କୋରାପୁଟ : କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି। ଅାସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସଂପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ କରିବା ଦାବିରେ ବିଜେଡି ପକ୍ଷରୁ ଧାରଣା ଦିଅାଯାଇଥିଲା। ଜୟପୁର ମେଡ଼ିକାଲ ସମ୍ମୁଖରେ ବିଜେଡି ନେତା ରବି ନନ୍ଦଙ୍କ ନେତୃତ୍ୱରେ ଏହି ଧାରଣା ଦିଅାଯାଇଥିଲା। ମେଡ଼ିକାଲ ସ୍ଥାନାନ୍ତର ନେଇ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଅାରମ୍ଭ କରିଥିବା ବେଳେ କଂଗ୍ରେସ ଦଳର ଅାଭ୍ୟନ୍ତରୀଣ ଗଣ୍ଡଗୋଳ ଯୋଗୁଁ ଏଥିରେ ବାଧାପ୍ରାପ୍ତ […]
ରାଉଲକେଲା: ରାଉରକେଲା ଏସ୍ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା, ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା। ଏହି ନାବାଳକ ୨୦୧୭ […]
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ଅଘଟଣ। ହସ୍ପିଟାଲର କାଜୁଅାଲିଟି ଟ୍ରମା କେୟାର ୟୁନିଟ୍ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଫଳରେ ୨୫ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। କାନ୍ଥ ଦବିବା ନେଇ CPWDକୁ ରିପୋର୍ଟ ମାଗିଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳୀ। ଭୁବନେଶ୍ୱର IIT ଶିକ୍ଷାନୁଷ୍ଠାନରୁ ବିଶେଷଜ୍ଞ ଡକାଇ ଅନୁଧ୍ୟାନ କରାଯିବ। ମାସେ ମଧ୍ୟରେ ରିପିୟାରିଂ କାମ ସରିବା ପରେ ପୁଣି ରୋଗୀଙ୍କୁ […]
ରାଉରକେଲା: ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି। ପାଣି କମିବା ପରେ ଆବିଷ୍କାର ହେଲା ଗୋଟିଏ ନୁହେଁ, ଦୁଇଟି ସୁଡ଼ଙ୍ଗ। ମାତ୍ର ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଦି ଅନ୍ତ ମିଳୁନଥିବାରୁ ଭୁବନେଶ୍ୱରରୁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀ ଆଜି ରାଉରକେଲା ଅଭିମୁଖେ ଗସ୍ତ କରିଛନ୍ତି। ସେମାନେ ଆସନ୍ତାକାଲି ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିବେ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ରବିବାର ରାତିରେ ବିଶ୍ରା ବ୍ଲକ୍ ଜବାଘାଟ ନିକଟରେ ୩୦ […]
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବସୁଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ୮, ୯, ୧୩, ୧୪, ୧୫ ଏବଂ ୧୬ ତାରିଖରେ କୌଣସି କାର୍ଯ୍ୟଦିବସ ନାହିଁ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ୨୦୧୮-୧୯ ପାଇଁ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ସେହିପରି ସେପ୍ଟେମ୍ବର ୧୭ରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍। ପଞ୍ଚଦଶ […]
