କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର DFO। ଖବର ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ […]
ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍ କରିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ନିଶାସକ୍ତ ଥିବା ଜଣେ ଯୁବକ ଏକ ପାଇପ୍ ଧରି ସେମାନଙ୍କୁ ଆକ୍ରମଣ କରିବା ସହିତ ଗାଲିଗୁଲଜ କରିଥିଲେ। ନିଶାଶକ୍ତ ବ୍ୟକ୍ତିଙ୍କ […]
ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା। ୨୦ ବର୍ଷ ଶାସନକାଳରେ ୩୫ ଲକ୍ଷ ବେକାର ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୩୫ ହଜାର ଅର୍ଥାତ ୧.୧ ପ୍ରତିଶତ ବେକାରଙ୍କୁ ମିଳିଛି ନୂଆ ନିଯୁକ୍ତି। ଏବେ ନୂଆ ନିଯୁକ୍ତି ନାହିଁ ବୋଲି ସରକାରଙ୍କ ଯେଉଁ ବିଜ୍ଞପ୍ତି, ତାହା କରୋନା ନାଁରେ ଧର୍ମକୁ ଆଖିଠାର ବୋଲି ବିଜେପି ଅଭିଯୋଗ ଉଠାଇଛି । ଯୁବକମାନେ ବେକାର ବୁଲୁ ଥିବାବେଳେ ଅବସର ପରେ […]
କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ପରିବା ବିକିଲେ ଆଇନଜୀବୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ହାଇକୋର୍ଟ ପରିସରରେ । କରୋନା ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ଆଇନଜୀବୀ । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ । କରୋନା ଯୋଗୁଁ ଅଦାଲତ କାର୍ଯ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଆଇନଜୀବୀମାନେ ରୋଜଗାର ହରାଇବା ସହ ନାନାଦି ଆର୍ଥିକ ଅନଟନର ସମ୍ମୁଖୀନ […]
ସାଲେପୁର: ସାଲେପୁର ମେଡିକାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ରୋଗୀଙ୍କୁ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ ପରିସରରେ ସମସ୍ତଙ୍କୁ ଖୋଜିଥିଲେ ମଧ୍ୟ କାହାକୁ ପାଇନଥିଲେ। ତେବେ ଦୁଇ ଜଣ ମେଡିକାଲ କର୍ମଚାରୀ ମୋବାଇଲ୍ରେ ଲୁଡୋ ଖେଳୁଥିବାର ଦେଖି ନରୋତ୍ତମ ନିଜ ଫୋନ୍ରେ ଭିଡିଓ ଉତ୍ତୋଳନ […]
ବଲାଙ୍ଗିର: ମୋବାଇଲ୍ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ବାଦିମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତୁନ ନାଏକ। ଖବର ଅନୁଯାୟୀ, ଶାନ୍ତୁନଙ୍କର ଏକ ଦାମି ମୋବାଇଲ୍ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା। ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏକଥାକୁ ନେଇ […]
ପୁରୀ: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ଆଜିଠୁ ସ୍ୱର୍ଗଦ୍ୱାର ମନା। କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ କରୋନା ସ୍ଥିତି ଏବେ ଭୟଙ୍କର। ନୂଆ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର: ମାସ୍କ, ପିପିଇ ପରେ ମୋବାଇଲ କିଣାରେ ଦୁର୍ନୀତି ଅଭିଯୋଗ । କେନ୍ଦ୍ର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଥିବା କଂଗ୍ରେସ ଅଭିଯୋଗ କରିଛି । ଆଶା କର୍ମୀଙ୍କ ପାଇଁ ୫ ଦଶମିକ ୫ ଇଞ୍ଚ ସ୍କ୍ରିନ, ୧୬ ଜିବି ମେମୋରୀ ଓ ୬.୦ ଆଣ୍ଡ୍ରୋଏଡ ମୋବାଇଲ କିଣିବାକୁ କେନ୍ଦ୍ର ସ୍ପେସିଫିକେନ ଧାର୍ଯ୍ୟ କରିଥିଲା । ତେବେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସ୍ପେସିଫିକେସନର ମୋବାଇଲ କିଣି ନଥିବା କଂଗ୍ରେସ ଅଭିଯୋଗ କରିଛି । […]
