ଭୁବନେଶ୍ୱର: ହାତୀ ପାଇଁ ଗାଇଡଲାଇନ୍। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି । କଣ୍ଟ୍ରୋଲ ରୁମ୍ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହାଦ୍ୱାରା ଦିନକୁ ଦିନ ବଢୁଥିବା ହାତୀ-ମଣିଷ ଲଢେଇ ହ୍ରାସ ପାଇବ । ସବୁ ରେଞ୍ଜ ଅଫିସ୍ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ। ପ୍ରତିଦିନ ଅପରାହ୍ନରେ ରେଞ୍ଜ ଅଫିସର ଏହାକୁ ଅନୁଧ୍ୟାନ କରିବେ । ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ଉକ୍ତ […]
ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧିମାର୍ଗରେ ପୁଣି ଗର୍ଜିବେ ଶିକ୍ଷକ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ସ୍କୁଲକଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ ଅଗଷ୍ଟ ୧୬ରୁ ପୁଣି ଅାନ୍ଦୋଳନ ଧମକ ଦେଇଛି। ଶିକ୍ଷକମାନେ ଅଗଷ୍ଟ ୧୬ରୁ ପୁଣି ଅହୋରାତ୍ର ଧାରଣା ଦେବେ ବୋଲି ମଞ୍ଚ କହିଛି। ଏଥିରେ ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ପୂର୍ବରୁ ହୋଇଥିବା ଅାନ୍ଦୋଳନ ପରେ ସରକାର ଜୁଲାଇ ୧୮ ସୁଦ୍ଧା ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ […]
କେନ୍ଦୁଝର: ସଇତାନ ବାପାର ନୃଶଂସ କାଣ୍ଡ। ଜନ୍ମ କଲା ବାପା ସାଜିଲା ହତ୍ୟାକାରୀ। ରାଗର ବଶବର୍ତ୍ତୀ ହୋଇ ପାଞ୍ଚ ବର୍ଷର ଝିଅକୁ ମାରି ଖୋଲା ପଡ଼ିଆରେ ଫୋପାଡ଼ ଦେଲା ପିଶାଚ ବାପା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ। ମୃତ ଶିଶୁର ନାଁ ପୂଜା ମୁଣ୍ଡା। ଏନେଇ ପିଶାଚ ବାପା ସୋନୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ତାର ବାପା ହତ୍ୟା କରିଥିବା ତା’ର ମାମୁଁ […]
କଳାହାଣ୍ଡି : ସାଂଘାତିକ ରୂପ ନେଲାଣି କଳାହାଣ୍ଡି ଜିଲ୍ଳାରେ ଡେଙ୍ଗୁ। ଗତ କିଛି ଦିନ ମଧ୍ୟରେ ଜିଲ୍ଲାରେ ଅାତଙ୍କ ଖେଳାଇଛି ଡେଙ୍ଗୁ । ଅାଜି କୋକସରା ବ୍ଲକ୍ ଲଡ଼ୁଗାଁରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ଲଡ଼ୁ ଗାଁରୁ ସଂଗୃହୀତ ହୋଇଥିଲା ୯୪ଟି ରକ୍ତ ନମୂନା। ସେଥିରୁ ୧୮ଟି ରିପୋର୍ଟ ପଜିଟିଭ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୧ ରକ୍ତ ନମୂନା ମଧ୍ୟରୁ ୬ଟି ପଜିଟିଭ୍ ଥିଲା। ବର୍ତ୍ତମାନ ଯାଏ ଜିଲ୍ଲାରେ ୨୪ ଜଣ […]
କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ ଅଞ୍ଚଳରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାର ଦିନ କୁତବ ଗ୍ରାମବାସୀ ବାଘର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଭୟାରଣ୍ୟର ୭ ନମ୍ବର ଓ୍ୱାଚ୍ ଟାଓ୍ୱାର ନିକଟ କୁଦାନଖୋଳ ଗୁମ୍ଫା ନିକଟରୁ ବାଘର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ। ପରେ ବନ ବିଭାଗ କର୍ମଚାରୀ ବାଘଟିର ଶବକୁ ବ୍ୟବଚ୍ଛେଦ କରିବା ପରେ ମାଟି ତଳେ ପୋତି ଦେଇଥିଲେ। […]
ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଫରେଷ୍ଟ କଲୋନୀରେ ଏକ ଘରେ ହାତୀକୁ ଘଉଡ଼ାଇବା ପାଇଁ ବାଣ ରଖାଯାଇଥିଲା। ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବସ୍ଫୋରଣ ଏତେ ଭୟଙ୍କର […]
ଭୁବନେଶ୍ୱର : ଅାସନ୍ତାକାଲି ଶପଥ ଗ୍ରହଣ କରିବେ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ତା’ ପୂର୍ବରୁ ଜଷ୍ଟିସ ଜାଭେରୀ ଅାଜି ସପରିବାର ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ […]
