Advertisment

Fight For Customer: ଗ୍ରାହକଙ୍କ ପାଇଁ ମହାଯୁଦ୍ଧ, ଭିଡିଓ ଦେଖି ଲୋକେ କହୁଛନ୍ତି

ଉଭୟ ପକ୍ଷ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଦୋକାନକୁ ଆଣିବାକୁ ଚାହୁଁଥିଲେ । ଏଥିପାଇଁ ଯାହା କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଯେତେବେଳେ ‘ଯାହା କିଛି’ କଥା ଆସେ, ସେତେବେଳେ ଶକ୍ତି ପ୍ରଦର୍ଶନଠୁ ଭଲ କିଛି ନଥାଏ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Fight For Customer

Fight For Customer

୨୦୨୧ରେ ଚର୍ଚ୍ଚିତ ‘ବାଗପତର ଯୁଦ୍ଧ’ ନିଶ୍ଚୟ ଆପଣଙ୍କୁ ମନେ ଥିବ । ଏବେ ମଥୁରାରୁ ଆସିଛି ‘ବରସାନାର ଯୁଦ୍ଧ’। ଏଥର ଲଢ଼େଇ ହେଲା ଦୁଇ ଲସି ବିକ୍ରେତାଙ୍କ ମଧ୍ୟରେ। ଗଣ୍ଡଗୋଳର କାରଣ ଗ୍ରାହକ ।

Advertisment

ଉଭୟ ପକ୍ଷ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଦୋକାନକୁ ଆଣିବାକୁ ଚାହୁଁଥିଲେ । ଏଥିପାଇଁ ଯାହା କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଯେତେବେଳେ ‘ଯାହା କିଛି’ କଥା ଆସେ, ସେତେବେଳେ ଶକ୍ତି ପ୍ରଦର୍ଶନଠୁ ଭଲ କିଛି ନଥାଏ ।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ରିପୋର୍ଟ ଅନୁସାରେ ଲଢ଼େଇ ବରସାନା ଲାଡ଼ଲୀ ଜୀ ମନ୍ଦିରକୁ ଯିବା ମୁଖ୍ୟ ରାସ୍ତାରେ ହୋଇଥିଲା। ଲଢୁଥିବା ଉଭୟ ପକ୍ଷ ଏହି ମୁଖ୍ୟ ରାସ୍ତାରେ ଲସି ବିକ୍ରି କରନ୍ତି।

Advertisment

ଉଭୟ ପକ୍ଷ ମଧ୍ୟରେ ଜୋରଦାର ମାଡ଼ଗଡ଼ି ହୋଇଥିଲା । ଯିଏ ଯାହାକୁ ଚାହିଁଲା ପିଟିଲା । ପୋଲିସର କହିବା ଅନୁଯାୟୀ ଗ୍ରାହକଙ୍କୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ହୋଇଥିଲା। ଲଢ଼େଇ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଏହି ଘଟଣାର ତଦନ୍ତ କରାଯାଇଛି। ଘଟଣା ବରସାନା ଥାନା ଅଧୀନ ସୁଦାମା ଚୌକରେ ଘଟିଛି। ଏଠାରେ ଉପସ୍ଥିତ ଦୁଇ ଲସି ବିକ୍ରେତା ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷତ କରିବାକୁ ନେଇ ମାରପିଟ କରିଥିଲେ।

ଏସପି ଆଗକୁ କହିଛନ୍ତି, ଏଥିରେ ଜଣେ ମହିଳାଙ୍କୁ ଆଘାତ ଲାଗିଥିଲା। ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

୨୨ ଫେବୃଆରୀ ୨୦୨୧ରେ ବାଗପତ ଚାଟ ଯୁଦ୍ଧ ମଧ୍ୟ ଏକ ଐତିହାସିକ ସଂଘର୍ଷ ଥିଲା । ଏହି ଯୁଦ୍ଧରେ କେହି ଜିତିନଥିଲେ, କେହି ହାରିନଥିଲେ, କେବଳ ମଜା ହୋଇଥିଲା। ସୋସିଆଲ ମିଡିଆକୁ ଏକ ଏପରି କ୍ଲାସିକ ଭିଡିଓ ମିଳିଥିଲା, ଯାହା ସବୁବେଳେ ପାଇଁ ସ୍ମରଣୀୟ ହୋଇଗଲା। ଏହି ଯୁଦ୍ଧ ଦୁଇ ଚାଟ ବିକ୍ରେତାଙ୍କ ମଧ୍ୟରେ ହୋଇଥିଲା।

Mathura Viral Video
Advertisment
Related Articles
Advertisment