• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error127
୧୧ରୁ ୧୫ ରାଜଧାନୀରେ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍। ଏଥିରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବେ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇରେ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରେ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା ହେବାନେଇ ସ୍ଥିର କରାଯାଇଛି। ଏ ନେଇ ସମସ୍ତ ବିଭାଗ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି। ଓଡ଼ିଶାରେ […]

  • Monday, 19 July 2021
truck
ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦମ୍ୟ

ଭଦ୍ରକ: ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଭଦ୍ରକ ଜିଲ୍ଲା ନାୟକାଣିଡିହି କାଳୀଦାସପୁର ଗାଁରେ ଥିବା ଏକ ପାଣି ଟାଙ୍କି ଶିଡ଼ି ଦେଇ ଜଣେ ବ୍ୟକ୍ତି ଉପରକୁ ଉଠିଯାଇଥିଲେ। ଗାଁଲୋକେ ଦେଖି ଅଗ୍ନିଶମ ବିଭାଗ, ପୋଲିସକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ସୋର ଥାନା ଅଂଚଳରେ।  ତାଙ୍କ ନାଁ ଶିବ […]

  • Monday, 19 July 2021
vlcsnap-error021
୨୦୧୯ ସୁଦ୍ଧା ସରିବ କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା କାମ

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା ପ୍ରକଳ୍ପ କାମ ୨୦୧୯ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପରିଡ଼ା। କଟକରେ ସ୍ୱେରେଜ୍‌ ପାଇପ୍‌ଲାଇନ ବିଛାଇବା କାମ ୭୫ ପ୍ରତିଶତ ଓ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୯୫ ପ୍ରତିଶତ ଶେଷ ହୋଇଛି। ସେହିପରି ଭୁବନେଶ୍ୱରରେ ସ୍ୱେରେଜ୍‌ ଲାଇନ କାମ ୭୦ ପ୍ରତିଶତ ଓ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୫୮ ପ୍ରତିଶତ ଶେଷ ହୋଇଛି। କଟକ ସିଡିଏରେ ନିର୍ମାଣାଧୀନ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଅକ୍ଟୋବର ଏବଂ ମତଗଜପୁର […]

  • Monday, 19 July 2021
vlcsnap-error516
ଆନ୍ଧ୍ରପ୍ରଦେଶ ପଥର ଖାଦାନରେ ବିସ୍ଫୋରଣ ଘଟଣା: ଆଉ ଜଣେ ଓଡ଼ିଆଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ଆଗରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଭୀମ ନାହାକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ୫୬ ବର୍ଷୀୟ ଭୀମ ନାହାକଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିସ୍ଫୋରଣରେ ଗୁରୁତର ହୋଇ […]

  • Monday, 19 July 2021
tamato
ଟମାଟୋ ଟ୍ରକ୍‌ ଓଲଟି ପଡିଲା, ବୋହି ନେଲେ ସମସ୍ତେ

ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍‌ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା। ଟ୍ରକ୍‌ଟି ଓଲଟି ପଡିବା ପରେ ଟ୍ରକ୍‌ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ […]

  • Monday, 19 July 2021
yojana
ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ଲୋଭନୀୟ ସ୍କିମ୍‌ର ଭେଟି

ଭୁବନେଶ୍ୱର : ଅଗଷ୍ଟ ୧୫ରୁ ରାଜ୍ୟରେ ଅାରମ୍ଭ ହେବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ୩ କୋଟି ୫୦ ଲକ୍ଷ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ପାଇଁ ସରକାର ଦେବେ ସ୍ୱାସ୍ଥ୍ୟ ସହାୟତା। ଖର୍ଚ୍ଚ ହେବ ପାଖାପାଖି ୫୦୦ କୋଟି। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା ହୋଇନି। କେଉଁଠୁ ଟଙ୍କା ଅାସିବ ତାହା ବି କହିନାହାଁନ୍ତି ସରକାର। ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅକ୍ଟୋବର ୨ରୁ ହେବ ଲାଗୁ। ୨୫ ଲକ୍ଷ ଲୋକଙ୍କୁ ଟଙ୍କାକରେ […]