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଅାତଙ୍କ। ସରକାରୀ ରିପୋର୍ଟ ଅନୁସାରେ ମାତ୍ର ୬ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରକୃତରେ ଗାଁର ପ୍ରାୟ ୩୦ ଜଣ ଡେଙ୍ଗୁ ଅାକ୍ରାନ୍ତ ହୋଇଥିବା ଲୋକେ କହୁଛନ୍ତି। ଗତକାଲି ୯୪ଜଣଙ୍କ ରକ୍ତ ନମୁନା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଛି। ଅାସନ୍ତାକାଲି ଏହାର ରିପୋର୍ଟ ଅାସିଲେ ସ୍ଥିତି ସ୍ପଷ୍ଟ ହେବ। ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ୬ […]
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଫୋନ୍-ଏ-ଫ୍ରେଣ୍ଡ ଅାଉ ମହାନଦୀ ପାଇଁ ଅଲ୍ ଲାଇନ୍ସ ଟୁ ଦିସ୍ ରୁଟ୍ ଅାର୍ ବିଜି। ନବୀନ ଓ ମୋଦିଙ୍କ ଫୋନ୍ରେ କଥା ବାର୍ତ୍ତାକୁ ଏମିତି ଢଙ୍ଗରେ ଟୁଇଟରରେ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ମୋଦି ନବୀନ ଓଡିଶା ପ୍ରସଙ୍ଗରେ କେବେ କଥା ହେବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ମହାନଦୀର ବ୍ୟାରେଜ ନିର୍ମାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନବୀନ କାହିଁକି ମୋଦିଙ୍କୁ କହୁ ନାହାଁନ୍ତି […]
ପୁରୀ: ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ। ଆଜି ପୁରୀରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ନୀଳାଦ୍ରି ଭକ୍ତ ନିବାସରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ଆୟୋଜିତ ହୋଇଥିଲା। ସେଠାରେ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା ଆୟୋଜନ ପାଇଁ ସବୁ ବିଭାଗ ପ୍ରସ୍ତୁତ ରହିଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ରାୟ ଯାହା ଆସିବ ସେନେଇ ପ୍ରସ୍ତୁତ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । […]
ଭୁବନେଶ୍ୱର : କୁମ୍ଭୀର ମୁହଁରୁ ବଂଚାଇଥିବା ସାହସିକତା ପୁରସ୍କାରକୁ ନେଇ ବିବାଦ। ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଙ୍କୁଅାଳ ଗାଁରେ ଗତ ବର୍ଷ ୮ ବର୍ଷର ଝିଅ ଅଶାନ୍ତି ଦଳାଇଙ୍କୁ ମମତା ଦଳାଇ ଉଦ୍ଧାର କରିବା ଖବରରେ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର। ଏବେ ଏହି ଘଟଣା ନେଇଛି ନୂଅା ମୋଡ। ଅାଉ ଜଣେ ୧୨ ବର୍ଷର ଝିଅ ପ୍ରତିଭା ବେହେରା ଅଶାନ୍ତିଙ୍କୁ ବଂଚାଇଥିବା ଦାବି କରି ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ […]
ଚୌଦ୍ୱାର : ଉତ୍ତ୍ୟକ୍ତ ଗାଁ ଲୋକଙ୍କ ଲଙ୍କାକାଣ୍ଡ। ଦେଶୀ ମଦ ଦୋକାନକୁ ପୋଡ଼ି ଦେବା ସହିତ ଭଙ୍ଗା ରୁଜା କରାଯାଇଛି। ଏହି ଘଟଣା ଘଟିଛି କଟକ ଚୌଦ୍ୱାର ଥାନା ୧୭ ନମ୍ବର ଓ୍ୱାର୍ଡରେ। ସୂଚନା ଅନୁସାରେ ଗତକାଲି ସୁଇପର ବସ୍ତିର ଅଶୋକ ନାଏକ ଓ ତାଙ୍କ ସାଙ୍ଗ ସଂଜୟ ନାୟକ ମଦ ଦୋକାନକୁ ଯାଇଥିଲେ। ରାତି ୧୧ଟା ପରେ ଅଶୋକ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଅଶୋକଙ୍କ ମୃତଦେହ ମିଳିଥିଲା […]
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ୱ ପଞ୍ଚାୟତର ବଡ଼ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଦୁଇପୁଅଙ୍କ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ଅଭିମନ୍ୟୁ ପ୍ରଧାନ। ଅଭିଯୁକ୍ତ ଦୁଇ ପୁଅକୁ ପୁଲିସ ଗିରଫ କରିଛି। ଖବର ଅନୁଯାୟୀ, ଆଜି ସକାଳୁ ବଡ଼ ପୁଅ ସୁଶାନ୍ତ ଓ ସାନ ପୁଅ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନ୍ୟୁଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦୁଇ ଭାଇ ରାଗି ଯାଇ ବାପାଙ୍କୁ […]
