ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଯୁବପିଢ଼ିଙ୍କ ପାଇଁ ବଡ଼ ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆହୁରି କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ଏକ ବର୍ଷ ଭିତରେ ସ୍ବଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ଆମେ ତତ୍କ୍ଷଣାତ ୧୩ ଲକ୍ଷ କୋଟିର ଏମ୍ଓୟୁ ସ୍ବାକ୍ଷର କରିଛୁ ବୋଲି କହିଛନ୍ତି ।
Also Read
ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ
ମିଶନ୍ ୨୦୩୬, ମିଶନ୍ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ଆଗାମୀ ଦିନରେ ଘୋଷଣା କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଦିନକ ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ଏନେଇ ବିସ୍ତୃତ ଭାବେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ । ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା, ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାର୍ଯ୍ୟ କରି ଚାଲିଛୁ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି । ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ।
ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ୍ ପ୍ରତିଶ୍ରୁତି ଦେଇ ପୂରଣ କଲୁ । ଏହା ଭିତରେ ଆମେ ପାଖାପାଖି ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ୍ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ୍ କରି ନ ଥିଲେ । ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।