  • Monday, 19 July 2021
assam
ଖଣ୍ଡେ ଲାଠିରେ ଚାଲିଛି ତଟ ସୁରକ୍ଷା

ଭୁବନେଶ୍ୱର: ଓଡ଼ିଶାକୁ ମୁହାଁଇଛନ୍ତି ଆସାମ ଶରଣାର୍ଥୀ। ସେ ଦୃଷ୍ଟିରୁ ଆମ ସାମୁଦ୍ରିକ ଥାନା ଗୁଡ଼ିକ ସତର୍କ ରହିବା କଥା। ହେଲେ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନାର ଦୃଶ୍ୟ ଥିଲା ଅଲଗା। ଥାନା ପରିସର ଖାଁ ଖାଁ ଲାଗୁଥିଲା। ଆଉ ଉପକୂଳ ସୁରକ୍ଷାର ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଛାଡ଼ନ୍ତୁ ଖଣ୍ଡେ ଖଣ୍ଡେ ଲାଠିରେ ଚାଲିଛି ଏଠିକାର ତଟସୁରକ୍ଷା। ସବୁଠାରୁ ଉଦ୍‌ବେଗର କଥା ହେଉଛି ଏଠି ୭୭ ଜଣଙ୍କ ସ୍ଥାନରେ ଥାନାରେ ଅଛନ୍ତି ମାତ୍ର ୯ ଜଣ କର୍ମଚାରୀ। […]

  • Monday, 19 July 2021
ganjam
ପୂର୍ବ ଶତ୍ରୁତାରୁ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା। ଅନ୍ୟଜଣେ ଗୁରୁତର ଅାହତ ହୋଇଛନ୍ତି। ଅାକ୍ରମଣରେ ଗୁରୁତର ଅାହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ୭ ଜଣ ଏହି ଅାକ୍ରମଣ କରିଥିବା ସୂଚନା ମିଳିଛି।

  • Monday, 19 July 2021
boy attack
ମାଡ଼ ମାରି ଦୁଇ ହାତ ଭାଙ୍ଗି ଦେଲା ପୋଲିସ!

ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଡ ମାରିବା ପରେ ଅଜିତ୍‌ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ […]

  • Monday, 19 July 2021
amania
ଚେନ ପୁଲିଂ କରି ଧରାପଡିଲେ ଅମାନିଆ

ବାଲୁଗାଁ: ପୁଣିଥରେ ଚେନ୍‌ ପୁଲିଂ କରି ଧରାପଡିଲେ ଅମାନିଆ। ପ୍ରବାସ ଫେରନ୍ତା ଓଡିଆ ଚେନ୍ନାଇରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନରେ ଚେନ ଟାଣି ଓହ୍ଲାଇପଡିଥିଲେ। ପ୍ରବାସୀ ଓଡିଆ ବାଲୁଗାଁ ନିକଟ ଧୁଆଁଳ ଗେଟ ନିକଟରେ ୪୪ ଜଣ ଚେନ ଟାଣି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକ ରଖି ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରିଥଲା। ସେମାନଙ୍କ ମଧ୍ୟରୁ  ୩୧ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ବାଣପୁରର ୧୦ ଜଣ, ବାଲୁଗାଁର […]

  • Monday, 19 July 2021
jagannath puri
ଶ୍ରୀମନ୍ଦିର ସଂସ୍କାର ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଅାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଅାଲୋଚନା କରିଛି ପ୍ରଶାସନ। ତେବେ ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ଏହି ବୈଠକରେ ଅାଲୋଚନା ହୋଇନାହିଁ। […]

  • Monday, 19 July 2021
cm
ସ୍କିଲ୍ ମ୍ୟୁଜିୟମ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ଦେଶର ସର୍ବପ୍ରଥମ ସ୍କିଲ୍‌ ମ୍ୟୁଜିୟମ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅାଜି ଅାଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ନୂତନ ମାମୋଗ୍ରାଫି ମେସିନ ଉଦ୍‌ଘାଟନ କରିଛନ୍ତି। ଏହି ମେସିନ ଦ୍ୱାରା ସ୍ତନ କର୍କଟ ରୋଗ […]

