ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆନ୍ଧ୍ର ପ୍ରଦେଶରୁ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତ ଡିସେମ୍ବର ମାସରେ ଗଗନ ସୁନା ନାମକ ଜଣେ ଦଲାଲ ଆଗୁଆ ଟଙ୍କା ଦେଇ ବେଲପଡ଼ା ବ୍ଳକ୍ ଅନ୍ତର୍ଗତ ହଟକଟ ଗାଁର ଏହି ୧୨ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ଚାଲଣ କରିଥିଲା। ସେମାନେ ଶ୍ରୀକାକୁଲମ ଜିଲ୍ଳାର ବନ୍ଧପୁଲି ଗାଁରେ ଥିବା ଇଟାଭାଟିରେ […]
ବରଗଡ଼(ଦୀପକ ଶର୍ମା): ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍ବୋଧନ ଦେବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି। ରାହୁଲଙ୍କ ଗସ୍ତ ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ହମିଦ୍ ହୁସେନ୍ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଏସ୍ପିଜି ଅଧିକାରୀମାନେ […]
ପାରାଦୀପ(ରମାକାନ୍ତ ନାୟକ):ପାରାଦୀପ କୁଜଙ୍ଗ ଥାନା ସାହାରାଡ଼ିଆ ଗ୍ରାମରେ ମାରପିଟ୍ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ଗ୍ରାମବାସୀ କୁଜଙ୍ଗ ଥାନାରେ ପହଞ୍ଚିଥିଲେ। ପୁଲିସ୍ ଜଣକୁ ଅଟକ ରଖି ପଚରାଉଚରା କରିବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗାଁରେ ଡ୍ରାମା ଚାଲିଥିବା ବେଳେ ଜଣେ ଡ୍ରାମା କଳାକାର ଉନ୍ମତ୍ତ କାଣ୍ଡ ଭିଆଇଥିଲେ। ଷ୍ଟେଜରେ ଭଙ୍ଗାରୁଜା […]
ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାର ବିବାହ ରୋକିବାରେ ଚାଇଲ୍ଡ ଲାଇନ୍ ସଫଳ ହୋଇଛି। ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଞ୍ଚଳର ଏକ ଗାଁରେ ୧୫ ବର୍ଷୀୟ ନାବାଳିକା ସହିତ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ହେବାର ଥିଲା। ଝିଅ ଘର ଲୋକ ସମସ୍ତ ପ୍ରସ୍ତୁତି ସାରିଥିଲେ। ଏତିକି ବେଳେ ଫୁଲବାଣୀର ଚାଇଲ୍ଡ ଲାଇନ୍ କର୍ମକର୍ତ୍ତାମାନେ ଖବର ପାଇ ସଙ୍ଗେ ସଙ୍ଗେ ଝିଅ ଘରେ ପହଞ୍ଚିଥିଲେ। ବାହାଘର ରୋକିବା ସହ […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ତିନିଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଆଦିତ୍ୟ ପାତ୍ର ବୋଲି କୁହାଯାଉଛି । ତାଙ୍କ ଘର ଛତିଶଗଡ଼ରେ। ସୂଚନା ଅନୁସାରେ, ଆଦିତ୍ୟ ଧର୍ମଗଡ଼କୁ କିଛି କାମ ପାଇଁ ବାଇକ୍ ଆସିଥିଲେ। ସେ କାମ ସାରି ଛତିଶଗଡ଼କୁ ଫେରୁଥିବା ବେଳେ ତିନିଛକ ନିକଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ୍ […]
ଭୁବନେଶ୍ୱର : ସାଉଦି ଅାରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଅାଶାରେ ଦଲାଲ ଜରିଅାରେ ସାଉଦିଅାରବ ଯାଇ ସେଠାରେ ନିର୍ଯାତନା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓକୁ ସେମାନେ ସୋଶାଲ୍ ମିଡିଅାରେ ଛାଡ଼ିବା ସହ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସାନ ଉସ୍ତାପଡ଼ା, ଗୁଣସାଗର, ବିକ୍ରମପୁର ଅାଦି ଅଞ୍ଚଳରୁ ଏହି ୧୪ ଜଣଙ୍କୁ ମୋଟା ଅଙ୍କର ଦରମା ପ୍ରଲୋଭନ ଦେଖାଇ ୨ଜଣ ଦଲାଲ ସାଉଦିଅାରବ ନେଇଯାଇଥିଲେ। […]
ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପରିପେକ୍ଷୀରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍ ଭୁବନେଶ୍ୱର ପକ୍ଷରୁ ଏକ ଅନ୍ତର୍ଜାତିକ କାର୍ ରାଲି ଆୟୋଜିତ ହୋଇଥିଲା। ରାଲିର ଶୀର୍ଷକ ଥିଲା ‘ଡ୍ରାଇଭ୍ ଫର୍ ପିସ୍ ଆଣ୍ଡ ଡ୍ରାଇଭ୍ ଫର୍ ସେଫଟି’। ଏହି ରାଲି ସଫଳତାର ସହ ଶେଷ ହୋଇଛି। ଫେବୃଆରୀ ୪ରେ ଦିଲ୍ଲୀ ରାଜଘାଟଠାରୁ ଏହି ରାଲି ଆରମ୍ଭ ହୋଇ ଢାକାଠାରେ ଶେଷ ହୋଇଥିଲା। ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଏବଂ ବର୍ହିବିଭାଗ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ୧୧ଟି […]
କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍ ଗିରିଆଗୁଡ଼ା ଠାରେ ସିଆରପିଏଫ୍ର ଚତୁର୍ଥ ବାଟାଲିଅନ୍ ଦ୍ୱାରା ଜନ ସଂପର୍କ ମେଳା ଅନୁଷ୍ଠିତ ହୋଇଛି। ସାଧାରଣ ଲୋକ ଓ ପୁଲିସ୍ ମଧ୍ୟରେ ଉତ୍ତମ ସଂପର୍କ ଯୋଡ଼ିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୁଲିସ୍ ପ୍ରତି ଲୋକଙ୍କ ମନରେ ଥିବା ଭୟ ଦୂର କରିବାକୁ ଚେଷ୍ଟା କରାଯାଇଛି। ଏହି ଅବସରରେ ସିଆରପିଏଫ୍ ତରଫରୁ ଲୋକଙ୍କୁ ଶାଢି ଓ ରନ୍ଧନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ମେଳାରେ ଆଖପାଖ […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନଟିପିସିରେ ଦୁର୍ଘଟଣା ଘଟିଛି। ୩ ନମ୍ବର କ୍ରସର ହାଉସଠାରେ ଲୁହା ବ୍ୟାଟେରୀ ଗାଡ଼ି ଓଲଟି ପଡ଼ିବାରୁ ଗାଡ଼ି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲ ଛେଣ୍ଡିପଦା ଅଞ୍ଚଳର ଅକ୍ଷୟ ମିଶ୍ର। ମୃତକଙ୍କ ପରିବାରର ଜଣକୁ ଚାକିରି ଓ କ୍ଷତିପୂରଣ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି। ଦୁର୍ଘଟଣା ପରେ ଏନଟିପିସିରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଥିଲା। ପୁଲିସ୍ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା […]
ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି। ଏଥିରେ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ପୁଣି ଥରେ ଅାଲୋଚନା କରାଯିବ ବୋଲି ସୂଚନା ମିଳିଛି। ଅାସନ୍ତା ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ସତ୍ୟପାଠ ଦାଖଲ କରାଯିବାର ଅଛି। ତା ପୂର୍ବରୁ ଅାଜିର ବୈଠକରେ ସବୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବେ ଅାଲୋଚନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ବାଜପେୟୀଙ୍କୁ […]
ମାଲକାନଗିରି: ପୁଣି ଖଟିଆରେ ବୁହାହେଲେ ରୋଗୀ। ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଓ ଗାଡ଼ି ଆସିବାର ସୁବିଧା ନ ଥିବାରୁ ଖଟିଆରେ ରୋଗୀଙ୍କୁ ଡାକ୍ତରଖନା ନିଆଯାଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲିର ଗୋଜିଆଗୁଡ଼ା ଗାଁର ଏହି ଘଟଣା ଘଟିଛି। ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଆଜି ସକାଳେ ଲକ୍ଷ୍ମଣ ପାଙ୍ଗି ନାମକ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଖଟିଆରେ ତାଙ୍କୁ ମାଥିଲି ଡାକ୍ତରଖାନା ନିଆଯାଇଛି। ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି। ଗାଁକୁ […]
ଅନୁଗୁଳ: ଅନୁଗୋଳ ଜିଲ୍ଲା ସାତକୋଶିଆରେ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’କୁ ମୁକ୍ତ କରାଯାଇଛି। ତାକୁ ସାତକୋଶିଆର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ପିସିସିଏଫ୍ ଓ ଅତିରିକ୍ତ ପିସିସିଏଫ୍ ଏବଂ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଣୀ ସୁନ୍ଦରୀକୁ ଏନ୍କ୍ଲୋଜର୍ରୁ ମୁକ୍ତ କରାଯାଇଥିଲା। ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘକୁ ଅଣାଯାଇ ସାତକୋଶିଆର ରାଇଗୋଡ଼ା ରେଞ୍ଜରେ ନିର୍ମିତ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଥିଲା। ଜୁନ୍ ୨୮ ତାରିଖରେ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶରୁ ବାନ୍ଧବଗଡ଼ ବ୍ୟାଘ୍ର […]
ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଏହାପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ରାକେଶ ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍ ଏକ ଜାଲ ନୋଟ୍ ରାକେଟ୍ ଠାକ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩୪ ହଜାର ଜାଲ୍ ନୋଟ୍ ଜବତ କରାଯାଇଛି। ଜବତ ଜାଲ ନୋଟ୍ ମଧ୍ୟରେ ୧୪ଟି ୨ ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି ୫ ଶହ ଟଙ୍କିଆ ନୋଟ୍ ରହିଛି। ଜିଲ୍ଲାରେ ଗଞ୍ଜେଇ ମାଫିଆ ଏହି ଜାଲ ନୋଟ୍ କାରବାର କରୁଥିବା ମାଲକାନଗିରି ଏସ୍ପି କହିଛନ୍ତି।
କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍ ହୋଇଥିଲା। ଏହି ୩ଟି କେନ୍ଦ୍ରର ପରୀକ୍ଷା କେବେ ହେବ ଏନେଇ ଆଜି କଟକ ବୋର୍ଡ ଅଫିସ ପରିସରରେ ବସିବାକୁ ଥିବା ଏକ୍ଜାମିନେସନ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ଏହାପରେ ତାରିଖ ଧାର୍ଯ୍ୟ କରାଯିବ। ସୋମବାର ଓଡ଼ିଶା ଅଭିଭାବକ ମହାସଂଘ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ୩ଟି ପରୀକ୍ଷା କେନ୍ଦ୍ରରେ ଯଥା ଶୀଘ୍ର […]
ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିବ ରଙ୍ଗ୍ ୱେରେ ଗାଡ଼ି ଚାଳନା। ଯଦି ରଙ୍ଗ୍ ୱେରେ ଗାଡ଼ି ଚଳାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କୁ ଏବେ ଏଥିପାଇଁ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍। ରଙ୍ଗ୍ ୱେ ଓ ଫୁଟ୍ଫାଥ୍ରେ ଡ୍ରାଇଭିଂ ରୋକିବାକୁ ଭୁବନେଶ୍ୱର କମିଶନରେଟ ପୁଲିସ୍ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଚେତନତା ସାଙ୍ଗକୁ ଫାଇନ୍ ସମାନ୍ତରାଳ ଭାବେ କରାଯିବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ଏହି ଡ୍ରାଇଭ ଆରମ୍ଭ ହୋଇଛି। […]
ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼-୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି, ସାମାଜିକ ସେବା ଏବଂ ଶିକ୍ଷା ଅାଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ମିହିର […]
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାଗଚାଷୀଙ୍କ ପାଇଁ ନିୟମ କୋହଳ କଲେ ସରକାର। ଜମିମାଲିକ କିମ୍ବା ସରପଞ୍ଚର ଅନୁମତି ପତ୍ର ନଥିଲେ ବି ଭାଗଚାଷୀ ନାଁ ପଞ୍ଜୀକରଣ କରିପାରିବ। କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏ ନେଇ ସବୁ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଓ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ୍ ସେକ୍ରେଟାରୀଙ୍କୁ ଚିଠି ଲେଖିଛନ୍ତି। ଚାଷୀ ପଞ୍ଜୀକରଣ ପ୍ରକିୟା ପଛେଇ ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଖରିଫରେ ଧାନ କିଣିବା ପାଇଁ ରାଜ୍ୟର ୨୫ ଶହ ପ୍ରାଥମିକ […]
