• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jagannath puri
ଶ୍ରୀମନ୍ଦିର ସଂସ୍କାର ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଅାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଅାଲୋଚନା କରିଛି ପ୍ରଶାସନ। ତେବେ ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ଏହି ବୈଠକରେ ଅାଲୋଚନା ହୋଇନାହିଁ। […]

  • Monday, 19 July 2021
cm
ସ୍କିଲ୍ ମ୍ୟୁଜିୟମ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ଦେଶର ସର୍ବପ୍ରଥମ ସ୍କିଲ୍‌ ମ୍ୟୁଜିୟମ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅାଜି ଅାଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ନୂତନ ମାମୋଗ୍ରାଫି ମେସିନ ଉଦ୍‌ଘାଟନ କରିଛନ୍ତି। ଏହି ମେସିନ ଦ୍ୱାରା ସ୍ତନ କର୍କଟ ରୋଗ […]

  • Monday, 19 July 2021
vigilance
୪୧ ଜଣଙ୍କ ନାଁରେ ଗିରଫ ପରୱାନା

ବଲାଙ୍ଗିର  : ବଲାଙ୍ଗିର ଅମିନ-ଆର୍‌ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍‌ରେ ରହିଛି। ୪୫ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ବଲାଙ୍ଗିର ପୂର୍ବତନ ଜିଲ୍ଲାପାଳ ଦେବରାଜଙ୍କ ସହ ଅନ୍ୟ […]

  • Monday, 19 July 2021
nayagarh
ବସ୍ ଧକ୍କାରେ ବାଇକ୍ ଚୁର୍‌ମାର୍‌, ୧୦ ଆହତ

ନୟାଗଡ଼: ନୟାଗଡ଼ରେ ସିରିଜ୍‌ ଦୁର୍ଘଟଣା। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାହାଡ଼ା ଛକରେ ବସ୍ ଧକ୍କାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ୨ଟି ବାଇକ୍ ମଧ୍ୟ ଚୁର୍‌ମାର ହୋଇଯାଇଛି। ବସ୍‌ଟି ପ୍ରଥମେ ଜଣକୁ ଧକ୍କା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକ ଖଣ୍ଡପଡ଼ା ଥାନା ଘେରାଉ କରିଥିଲେ। ଏପଟେ ବସ୍‌ ଡ୍ରାଇଭରକୁ ପୁଲିସ ଅଟକ ରଖିଛି।

  • Monday, 19 July 2021
vlcsnap-error648
ବିଜେପି ପକ୍ଷରୁ ୨୪ ଘଣ୍ଟିଆ ଖମାର ବନ୍ଦ

ପାଲଲହଡ଼ା: ୨ ଦଫା ଦାବିରେ ବିଜେପି ପକ୍ଷରୁ ପାଲଲହଡ଼ା ବ୍ଲକ ଖମାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଆନ୍ଦୋଳନକାରୀ ୧୪୯ ନମ୍ବର ଜାତୀୟ ରାଜପଥକୁ ଖମାରଠାରେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖମାର ମେଡିକାଲରେ ଡାକ୍ତର ନିଯୁକ୍ତି ଏବଂ ଗତବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସକାଳରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଗତ ୬ଦିନ ହେଲା ସ୍ଥାନୀୟ ବିଜେପି ପକ୍ଷରୁ ଖମାର ବଜାରଠାରେ ଗଣଧାରଣା ଚାଲିଥିଲା। […]

  • Monday, 19 July 2021
bus accident in ctc
କଲେଜ ବସ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ୬ ଆହତ

କଟକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କାଠଯୋଡ଼ି ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ କଲେଜ ଛାତ୍ର ଅଛନ୍ତି। ଆହତଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ କଲେଜ ବସ୍‌କୁ କାକଟପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ପଛପଟୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ବସ୍‌ରେ ୪୨ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

  • Monday, 19 July 2021
keonjhar
ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ ଗିରଫ

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସମସ୍ତଙ୍କ ବିରୋଧରେ ପୋକ୍ସ ଆକ୍ଟ ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକାକି ଥିବା ଦେଖି କିଛି ଯୁବକ ସେମାନଙ୍କୁ […]