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗାଁରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସେମାନେ ହେଲେ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ। ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପ୍ରିୟାଙ୍କ ଘରକୁ ଯାଇଥିଲେ। ଆଜି ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇ ନାହିଁ। ଉଭୟେ ବିଷ ପିଇ ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରିବା […]
ବିନିକା: ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ହସ୍ପିଟାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି। ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ଅଛି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଧାରଣା ଦିଆଯାଇଛି।
ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କ ବିରୋଧରେ ପୂର୍ବତନ ସାଂସଦ ବିଭୁ ତରାଇଙ୍କ ବିଷୋଦଗାର। ଦାମଙ୍କୁ ପାରାଦୀପରେ ହେଉଥିବା ସବୁ ଅପରାଧର ରିଂ ମାଷ୍ଟର୍ ବୋଲି ଅଭିଯୋଗ କରିଛନ୍ତି ବିଭୁ ତରାଇ। ତାସହ ହାଇକୋର୍ଟଙ୍କ ଜରିଅାରେ ଏହାର SIT ତଦନ୍ତ ଦାବି କରିଛନ୍ତି। କଂଗ୍ରେସକୁ ଅାସିବା ପୂର୍ବରୁ ବାପି ସର୍ଖେଲ, ଦାମଙ୍କୁ ନିଜ ରାଜନୈତିକ ଗୁରୁ ବୋଲି କହୁଥିଲେ ବୋଲି କହିଛନ୍ତି ବିଭୂ ତରାଇ। ଜବାବରେ ଦାମ […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ରେ ବିଜେଡି ବିଧାୟକଙ୍କୁ ଟାଣିଲା କଂଗ୍ରେସ। ଟିଟୋ ସହ ବଡ଼ଚଣା ବିଧାୟକଙ୍କର ଲିଙ୍କ୍ ଥିବା ଅଭିଯୋଗରେ ୩୦ରୁ ଅଧିକ କଂଗ୍ରେସ କର୍ମୀ ଆଜି କ୍ରାଇମବ୍ରାଞ୍ଚ STF ଡିଆଇଜିଙ୍କୁ ଭେଟିଛନ୍ତି। ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଲମଗିରି, ଅଛୁତବସନ୍ତ, ମଝିପତା, ଚଣ୍ଡିଆ, ମାଣ୍ଡୁକା ପାହାଡ ଓ ବାଲିକୁଦା ବାଲିଘାଟରୁ ବିନା ଲିଜରେ ଖନନ କରି କୋଟିକୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ତେଣୁ ରାଜନେତାଙ୍କ ବିନା ପୃଷ୍ଠ ପୋଷକତାରେ ଏପରି ବେନିୟମ କାର୍ଯ୍ୟ ସମ୍ଭବପର […]
ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ସୀମାରେ ରଚିଲେ ମାଓ ତାଣ୍ଡବ। ଦାନ୍ତେଓ୍ୱାଡା ଜିଲ୍ଲା ବାଚେଲିରେ ଗତକାଲି ରାତିରେ ୫ଟି ଟ୍ରକକୁ ମାଓବାଦୀମାନେ ପୋଡି ଦେଇଛନ୍ତି। ଟ୍ରକ ଗୁଡ଼ିକ ବଚେଲି ସହର ବୈଲାଢିଲା ଟ୍ରକ ଓନର୍ସ ଆସୋସିଏସନ୍ କାର୍ଯ୍ୟାଳୟ ନିକଟରେ ରହିଥିବାବେଳେ ମାଓବାଦୀମାନେ ସେଥିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଏନ୍କାଉଣ୍ଟରରେ ୧୫ମାଓବାଦୀ ନିହତ ହେବା ପରେ ମାଓବାଦୀଙ୍କ ଏହି ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ମଧ୍ୟରେ ମାଓବାଦୀଙ୍କ ଏହା ଚତୁର୍ଥ ହିଂସାକାଣ୍ଡ। ସୀମାନ୍ତରେ […]
ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କରିଥିବା ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ-GCF ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯାଇ ଭୂତଳ ଜଳ ସଂରକ୍ଷଣ କରାଯିବ। ଗଚ୍ଛିତ ଜଳକୁ ପରବର୍ତ୍ତୀ ସମୟରେ ଜଳସେଚନ ପାଇଁ ବ୍ୟବହାର କରାଯିବ। ଏହା ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୫ ବର୍ଷ ମଧ୍ୟରେ ଯୋଜନାକୁ […]