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ୨୦ କରୋନା ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା କନଷ୍ଟେବଳ। ସେମାନେ ସୁନ୍ଦରଗଡ଼ ଶଙ୍କରା ଅଂଚଳରେ ରହୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଏସପି ମଧ୍ୟ ଆସିଥିବା ସୂଚନା ରହିଛି । ଯାହାକୁ ନେଇ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଏହି ୨ଜଣ ମହିଳା ପୋଲିସ କର୍ମଚାରୀ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ନେଇ ଜୁନ୍ ୨୫ରୁ ୩୦ ତାରିଖ ଯାଏ […]
କଟକ: କୋଭିଡ୍ ହସ୍ପିଟାଲ୍ରେ ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଦରମା ଠିକ୍ରେ ମିଳୁନଥିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଛନ୍ତି ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ନର୍ସ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ୪୦ରୁ ଊର୍ଦ୍ଧ୍ୱ ନର୍ସ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ପ୍ରତିଶ୍ରୁତି ମୁତାବକ ଦରମା ମିଳୁନଥିବା ଅଭିଯୋଗ କରିଛନ୍ତି ନର୍ସ ଓ ମେଡିକାଲ୍ ଷ୍ଟାପ୍ । ଏହାସହ ରୋଟେସନ୍ ଡ୍ୟୁଟି କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ପ୍ରତିଦିନ କାଯ୍ୟ କରିବାକୁ କୁହାଯାଉଥିବା […]
ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଅଧୀକ୍ଷକଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ଚାଲିଛି। ବରଗଡ଼ ଅଧକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲା ଘରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରିଛି। ତେବେ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଆୟବହିର୍ଭୁତ ସମ୍ପତ୍ତି କଥାକୁ ଅସ୍ୱୀକାର କରିଛନ୍ତି ଅଭିଯୁକ୍ତ ଅବକାରୀ ଅଧୀକ୍ଷକ।
ପୁରୀ: ପାରିବାରିକ କଳହର କରୁଣ ପରିଣତି। ଶାଶୁ ହତ୍ୟା ଅଭିଯୋଗରେ ଜେଲ ଗଲେ ଦୁଇ ବୋହୂ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ସୋମେଶ୍ୱରପୁର ଗାଁରୁ। କିଛି ଦିନ ତଳେ ଗାଁର ମିନତୀ ମହାରଣା ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା। ଏହାର ଠିକ୍ ୪ ଦିନ ପରେ ନିଜ ଘର ପଛପଟ ପୋଖରୀରୁ ମିଳିଥିଲା ମିନତୀଙ୍କ ମୃତଦେହ। ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ […]
ଢେଙ୍କାନାଳ: ଢେଙ୍କାନାଳରେ ବଜ୍ରାଘାତ ହୋଇ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଖାଇବାକୁ ଯିବା ବେଳେ କଲେଜ ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ ଏହି ଛାତ୍ରୀ। ସୂଚନା ଅନୁଯାୟୀ ମଧ୍ୟାହ୍ନ ବିରତିରେ ୬ ଜଣ ଛାତ୍ରୀ ଖାଇବାକୁ କଲେଜରୁ ବାହାରକୁ ଆସୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଏମାନେ ସମସ୍ତେ ହିନ୍ଦୋଳ ଥାନା କାରନ୍ଦା ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜର ଛାତ୍ରୀ। ଆହତ ୫ ଜଣ ଛାତ୍ରୀଙ୍କୁ ଖଜୁରିଆକଟା […]