  • Monday, 19 July 2021
MLA
ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ

ଝାରସୁଗୁଡ଼ା  : ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଅମନାପାଲି ଗାଁରେ। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଗାଁର ଜଣେ ବୃଦ୍ଧା ଭିକାରୁଣୀଙ୍କ ମୃତ୍ୟୁ ପରେ କେହି ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନଯିବାରୁ କିଛି ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ମୃତଦେହକୁ ସଂସ୍କାର କଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ। ସେ ନିଜେ କାନ୍ଧରେ କୋକେଇ ବୋହି ବୃଦ୍ଧାଙ୍କ ମୃତଦେହକୁ ଗାଁ ପାଖରେ ପୋତିଥିଲେ। ଜନ ପ୍ରତିନିଧିଙ୍କ […]

  • Monday, 19 July 2021
police
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ସ୍ୱାମୀଙ୍କୁ ଭୂଜାଲିରେ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା […]

  • Monday, 19 July 2021
python
ଅଜଗର ସାପ ଉଦ୍ଧାର

ଅନୁଗୁଳ  : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଯୋଗାଯୋଗ କରିଥିଲେ। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୦ ଫୁଟ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବାଗେଡ଼ିଆ ଗ୍ରାମରୁ ବି ଏକ ଅଜଗର ଛୁଅା ଉଦ୍ଧାର […]

  • Monday, 19 July 2021
road problem
ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା ଦେଖାଦେଇଛି ଯେ  କେଉଁଠି ମେଟାଲ ଉଠିଛ ତ  କେଉଁଠି ରାସ୍ତା ମଝିରେ ଗାଢେ ଖାଲ। ଏମିତି ବିପଦ ସଙ୍କୁଳ ଅବସ୍ଥାରେ ନିତି ଦିନ ପିଲାଙ୍କୁ ସ୍କୁଲ ବି […]

  • Monday, 19 July 2021
bank loot
ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କୁଚିଣ୍ଡା : ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୁଚିଣ୍ଡାରେ ଯମନକିରା ଅାନ୍ଧ୍ର ବ୍ୟାଙ୍କ୍‌ରୁ ବନ୍ଧୁକ ମୁନରେ ୧୦ ଲକ୍ଷ ୯୩ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କ୍‌ର ୩ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଲୁଟ୍ କରିଥିବାବେଳେ CCTV ହାର୍ଡ଼ଡିସ୍କ ବି ନେଇଯାଇଛନ୍ତି ଦୁର୍ବୃତ୍ତ। କଳା ପଲସରରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅାସି ଲୁଟିନେଇଥିବା ସୂଚନା ମିଳିଛି।

  • Monday, 19 July 2021
allegation to collector
ଜିଲ୍ଲାପାଳ ଗାଳିଗୁଲଜ କରିଥିବା ଅଭିଯୋଗ କଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ।  କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ। ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ କରାଯିବ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ  ସଂଘର କୋରାପୁଟ ଶାଖା ଚେତାବନୀ ଦେଇଛି। ଜୟପୁରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାସ୍ଥର ପରେ ଚତୁର୍ଥ ଶ୍ରେଣୀ […]

  • Monday, 19 July 2021
Venkaiah-Naidu
ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍‌ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି ବୋଲି ସୂଚନା ମିଳିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ ଯୋଗେ ଏମ୍‌ସକୁ ସୂଚନା ଆସିଛି। ତେବେ ଗସ୍ତ ବାତିଲ ନେଇ ଏଯାଏଁ କୌଣସି ଲିଖିତ ବାର୍ତ୍ତା ଆସିନାହିଁ।

  • Monday, 19 July 2021
traffic
ଅତିରିକ୍ତ ପୁଲିସ ଡିଜିଙ୍କ ଝିଅଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ କନଷ୍ଟେବଳ

ଭୁବନେଶ୍ୱର: ପୁଲିସ ଏଡିଜିଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳଙ୍କ ମାଡ଼ ଅଭିଯୋଗ ଘଟଣାକୁ ନେଇ ସଂପୃକ୍ତ ଟ୍ରାଫିକ କନଷ୍ଟେବଳ ଥାନାରେ ଏତଲା ଦେଇଛନ୍ତି। ଏନେଇ ଆଜି ଟ୍ରାଫିକ୍ କନଷ୍ଟେବଳ ପୁଷ୍ପଲତା ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ପକ୍ଷରୁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ଏଜି ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଜଣେ ମହିଳା ଟ୍ରାଫିକ୍‌ କନଷ୍ଟେବଳ ପୁଲିସ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅକୁ ଚାପୁଡ଼ା ମାରିଥିବା ଅଭିଯୋଗ […]