ବାରିପଦା: ବିଦ୍ୟୁତ ସଂସ୍ପର୍ଶରେ ମହିଳା ଆହତକୁ ନେଇ ବାରିପଦା କୋଚିଳାଖୁଣ୍ଟାରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ବାରିପଦା ବଡ଼ସାହି ବ୍ଳକ କୋଚିଳାଖୁଣ୍ଟାର ଜଣେ ମହିଳା ସକାଳେ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଉପରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ। ଏଥିରେ ମହିଳାଙ୍କ ଗୋଟିଏ ହାତ ସଂପୂର୍ଣ୍ଣ ପୋଡିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡସାହି ଓ ପରେ […]
କଳାହାଣ୍ଡି :କଳାହାଣ୍ଡି କୋକସରା ବ୍ଲକ୍ରେ ଡେଙ୍ଗୁ ଅାତଙ୍କ। କୋକସରା ବ୍ଲକ୍ର ଲଡୁଗାଁ ଅଞ୍ଚଳରେ ୬ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପଜିଟିଭ୍ ଚିହ୍ନଟ ଲୋକଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଭବାନୀପାଟଣା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଡେଙ୍ଗୁ ବ୍ୟାପୁଥିବା ଖବର ପରେ ଏକ ମେଡିକାଲ ଟିମ୍ ଲଡୁଗାଁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲକ୍ଷଣ […]
ରାଉରକେଲା: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ସେହି ସମୟରେ ତାଙ୍କୁ ଟେକି ନେଇ ପାଖ ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣକୁ ଗିରଫ […]
ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଶିକ୍ଷାଦାନରୁ ନିଯୁକ୍ତି, ମୂଲ୍ୟାୟନରୁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ସବୁ କ୍ଷେତ୍ରରୁ ଅାସିଛି ବ୍ୟାପକ ଅନିୟମିତତାର ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ରାଜ୍ୟର ଏ ଦୁଇ ପ୍ରମୁଖ ଶିକ୍ଷା ମନ୍ଦିର ବିରୋଧରେ ଦୁର୍ନୀତି ନେଇ ପୂର୍ବରୁ ବହୁବାର ଅଭିଯୋଗ ଉଠିଥିଲା। ଏବେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଅାଯାଇଛି ନିର୍ଦ୍ଦେଶ। ରେଭେନ୍ସା କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲେଖିଥିବା […]
ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବାକୁ ଥିବା ପ୍ଲାଷ୍ଟିକ୍ ଏବଂ ପଲିଥିନ୍ କଟକଣା ପୂର୍ବରୁ ଅାସିବ ନିୟମ। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ନୂଅା ନିୟମ ଲାଗୁ ହେବ। ଏ ନେଇ ଲୋକଙ୍କୁ ସଚେତନ କରାଯିବ ଏବଂ ଅାପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଖାଲି ସେତିକି ନୁହେଁ, ଟଙ୍କା ଦେଇ ଲୋକଙ୍କ ଠାରୁ ବ୍ୟବହୃତ କ୍ଷୀର ଜରି ଏବଂ ପ୍ଲାଷ୍ଟିକ୍ ବୋତଲ୍ ସଂଗ୍ରହ କରାଯିବ। କ୍ଷୀର ଅାସୁଥିବା ପଲିଥିନ୍ ପ୍ୟାକେଟ୍ ହେଉ […]
ଭୁବନେଶ୍ୱର : ସାଥି ହେଲେ ମୋଦି ନବୀନ। ଭୋଟ୍ ଦେଇ ଏନ୍ଡିଏ ପ୍ରାର୍ଥୀଙ୍କୁ ଦେଲେ ରାଜ୍ୟସଭା ଉପାଧ୍ୟକ୍ଷ ସିଂହାସନ। ଦାଣ୍ଡରେ ପଡ଼ିଲା ବିଜେଡିର ସମଦୂରତା ଷ୍ଟାଣ୍ଡ। ହେଲେ କାହିଁକି ଏନ୍ଡିଏ ଅାଡ଼କୁ ଢଳିଲା ବିଜେଡି। ଏହା ପଛର ରହସ୍ୟ କଣ? ବିଜେଡି-ବିଜେପି ଭିତରେ ରହିଛି କି ଭିତିରିଅା ମଧୁଚନ୍ଦ୍ରିକା ? ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ବିଜେଡିର ବାଧ୍ୟବାଧକତା ନା କାମ କଲା କେନ୍ଦ୍ରର ଚାପ କୌଶଳ? ସବୁଠାରୁ ବଡ଼ କଥା ହେଉଛି ସମର୍ଥନ ପଛରେ ବିଜେଡି ଯେଉଁ […]