫୁଟ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବାଗେଡ଼ିଆ ଗ୍ରାମରୁ ବି ଏକ ଅଜଗର ଛୁଅା ଉଦ୍ଧାର […]
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା ଦେଖାଦେଇଛି ଯେ କେଉଁଠି ମେଟାଲ ଉଠିଛ ତ କେଉଁଠି ରାସ୍ତା ମଝିରେ ଗାଢେ ଖାଲ। ଏମିତି ବିପଦ ସଙ୍କୁଳ ଅବସ୍ଥାରେ ନିତି ଦିନ ପିଲାଙ୍କୁ ସ୍କୁଲ ବି […]
କୁଚିଣ୍ଡା : ବ୍ୟାଙ୍କ୍ରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୁଚିଣ୍ଡାରେ ଯମନକିରା ଅାନ୍ଧ୍ର ବ୍ୟାଙ୍କ୍ରୁ ବନ୍ଧୁକ ମୁନରେ ୧୦ ଲକ୍ଷ ୯୩ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କ୍ର ୩ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଲୁଟ୍ କରିଥିବାବେଳେ CCTV ହାର୍ଡ଼ଡିସ୍କ ବି ନେଇଯାଇଛନ୍ତି ଦୁର୍ବୃତ୍ତ। କଳା ପଲସରରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅାସି ଲୁଟିନେଇଥିବା ସୂଚନା ମିଳିଛି।
କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ। କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ। ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ କରାଯିବ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର କୋରାପୁଟ ଶାଖା ଚେତାବନୀ ଦେଇଛି। ଜୟପୁରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାସ୍ଥର ପରେ ଚତୁର୍ଥ ଶ୍ରେଣୀ […]
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି ବୋଲି ସୂଚନା ମିଳିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ ଯୋଗେ ଏମ୍ସକୁ ସୂଚନା ଆସିଛି। ତେବେ ଗସ୍ତ ବାତିଲ ନେଇ ଏଯାଏଁ କୌଣସି ଲିଖିତ ବାର୍ତ୍ତା ଆସିନାହିଁ।
ଭୁବନେଶ୍ୱର: ପୁଲିସ ଏଡିଜିଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳଙ୍କ ମାଡ଼ ଅଭିଯୋଗ ଘଟଣାକୁ ନେଇ ସଂପୃକ୍ତ ଟ୍ରାଫିକ କନଷ୍ଟେବଳ ଥାନାରେ ଏତଲା ଦେଇଛନ୍ତି। ଏନେଇ ଆଜି ଟ୍ରାଫିକ୍ କନଷ୍ଟେବଳ ପୁଷ୍ପଲତା ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ପକ୍ଷରୁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ଏଜି ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ପୁଲିସ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅକୁ ଚାପୁଡ଼ା ମାରିଥିବା ଅଭିଯୋଗ […]
ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଜିଆର୍ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ ପ୍ରଶାସନକୁ ଖବର ମଧ୍ୟ ଦିଆଯାଇଛି। ଓହ୍ଲାଇ ପଡ଼ଥିବା ଏହି ପ୍ରବାସୀମାନେ ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଆସୁଥିଲେ। ତେବେ ସେଥିମଧ୍ୟରୁ କିଛି ପ୍ରବାସୀ ବ୍ରହ୍ମପୁରରେ ଓହ୍ଲାଇଥିଲାବେଳେ ଆଉ ୪୦୦ରୁ ଅଧିକ […]
ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍ରେ ଥିବା ‘ରେନ୍ ଦ କ୍ଲବ’ ଉପରେ ରେଡ୍ ହୋଇଛି। କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଏହା ସହ ବାର୍ର ଜଣେ ସିକ୍ୟୁରିଟି ଗାର୍ଡ ଓ ୨ ଅନ୍ୟ ଷ୍ଟାଫ୍ଙ୍କୁ ମଧ୍ୟ ଅଟକ ରଖାଯାଇଛି। ଲକ୍ଡାଉନ ସମୟରେ ବାର୍ ପକ୍ଷରୁ ଚଢ଼ା ଦରରେ ବେଆଇନ ମଦ […]
ଆନନ୍ଦପୁର: ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ସଙ୍ଗରାଇ ଜଙ୍କ, ବନମାଳୀ ଗାଗରାଇ ଓ ଅଜୟ ଦିଗାର। ଖବର ଅନୁଯାୟୀ, ସିଙ୍ଗରାଜ ନିଜ ଅସୁସ୍ଥ ପୁଅକୁ ବାଇକରେ ବସାଇ ଡାକ୍ତରଖାନା ଯାଉଥିଲେ। ସେଠାରେ ପୁଅକୁ ଇଞ୍ଜେକସନ ଦେଇ ଫେରୁଥିବାବେଳେ ଗହଳମୁଣ୍ଡା କଲୋନୀ ନିକଟରେ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସିଙ୍ଗରାଇ ଓ ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇଙ୍କ […]
ଭଦ୍ରକ: ବାତ୍ୟା ‘‘ଅମ୍ପନ’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସମୁଦ୍ର ନିକଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୁଦ୍ର ଉପକୂଳ ଠାରୁ ୩ କିଲୋମିଟର ଦୂରରେ ରହିଥିବା ଗାଁ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଦୁଇଟି ବ୍ଲକର୨୨ଟି ପଞ୍ଚାୟତର ୯୧ ଟି ଗାଁ […]
କଟକ : ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ। ସାନଭାଇର ପନିକି ଚୋଟରେ ବଡ଼ଭାଇ ଓ ଭାଉଜ ଗୁରୁତର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସାଧୁପୁର ଗାଁରେ। ଗୁରୁତର ଦୁଇ ଜଣ ହେଉଛନ୍ତି ପ୍ରମୋଦ ପଣ୍ଡା ଓ ତାଙ୍କ ପତ୍ନୀ ମଂଜୁଲତା। ଉଭୟଙ୍କ ମୁଣ୍ଡ, ହାତ ଓ ଦେହର ବିଭିନ୍ନ ଯାଗାରେ ଗଭୀର ଅାଘାତ ଲାଗିଛି। ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର […]
ବ୍ରହ୍ମପୁର : ବ୍ରହ୍ମପୁରରେ ରୋଡ୍ ରୋମିଓକୁ ପାନେ। ବାରମ୍ବାର ପିଛା କରୁଥିବା ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଜଣେ ଛାତ୍ରୀ। ଏହି ମାଡ଼ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବ୍ରହ୍ମପୁର ସହରର ଗାନ୍ଧିନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ସଂପୃକ୍ତ ଯୁବକ କମେଣ୍ଟ କରିବାରୁ ଛାତ୍ରୀ ଜଣକ ରୋଡ୍ ରୋମିଓଙ୍କୁ ପାନେ ଦେଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇଯାଉଥିବା ଲୋକ ସଂପୃକ୍ତ ଦୃଶ୍ୟକୁ ଭିଡିଓ ସୁଟିଂ କରି […]
ମାଲକାନାଗିରି: ପେଟପଟଣା ପାଇଁ ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ। ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା। ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ମୃତକଙ୍କ ଗାଁରେ ପହଞ୍ଚିଥିଲା। ମୃତକ ହେଲେ ବାସୁଦେବ କୁରାମୀ। ଦଶଦିନ ତଳେ […]
କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ରେ କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ରେଡ୍ ଚାଲିଛି। ଭିଜିଲାନ୍ସର୨ଟି ଟିମ୍ ଏକାସାଙ୍ଗରେ ଚଢ଼ଉ କରିଛି। ପଟ୍ଟାମୁଣ୍ଡାଇ ତହସିଲ, କେନ୍ଦ୍ରାପଡ଼ା ମ୍ୟୁନିସ୍ପାଲିଟି ସହ କେନ୍ଦ୍ରାପଡ଼ା ମାପ ଓ ଓଜନ ବିଭାଗ ଅଫିସ୍ରେ ରେଡ୍ ଚାଲିଛି। ଟିଟୋ ସହ ଲିଙ୍କ୍ ଅଭିଯୋଗରେ ଗତ କିଛି ଦିନ ହେବ କେନ୍ଦ୍ରାପଡ଼ା, କଟକ, ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ୍ ପକ୍ଷରୁ ଚଢ଼ଉ ଚାଲିଛି।
ଭୁବନେଶ୍ୱର : ବୌଦ୍ଧରେ ସାଇକଲରେ ଶ୍ମଶାନକୁ ଶବ ବୁହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଅାଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ, ସାରା ରାଜ୍ୟରେ ଏମିତି ଦେଖାଯାଉଛି। ଲୋକେ ସାମାଜିକ ବାସନ୍ଦ ହେଉଛନ୍ତି। କିନ୍ତୁ ସରକାର ଜାଣିପାରୁନାହାନ୍ତି କି ବୋଲି ବସନ୍ତ ପ୍ରଶ୍ନ କରିଛନ୍ତି। ଅାମ ଗାଁ ଅାମ ବିକାଶ ନେଇ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ଲାଗି ସରପଞ୍ଚମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତା ବଳରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କାଦୁଆ ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ସୁରତ, ମହାରାଷ୍ଟର ଏବଂ ତାମିଲନାଡୁରୁ ପ୍ରବାସୀଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସେ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଏହା ବ୍ୟତୀତ ପଞ୍ଚାୟତରେ […]
ବ୍ରହ୍ମପୁର: ବ୍ରହ୍ମପୁର ମେଡିକାଲ୍ରେ ଅପରେସନ ହୋଇଥିବା ଲୋମଶ ଶିଶୁ କାହ୍ନାର ଆଜି ଷ୍ଟିଚ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ଅପରେସନ ପରେ କାହ୍ନା ଭଲ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ବ୍ରହ୍ମପୁର ମେଡିକାଲ୍ରେ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟୟ ଅପରେସନ୍ କରାଯାଇଥିଲା। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ଅସ୍ତ୍ରୋପଚାର ପରେ […]
ନୟାଗଡ଼: ଆମ ପରିବାର ସଦସ୍ୟଙ୍କୁ ଫେରାଇ ଆଣ, ନ ହେଲେ ସାମୁହିକ ଆତ୍ମହତ୍ୟା କରିବୁ । ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଏଭଳି ଚରମ ପତ୍ର ଲେଖିଛନ୍ତି ରଣପୁର ବ୍ଲକ ଦାମୋଦରପୁର ଗାଁର ୧୮ଟି ପରିବାର। ଲକ୍ଡାଉନ ଯୋଗୁଁ କେରଳରେ ଦେଢ଼ ମାସ ହେବ ଫସି ରହିଛନ୍ତି ଦାମୋଦରପୁର ଗାଁର ୧୮ ଜଣ ଶ୍ରମିକ । ଏବେ ସେମାନଙ୍କ ପାଖରେ ନା କାମ ଧନ୍ଦା ଅଛି ନା ଟଙ୍କା । ଏମିତି କି ଶ୍ରମିକମାନେ ଖାଇବାକୁ ପାଉନଥିବା ଅଭିଯୋଗ […]