କୋରାପୁଟ: ଡାକ୍ତର ବଦଳି ପ୍ରସଙ୍ଗକୁ ନେଇ ଜୋରଧରିଛି କୋରାପୁଟ ଜିଲ୍ଲା ରାଜନୀତି। କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆରମ୍ଭ ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ମିଳିଥିଲା। କୋରାପୁଟରୁ ୧୪ ଜଣ ବିଶେଷଜ୍ଞଙ୍କ ସହ କିଛି ପାରାମେଡିକାଲ ଷ୍ଟାଫଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା। ଆଉ ଏହି ଘଟଣାକୁ କେନ୍ଦ୍ରକରି ଲାଗିରହିଛି ବିବାଦ। ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି କରାଯାଉ, ନହେଲେ ଜୟପୁର ମେଡିକାଲକୁ ପଠାଯାଇଥିବା ଡାକ୍ତରଙ୍କ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନବବଧୂଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଗିରଫ ବାପ ପୁଅ ହେଲେ ହେଲେ ମୁକ୍ତିକାନ୍ତ ଦାସ ଓ ବାଞ୍ଛାନିଧି ଦାସ। ଘଟଣା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ମାମଲା ରୁଜୁ ପରେ ଉଭୟେ ସ୍ଥଳପଥ ଦେଇ ବାଂଲାଦେଶ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଶେରଗଡ଼ ଛକରୁ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁସାରେ, […]
କଳାହାଣ୍ଡି: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧର୍ମଗଡ-ସିନାପାଲି ରାସ୍ତାର ଘୋଟିଆ ନିକଟରେ ୨ଟି ସ୍ଥାନରେ ପ୍ରାୟ ୨ଫୁଟର ପାଣି ଚାଲିଛି। ସେହିପରି ଧର୍ମଗଡ-ଜୁନାଗଡ ରାସ୍ତାର ହାଲୁର ଯୋର ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ଚାଲିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଧର୍ମଗଡ଼ ଓ ଜୁନାଗଡ଼ ସହରର କିଛି ଅଞ୍ଚଳରେ ପାଣି ଜମି […]
ଭୁବନେଶ୍ୱର: ଆତଙ୍କୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍ର ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଲାଗି ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। NIA ଅନୁମତି ନେଇ ହବିବୁରକୁ ଜେରା କରିବ STF। ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଇବାର ହ୍ୟାଣ୍ଡଲର ଭାବେ କାମ କରୁଥିବା ହବିବୁର ଓଡ଼ିଶା ସହ କିଭଳି ଲିଙ୍କ୍ ରଖିଥିଲା କ୍ରାଇମବ୍ରାଞ୍ଚ ସେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୁଣ୍ଡୁରାପଶି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତା’ ନାଁ ଇତିଶ୍ରୀ ଭୋଇ। ବୟସ ତିନି ବର୍ଷ। ଗତକାଲି ରାତିରେ ଇତିଶ୍ରୀ ମା’ ପାଖରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମା’ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।
ଭୁବନେଶ୍ୱର: ରାଜଧାନୀରେ ଚାକିରି କରାଇ ଦେବାକୁ କହି ଠକୁଥିଲେ ଦିବ୍ୟା । ଖାଲି ଠକୁନଥିଲେ ଟଙ୍କା,ସାର୍ଟିଫିକେଟ୍ ମଧ୍ୟ ନେଇ ଯାଉଥିଲେ। ଆଉ ଯଦି କେହି ଫୋନ୍ କରୁଥିଲେ ସେ ତାଙ୍କ ଫୋନ୍ ଉଠାଉନଥିଲେ। ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ୨ଜଣ ଯୁବତୀ। ଭୁବନେଶ୍ୱରରେ ଚାକିରି କରାଇ ଦେବାକୁ କହି ଦିବ୍ୟା ଭାରତୀ ଜେନା ନାମକ ଜଣେ ମହିଳା ୨ଜଣ ଝିଅଙ୍କ ଠାରୁ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଛି। […]
ଖୋର୍ଦ୍ଧା: ପୁଲିସ୍ ଚେକିଂ ଦେଖି ଖସି ଯିବାକୁ ଉଦ୍ୟମ ବେଳେ ହଠାତ୍ ଗାଡ଼ିର ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝଇ କାର୍ ଓଲଟି ପଡ଼ିଛି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଆଡ଼କୁ ଏକ କାର୍ ଯାଉଥିବା ସମୟରେ ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ୍ ଚେକିଂ ଦେଖି ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ଗାଡିଟି […]
ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ୨୧ରେ ଉଦ୍ଘାଟନ ହେଲେ ମଧ୍ୟ କେବେ ଠାରୁ ସେଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟସୂଚନା ମିଳିନାହିଁ। ଝାରସୁଗୁଡା ବିମାନବନ୍ଦର 4-G କାଟାଗୋରୀ ଲାଇସେନ୍ସ ପାଇଥିବା ବେଳେ […]
ରାଉରକେଲା: ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଝାରସୁଗୁଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଉରକେଲାରୁ ଭୁବନେଶ୍ୱରକୁ ମୁକ୍ତିକାନ୍ତ ପାଦରେ ଚାଲିଚାଲି ଯାଉଛନ୍ତି। ତାଙ୍କର ୨ଜଣ ସହଯୋଗୀ ମଧ୍ୟ ପଦଯାତ୍ରା କରୁଛନ୍ତି। ସେମାନେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଛକ ଓ ସ୍ଥାନ ମାନଙ୍କରେ ବିଭିନ୍ନ ସଂଗଠନ […]
କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି। ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍ କେନ୍ଦ୍ରରେ […]
ବଲାଙ୍ଗିର: ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କୁ ନିୟମିତ ଭାବେ ଯୁବକ ଜଣକ ହଇରାଣ କରୁଥିଲେ। ରାସ୍ତାଘାଟରେ କମେଣ୍ଟ ମାରିବା ସହ ପ୍ରେମ ନିବେଦନ କରୁଥିଲେ ଯୁବକ। ଫଳରେ ଅତିଷ୍ଠ ହୋଇ ଯୁବତୀ ଜଣକ ଗତକାଲି ବିଷ ପିଇ ଦେଇଥିଲେ। ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ […]
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ ଗୋଡ଼ରେ ତାହା ପଡ଼ିଛି । ମାନସିକ ରୋଗ ବିଭାଗର ଓପିଡି ନିକଟରେ ଛାତର ସିଲିଂ ଓ ସିମେଣ୍ଟ ଅତଡ଼ା ଖସି ପଡ଼ିଥିଲା । ଏହି ବିଲ୍ଡିଂଟି ପୁରୁଣା […]
ଭୁବନେଶ୍ୱର: ମୋ ବସ୍ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ୨ଟି ରୁଟ୍ ପାଇଁ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। କରୋନା ସମୟରେ ଟଙ୍କା ଦେଣନେଣ ହେବା ଫଳରେ ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି। ସେଥିପାଇଁ ଯାତ୍ରୀ ଓ ବସ୍ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । QR CODE ମାଧ୍ୟମରେ […]
ପୁରୀ: ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଛି। ଗତକାଲିଠୁ ପୁରୀରେ ୩୦୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। କେବଳ ବଡଦାଣ୍ଡ ନୁହେଁ ଗୁଣ୍ଡିଚା ମନ୍ଦିର, ସମୁଦ୍ର ବେଳାଭୂମି ଆଦି ସ୍ଥାନ ବର୍ଷାପାଣିରେ ବୁଡ଼ି ରହିଛି। ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମ୍ରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା […]
ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଛି, ହେଲେ ବନ୍ୟା ସ୍ଥିତି ନାହିଁ। ଲଗାଣ ବର୍ଷା ସ୍ଥିତି ନେଇ ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସ୍ଥିତି ଖରାପ ନଥିଲେ ବି ପାଣି ଜମି ରହିଛି। ସେହିପରି ପୁରୀରେ ୩୦୫ ମିମି ବର୍ଷା ହୋଇ ସହର ଜଳମଗ୍ନ ହୋଇପଡିଛି। ସୁବର୍ଣ୍ଣରେଖାର ଜାମସଳା ନିକଟରେ ଜଳସ୍ତର କମୁଛି। ସେହିପରି ଜଳକା ବିପଦ ସଂକେତ ଉପରେ ଥିଲେ ବି କ୍ଷୟକ୍ଷତି ହେବନି ବୋଲି ଡେପୁଟି […]
ରାୟଗଡ଼ା: ଛତା ଧରି ସ୍କୁଲ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଆଗରେ ଛାତ୍ରୀ ମାନେ ଛତା ଧରି ଠିଆ ହୋଇ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଏହି ଧାରଣା ଦିଆଯାଇଛି। ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ସର୍ବେଶ୍ୱର ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ ସ୍କୁଲରେ ତାଙ୍କର ଆବଶ୍ୟକତା ଥିବା ଦର୍ଶାଇ ତୁରନ୍ତ ତାଙ୍କ ବଦଳି ନିର୍ଦ୍ଦେଶ ବାତିଲ […]
ପଟ୍ଟାମୁଣ୍ଡାଇ: ସଙ୍ଗରୋଧ କେନ୍ଦ୍ରରୁ ଘରକୁ ବାହୁଡିବା ବେଳେ କାନ୍ଦିଲେ ଅନ୍ତେବାସୀ । କ୍ୱାରେଣ୍ଟିନ ଅବଧି ସାରି କେନ୍ଦ୍ର ଛାଡିବା ବେଳେ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । କିଏ କାନ୍ଦୁଛି ତ ଆଉ କିଏ ସରପଞ୍ଚଙ୍କୁ କୁଣ୍ଡାଇ ପକାଉଛି । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ପଞ୍ଚାୟତର ଅମୃତ ମଣୋହି ନୋଡାଲ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ। ୧୪ଦିନ ସଙ୍ଗରୋଧ କେନ୍ଦ୍ରରୁ ରହିବା ପରେ ଘରକୁ ଫେରିବା ସମୟରେ ନିଜ କୋହକୁ […]
ବାଲେଶ୍ୱର: ଏମିତି ବି ଆସେ ମୃତ୍ୟୁ। ପୁଅର ଜୀବନ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ଆରୁଆଦମ ଗାଁରେ ଘଟିଛି। ମୃତକ ଦୁହେଁ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ। ଖବର ଅନୁଯାୟୀ, ସକାଳେ ବାପା ଓ ପୁଅ ମିଶି ପାନ ବରଜକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ରାସ୍ତାରେ ପଡିଥିବା ତାରକୁ ପୁଅ ରାମକୃଷ୍ଣ ମାଡି ଦେଇଥିଲେ। ପୁଅ […]
ଗଜପତି: ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଶହ ଶହ ଖାଦ୍ୟ ପ୍ୟାକେଟ୍। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍ ନିକଟରେ। ପ୍ରତିଦିନ ସେଠାରେ ଶହ ଶହ ଖାଦ୍ୟ ପୁଡିଆ ଅଳିଆ ଗଦାରେ ଫିଙ୍ଗା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ନାକାଗେଟ୍ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏନେଇ ସେଠାକର ପଞ୍ଚାୟତର ପିଇଓ କହିଛନ୍ତି ଯେ ପ୍ରବାସୀଙ୍କ ସଂଖ୍ୟା କମିଯାଉଥିବାରୁ […]
ଭୁବନେଶ୍ୱର: ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯିବ କାମ । କର୍ମସଂସ୍ଥାନ ନେଇ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଶ୍ରମିକମାନଙ୍କ ଦକ୍ଷତା ଅନୁଯାୟୀ ତାଙ୍କୁ କାମ ଦିଆଯିବ, ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ସୁବାସ ସିଂ ରାଜ୍ୟ ବାହାରୁ ଏ ଯାଏଁ ୩ ଲକ୍ଷ ପ୍ରବାସୀ ଶ୍ରମିକ ଆସିଛନ୍ତି । ଶ୍ରମିକମାନେ କେଉଁ କ୍ଷେତ୍ରରେ କି କାମ କରୁଥିଲେ ତାର ସବିଶେଷ ତଥ୍ୟ ନିଆଯାଉଛି । ସେହି ଅନୁଯାୟୀ ସେମାନଙ୍କୁ […]