ଭୁବନେଶ୍ୱର : ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର। ଷ୍ଟାର୍ କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସଂପର୍କ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ପଦ୍ମିନୀ ଫେରିଥିଲେ। ଇଡି ଅଫିସରୁ ଫେରିବା ପରେ ପଦ୍ମିନୀ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଥରେ ନୋଟିସ୍ ହୋଇଥିଲା। କିନ୍ତୁ ଜାଣି ପାରିନଥିଲି। ଅାଜି ଯାଇଥିଲି। ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ କଥା ତାଙ୍କୁ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ବର୍ଷା କମିଛି। ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ୩ ଦିନ ଲଗାଣ ବର୍ଷାରେ ଅନେକ ଘର ଭାଙ୍ଗି ଯାଇଛି। ଅନେକ ଘରେ ଏବେ ବି ପାଣି ଭରି ରହିଛି। ସେପଟେ ବନ୍ୟା କ୍ଷତିଗ୍ରସ୍ଥଙ୍କୁ ଅାଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଅାଯାଉଛି। ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଅାଯିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ବିଡ଼ିଓ। ଚୁଲିରୁ ଝରୁଛି ପାଣି। କାନ୍ଥ ବାଡ଼ ସବୁ ଭୁଷୁଡ଼ି ଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର […]
ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଝିଞ୍ଜିରଗୁଡ଼ା ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଝିଞ୍ଜିରଗୁଡ଼ାର କୈଳାସ ବେହେରା ଦଳାଇ ଓ ଗୁଡ଼ିକିଆର ତାର୍ଜନ ବଳିୟାରସିଂହ। ଏଥିସହ ଆନନ୍ଦ ବଳିୟାର ସିଂହ ଓ ଜୟ ନାୟକ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରାହ୍ଣଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମୃତ ତାର୍ଜନ ତାଙ୍କ ଦୁଇଜଣ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ […]
ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କନବାଗିରି ଗାଁରେ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ମୃତକ ଜଣଙ୍କ ହେଲେ କଟରଗଣ୍ଡା ଗାଁର ବିଘ୍ନରାଜ ପ୍ରଧାନ। ଆଜି ସକାଳେ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବିଘ୍ନରାଜଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଜି.ଉଦୟଗିରି ଏବଂ ବାଲିଗୁଡ଼ା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ବସିବ। ରାତି ପ୍ରାୟ ସାଢ଼େ ୯ଟାରେ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହି ସ୍ଥିତ ମା’ଙ୍କ ବାପ ଘର ଆଗରେ ବୈଠକରେ ନୀତି ନିର୍ଘଣ୍ଟ ପରେ ଏହି ଶୁଭଖୁଣ୍ଟ ବିଧିବିଧାନ ଅନୁସାରେ ପୋତାଯିବ। ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ। ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ଶୁଭଖୁଣ୍ଟି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବ। ସେଠାରେ ପୂଜାର୍ଚ୍ଚନା ପରେ […]
ସୋନପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଏବେ ପରୀକ୍ଷା ସମୟ ଚାଳିଥିବାରୁ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ କରୁଛି। ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉଥିବା କୃଷକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ହରିହର ଯୋର […]
ଜଳେଶ୍ୱର(ଅଜିତ୍ ଦାସ): ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରକ ଜବତ ହୋଇଥିବା ଗାଡ଼ିର ମାଲିକ ଓ ସହଯୋଗୀଙ୍କୁ ସ୍ୱତନ୍ତ୍ର ଟିମ୍ ପଚରାଉଚରା କରୁଛି। ବସ୍ତା ଏସ୍ଡିପିଓ ରଞ୍ଜିତ ପୃଷ୍ଟି ଓ ରୁପସା ଥାନା ଓଆଇସି ସୁଚନ୍ଦ୍ର ମହାଳିକ ତଦନ୍ତରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, […]