  • Monday, 19 July 2021
train
ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୪୦୦ରୁ ଅଧିକ ଶ୍ରମିକ

ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଜିଆର୍‌ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ ପ୍ରଶାସନକୁ ଖବର ମଧ୍ୟ ଦିଆଯାଇଛି। ଓହ୍ଲାଇ ପଡ଼ଥିବା ଏହି ପ୍ରବାସୀମାନେ ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଆସୁଥିଲେ। ତେବେ ସେଥିମଧ୍ୟରୁ କିଛି ପ୍ରବାସୀ ବ୍ରହ୍ମପୁରରେ ଓହ୍ଲାଇଥିଲାବେଳେ ଆଉ ୪୦୦ରୁ ଅଧିକ […]

  • Monday, 19 July 2021
mada3333
ବାହାରୁ ବନ୍ଦ, ଭିତରେ ଚାଲିଥିଲା ମଦ ବେପାର

ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍‌ରେ ଥିବା ‘ରେନ୍ ଦ କ୍ଲବ’ ଉପରେ ରେଡ୍ ହୋଇଛି। କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଏହା ସହ ବାର୍‌ର ଜଣେ ସିକ୍ୟୁରିଟି ଗାର୍ଡ ଓ ୨ ଅନ୍ୟ ଷ୍ଟାଫ୍‌ଙ୍କୁ ମଧ୍ୟ ଅଟକ ରଖାଯାଇଛି। ଲକ୍‌ଡାଉନ ସମୟରେ ବାର୍ ପକ୍ଷରୁ ଚଢ଼ା ଦରରେ ବେଆଇନ ମଦ […]

  • Monday, 19 July 2021
bike
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା ୩ଜୀବନ

ଆନନ୍ଦପୁର: ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ସଙ୍ଗରାଇ ଜଙ୍କ, ବନମାଳୀ ଗାଗରାଇ ଓ ଅଜୟ ଦିଗାର। ଖବର ଅନୁଯାୟୀ, ସିଙ୍ଗରାଜ ନିଜ ଅସୁସ୍ଥ ପୁଅକୁ ବାଇକରେ ବସାଇ ଡାକ୍ତରଖାନା ଯାଉଥିଲେ। ସେଠାରେ ପୁଅକୁ ଇଞ୍ଜେକସନ ଦେଇ ଫେରୁଥିବାବେଳେ ଗହଳମୁଣ୍ଡା କଲୋନୀ ନିକଟରେ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସିଙ୍ଗରାଇ ଓ ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇଙ୍କ […]

  • Monday, 19 July 2021
bhdrak
ଆସୁଛି ‘ଅମ୍ପନ’, ମୁକାବିଲା ପାଇଁ କେତେ ପ୍ରସ୍ତୁତ ଭଦ୍ରକ ?

ଭଦ୍ରକ: ବାତ୍ୟା ‘‘ଅମ୍ପନ’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସମୁଦ୍ର ନିକଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା  କରାଯାଇଛି। ସମୁଦ୍ର ଉପକୂଳ ଠାରୁ  ୩ କିଲୋମିଟର ଦୂରରେ ରହିଥିବା ଗାଁ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ନଜର ରଖାଯାଇଛି। ଦୁଇଟି ବ୍ଲକର୨୨ଟି ପଞ୍ଚାୟତର ୯୧ ଟି ଗାଁ […]

  • Monday, 19 July 2021
salepur
ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ

କଟକ : ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ। ସାନଭାଇର ପନିକି ଚୋଟରେ ବଡ଼ଭାଇ ଓ ଭାଉଜ ଗୁରୁତର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସାଧୁପୁର ଗାଁରେ। ଗୁରୁତର ଦୁଇ ଜଣ ହେଉଛନ୍ତି ପ୍ରମୋଦ ପଣ୍ଡା ଓ ତାଙ୍କ ପତ୍ନୀ ମଂଜୁଲତା। ଉଭୟଙ୍କ ମୁଣ୍ଡ, ହାତ ଓ ଦେହର ବିଭିନ୍ନ ଯାଗାରେ ଗଭୀର ଅାଘାତ ଲାଗିଛି। ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର […]