  • Monday, 19 July 2021
vigilance
୪୧ ଜଣଙ୍କ ନାଁରେ ଗିରଫ ପରୱାନା

ବଲାଙ୍ଗିର  : ବଲାଙ୍ଗିର ଅମିନ-ଆର୍‌ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍‌ରେ ରହିଛି। ୪୫ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ବଲାଙ୍ଗିର ପୂର୍ବତନ ଜିଲ୍ଲାପାଳ ଦେବରାଜଙ୍କ ସହ ଅନ୍ୟ […]

  • Monday, 19 July 2021
nayagarh
ବସ୍ ଧକ୍କାରେ ବାଇକ୍ ଚୁର୍‌ମାର୍‌, ୧୦ ଆହତ

ନୟାଗଡ଼: ନୟାଗଡ଼ରେ ସିରିଜ୍‌ ଦୁର୍ଘଟଣା। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାହାଡ଼ା ଛକରେ ବସ୍ ଧକ୍କାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ୨ଟି ବାଇକ୍ ମଧ୍ୟ ଚୁର୍‌ମାର ହୋଇଯାଇଛି। ବସ୍‌ଟି ପ୍ରଥମେ ଜଣକୁ ଧକ୍କା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକ ଖଣ୍ଡପଡ଼ା ଥାନା ଘେରାଉ କରିଥିଲେ। ଏପଟେ ବସ୍‌ ଡ୍ରାଇଭରକୁ ପୁଲିସ ଅଟକ ରଖିଛି।

  • Monday, 19 July 2021
vlcsnap-error648
ବିଜେପି ପକ୍ଷରୁ ୨୪ ଘଣ୍ଟିଆ ଖମାର ବନ୍ଦ

ପାଲଲହଡ଼ା: ୨ ଦଫା ଦାବିରେ ବିଜେପି ପକ୍ଷରୁ ପାଲଲହଡ଼ା ବ୍ଲକ ଖମାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଆନ୍ଦୋଳନକାରୀ ୧୪୯ ନମ୍ବର ଜାତୀୟ ରାଜପଥକୁ ଖମାରଠାରେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖମାର ମେଡିକାଲରେ ଡାକ୍ତର ନିଯୁକ୍ତି ଏବଂ ଗତବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସକାଳରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଗତ ୬ଦିନ ହେଲା ସ୍ଥାନୀୟ ବିଜେପି ପକ୍ଷରୁ ଖମାର ବଜାରଠାରେ ଗଣଧାରଣା ଚାଲିଥିଲା। […]

  • Monday, 19 July 2021
bus accident in ctc
କଲେଜ ବସ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ୬ ଆହତ

କଟକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କାଠଯୋଡ଼ି ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ କଲେଜ ଛାତ୍ର ଅଛନ୍ତି। ଆହତଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ କଲେଜ ବସ୍‌କୁ କାକଟପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ପଛପଟୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ବସ୍‌ରେ ୪୨ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

  • Monday, 19 July 2021
keonjhar
ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ ଗିରଫ

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସମସ୍ତଙ୍କ ବିରୋଧରେ ପୋକ୍ସ ଆକ୍ଟ ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକାକି ଥିବା ଦେଖି କିଛି ଯୁବକ ସେମାନଙ୍କୁ […]

  • Monday, 19 July 2021
MLA
ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ

ଝାରସୁଗୁଡ଼ା  : ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଅମନାପାଲି ଗାଁରେ। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଗାଁର ଜଣେ ବୃଦ୍ଧା ଭିକାରୁଣୀଙ୍କ ମୃତ୍ୟୁ ପରେ କେହି ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନଯିବାରୁ କିଛି ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ମୃତଦେହକୁ ସଂସ୍କାର କଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ। ସେ ନିଜେ କାନ୍ଧରେ କୋକେଇ ବୋହି ବୃଦ୍ଧାଙ୍କ ମୃତଦେହକୁ ଗାଁ ପାଖରେ ପୋତିଥିଲେ। ଜନ ପ୍ରତିନିଧିଙ୍କ […]