ଢେଙ୍କାନାଳ: ଘର ଭିତରୁ ବାହାରିଲା ପୁଳା ପୁଳା ନାଗ ଛୁଆ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗାଁରୁ ବାହାରିଲେ ୧୪ଟି ନାଗସାପ ଛୁଆ । ସେଥିରୁ ୧୨ଟି ଜୀବିତ ଥିବା ବେଳେ ୨ଟି ସାପଛୁଆ ମୃତ। ଖବର ଅନୁଯାୟୀ, ବୁହାଳିପାଳ ଗାଁର ରେବତୀ ସେଠୀଙ୍କ ଘରୁ ୧୪ଟ ସାପ ଛୁଆଗୁଡ଼ିକ ବାହାରିଛନ୍ତି । ଝିଅ ବାହାଘର ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଗୋଟିଏ ସାପଛୁଆକୁ ଘର ଭିତରେ ଦେଖିଥିଲେ ପରିବାର ଲୋକେ। ପରେ ଘର […]
ବାଲେଶ୍ୱର: କ୍ୱାରେଣ୍ଟିନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜୟରାମପୁର ଗାଁର ଆରତୀ ଭୋଳ। ତାଙ୍କର ବୟସ ୪୧ ବର୍ଷ । ଖବର ଅନୁଯାୟୀ, ମହିଳା ଜଣକ ହାଇଦ୍ରାବାଦରୁ ଜୁନ ୨୦ରେ ଓଡିଶା ଆସିଥିଲେ। ପରେ ସେ ଜୟରାମପୁର କ୍ୱାରେଣ୍ଟନ୍ ସେଣ୍ଟରରେ ରହିଥିଲେ। ତେବେ ଗତକାଲି ଦିନ ପ୍ରାୟ ୧୧ଟା୪୦ ମିନିଟ ସମୟରେ କ୍ୱାରେଣ୍ଟିନ୍ […]
ଭୁବନେଶ୍ୱର: ନାଳରେ ଭାସିଯାଇ ଜଣେ ଘରୋଇ ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ୩୦ରେ ହରିହର ପଟ୍ଟନାୟକ (୫୫) ଚାଲି ଚାଲି ଯାଉଥିବାବେଳେ ହଠାତ୍ ଏକ ନାଳରେ ଖସି ପଡ଼ି ଭାସିଯାଇ ଥିବା ସ୍ଥାନୀୟ ଲୋକ କହିଛନ୍ତି। ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଣି […]
ସୁନ୍ଦରଗଡ଼ : ଫୁଟବଲ ମ୍ୟାଚ୍ର ମଧ୍ୟାନ୍ତରବେଳେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ପରବା ନିକଟରେ ଘଟିଛି ଏହି ଅଘଟଣ। ସୁନ୍ଦରଗଡ଼ ହାତୀବାରିର ଏକ ଟିମ୍ ପରବାକୁ ଖେଳିବାକୁ ଯାଇଥିଲେ। ତେବେ ମ୍ୟାଚ୍ର ମଧ୍ୟାନ୍ତର ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପୁରୁଣାପାଣିର ଜଣେ ଏବଂ ପରବାର ଜଣଙ୍କ ମୃତ୍ୟୁ ହୋଇଥିଲା। ହାତୀବାରିର ୧୨ ଜଣ ଅାହତ ହୋଇଥିବାବେଳେ ମୃତାହତମାନେ ଦର୍ଶକ ଥିଲେ ବୋଲି ସୂଚନା ମିଳିଛି। […]
କୋରାପୁଟ: ପୁଅକୁ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାଡ଼ିବାକୁ ଯାଇ ନିଖୋଜ ମାଆ। ଏଭଳି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରଞ୍ଜିତଗୁଡ଼ା ଗାଁରୁ। ଗତ ମାସ ୨୮ ତାରିଖରେ ରଞ୍ଜିତଗୁଡ଼ାର ପଦ୍ମା ମୁଦୁଲି ନିଜ ପୁଅକୁ ନେଇ ଭୁନେଶ୍ୱରରରେ ଛାଡ଼ିବାକୁ ଯାଇଥିଲେ। ତା ପରଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ପଦ୍ମାଙ୍କ ପରିବାର ଲୋକେ ତାଙ୍କୁ ଖୋଜିବା ଲାଗି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ସେପଟେ […]
ଚାନ୍ଦବାଲି: ଚାଉଳ ବସ୍ତା ଖୋଲିଲେ ଗନ୍ଧରେ ରହି ହଉନି। ଏହା ସହିତ ପୋକ ବି ସାଲୁବାଲୁ ହେଉଛନ୍ତି ଏହି ଚାଉଳରେ। ଏଭଳି ଅଭିଯୋଗ ଆସିଛି, ଚାନ୍ଦବାଲି ଦୋସିଙ୍ଗା ପଞ୍ଚାୟତ ଜ୍ୟୋସ୍ନାମୟୀ ଗାଁରୁ। ସୂଚନା ଅନୁଯାୟୀ ଅନ୍ତର୍ଦ୍ୱୟ ହିତାଧିକାରୀ ପାର୍ବତୀ ମଣ୍ଡଳ ଚଳିତ ମାସ ୩୫ କିଲୋ ହିସାବରେ ଦୁଇ ମାସର ୭୦ କିଲୋ ଚାଉଳ ରିଟେଲର ଠାରୁ ଆଣିଥିଲେ। ହେଲେ ଚାଉଳ ବସ୍ତା ଖୋଲିବା ବେଳକୁ ଚାଉଳର ଅବସ୍ଥା ଖାଦ୍ୟ ଉପଯୋଗି ଥିବା ଦୂରର କଥା। ଏହାକୁ […]