ସୋର: ବିବାହ ପ୍ରଲୋଭନ ଦେଖାଇ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୨୮ ତାରିଖରେ ଦିଗଭଅଁରା ଗାଁର ଜଣେ ବିବାହିତ ଯୁବକ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇଥିଲେ। ସେଠାରେ ଯୁବକ ଜଣକ ନିଶା ଔଷଧ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣଙ୍କ ଅଭିଯୋଗ କରିବା […]
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ମାଓବାଦୀମାନେ ୪ଟି ପୋଷ୍ଟର ଲଗାଇଛନ୍ତି। ମାଓ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍ ଓ କିଛି ଟଙ୍କା ଦେଇ […]
ଗଜପତି: ଲଗାଣ ବର୍ଷା ହେଲା, କୋଉଁଠି ବନ୍ୟାରେ ବିଲ ଧୋଇଗଲା ତ କେଉଁଠି ଚାଷ ପାଇଁ ଉପଯୋଗ ପାଣି ମିଳିଲା। ତେବେ ଗଜପତି ଜିଲ୍ଲାର ମୋହନା ଓ ଆର୍ ଉଦୟଗିରି ବ୍ଲକ୍ର ଚାଷୀଙ୍କ ଲାଗି ଏବେ ପାଣି ଚିନ୍ତା ଘାରିଛି। ଲଗାଣ ବର୍ଷା ପରେ ବି ଏହି ଦୁଇ ବ୍ଲକ୍ର ଅନେକ ଦୁର୍ଗମ ଅଞ୍ଚଳର ଚାଷୀଙ୍କ ଜମିରେ ପାଣି ନାହିଁ। ଢେପୁଆ ଜମି ଥିବାରୁ ପାଣି ସୁବିଧାରୁ ଏଠାକାର ଚାଷୀ ବଞ୍ଚିତ ହେଉଛନ୍ତି। ଉଠା ଜଳସେଚନ ପ୍ରକଳ୍ପ […]
ରାୟଗଡ଼ା: ଖେଳକୁଦ ବୟସରେ ରୋଗ ଯନ୍ତ୍ରଣା ଯେମିତି ଜୀବନର ଗତି ବଦଳାଇ ଦେଇଛି। ଜ୍ୱରରେ ଛଟପଟ ହୋଇ ନିଇତି କାନ୍ଦୁଛି ଚାନ୍ଦିନୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ କନ୍ଧବାଲିଯୋଡ଼ି ଗାଁର ସାଢେ ୩ ବର୍ଷର ଝିଅ ଚାନ୍ଦିନୀ ଜାନୀ ମଧୁମେହ ରୋଗରେ ପୀଡ଼ିତ। କେତେବେଳେ ହାତଗୋଡ଼ ବିନ୍ଧୁଛି, ତ କେତବେଳେ ଜ୍ୱରରେ ଥରୁଛି। ପୁଣି ପେଟ ଫୁଲି ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଛି। ଚାନ୍ଦିନୀର ସୁଗାର ଏତେ ବଢ଼ିଛି ଯେ, ଦିନକୁ ତିନିଥର ଇନସୁଲିନ୍ ନେବାକୁ ପଡୁଛି। […]
ପାରାଦୀପ : ପାରାଦୀପ ବନ୍ଦରରେ ତାଇଓ୍ୱାନ୍ର ୨୦ ଜଣିଆ ପ୍ରତିନିଧି ଦଳ। ପାରାଦୀପ ବନ୍ଦରର ଭିତ୍ତିଭୂମି ଓ ସ୍ଥିତି ଉପରେ ଏହି ଟିମ୍ ଆଲୋଚନା କରୁଛି। ଓଡ଼ିଶାରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ତାଇଓ୍ୱାନ୍ ଟିମ୍ ଯୋଜନା ରଖିଛି। ଏହି ପ୍ରିତିନିଧି ଦଳ ପ୍ରଥମେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ପରେ ପାରାଦୀପ ବନ୍ଦର ବୁଲି ଦେଖିବେ। ବନ୍ଦରର ଭୌଗୋଳିକ ସ୍ଥିତି କଣ ରହିଛି ଏବଂ ବନ୍ଦର ପୋତାଶୟର ଦକ୍ଷତା ଓ କ୍ଷମତା […]
ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାରେ ୩ଜଣ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ୱର ସମ୍ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଏମଜିଏମ୍ ଗ୍ରୀନ ଏନର୍ଜୀ ତରଫରୁ ଜିଲ୍ଲାର ସମସ୍ତ ଟିଏମସିର କର୍ମଚାରୀଙ୍କୁ ମାସ୍କ, ସାନଟାଇଜର, ଆପ୍ରନ ଆଦି ମେଡିକାଲ କିଟ୍ ବଣ୍ଟନ କରାଯାଇଛି। ଏନେଇ ହରଭଙ୍ଗା ସ୍ଥିତ ଲୁକାପଡା ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କ […]