  • Monday, 19 July 2021
police
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ସ୍ୱାମୀଙ୍କୁ ଭୂଜାଲିରେ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା […]

  • Monday, 19 July 2021
python
ଅଜଗର ସାପ ଉଦ୍ଧାର

ଅନୁଗୁଳ  : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଯୋଗାଯୋଗ କରିଥିଲେ। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୦ ଫୁଟ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବାଗେଡ଼ିଆ ଗ୍ରାମରୁ ବି ଏକ ଅଜଗର ଛୁଅା ଉଦ୍ଧାର […]

  • Monday, 19 July 2021
road problem
ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା ଦେଖାଦେଇଛି ଯେ  କେଉଁଠି ମେଟାଲ ଉଠିଛ ତ  କେଉଁଠି ରାସ୍ତା ମଝିରେ ଗାଢେ ଖାଲ। ଏମିତି ବିପଦ ସଙ୍କୁଳ ଅବସ୍ଥାରେ ନିତି ଦିନ ପିଲାଙ୍କୁ ସ୍କୁଲ ବି […]

  • Monday, 19 July 2021
bank loot
ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କୁଚିଣ୍ଡା : ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୁଚିଣ୍ଡାରେ ଯମନକିରା ଅାନ୍ଧ୍ର ବ୍ୟାଙ୍କ୍‌ରୁ ବନ୍ଧୁକ ମୁନରେ ୧୦ ଲକ୍ଷ ୯୩ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କ୍‌ର ୩ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଲୁଟ୍ କରିଥିବାବେଳେ CCTV ହାର୍ଡ଼ଡିସ୍କ ବି ନେଇଯାଇଛନ୍ତି ଦୁର୍ବୃତ୍ତ। କଳା ପଲସରରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅାସି ଲୁଟିନେଇଥିବା ସୂଚନା ମିଳିଛି।

  • Monday, 19 July 2021
allegation to collector
ଜିଲ୍ଲାପାଳ ଗାଳିଗୁଲଜ କରିଥିବା ଅଭିଯୋଗ କଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ।  କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ। ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ କରାଯିବ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ  ସଂଘର କୋରାପୁଟ ଶାଖା ଚେତାବନୀ ଦେଇଛି। ଜୟପୁରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାସ୍ଥର ପରେ ଚତୁର୍ଥ ଶ୍ରେଣୀ […]

  • Monday, 19 July 2021
Venkaiah-Naidu
ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍‌ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି ବୋଲି ସୂଚନା ମିଳିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ ଯୋଗେ ଏମ୍‌ସକୁ ସୂଚନା ଆସିଛି। ତେବେ ଗସ୍ତ ବାତିଲ ନେଇ ଏଯାଏଁ କୌଣସି ଲିଖିତ ବାର୍ତ୍ତା ଆସିନାହିଁ।

  • Monday, 19 July 2021
traffic
ଅତିରିକ୍ତ ପୁଲିସ ଡିଜିଙ୍କ ଝିଅଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ କନଷ୍ଟେବଳ

ଭୁବନେଶ୍ୱର: ପୁଲିସ ଏଡିଜିଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳଙ୍କ ମାଡ଼ ଅଭିଯୋଗ ଘଟଣାକୁ ନେଇ ସଂପୃକ୍ତ ଟ୍ରାଫିକ କନଷ୍ଟେବଳ ଥାନାରେ ଏତଲା ଦେଇଛନ୍ତି। ଏନେଇ ଆଜି ଟ୍ରାଫିକ୍ କନଷ୍ଟେବଳ ପୁଷ୍ପଲତା ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ପକ୍ଷରୁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ଏଜି ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଜଣେ ମହିଳା ଟ୍ରାଫିକ୍‌ କନଷ୍ଟେବଳ ପୁଲିସ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅକୁ ଚାପୁଡ଼ା ମାରିଥିବା ଅଭିଯୋଗ […]

  • Monday, 19 July 2021