  • Monday, 19 July 2021
road
ରୋଡ୍‌ ରୋମିଓକୁ ପାନେ : ସୋଶାଲ ମିଡିଆରେ ଭାଇରାଲ

ବ୍ରହ୍ମପୁର : ବ୍ରହ୍ମପୁରରେ ରୋଡ୍‌ ରୋମିଓକୁ ପାନେ। ବାରମ୍ବାର ପିଛା କରୁଥିବା ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଜଣେ ଛାତ୍ରୀ। ଏହି ମାଡ଼ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବ୍ରହ୍ମପୁର ସହରର ଗାନ୍ଧିନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ସଂପୃକ୍ତ ଯୁବକ କମେଣ୍ଟ କରିବାରୁ ଛାତ୍ରୀ ଜଣକ ରୋଡ୍‌ ରୋମିଓଙ୍କୁ ପାନେ ଦେଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇଯାଉଥିବା ଲୋକ ସଂପୃକ୍ତ ଦୃଶ୍ୟକୁ ଭିଡିଓ ସୁଟିଂ କରି […]

  • Monday, 19 July 2021
DEADBODY
ଶ୍ରମିକଙ୍କ ମୃତଦେହକୁ ଗାଁରେ ପଶିବାକୁ ଦେଲା ନାହିଁ ପ୍ରଶାସନ

ମାଲକାନାଗିରି: ପେଟପଟଣା ପାଇଁ  ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ।  ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା। ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ମୃତକଙ୍କ ଗାଁରେ ପହଞ୍ଚିଥିଲା। ମୃତକ ହେଲେ ବାସୁଦେବ କୁରାମୀ। ଦଶଦିନ ତଳେ […]

  • Monday, 19 July 2021
tito link
କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ରେଡ୍ ଚାଲିଛି। ଭିଜିଲାନ୍ସର୨ଟି ଟିମ୍ ଏକାସାଙ୍ଗରେ ଚଢ଼ଉ କରିଛି। ପଟ୍ଟାମୁଣ୍ଡାଇ ତହସିଲ, କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟି ସହ କେନ୍ଦ୍ରାପଡ଼ା ମାପ ଓ ଓଜନ ବିଭାଗ ଅଫିସ୍‌ରେ ରେଡ୍‌ ଚାଲିଛି। ଟିଟୋ ସହ ଲିଙ୍କ୍‌ ଅଭିଯୋଗରେ ଗତ କିଛି ଦିନ ହେବ କେନ୍ଦ୍ରାପଡ଼ା, କଟକ, ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ୍ ପକ୍ଷରୁ ଚଢ଼ଉ ଚାଲିଛି।  

  • Monday, 19 July 2021
bjp
ସାଇକଲରେ ଶ୍ମଶାନକୁ ଶବ ବୁହା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ବୌଦ୍ଧରେ ସାଇକଲରେ ଶ୍ମଶାନକୁ ଶବ ବୁହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଅାଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ, ସାରା ରାଜ୍ୟରେ ଏମିତି ଦେଖାଯାଉଛି। ଲୋକେ ସାମାଜିକ ବାସନ୍ଦ ହେଉଛନ୍ତି। କିନ୍ତୁ ସରକାର ଜାଣିପାରୁନାହାନ୍ତି କି ବୋଲି ବସନ୍ତ ପ୍ରଶ୍ନ କରିଛନ୍ତି।  ଅାମ ଗାଁ ଅାମ ବିକାଶ ନେଇ […]

  • Monday, 19 July 2021
kadua
କାଦୁଆ ଅଞ୍ଚଳକୁ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ଲାଗି ସରପଞ୍ଚମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତା ବଳରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କାଦୁଆ ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ସୁରତ, ମହାରାଷ୍ଟର ଏବଂ ତାମିଲନାଡୁରୁ ପ୍ରବାସୀଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସେ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି  । ଏହା ବ୍ୟତୀତ ପଞ୍ଚାୟତରେ […]

  • Monday, 19 July 2021