Advertisment

Viral Video: ଟେବୁଲ ଉପରେ ଗୋଡ଼ ରଖି ଶୋଇଥିଲେ ଡାକ୍ତର, ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ

ପରିବାର ଲୋକେ ବାରମ୍ବାର ଅନୁରୋଧ କରୁଥିଲେ, କିନ୍ତୁ ମେଡିକାଲ ଷ୍ଟାଫ କାହାରି ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। ଅଧିକ ରକ୍ତସ୍ରାବ ହେବା ଯୋଗୁଁ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Manasranjan Mohanty
Viral Video

Viral Video

ଉତ୍ତର ପ୍ରଦେଶର ମୀରଟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀ ଏର୍ମଜେନ୍ସୀ ୱାର୍ଡରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, କିନ୍ତୁ ଡାକ୍ତର ବାବୁ ଏସି ସାମ୍ନାରେ ଟେବୁଲ ଉପରେ ଗୋଡ଼ ମେଲାଇ ଶୋଇ ରହିଥିଲେ।

Advertisment

ପରିବାର ଲୋକେ ବାରମ୍ବାର ଅନୁରୋଧ କରୁଥିଲେ, କିନ୍ତୁ ମେଡିକାଲ ଷ୍ଟାଫ କାହାରି ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। ଅଧିକ ରକ୍ତସ୍ରାବ ହେବା ଯୋଗୁଁ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ ଏହି ଘଟଣା ଲାଲା ଲାଜପତ ରାୟ ମେମୋରିଆଲ (LLRM) ମେଡିକାଲ କଲେଜରେ ଘଟିଛି। ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ରବିବାର, ୨୭ ଜୁଲାଇ ରାତିରେ ଏକ ଅଜଣା ଗାଡ଼ି ସୁନୀଲ କୁମାର (୩୦)ଙ୍କ ବାଇକକୁ ଧକ୍କା ଦେଇଥିଲା।

Advertisment

ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ପରେ ପରିବାର ଲୋକ ସୁନୀଲଙ୍କୁ ମେଡିକାଲ କଲେଜକୁ ନେଇ ଆସିଥିଲେ। ରୋଗୀଙ୍କ ଗୁରୁତର ଅବସ୍ଥା ଦେଖି ପରିବାର ଲୋକ ମେଡିକାଲ ଷ୍ଟାଫଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ଉପସ୍ଥିତ ଜଣେ ଡାକ୍ତର ଡ୍ୟୁଟି ସମୟରେ ଶୋଇ ରହିଥିଲେ। ତାଙ୍କୁ ଉଠାଇବା ପାଇଁ ବହୁତ ସମୟ ଅପେକ୍ଷା କରାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ପୀଡ଼ିତ ପରିବାର ଡାକ୍ତରଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।

ଏହି ସମୟରେ ଅନ୍ୟ ମେଡିକାଲ ଷ୍ଟାଫ ମଧ୍ୟ କୌଣସି ସାହାଯ୍ୟ କରିନଥିଲେ। ଷ୍ଟ୍ରେଚରରେ ପଡ଼ିଥିବା ଏବଂ ରକ୍ତରେ ଭିଜିଥିବା ସୁନୀଲଙ୍କୁ ମରିବା ପାଇଁ ଛାଡ଼ି ଦିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ମେଡିକାଲ କଲେଜରେ ଡ୍ୟୁଟିରେ ଥିବା ଜୁନିଅର ରେଜିଡେଣ୍ଟ (JR) ଡାକ୍ତରଙ୍କୁ ଏସି ସାମ୍ନାରେ ଶୋଇଥିବା ଦେଖାଯାଉଛି। ତାଙ୍କର ଗୋଟିଏ ଗୋଡ଼ ପାଖ ଟେବୁଲ ଉପରେ ରହିଥିଲା ଏବଂ ପୀଡ଼ିତ ସୁନୀଲ କୁମାରଙ୍କ ପରିବାର ଚିକିତ୍ସା ପାଇଁ ଅନୁରୋଧ କରୁଥିଲେ।

ଅଧିକ ରକ୍ତସ୍ରାବ ଯୋଗୁଁ ସୁନୀଲଙ୍କର ମୃତ୍ୟୁ ହୋଇଯାଇଛି। ଘଟଣା ଗୁରୁତର ହେବା ଦେଖି ଜୁନିଅର ରେଜିଡେଣ୍ଟ (JR) ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି। ପରିବାରର ଅଭିଯୋଗ ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି।

ଅଧିକ ପଢ଼ନ୍ତୁ: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୧୮ କାଉଡିଆ ମୃତ, ଅନେକ ଆହତ; ସାଂସଦଙ୍କ ସୂଚନା

Advertisment
Related Articles
Advertisment