ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଁଟାପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୀନକେତନ ପଟେଲ। ତାଙ୍କ ଘର ଗୁଚ୍ଛାପଡ଼ାରେ। ସୂଚନା ଅନୁସାରେ, ଗତକାଲି ରାତିରେ ମୀନକେତନ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟୁକୁପିଢୀ-ଚିକଟଫଣ୍ଡି ଫରେଷ୍ଟ ରୋଡରେ ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ଅନୀଲ ତିର୍କି ଆହତ ହୋଇଛି। ଗତକାଲି ସନ୍ଧ୍ୟାରେ ଅନୀଲ ଡକାୟତି ଯୋଜନା କରୁଥିବାବେଳେ ପୁଲିସ୍ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସର ପାଲଟା ଫାୟାରିଂରେ ଅନୀଲର ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅନୀଲକୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ପୁଲିସ୍ […]
ରାଉରାକେଲା(ସତ୍ୟା଼ନନ୍ଦ ମହାନ୍ତି): ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍କୁ ଅଟାଇଥିଲେ। ଏହି ରୁଟ୍ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି। ଘଟଣା ପରେ ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ଚଳାଇଛନ୍ତି।
ନୀଳଗିରି(ବିଶ୍ୱମ୍ୱର ଦାସ): ଏମିତି ବି ଆସେ ମୃତ୍ୟୁ। ନିଜ କାର୍କୁ ଷ୍ଟାର୍ଟରେ ରଖି ସାମ୍ନାରେ ମୋବାଇଲରେ ଫଟୋ ଉଠାଉଥିଲେ। କାର୍ ଭିତରେ ବସିଥିଲେ ତାଙ୍କ ସ୍ତ୍ରୀ। ହେଲେ କାର୍ଟି ହଠାତ୍ ଗଡ଼ି ଚାପି ଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଢ଼ିଆ ଅଭୟାରଣ୍ୟରେ ଏମିତି ଏକ ଅଘଟଣ ଘଟିଛି। କାର୍ରେ ଚାପି ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟ ବାନାର୍ଜୀ। ତାଙ୍କ ଉପରେ କାର୍ଟି ଓଲଟିଯିବା ଫଳରେ ସେ ଚାପି ହୋଇ ପ୍ରାଣ […]
ନବରଙ୍ଗପୁର: ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଘଟଣାକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି। ୨ ବୋହୂଙ୍କ ସହ ୪ଜଣ ୩ ଦିନ ତଳର ବାସୀ ପିଠା ଖାଇଥିଲେ। ଘରେ ସେମିତି କିଛି ଅଭାବ ଅସୁବିଧା ନଥିଲେ ବି ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ବିଷାକ୍ତ ହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ପରିବାର […]
ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ ଅହମ୍ମଦ ଶାହ ନମାଜ ସାରି ଘରକୁ ଫେରୁଥିବା ବେଳେ ଅାତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଏପଟେ ପୁଲୱାମା ଜିଲ୍ଲା ବିଜେପି ସଭାପତି ସବିର ଅହମ୍ମଦ ଭଟ୍ଟଙ୍କୁ ମଧ୍ୟ […]
ଭୁବନେଶ୍ୱର: ପ୍ରାର୍ଥୀ ଚୟନ ଲାଗି ଆରମ୍ଭ ହୋଇଯାଇଛି ତିନି ଦଳର କସରତ। କଂଗ୍ରେସର ପିଇସି ବୈଠକ, ଗୁପ୍ତ ଭାବେ ବିଜେଡିର ଅଙ୍କକଷା, ଆଉ ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ପ୍ରାର୍ଥୀ ଚୟନରେ ବିଜେପି ବି ବ୍ୟସ୍ତ । ତିନି ଦଳ ମଧ୍ୟରୁ ପ୍ରାର୍ଥୀ ଚୟନ ନେଇ ଅଧିକ ଅଡୁଆରେ ବିଜେଡି। ଟେନସନ୍ରେ ଦଳୀୟ ସୁପ୍ରିମୋ, କାହାକୁ ଟିକଟ ଦିଆଯିବ, କାହା ଟିକଟ କଟାଯିବ, ଟିକଟ କଟିଲେ କିଭଳି ରିଆକ୍ସନ ହେବ ସେନେଇ ଗୁପ୍ତ ଭାବେ ଚାଲିଛି ମାନସମନ୍ଥନ। ଉଭୟ […]
ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ଛାତ ଓ ୨ଟି କଲମ୍ କ୍ୟାପିଟାଲ୍ରେ ଫାଟ ରହିଛି। କିଛି ସ୍ଥାନରେ ଫାଟ ଥିବାରୁ ପାଣି ଗଳି ନାଟ ମଣ୍ଡପ ଚୂନ ଛାଡ଼ୁଛି। ଶ୍ରୀମନ୍ଦିର ନାଟ ମଣ୍ଡପର ମିଳିତ ଅନୁଧ୍ୟାନ ସାରି ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ। ତେବେ ଜଗମୋହନ ଭଳି ଷ୍ଟିଲ୍ ବକ୍ସ ଫ୍ରେମ୍ ଲଗାଯିବ ନା ନାହିଁ, ସେନେଇ ତର୍ଜମା କରାଯିବ ବୋଲି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ସବୁ ରାଜ୍ୟର ବିଜେପି ମୁଖିଆମାନଙ୍କୁ ବାଜପେୟୀଙ୍କ ଚିତାଭସ୍ମକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଅସ୍ଥିକଳସକୁ ଦିଆଯାଇଛି। ଦେଶର ଏକ ଶହ ନଦୀରେ ବିସର୍ଜନ ହେବ ଦଳର ଆଇଡଲ ବାଜପେୟୀଙ୍କ ଚିତାଭସ୍ମ। ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା, ବୈଦଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଛନ୍ତି ଚିତାଭସ୍ମ କଳସ। ଏହାକୁ ନେଇ ଆଜି ଓଡିଶା ମାଟିରେ ଚିତାଭସ୍ମ […]
ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସ ସହ ୮୦ରୁ ଅଧିକ ଅଫିସର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ବୋଲି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଥିବାରୁ, ଭୁବନେଶ୍ୱର ଏୟାରପୋର୍ଟ, ରାଜଭବନ, ଏମ୍ସର ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କମିଶନର ଏବଂ ତାଙ୍କ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଜାଞ୍ଚ କରିଛନ୍ତି। ଉପରାଷ୍ଟ୍ରପତି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନ […]
ଭୁବନେଶ୍ୱର/କେନ୍ଦ୍ରାପଡ଼ା/ପୁରୀ : ଚାରିଆଡ଼େ ସନ୍ତସସନ୍ତିଆ ପରିବେଶ। ନା ଯିବାକୁ ଅଛି ରାସ୍ତା, ନା ରହିଛି ଉତ୍ତମ ପରିବେଶ। ଗୁହାଳଘର ଭଳି ବାହାରକୁ ଦେଖାଯାଉଛି ଝାଟିମାଟି ଚାଳଘର। ଏ ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ତୋଟାସାହି ର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। କେବଳ ବାହାର ନୁହେଁ, ଭିତରର ଅବସ୍ଥା ଆହୁରି ଦୟନୀୟ। ଅନ୍ଧାର କୋଠରୀ ପାଲଟିଛି ଜ୍ଞାନ ଅାହରଣର କେନ୍ଦ୍ର। ପିଲାଙ୍କ ବସିବା ଜାଗାରେ ଗଦା ହୋଇଛି ଅବ୍ୟବହୃତ ସାମଗ୍ରୀ ଏବଂ ଜାଳ। ତେବେ ବର୍ଷାଦିନେ ଅବସ୍ଥା ଅାହୁରି […]
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ତାରରେ ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାରେ ୬ଜଣ ଅାହତ ହୋଇଛନ୍ତି। ବିଦ୍ୟୁତ୍ ତାର ବାନ୍ଧି ଲୋକେ ନଦୀ ପାର ହେଉଥିବା ବେଳେ ତାର ଛିଣ୍ଡିଯିବାରୁ ୬ଜଣ ମହିଳା ନଦୀ ଭିତରକୁ ଖସି ପଡ଼ିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି। ନଦୀ ପାର ହୋଇ ବୁରାଙ୍ଗିଆ ଅଞ୍ଚଳର ମହିଳାମାନେ ଦାରିଙ୍ଗବାଡ଼ି ଅାସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। […]
ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ। ରାଜୁଙ୍କ ଘର ବିହାରର ବନାହି ଗାଁରେ। ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍ଲାଇନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦେଇପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହାସହ ଏକ ସଚେତନତା ଭ୍ୟାନ୍କୁ ଉଦ୍ଘାଟନ କରାଯାଇଛି। ଏହା ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ କରିବ। […]
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)। ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]
ପୁରୀ (ମଧୁସୂଦନ ମିଶ୍ର): ପୁରୀ ରେଳଷ୍ଟେସନର ୪ନଂ ପ୍ଳାଟଫର୍ମରେ ଭୟାନକ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡରେ ପୁରୀ ତପସ୍ୱିନୀ ହାତିଆ ଏକ୍ସପ୍ରେସ୍ର ୩ଟି ସ୍ଳିପର ବଗି ପୋଡ଼ି ଧ୍ୱଂସ ହୋଇଯାଇଛି। ଦିନ ପ୍ରାୟ ୧୨ଟା ୫୦ରେ ଟ୍ରେନ୍ ବଗିରୁ ଧୂଆଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଏସ୍-୪ ବଗିରେ ନିଆଁ ଲାଗିଥିଲା। ପରେ ଏସ୍-୩ ଏବଂ ଏସ୍-୫ ବଗିକୁ ନିଆଁ ଡେଇଁ ପୁରା […]
କଟକ (ପ୍ରଭାତ ବିଷୋୟୀ): ହୋଲି ଖେଳ ବେଳେ କଟକ ଜିଲ୍ଲାରେ ଏକ ଅଘଟଣ ଘଟି ଯାଇଛି। ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଗୋପାଳପୁର କାଠଯୋଡ଼ି ଘାଟକୁ ଗାଧୋଇବାକୁ ଯାଇ ଜଣେ ୧୫ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତୀଶ ସାହୁ। ଚଳିତବର୍ଷ ସତୀଶ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁରୀ: ବିଶେଷଜ୍ଞ ଟିମ୍ ଆଜି ତୃତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କରିବେ। ଗତକାଲି ଆଇ.ଆଇ.ଟି ଚେନ୍ନାଇର ଆସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତ, ଆଇ.ଆଇ.ଟି ଖଡଗପୁର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଆଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ଼ ସ୍ତମ୍ବ ଆଦିକୁ ଟିକିନିଖି ଯାଞ୍ଚ କରିଥିଲେ। ପରେ ପାନ୍ଥ ନିବାସ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍ରୁ ରେଳବାଇ ପୁଲିସ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍ ଶ୍ରୀବାସ୍ତବ। କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍ରେ ଏତେ ଟଙ୍କା ଧରି ଟ୍ରେନ୍ରେ ଯାଉଥିଲେ, ତା’ର ତଦନ୍ତ କରୁଛି ରାଉରକେଲା ରେଳବାଇ ପୁଲିସ୍। ତେବେ ପ୍ରାଥମିକ ସୂଚନା ମୁତାବକ, କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର […]
ଭୁବନେଶ୍ୱର: ଆଜି ସାରାଦେଶରେ ଧୁମ୍ଧାମ୍ରେ ପାଳନ ହେଉଛି ହୋଲି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେଡି ନେତା ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ହୋଲି ଉତ୍ସବ ପାଳନ କରିଛନ୍ତି। ଜୟପୁର ସହର ତାରାପ୍ରସାଦ ବାହିନୀପତି ମଧ୍ୟ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି।
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍ ଠାବ କରିଛି। ପୁଲିସ୍ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ରେଙ୍ଗାଲିର ଚାଉଳଢ଼ିପରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ରେଙ୍ଗାଲି ପୁଲିସ୍କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳ ସଂପର୍କିତ ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ଖାରବେଳ ନଗର ଥାନାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଓକିଲ ହାଜର ହୋଇଛନ୍ତି। ତାଙ୍କ ସହ ସମୀରଙ୍କ କିଛି ସମର୍ଥକ ମଧ୍ୟ ଥାନାକୁ ଯାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଖାରବେଳନଗର ପୁଲିସ୍ ପକ୍ଷରୁ ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରାଯାଇଥିଲା। ସମସ୍ତଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ସମୀରଙ୍କୁ ଆଜି, ୨୩ରେ […]
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ରେଙ୍ଘାଳରେ ଫଗୁ ଖେଳ ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ମନାଉଛନ୍ତି ହୋଲି। ରେଙ୍ଘାଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକେ ବେଶ୍ ଧୂମଧାମରେ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭକାମନା ଦେଉଛନ୍ତି। ପରମ୍ପରା ଅନୁଯାୟୀ ଫଗୁ ଦଶମୀଠାରୁ ୫ଦିନ ବ୍ୟାପୀ ବଡ଼ ମାଛପୁର ଗାଁର ଗୋପୀନାଥଦେବ ଓ ରେଙ୍ଘାଳ ଗାଁର ମହାପ୍ରଭୁ ଚନ୍ଦ୍ରଶେଖର ଦେବ ଗାଁ ଗାଁ ପରିକ୍ରମା […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ସେତେ ପରିମାଣରେ ବଢ଼ିବାରେ ଲାଗିଛି। ଏହି ଧାରାରେ ସବୁଠାରୁ ଆଗରେ ରହିଛି ବିଜେଡି। ଟିକେଟ୍ ନପାଇ ସିଟିଂ ଏମ୍ପି, ବିଧାୟକ ଓ ନେତା ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ପୂର୍ବତନ ବିଜୁ କୃଷକ ଜନତା ଦଳର ସଂପାଦକ ବିକାଶ ଚନ୍ଦ୍ର ଗିରି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଅଗଣତାନ୍ତ୍ରିକ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ରବୀନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କ ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ରଘୁନାଥପୁର ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି ହେଉଛି।