ଉମରକୋଟ: ପୁଣି ରକ୍ଷକ ସାଜିଛି ଭକ୍ଷକ। କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକାଙ୍କୁ ବଳତ୍କାର ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ୱିତ ହେବା ପରେ ଏବେ ଜଣେ ମହିଳା ହୋମଗାର୍ଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ହୋମଗାର୍ଡଜଣଙ୍କ ଜଣେ ଯୁବତୀଙ୍କୁ ୪ବର୍ଷ ହେଲା ଅପହରଣ କରି ନିର୍ଯାତନା କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ। ଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି […]
ଭୁବନେଶ୍ୱର : କୁନି କୁନି ଜୁଡୋକାଙ୍କ ମଧ୍ୟରେ କାଣ୍ଟେ କି ଟକ୍କର। ଭୁବନେଶ୍ୱର ଜୁଡୋ ହଲରେ ଚାଲିଥିବା ରାଜ୍ୟ ସବ୍ ଜୁନିୟର ଜୁଡୋ ଚାମ୍ପିୟନସିପ୍ରେ ଉଭୟ ବାଳକ ଓ ବାଳିକା ବର୍ଗରେ ହେଉଛି ଲଢେଇ। ଜାତୀୟ ଜୁଡୋ ପ୍ରତିଯୋଗିତାରେ କିଏ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ସେଥିପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ମୁକାବିଲା। ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀମାନେ ଜାତୀୟ ଚାମ୍ପିୟନସିପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ରାଜ୍ୟ ସବ୍-ଜୁନିୟର ଜୁଡୋ ଚାମ୍ପିୟନସିପ୍ରେ ୧୮ଟି ଜିଲ୍ଲା ଓ ୟୁନିଟରୁ ୩ […]
ବଲାଙ୍ଗୀର: ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ନୟାଗଡ଼ ଶିକ୍ରୀଡ଼ା ଗାଁର ଅବକାଶ ପରିଡ଼ା । ସେ ବଲାଙ୍ଗୀର ସଇଁତଳା ଗୋପବନ୍ଧୁପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ । ଖବର ଅନୁଯାୟୀ, ଗଲା ଦୁଇଦିନ ହେଲା ଘରର କବାଟ ନଖୋଲିବାରୁ ଏବଂ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଛି କବାଟ ଖୋଲିବା ପରେ ଘର ଭିତରେ ଅବକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା। ଏଥିସହ […]
କେନ୍ଦୁଝର: କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ। ପ୍ରତିବାଦରେ ମେଡିକାଲ ପରିସରରେ ଥିବା ଏସ୍ଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆନନ୍ଦପୁର ମେଡିକାଲ ଗସ୍ତ କରିଥିଲେ। ସେଠାରେ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ଅଧିକାରୀ ଓ କିଛି କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ସଫେଇ କର୍ମଚାରୀଙ୍କୁ ଆକ୍ଷେପ କରିଥିବା ଅଭିଯୋଗ […]
ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ପାଟପଟୁଆରରେ ଆସି ବିଜେ ହୋଇଥିଲା ଆଜ୍ଞାମାଳ। ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ହେରା […]
ଭୁବନେଶ୍ୱର: ଦଇତାପତି ନିଯୋଗର ୬ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି। ରେକର୍ଡ ଅଫ୍ ରାଇଟ୍ ଉଚ୍ଛେଦ ନ କରିବାକୁ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଦଇତାପତି ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବାକୁ ସେମାନେ ଦାବି ଜଣାଇଛନ୍ତି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କୁ ଭଲ ବ୍ୟବହାର ପାଇଁ ରାଜ୍ୟପାଳ ଦଇତାପତିଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର […]