• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Congress-flag-l-pti-1
ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଗତକାଲି ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଓଡ଼ିଶାର ବାକି ଥିବା ଆସନର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଗତକାଲି ଅନ୍ୟ କିଛି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପୂର୍ବରୁ ଓଡ଼ିଶାର ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ୩ଟିରେ ଅନ୍ୟ ଦଳ ସହ ବୁଝାମଣା ହୋଇଛି।

  • Tuesday, 20 July 2021
201451384835288734_20
ଆଜି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀ ଶଙ୍କର): ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ କୋରାପୁଟ ଜିଲ୍ଲାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସାଧାରଣ ଲୋକେ ବେଶ୍ ଉତ୍ସାହୀତ ଅଛନ୍ତି। ସକାଳ ସାଢେ ୯ଟାରେ ମୋଦି ଜୟପୁର ସଦର ଥାନା ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି […]

  • Tuesday, 20 July 2021
naxal
ନିର୍ବାଚନକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର ଓ ବ୍ୟାନର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଜୋଡ଼ିଙ୍ଗା ନିକଟ ରାସ୍ତା କଡ଼ରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସାଧାରଣ ନିର୍ବାଚନକୁ ବିରୋଧ କରାଯାଇଛି। ଏହାସହ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବାବେଳେ, ମାଓବାଦୀ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିବା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଘଟଣାର […]

  • Tuesday, 20 July 2021
jaleswar
ପିଲାଚୋରି ଅଭିଯୋଗରେ ଜଣଙ୍କୁ ନିସ୍ତୁକ ଛେଚିଲେ ଲୋକେ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡୁରିମରା ଗାଁରେ ପିଲାଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା। ଅଭିଯୋଗ ଅନୁସାରେ, କ୍ଷେତ ପାଖରେ ଖେଳୁଥିବା ବେଳେ ଜଣେ ଶିଶୁ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଶିଶୁଟିକୁ ଜଣେ ଅଜଣା ଯୁବକ ସହ ଦେଖିବାକୁ ମିଳିଥିଲା। ଏହାପରେ ପିଲାଚୋରି ଅଭିଯୋଗରେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ […]

  • Tuesday, 20 July 2021
acci
ଗଛକୁ ପିଟିଲା ଯାତ୍ରୀବାହୀ ବସ୍

ନୟାଗଡ଼  : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ରାମଚନ୍ଦ୍ରପୁରରେ ଗଛକୁ ପିଟିଲା ଯାତ୍ରୀବାହୀ ବସ। ୧୨ ଅାହତ ୧୨ ଜଣ ଅାହତଙ୍କୁ ପ୍ରଥମେ ଖଣ୍ଡପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ିଟି ଗଣିଅାରୁ କୋସିକା ଦେଇ ନୟାଗଡ଼ ଅାସିବା ବେଳେ ରାମଚନ୍ଦ୍ରପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ଅାହତ ଯାତ୍ରୀ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର […]

  • Tuesday, 20 July 2021
murder
ସିକ୍ୟୁରିଟି ଗାର୍ଡଙ୍କ ତଣ୍ଟି କାଟି ଦେଲେ

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ। ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ୍‌। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

  • Tuesday, 20 July 2021
koraput-6
ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା

କୋରାପୁଟ : କୋରାପୁଟ କୋଟପାଡ଼ ଥାନା ସାମ୍ନାରେ NH ଅବରୋଧ କଲେ ଲୋକେ । ଏକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି କୋଟପାଡ଼ ଥାନା ଢମଣାହାଣ୍ଡି ନିକଟରେ ଏକ ଦୁର୍ଘଟଣା ଘଟିଥିଲା। କାର୍ ଧକ୍କାରେ ବାଇକ୍‌ରେ ଯାଉଥିବା ୩ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ତେଜନା ଦେଖାଦେଇଛି।

  • Tuesday, 20 July 2021
jharpada
ଝାରପଡ଼ା ଜେଲ୍‌ରୁ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଚଢ଼ଉ କରି ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି କମିଶନରେଟ୍ ପୁଲିସ। ଜେଲ୍ ଭିତରକୁ ମାଦକ ଦ୍ରବ୍ୟ ପଶୁଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜେଲ୍‌ର ବିଭିନ୍ନ ଓ୍ୱାର୍ଡରୁ ମାଦକ ଦ୍ରବ୍ୟ, ସିଗାରେଟ୍, ଗୁଟଖା, ସିମ୍ କାର୍ଡ ଓ ଗ୍ଲୋବସ ମିଳିଛି। ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ, ଏତେ ପରିମାଣର ମାଦକ ଦ୍ରବ୍ୟ ମିଳିବା […]

  • Tuesday, 20 July 2021
mahanadi4
ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ନେଇ ବୈଠକ

ସମ୍ବଲପୁର: ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ତଥ୍ୟ ଅାଦାନ ପ୍ରଦାନ ନେଇ ଅାଜି ବୁର୍ଲାରେ ଏକ ବୈଠକ ବସିବ। ଓଡିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀ ସ୍ତରୀୟ ଏହି ବୈଠକରେ ମହାନଦୀ ଜଳ ପରିଚାଳନା ନେଇ ଅାଲୋଚନା ହେବ। ବିଶେଷକରି ହୀରାକୁଦ ଡ଼୍ୟାମର ଉତ୍ତର ମୁଣ୍ଡ ଛତିଶଗଡ ଅଂଚଳରେ ବର୍ଷା ପରିମାଣ, ଜଳ ନିଷ୍କାସନ, ସେଠାକାର ଡ୍ୟାମ୍‌ ଓ ବ୍ୟାରେଜରେ ଜଳ ପତ୍ତନ ନେଇ ତଥ୍ୟ ଅାଦାନ ପ୍ରଦାନ କରାଯିବ। ବୈଠକରେ ହୀରାକୁଦ ଡ୍ୟାମର ମୁଖ୍ୟ […]

  • Tuesday, 20 July 2021
money
୯ ଲକ୍ଷରୁ ଅଧିକ ଟଙ୍କା ଜବତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି ପୃଥକ୍‌ ଘଟଣାରେ ୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।  ଆମ୍ବାଗନ ଛକରୁ ଗୋଟିଏ କାର୍‌ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଏକ କାର୍‌ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହିସବୁ ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ସେ ନେଇ ତଦନ୍ତ ଚାଲିଛି।

  • Tuesday, 20 July 2021
baragarh--1
ଭାଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ : ରାତିରେ ଭାଇଭଉଣୀ ଗୋଟିଏ ଘରେ ଶୋଇଥିଲେ। ହେଲେ ସକାଳୁ ଶବ ହୋଇ ବାହାରିଲେ। ବରଗଡ଼ ଅତାବିରା ଥାନା ସିଂହପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ଅାଜି ସକାଳୁ ଗାଁର ଦାଶରଥି ମେହେରଙ୍କ ଘର ଭିତରୁ ମିଳିଛି ତାଙ୍କ ପୁଅ ବିକାଶ ଓ  ଝିଅ ମିନତୀଙ୍କ ମୃତଦେହ। ବିକାଶଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମିନତୀଙ୍କ ବୟସ ୨୦ ବର୍ଷ। ଗତକାଲି ରାତିରେ ନିଜ ଘରେ ରାତ୍ରି ଭୋଜନ ପରେ ଉଭୟେ ଶୋଇବାକୁ […]

  • Tuesday, 20 July 2021
bls
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଗତ ସୋମବାର ଘରେ ପଞ୍ଚୁଦୋଳ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ଘରୁ ଉଠାଇନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୁଇ ଦିନ ପରେ ପୀଡ଼ିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।  

  • Tuesday, 20 July 2021
supreme-court
ନବୀନ ପଟ୍ଟନାୟକଙ୍କ ନାଁରେ କୋଇଲା ଖଣି ଆବଣ୍ଟନ ମାମଲା: ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ ହୋଇଛି। ୨୬ ମାର୍ଚ୍ଚ  ୨୦୧୪ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। M/S ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍‌ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। […]

  • Tuesday, 20 July 2021
water2
ପାଣି ପାଇଁ ତାତିଲେ ଛାତ୍ରଛାତ୍ରୀ

ଯାଜପୁର  : ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।  ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଅା ପାଣି ବାହାରୁଥିବା ଅଭିଯୋଗ ହୋଇଅାସୁଛି। ପାଣି ସମସ୍ୟା ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରୁ ପାଣି ଅଣାଯାଉଛି । ଏନେଇ ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ନମିଳିବାରୁ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । […]

  • Tuesday, 20 July 2021
vlcsnap-error248
ଜାଳେଣି କାଠ ନଥିବାରୁ ହୋଇପାରିଲାନି ରୋଷେଇ; ଉପାସରେ ରହିଲେ ୧୧୯ ପିଲା

ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି। ଶେଷରେ ରାତି ୧୨ଟା ପରେ ପିଲାଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ଭାତ ସହ ଡାଲି କି ତରକାରି କିଛି ବି ନଥିଲା।  ସ୍କୁଲରେ ଜାଳେଣି କାଠ […]

  • Tuesday, 20 July 2021
bajpayee
ପୁରୀରେ ପହଞ୍ଚିଲା ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା

ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରଖାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅାସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅାଜି ମହୋଦଧିରେ ଚିତାଭସ୍ମ ବିସର୍ଜନ ପରେ […]

  • Tuesday, 20 July 2021
ravenshaw-university Cuttack
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି। ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ରେଭେନ୍ସା ଦୁର୍ନୀତିର ତଦନ୍ତ କରୁଥିଲେ। ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ଗୋଟିଏ ନୁହେଁ ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି। ସପ୍ତାହକ ମଧ୍ୟରେ ସେ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି। ସୂଚନା ମୁତାବକ, ୨୦୧୪-୧୫ରେ ବିନା ଟେଣ୍ଡରରେ କଂପ୍ୟୁଟର କିଣାଯାଇଛି। ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହୋଇଛି। ଠିକା ଅଧ୍ୟାପକଙ୍କୁ […]

  • Tuesday, 20 July 2021
accident
ହାଇୱା ଧକ୍କାରେ ବାଇକ୍‌ ଆରୋହୀ ମୃତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସହର ଉପକଣ୍ଠ ଯୋଗଧାରୀ ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଏକ ହାଇୱା ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥୀ।  ଗୁରୁତର ଯୁବକ ହେଲେ ଅଲାଭର ଶାସନ ଗାଁର ମୁନା ଦାସ। ଉଭୟ ଏକ ବାଇକରେ କଟକ ଯାଉଥିଲେ। ହେଲେ ଘନ କୁହୁଡ଼ି ଯୋଗୁ […]

  • Tuesday, 20 July 2021
dead body found on field
ବିଲ ମଝିରେ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଁଟାପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୀନକେତନ ପଟେଲ। ତାଙ୍କ ଘର ଗୁଚ୍ଛାପଡ଼ାରେ। ସୂଚନା ଅନୁସାରେ, ଗତକାଲି ରାତିରେ ମୀନକେତନ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍  ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
encou-up
ରାଉରକେଲାରେ ଏନ୍‌କାଉଣ୍ଟର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟୁକୁପିଢୀ-ଚିକଟଫଣ୍ଡି ଫରେଷ୍ଟ ରୋଡରେ ପୁଲିସ୍‌ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ଅନୀଲ ତିର୍କି ଆହତ ହୋଇଛି। ଗତକାଲି ସନ୍ଧ୍ୟାରେ ଅନୀଲ ଡକାୟତି ଯୋଜନା କରୁଥିବାବେଳେ ପୁଲିସ୍‌ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସର ପାଲଟା ଫାୟାରିଂରେ ଅନୀଲର ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅନୀଲକୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ପୁଲିସ୍‌ […]

  • Tuesday, 20 July 2021
train
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

ରାଉରାକେଲା(ସତ୍ୟା଼ନନ୍ଦ ମହାନ୍ତି): ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍‌ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍‌କୁ ଅଟାଇଥିଲେ। ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି। ଘଟଣା ପରେ ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ଚଳାଇଛନ୍ତି।

  • Tuesday, 20 July 2021
car
କାର୍‌କୁ ଷ୍ଟାର୍ଟରେ ରଖି ମୋବାଇଲରେ ଫଟୋ ଉଠାଇବା ହେଲା କାଳ

ନୀଳଗିରି(ବିଶ୍ୱମ୍ୱର ଦାସ): ଏମିତି ବି ଆସେ ମୃତ୍ୟୁ। ନିଜ କାର୍‌କୁ ଷ୍ଟାର୍ଟରେ ରଖି ସାମ୍ନାରେ ମୋବାଇଲରେ ଫଟୋ ଉଠାଉଥିଲେ। କାର୍‌ ଭିତରେ ବସିଥିଲେ ତାଙ୍କ ସ୍ତ୍ରୀ। ହେଲେ କାର୍‌ଟି ହଠାତ୍ ଗଡ଼ି ଚାପି ଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଢ଼ିଆ ଅଭୟାରଣ୍ୟରେ ଏମିତି ଏକ ଅଘଟଣ ଘଟିଛି। କାର୍‌ରେ ଚାପି ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟ ବାନାର୍ଜୀ। ତାଙ୍କ ଉପରେ କାର୍‌ଟି ଓଲଟିଯିବା ଫଳରେ ସେ ଚାପି ହୋଇ ପ୍ରାଣ […]

  • Tuesday, 20 July 2021
KEBE PASIBA CHETA
ବାରମ୍ବାର ଅଘଟଣ ସତ୍ତ୍ୱେ ପଶୁନି ଚେତା; କାହିଁକି ଆମ୍ବଟାକୁଆ ଖାଉଛନ୍ତି ଲୋକେ

ନବରଙ୍ଗପୁର: ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଘଟଣାକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି। ୨ ବୋହୂଙ୍କ ସହ ୪ଜଣ ୩ ଦିନ ତଳର ବାସୀ ପିଠା ଖାଇଥିଲେ। ଘରେ ସେମିତି କିଛି ଅଭାବ ଅସୁବିଧା ନଥିଲେ ବି ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ବିଷାକ୍ତ ହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ପରିବାର […]

  • Tuesday, 20 July 2021
EID UPATAJYA
ଇଦ୍-ଉଲ୍-ଜୁହାରେ କାଶ୍ମୀରରେ ରକ୍ତର ହୋଲି

ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ ଅହମ୍ମଦ ଶାହ ନମାଜ ସାରି ଘରକୁ ଫେରୁଥିବା ବେଳେ ଅାତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଏପଟେ ପୁଲୱାମା ଜିଲ୍ଲା ବିଜେପି ସଭାପତି ସବିର ଅହମ୍ମଦ ଭଟ୍ଟଙ୍କୁ ମଧ୍ୟ […]

  • Tuesday, 20 July 2021
SABUTHI PARTHI
ଅାଗୁଅା ନିର୍ବାଚନ ଅାଭାସରେ ଜୋର ଧରିଲା ପ୍ରାର୍ଥୀ ଚୟନ କସରତ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ଲାଗି ଆରମ୍ଭ ହୋଇଯାଇଛି ତିନି ଦଳର କସରତ। କଂଗ୍ରେସର ପିଇସି ବୈଠକ, ଗୁପ୍ତ ଭାବେ ବିଜେଡିର ଅଙ୍କକଷା, ଆଉ ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ପ୍ରାର୍ଥୀ ଚୟନରେ ବିଜେପି ବି ବ୍ୟସ୍ତ । ତିନି ଦଳ ମଧ୍ୟରୁ ପ୍ରାର୍ଥୀ ଚୟନ ନେଇ ଅଧିକ ଅଡୁଆରେ ବିଜେଡି। ଟେନସନ୍‌ରେ ଦଳୀୟ ସୁପ୍ରିମୋ, କାହାକୁ ଟିକଟ ଦିଆଯିବ, କାହା ଟିକଟ କଟାଯିବ, ଟିକଟ କଟିଲେ କିଭଳି ରିଆକ୍ସନ ହେବ ସେନେଇ ଗୁପ୍ତ ଭାବେ ଚାଲିଛି ମାନସମନ୍ଥନ। ଉଭୟ […]

  • Tuesday, 20 July 2021